୩ ଶହୀଦଙ୍କ ଘରୁ ଗଲା ମାଟି

ରାଇରଙ୍ଗପୁର,୬।୯(ମନୋରଞ୍ଜନ ତିରିଆ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ‘ମେରି ମାଟି, ମେରା ଦେଶ’ କାର୍ଯ୍ୟକ୍ରମ ନିମନ୍ତେ ଶହୀଦ୍‌ ଯବାନଙ୍କ ଘରୁ ପବିତ୍ର ମାଟି ସଂଗ୍ରହ କରାଯାଇଛି। ଏହି ମାଟିକୁ ଏକାଠି କରି ଦିଲ୍ଲୀସ୍ଥିତ ‘ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀ’ ନିକଟରେ ଶହୀଦଙ୍କ ସମ୍ମାନରେ ‘ଅମୃତ ବାଟିକା’ ନିର୍ମାଣ ନିମନ୍ତେ ଯୋଜନା ରଖାଯାଇଛି। କାର୍ଯ୍ୟକ୍ରମ ଦ୍ୱାରା ଅନୁପ୍ରାଣିତ ହୋଇ ବେଙ୍ଗାଲୁରୁର ଉମେଶ ଜୀ ନାମକ ଜଣେ ବ୍ୟକ୍ତି ସାରା ଭାରତ ଭ୍ରମଣ କରି ବିଭିନ୍ନ ପ୍ରାନ୍ତର ଶହୀଦମାନଙ୍କ ଗଁାରୁ ମାଟି ସଂଗ୍ରହ କରି ବେଙ୍ଗାଲୁରୁ ନିକଟରେ ଗୋଟିଏ ଶହୀଦ ସ୍ମାରକ ନିର୍ମାଣ କରିବାକୁ ଯାଉଛନ୍ତି। ଏହି ଅବସରରେ ମୟୂରଭଞ୍ଜ ଜିଲା ଯଶିପୁର ଥାନା ତିଳକୁଟି ପଞ୍ଚାୟତ ଅନ୍ତର୍ଗତ ଶିରାକୋଳି ଗ୍ରାମର କାର୍ଗିଲ ଯୁଦ୍ଧରେ ଶହୀଦ ଯବାନ୍‌ ବୁଧୁରାମ ହେସାଃ, ଗୋଡ଼ାପଳସା ପଞ୍ଚାୟତ ବଣସାହିର ଛତିଶଗଡ଼ର ଦାନ୍ତେୱାଡ଼ାଠାରେ ନକ୍ସଲଙ୍କ ଆକ୍ରମଣରେ ଶହୀଦ ପାଣୁରାମ ନାୟକ ଏବଂ ଫୁଲୱାମାଠାରେ ଶହୀଦ ହୋଇଥିବା ରାଇରଙ୍ଗପୁର ସହର ସନ୍ନିକଟ ବଡ଼ଚମ୍ପାଉଦାର ଯବାନ୍‌ ନୁନ୍ଦୁରାମ ସୋରେନ୍‌ଙ୍କ ଘରୁ ପବିତ୍ର ମାଟିକୁ ଯଶିପୁର ନିବାସୀ ଅବସରପ୍ରାପ୍ତ ମେଜର ଦେବେନ୍ଦ୍ରନାଥ ଦାସ ଗ୍ରହଣ କରିଛନ୍ତି। ସହିଦ୍‌ ନୁନ୍ଦୁରାମ ସୋରେନ୍‌ଙ୍କ ରାଇରଙ୍ଗପୁର