Posted inଖେଳ

ପ୍ରଥମ ଦିନରେ ୩ ଜାତୀୟ ରେକର୍ଡ

ଭୁବନେଶ୍ୱର, ୧୭।୮ (ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମର ନବନିର୍ମିତ ଇନ୍‌ଡୋର ଆକ୍ୱାଟିକ୍‌ ସେଣ୍ଟରରେ ବୁଧବାର ୩୯ତମ ସବ୍‌ଜୁନିୟର ଓ ୪୯ତମ ଜୁନିୟର ଜାତୀୟ ଆକ୍ୱାଟିକ୍‌ ଚାମ୍ପିୟନଶିପ୍‌ ଆରମ୍ଭ ହୋଇଛି। ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ସଚିବ ଆର. ଭିନିଲ କ୍ରିଷ୍ଣା ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଛନ୍ତି। ”ସୁଇମିଂ ଫେଡେରେଶନ ଅଫ୍‌ ଇଣ୍ଡିଆ ସହ ପାର୍ଟନରଶିପ୍‌ କରି ଆମେ କାର୍ଯ୍ୟ କରୁଛୁ। ଓଡ଼ିଶାରେ ସୁଇମିଂ ଇକୋ ସିଷ୍ଟମର ଉନ୍ନତି ପାଇଁ ଆମେ ସେମାନଙ୍କ ସାହାଯ୍ୟ ନେଉଛୁ। ଏବେ ଆମ ନିକଟରେ ନୂଆ ଆକ୍ୱାଟିକ୍‌ ସେଣ୍ଟର ଉପଲବ୍ଧ। ଏହା ଦେଶରେ ଅନ୍ୟତମ ଶ୍ରେଷ୍ଠ। ଆମେ କ୍ରମାଗତ ଜାତୀୟ ପ୍ରତିଯୋଗିତା ଆୟୋଜନ କରୁଛୁ।

ଏହି ବର୍ଗରେ ଆମ ନିକଟରେ ଅନେକ ପ୍ରତିଭା ସମ୍ପନ୍ନ ସନ୍ତରଣକାରୀ ଅଛନ୍ତି। ସେମାନଙ୍କୁ ଶ୍ରେଷ୍ଠ ସୁବିଧା ସୁଯୋଗ ଦେବା ଆମର ଲକ୍ଷ୍ୟ“ ବୋଲି ଭିନିଲ କ୍ରିଷ୍ଣା ପ୍ରକାଶ କରିଛନ୍ତି। ସୁଇମିଂ ଫେଡେରେଶନ ଅଫ୍‌ ଇଣ୍ଡିଆ ମହାସଚିବ ମୋନାଲ ଚୋକ୍‌ଶି କହିଛନ୍ତି ଯେ, ”ଓଡ଼ିଶା ରାଜ୍ୟ ସରକାର ଏଠାରେ ବିଶ୍ୱସ୍ତରୀୟ ଆକ୍ୱାଟିକ୍‌ ସେଣ୍ଟର ଉପଲବ୍ଧ କରାଇଛନ୍ତି। ଅତ୍ୟାଧୁନିକ ସୁବିଧା ସୁଯୋଗଥିବା ଦେଶର ଏହା ହେଉଛି ଅନ୍ୟତମ ଶ୍ରେଷ୍ଠ ଆକ୍ୱାଟିକ୍‌ ସେଣ୍ଟର। ଆମ ସନ୍ତରଣକାରୀମାନେ ଏଠାରେ ସନ୍ତରଣ କରିବାର ଭଲ ସୁଯୋଗ ପାଇଛନ୍ତି“।

ପ୍ରଥମ ଦିବସରେ ୩ଟି ନୂଆ ଜାତୀୟ ରେକର୍ଡ ପ୍ରତିଷ୍ଠା ହୋଇଛି। ଗ୍ରୁପ୍‌-୧ ବାଳକ ୧୦୦ ମିଟର ବଟରଫ୍ଲାଏରେ ଆସାମର ଜନଞ୍ଜୟ ଜେ.ହଜାରିକା ୫୫.୯୯ ସେକେଣ୍ଡ ସମୟ ନେଇ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ପ୍ରିଲିମ୍‌ରେ ସେ ଚମତ୍କାର ପ୍ରଦର୍ଶନ କରି ୨୦୧୭ରେ ମହାରାଷ୍ଟ୍ରର ମିହିର ଆମ୍ବ୍ରେ (୫୫.୬୫) କରିଥିବା ରେକର୍ଡକୁ ଭାଙ୍ଗିଛନ୍ତି। ପ୍ରଥମ ଦିବସରେ କର୍ନାଟକ ବାଳିକାମାନେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ଗ୍ରୁପ୍‌-୧ ଇଣ୍ଡିଭିଜୁଆଲ ମିଡ୍‌ଲେ ୨୦୦ ମିଟରରେ ସ୍ବର୍ଣ୍ଣ ପଦକ ଜିତି ଏହି ରାଜ୍ୟପାଇଁ ପଦକ ଖାତା ଖୋଲିଛନ୍ତି ମାନ୍‌ଭି ବର୍ମା। ସେ ୨:୨୨.୮୬ ସେକେଣ୍ଡ ସମୟ ନେଇଛନ୍ତି।

ମହାରାଷ୍ଟ୍ରର ରାଘବୀ ରାମାନୁଜମ୍‌ ୨:୩୦.୫୬ ସେକେଣ୍ଡ ନେଇ ରୌପ୍ୟ ପଦକ ପାଇଛନ୍ତି। କର୍ନାଟକର ତନିଶି ଗୁପ୍ତା ଗ୍ରୁପ୍‌-୨ ଇଣ୍ଡିଭିଜୁଆଲ ମିଡ୍‌ଲେରେ ୨:୨୪.୮୩ ସେକେଣ୍ଡ ସମୟ ନେଇ ସ୍ବର୍ଣ୍ଣ ପଦକ ଜିତିବାସହ ରେକର୍ଡର ଅଧିକାରୀ ହୋଇଛନ୍ତି। ୨୦୨୨ରେ ମାନଭି ବର୍ମା ୨:୨୬.୯୯ ସେକେଣ୍ଡ ନେଇ କରିଥିବା ରେକର୍ଡକୁ ତନିଶି ଭାଙ୍ଗିଛନ୍ତି। କର୍ନାଟକର ନିଶା ୨:୨୯.୮୪ ସେକେଣ୍ଡ ସହିତ ରୌପ୍ୟ ପଦକ ପାଇଛନ୍ତି। ଦିବସର ତୃତୀୟ ଜାତୀୟ ରେକର୍ଡ କରିଛନ୍ତି କର୍ନାଟକର ଭିଦିଥ ଏସ. ଶଙ୍କର। ଗ୍ରୁପ୍‌-୧ ବାଳକ ୫୦ ମିଟର ବ୍ରେଷ୍ଟଷ୍ଟ୍ରୋକ୍‌ରେ ସେ ୨୯.୪୦ ସେକେଣ୍ଡ ସମୟ ନେଇ ଏହି ସଫଳତା ପାଇଛନ୍ତି। ୨୦୨୨ରେ ହରିୟାଣାର ବଂଶ ପନ୍ନୁ ୨୯.୫୯ ସେକେଣ୍ଡ ସମୟ ନେଇ ଯେଉଁ ଜାତୀୟ ରେକର୍ଡର ଅଧିକାରୀ ହୋଇଥିଲେ ତାହାକୁ ଶଙ୍କର ଏଠାରେ ଭାଙ୍ଗିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?