ସହାୟତା ଅପେକ୍ଷାରେ ୩ ଅନାଥ ଭଉଣୀ ଭାଇ

ଠାକୁରମୁଣ୍ଡା,୨୧ା୪(ଡି.ଏନ.ଏ.)- ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ଚମ୍ପାଝର ପଞ୍ଚାୟତ ଡଙ୍ଗାଡ଼ିହା ଗ୍ରାମ ଘୁଟୁ ସାହିରେ ୩ ଅନାଥ ଭଉଣୀ ଭାଇ ଅସହାୟ ଭାବେ ଜୀବନ ଅତିବାହିତ କରୁଛନ୍ତି। ୨ ବର୍ଷ ପୂର୍ବେ ସେମାନଙ୍କ ବାପା ଡବ ଶିରକାଙ୍କ ମୃତ୍ୟୁ ହୋଇଥିଲା ବେଳେ ମାନସିକ ବିକୃତି ଘଟିଥିବା ମା’ ବେଲ ଶିରକା ୨ ମାସ ତଳେ ଆରପାରିକୁ ଚାଲି ଯାଇଛନ୍ତି। ମା’ ବାପାଙ୍କ ମୃତ୍ୟୁ ପରେ ୩ ନାବାଳକ ବେସାହାରା ହୋଇ ପଡ଼ିଛନ୍ତି। ତାଙ୍କ ବଡ଼ଭାଇ ନାଏକା ଶିରକା(୧୮) ଘରୁ କେଉଁଆଡ଼େ ଚାଲିଯାଇଥିବା ବେଳେ ତାଙ୍କର କୌଣସି ଖୋଜ ଖବର ମିଳୁନାହିଁ। ଅନ୍ୟ ୨ ଭାଇ ଦଲ ଶିିରକା (୧୬) ଓ ସୁକଲାଲ (୧୫)ଙ୍କ ସହିତ ଭଉଣୀ ଚାନ୍ଦୁରୀ(୧୨) ପଡ଼ୋଶୀଙ୍କ ସହାୟତାରେ ଜୀବନ କାଟୁଛନ୍ତି।
୨୦୧୬-୧୭ ଆର୍ଥିକ ବର୍ଷରେ ବାପା ଡବ ଶିରକା ବଞ୍ଚିଥିବା ଅବସ୍ଥାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଟିଏ ପାଇଥିଲେ। ଘରକାମ ସରିଥିବା ବେଳେ ସେଥିରେ କବାଟ ଝରକା ନ ଲାଗି ଫାଇନାଲ୍‌ ବିଲ ଉଠି ଯାଇଛି। ସେହି ଘରେ ୩ ଭଉଣୀଭାଇ ଦୟନୀୟ ଅବସ୍ଥାରେ ରହୁଛନ୍ତି। ତାଙ୍କ ଘରକୁ ଲାଗି ଜଙ୍ଗଲ ଥିବାରୁ ରାତି ସମୟରେ ହିଂସ୍ର ଜନ୍ତୁଙ୍କ ଭୟ ରହୁଛି। ମା’ଙ୍କ ନାମରେ ଥିବା ଖାଉଟି କାର୍ଡରେ ମିଳୁଥିବା ଚାଉଳ ଆଣି ଯେନତେନ ପ୍ରକାରେ ଚଳିଯାଉଛନ୍ତି। ଆବଶ୍ୟକ ସମୟରେ ସାହି ପଡ଼ିଶା ସେମାନଙ୍କୁ ସାହାଯ୍ୟ ସହଯୋଗ ଯୋଗାଇ ଦେଉଛନ୍ତି। ଦୀର୍ଘ ଦିନ ଧରି ନିରୁଦ୍ଦିଷ୍ଟ ଥିବା ସେମାନଙ୍କ ବଡ଼ଭାଇର ସନ୍ଧାନ ସହ ୩ ଅନାଥ ନାବାଳକଙ୍କୁ ପ୍ରଶାସନ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ହତ୍ୟା ଉଦ୍ୟମ ମାମଲା: ୪ ମାସ ପରେ ଦମ୍ପତି ଗଲେ ଜେଲ୍

ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସାହାଣୀ ସାହିର କୀର୍ତ୍ତନ ଦାସ (୬୬) ଏବଂ ତାଙ୍କ ସ୍ତ୍ରୀ ସୁବାସି ଦାସ (୬୦)ଙ୍କୁ ଶୁକ୍ରବାର…

ଦ୍ରୁତଗତିରେ ବାଇକ୍ ଚାଳନାକୁ ନେଇ ଗୋଷ୍ଠୀ ସଂଘର୍ଷ: ବୁଲିଲା ଠେଙ୍ଗା, ରଣକ୍ଷେତ୍ର ପାଲଟିଲା ଗାଁ ରାସ୍ତା

ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ଅନ୍ତର୍ଗତ ବଜ୍ରଗୁମ୍ମା ଗ୍ରାମର ଓଡ଼ିଆ ସାହିରେ ଗୁରୁବାର ଅପରାହ୍ନରେ ଦ୍ରୁତଗତିରେ…

ଯୌତୁକ ନିର୍ଯ୍ୟାତନାରୁ ମହିଳାଙ୍କ ଆତ୍ମହତ୍ୟା ଘଟଣା: ୫ ମାସ ପରେ ଅଭିଯୁକ୍ତ ସ୍ବାମୀ ଗଲେ ଜେଲ  

ଦିଗପହଣ୍ଡି,୨|୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧୦ ନଂ ୱାର୍ଡ ଆନନ୍ଦ ନଗର ର ବିଶ୍ଵନାଥ ମହାରଣାଙ୍କ ଝିଅ ଉଷାରାଣୀ ମହାରଣା ସ୍ବାମୀ ଓ…

୧୦ ଲକ୍ଷ ଯୌତୁକ ଦାବିରେ ନିର୍ଯାତନା: ମାଡ଼ମାରି ନବବଧୂଙ୍କ ନାକରୁ ରକ୍ତସ୍ରାବ, ନନ୍ଦିପଦା ଥାନାରେ ମାମଲା ରୁଜୁ

ହାଟଡିହୀ/ଛେନାପଦୀ, ୨।୧୦ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଡ଼ଅଁର ପଞ୍ଚାୟତ ଅନ୍ତର୍ଗତ ସରଳା-ରାଧାନଗରପାଟଣା ଗ୍ରାମରେ ଜଣେ ନବବଧୂଙ୍କୁ ୧୦ ଲକ୍ଷ ଟଙ୍କା ଯୌତୁକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?