ସହର ଉପକଣ୍ଠସ୍ଥ ବଡ଼ଚମ୍ପାଉଦା ଗ୍ରାମର ସହିଦ ଘରୁ ମାଟି ସଂଗ୍ରହ କରାଯାଇ ଏହାକୁ ମେଜର ଦାସଙ୍କୁ ରାଇରଙ୍ଗପୁର ଟ୍ୟାକ୍ସି ଷ୍ଠାଣ୍ଡ ନିକଟରେ ଥିବା ନୁନ୍ଦୁରାମଙ୍କ ପ୍ରତିମୂର୍ତ୍ତି ନିକଟରେ ଅର୍ପଣ କରାଯାଇଥିଲା। ଶହୀଦ ନୁନ୍ଦୁରାମ ମେମୋରିଆଲ୍‌ ଟ୍ରଷ୍ଟର ମୁଖ୍ୟ ମନୋରଞ୍ଜନ ହଁାସଦା, ଉପଦେଷ୍ଟା କ୍ୟାପ୍‌ଟେନ୍‌ ମହେନ୍ଦ୍ରନାଥ ମହାନ୍ତ ଶହୀଦଙ୍କ ମାଟିକୁ ମେଜର ଦାସଙ୍କୁ ଅର୍ପଣ କରିଥିଲେ। ଏହି ଅବସରରେ ରାଇରଙ୍ଗପୁର ପୌରାଧ୍ୟକ୍ଷ ଅଭିଷେକ ପଟ୍ଟନାୟକ, ବିଜେଡି ଜିଲା ସଭାପତି କାଶୀନାଥ ହେମ୍ବ୍ରମ, ଶହୀଦ ନୁନ୍ଦୁରାମଙ୍କ ଭାଇ ଡମାନ ସୋରେନ୍‌ ଓ ଦାସମାତ୍‌ ସୋରେନ୍‌, ମୁଚିରାମ ମାଝୀ, ଅଧ୍ୟାପକ ବିଜୟ କୁମାର ରାମ, ପୂର୍ବତନ ବିଧାୟକ ସାଇବା ସୁଶୀଲ କୁମାର ହଁାସଦା, ବିଜୁ ଜନତା ଦଳ ମହିଳା ଶାଖାର ଜିଲା ସଭାପତି ତନୁଜା ମହାନ୍ତ, ଅଞ୍ଜଳୀ ସୋରେନ୍‌, ପଙ୍କଜ ଦାସ, ବିଶିକେଶନ୍‌ ମହାନ୍ତ, ଦୀପୁ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇନଷ୍ଟାଗ୍ରାମ ପ୍ରେମର ଭୟଙ୍କର ଅନ୍ତ; ପ୍ରେମିକାଙ୍କୁ ହତ୍ୟା ପରେ କବର ଦେଲେ ପ୍ରେମିକ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୨ା୭: ଉତ୍ତର ପ୍ରଦେଶର ପ୍ରୟାଗରାଜରୁ ଏକ ଅଜବ ଏବଂ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଇନଷ୍ଟାଗ୍ରାମରୁ ହୋଇଥିବା ପ୍ରେମ ମୃତ୍ୟୁର କାରଣ ସାଜିଛି । ଘଟଣାଟି ପ୍ରୟାଗରାଜର…

