ଗଞ୍ଜାମରେ ପୋଲିସ ଲୁଟେରାଙ୍କ ଖୋଲା ଚ୍ୟାଲେଞ୍ଜ: ଗୋଟିଏ ରାତିରେ ତିନି ତିନିଟି ମନ୍ଦିରରୁ ଲୁଟ୍‌, ରାତି ପାହିଲା ବେଳକୁ…

ଗଞ୍ଜାମ, ୨୨।୯(ବିଦ୍ୟାଧର ସାହୁ): ଗଞ୍ଜାମ ସହରରେ ଗୋଟିଏ ରାତିରେ ତିନୋଟି ମନ୍ଦିରରୁ ସଙ୍ଘବଦ୍ଧ ଲୁଟ୍ ହୋଇଥିବା ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ସୋମବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ବଡ଼ ବଜାର ସ୍ଥିତ ଲଚ୍ଚମନ ବାଲାଜୀ ହନୁମାନ ମନ୍ଦିର, ଓଡ଼ିଆ ଢମଣା ସାହିର ରାମଲିଙ୍ଗେଶ୍ୱର ମନ୍ଦିର ଏବଂ ସାନ ବଜାର କୈବର୍ତ୍ତ ସାହିର ରାଧାକୃଷ୍ଣ ମନ୍ଦିରକୁ ଟାର୍ଗେଟ କରିଥିଲେ। ରାତିର ଅନ୍ଧକାରର ସୁଯୋଗ ନେଇ ତିନୋଟିଯାକ ମନ୍ଦିରରୁ ସମସ୍ତ ଠାକୁରଙ୍କ ରୁପାରେ ନିର୍ମିତ କିରୀଟଗୁଡ଼ିକୁ ଦୁର୍ବୃତ୍ତମାନେ ଲୁଟି ନେଇଥିବା ଜଣାପଡ଼ିଛି।

ଏହି ସମ୍ପର୍କରେ ଖବର ପାଇବା ପରେ ଗଞ୍ଜାମ ଥାନା ଅତିରିକ୍ତ ଆଇଆଇସି ଶୁଭଲକ୍ଷ୍ମୀ କହଁର ପୁଲିସ ବଳ ସହ ଘଟଣାସ୍ଥଳଗୁଡ଼ିକରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଘଟଣାକୁ ନେଇ ମନ୍ଦିର ପ୍ରଶାସନ ଓ ସାହି କମିଟି ପକ୍ଷରୁ ଥାନାରେ ଲିଖିତ ଏତଲା ଦିଆଯାଇଛି। କିଛି ଦିନର ନୀରବତା ପରେ ସହରରେ ପୁଣି ମନ୍ଦିର ଲୁଟେରା ଗ୍ୟାଙ୍ଗ ସକ୍ରିୟ ହୋଇଉଠିଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜ୍ ଆଧାରରେ ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ାରେ ଲଜ୍ଜା, ନାବାଳିକାଙ୍କୁ ଟେକି ନେଇ ବଳାତ୍କାର

ନୂଆପଡ଼ା,୨୨ା୯(ମକାରୁ ବେମାଲ): ନୂଆପଡ଼ା ଜିଲା ବେଲଟୁକୁରି ଥାନା ଅଞ୍ଚଳରେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ମଙ୍ଗଳବାର ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଭାଲେଶ୍ୱର ପଞ୍ଚାୟତ…

ଦାରିଙ୍ଗବାଡ଼ିରେ ବ୍ଲକ ସ୍ତରୀୟ ‘ସେବା ସଂକଳ୍ପ ଅଭିଯାନ’: ଜିଲା ସ୍ତରୀୟ ପ୍ରତିଯୋଗିତା ପାଇଁ ୬ କୃତୀ ଛାତ୍ରଛାତ୍ରୀ ମନୋନୀତ

ଦାରିଙ୍ଗବାଡ଼ି,୨୨।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସରକାରୀ ଆଇଟିଆଇ (ITI) ପରିସରରେ ମଙ୍ଗଳବାର ବ୍ଲକ ସ୍ତରୀୟ ‘ସେବା ସଂକଳ୍ପ ଅଭିଯାନ’ ଆନନ୍ଦ-ଉଲ୍ଲାସ ସହ ଅନୁଷ୍ଠିତ ହୋଇଯାଇଛି। ଏହି…

ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ: ଜିଲାପାଳ

ରାୟଗଡ଼ା,୨୨।୯(ଜଗନ୍ନାଥ ଗୌଡ଼): ସମ୍ଭାବ୍ୟ ବାତ୍ୟାକୁ ନେଇ ରାୟଗଡା ଜିଲା ପ୍ରଶାସନ ସଜାଗ ରହିଛି। ବାତ୍ୟା ମୁକାବିଲା କରିବା ସହ ଯେକୌଣସି ପରିସ୍ଥିତିରେ ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ…

ଗାଡ଼ି ଅଟକାଇ ମାଡ଼ ମାରିବା ମାମଲା: ୩ ଅଭିଯୁକ୍ତ ଜେଲ୍ ଗଲେ, ଜଣେ ଗିରଫ ଓ ୨ ଆତ୍ମସମର୍ପଣ

ବଞ୍ଚୋ,୨୨।୯(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ଅଧୀନ ଦେଓଗାଁ ଅଞ୍ଚଳରେ ଘଟିଥିବା ଗାଡ଼ି ଅଟକାଇ ମାଡ଼ ମାରିବା ମାମଲାରେ ପୁଲିସକୁ ବଡ଼ ସଫଳତା ମିଳିଛି। ଏହି…

IMD ଡିଜିଙ୍କ ବଡ଼ ସୂଚନା, ୨୩ ରାତିରେ ଉପକୂଳ ଅତିକ୍ରମ କରିବ ବାତ୍ୟା

ଭୁବନେଶ୍ୱର,୨୨।୯: ବଙ୍ଗୋପସାଗରରେ ଧୀରେ ଧୀରେ ତୀବ୍ର ହେଉଛି ଅବପାତ। ମଙ୍ଗଳବାର ସାରୁ ରାତି ଭିତରେ ଅବପାତ ଗଭୀର ଅବପାତର ରୂପ ନେବ। ଏହା ପଶ୍ଚିମ ଉତ୍ତରପଶ୍ଚିମ ଦିଗକୁ…

ଓଡ଼ିଶା ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର,୨୨।୯: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତକୁ ନେଇ ସାଂସଦ ନବ ଚରଣ ମାଝୀ ମଙ୍ଗଳବାର…

ନୂଆ ଛାତ୍ରୀଛାତ୍ରଙ୍କୁ ସ୍ବାଗତ: ପ୍ରତିଭା ବିକାଶ ଉପରେ ଗୁରୁତ୍ୱ

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ବିଶ୍ୱାସରାୟ ବିଜ୍ଞାନ କଲେଜ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ମଙ୍ଗଳବାର ନବାଗତ ଛାତ୍ରୀଛାତ୍ରଙ୍କ ଉଦ୍ଦେଶ୍ୟରେ…

ଗଜପତିରେ ପର୍ଯ୍ୟଟନସ୍ଥଳୀ ବନ୍ଦ

ନବରଙ୍ଗପୁର,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେବାରେ ଲାଗିଛି। ଏନେଇ ଆସନ୍ତା ୨୩ ଏବଂ ୨୪ ତାରିଖରେ ରାଜ୍ୟରେ ପ୍ରବଳ ବର୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?