ଓଡ଼ିଶା ପାଇଁ ଗୌରବ ଆଣିଲେ ଓମପ୍ରକାଶ: ଅନ୍ତର୍ଜାତୀୟ ବାଳୁକା କଳା ପ୍ରଦର୍ଶନୀରେ…

କର୍ଲାମୁଣ୍ଡା,୨।୭(ପ୍ରଦୀପ କୁମାର ସାହୁ):ଆସନ୍ତା ୪ରୁ ୧୦ ଜୁଲାଇ ପର୍ଯ୍ୟନ୍ତ ତାଇୱାନରେ ଅନୁଷ୍ଠିତ ହେବାକୁ ଥିବା ଟଙ୍ଗସାଇଓ ବାଲୁକା ଭାସ୍କର୍ଯ୍ୟ କଳା ପ୍ରଦର୍ଶନରେ ଭାଗନେବା ପାଇଁ ପୁଣିଥରେ ନିମନ୍ତ୍ରିତ…

୫୦ହଜାର ଖସିଲାଣି ସୁନାଦର! ଏକ୍ସପର୍ଟ କହିଲେ ଆଗକୁ ଲକ୍ଷେ ତଳକୁ…

ନୂଆଦିଲ୍ଲୀ, ୨ା୭: ସୁନା ବଜାରରେ ଜାରି ରହିଥିବା ଦ୍ରୁତ ଅଭିବୃଦ୍ଧି ଏବେ ଓଲଟା ମୋଡ଼ ନେଇଛି। ଚଳିତ ବର୍ଷ ପ୍ରାରମ୍ଭରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX)ରେ ପ୍ରତି…

ହ୍ବାଟ୍ସଆପ୍‌ ‘ୟୁଜରନେମ’କୁ ନେଇ ମେଟାର ସ୍ପଷ୍ଟୀକରଣ, ନମ୍ବର ଓ ବ୍ୟକ୍ତିଗତ ତଥ୍ୟକୁ…

ନୂଆଦିଲ୍ଲୀ, ୨ା୭: ହ୍ୱାଟସଆପର ନୂତନ ୟୁଜରନେମ୍ ଫିଚରକୁ ନେଇ ବିବାଦ ଦେଖାଯାଇଥିବା ବେଳେ ମେଟା ସ୍ପଷ୍ଟୀକରଣ ଦେଇଛି । କମ୍ପାନୀ କହିଛି ଯେ ସରକାରଙ୍କ ଦ୍ୱାରା ଉଠାଯାଇଥିବା…

ଡାକ୍ତରଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି: ରୋଗୀସେବା ବ୍ୟାହତ

ରାଇକିଆ,୨।୭(ପ୍ରଦୀପ ବେହେରା): ଓମସାର ଆହ୍ବାନ କ୍ରମେ ଡାକ୍ତରମାନେ ରାଜ୍ୟବ୍ୟାପୀ ଅନିର୍ଦ୍ଦିଷ୍ଟ କାଳ ପାର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଦ୍ୱିତୀୟ ଦିନରେ ପହଞ୍ଚିଛି। ୧୦ ଦଫା ଦାବି ପୂରଣ ନ…

ବାପା ହେବା ପରେ ନିଜକୁ ‘ଗେ’ ବୋଲି କହିଲେ ସ୍ୱାମୀ, ତାଜୁବ ହୋଇଗଲେ ସ୍ତ୍ରୀ…

ନୂଆଦିଲ୍ଲୀ, ୨ା୭: ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଥିବା ଏକ ଭିଡିଓ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଭିଡିଓରେ ଜଣେ ମହିଳା ନିଜ ବୈବାହିକ ଜୀବନର…

IMD କଲା ଆଲର୍ଟ: ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, କାଲିଠୁ ଏସବୁ ଜିଲାରେ ପ୍ରବଳ ବର୍ଷା!

ନୂଆଦିଲ୍ଲୀ, ୨ା୭: ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ଆଜି ଦେଶର ୧୯ଟି ରାଜ୍ୟରେ ମୂଷଳଧାରାରେ ବର୍ଷା ହେବ। ଆଜି ଦିଲ୍ଲୀ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଉତ୍ତରପ୍ରଦେଶ, ବିହାର,…

ଏମଭିଆଇ-ଷ୍ଟେନୋଙ୍କ ଅବସର: ଭବିଷ୍ୟତ ସୁଖମୟ ହେବାକୁ କାମନା

ଛତ୍ରପୁର,୨।୭: ଗଞ୍ଜାମ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଏମଭିଆଇ ରାଜ କୁମାର ବେହେରା ଏବଂ ଷ୍ଟେନୋ ଶ୍ୟାମସୁନ୍ଦର ମାର୍ଥାଙ୍କ ଚାକିରିରୁ ଅବସର ହୋଇଯାଇଛି l ଏନେଇ କାର୍ଯ୍ୟାଳୟ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri