ନୂଆଦିଲ୍ଲୀ, ୪ା୭(ପି.ଟି.): ଜନି ବେୟାରଷ୍ଟୋଙ୍କ ବିବାଦୀୟ ରନ୍ ଆଉଟ ମାମଲାରେ କ୍ରିକେଟର ନିୟମ ପ୍ରଣେତା ମେରିଲବୋନ୍ କ୍ରିକେଟ କ୍ଲବ୍(ଏମ୍ସିସି) ପକ୍ଷରୁ ଏହାର ୩ ଜଣ ସଦସ୍ୟଙ୍କୁ ସସ୍ପେଣ୍ଡ କରାଯାଇଛି। ଲଡର୍ସରେ ଅନୁଷ୍ଠିତ ଆଶେସ୍ ସିରିଜ୍ର ଦ୍ୱିତୀୟ ଟେଷ୍ଟ ମ୍ୟାଚର ଚତୁର୍ଥ ଇନିଂସରେ ଇଂଲଣ୍ଡ ଉଇକେଟକିପର ଜନି ବେୟାରଷ୍ଟୋ ବିବାଦୀୟ ଢଙ୍ଗରେ ରନ୍ ଆଉଟ ହୋଇଥିଲେ। ଏହାପରେ ପଡ଼ିଆରୁ ଫେରୁଥିବା ସମୟରେ ଲଙ୍ଗ ରୁମ୍ରେ ଡେଭିଡ୍ ଓ୍ବାର୍ନର ଓ ଉସ୍ମାନ ଖ୍ବାଜାଙ୍କ ସହ କିଛି ଦର୍ଶକ ଯୁକ୍ତି କରିଥିଲେ। ଉକ୍ତ ଦର୍ଶକ ଷ୍ଟାଣ୍ଡଟି ଏମ୍ସିସି ପାଇଁ ସଂରକ୍ଷିତ ରହିଥିବା ବେଳେ ଏଥିରେ ବସିଥିବା ୩ ଜଣ ବ୍ୟକ୍ତି ଏମ୍ସିସିର ସଦସ୍ୟ ରହିଥିଲେ। ଏହି ଘଟଣାର ଭିଡିଓ ପ୍ରସାରିତ ହେବା ପରେ ତୁରନ୍ତ ଏମ୍ସିସି ପକ୍ଷରୁ ଅଷ୍ଟ୍ରେଲିଆ ଦଳକୁ କ୍ଷମା ପ୍ରାର୍ଥନା କରାଯାଇଥିଲା। ସୁରକ୍ଷାକର୍ମୀଙ୍କ ହସ୍ତକ୍ଷେପ ପରେ ଉଭୟ ଖେଳାଳିଙ୍କୁ ସେଠାରୁ ନିଆଯାଇଥିଲା। ଇଂଲଣ୍ଡ ଦଳର ଉଇକେଟକିପର ବ୍ୟାଟର ଜନି ବେୟାରଷ୍ଟୋ ସପ୍ତମ ଖେଳାଳି ଭାବରେ ବ୍ୟାଟିଂ କରିବାକୁ ଆସିଥିଲେ। ୨୨ ବଲ୍ରୁ ୨ ଚୌକା ସହିତ ୧୦ ରନ୍ କରିଥିବା ବେଳେ ଏକ ବଲ୍କୁ ଛାଡ଼ି ଦେଇଥିଲେ। ବଲ୍ଟିକୁ ସେ ଡକ୍ କରିଥିବା ବେଳେ ଏହା ଆଲେକ୍ସ କେରୀଙ୍କ ହାତକୁ ଯାଇଥିଲା। ବେୟାରଷ୍ଟୋ ଏହା ପରେ କ୍ରିଜ୍ ଛାଡ଼ି ନନ୍ ଷ୍ଟ୍ରାଇକରେ ଥିବା ବେନ୍ ଷ୍ଟୋକ୍ସଙ୍କ ସହିତ ଆଲୋଚନା ପାଇଁ ଆଗକୁ ଯାଇଥିଲେ। ବଲ୍ଟି ଡେଡ୍ ହେବା ପୂର୍ବରୁ ସେ କ୍ରିଜ୍ ବାହାରକୁ ଆସିଥିବାରୁ କେରୀ ଷ୍ଟମ୍ପକୁ ବଲ୍ ଥ୍ରୋ କରିବା ସହିତ ତାଙ୍କୁ ରନ୍ ଆଉଟ କରିଥିଲେ। ଏହାପରେ ଅଷ୍ଟ୍ରେଲୀୟ ଖେଳାଳିଙ୍କ ସହିତ ବେନ୍ ଷ୍ଟୋକ୍ସଙ୍କ ଯୁକ୍ତିତର୍କ ହୋଇଥିଲା। ଏହା ସ୍ପିରିଟ୍ ଅଫ୍ କ୍ରିକେଟର ବିରୋଧୀ ବୋଲି ଯୁକ୍ତି କରିବା ସହିତ ଇଂଲିଶ ଖେଳାଳି ବିରୋଧ କରିଥିଲେ।
ସୋମବାର ଏମ୍ସିସି ପକ୍ଷରୁ ଏହି ଯୁକ୍ତିତର୍କରେ ସମ୍ପୃକ୍ତ ଥିବା ୩ ଜଣ ଏମ୍ସିସି ଅଫିସିଆଲଙ୍କୁ ସସ୍ପେଣ୍ଡ କରାଯାଇଛି। ଏମ୍ସିସି ମୁଖ୍ୟ କାର୍ଯ୍ୟନିର୍ବାହୀ ଗାଏ ଲାଭେଣ୍ଡର ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ପଡ଼ିଆରେ ଉକ୍ତ ଘଟଣା ଘଟିବା ପରେ ଷ୍ଟାଡିୟମରେ ଉପସ୍ଥିତ ଦର୍ଶକମାନେ ଅଷ୍ଟ୍ରେଲୀୟ ଦଳକୁ ଚିଟର(ଠକ) ବୋଲି କହିଥିଲେ।
ଖ୍ବାଜାଙ୍କ ଅସନ୍ତୋଷ: ଏହି ଘଟଣାକୁ ନେଇ ଅଷ୍ଟ୍ରେଲୀୟ ଓପନିଂ ବ୍ୟାଟର ଉସ୍ମାନ ଖ୍ବାଜା ଅସନ୍ତୋଷ ପ୍ରକାଶ କରିଛନ୍ତି। ଲଡର୍ସ ଏମିତି ଏକ ସ୍ଥାନ, ଯେଉଁଠି କ୍ରିକେଟ ଓ କ୍ରିକେଟରଙ୍କୁ ସମ୍ମାନ ମିଳିଥାଏ। ମାତ୍ର ଲଙ୍ଗରୁମ୍ରେ କିଛି ସଦସ୍ୟ ଯେଉଁଭଳି ବ୍ୟବହାର କଲେ ତାହା ଅଗ୍ରହଣୀୟ ବୋଲି କହିଥିଲେ ଖ୍ବାଜା।
ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍ ହେଉଛନ୍ତି ଛାତ୍ରୀଛାତ୍ର
ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…
ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍, ହୁ ହୁ ହୋଇ ବଢିବ ଧନ!
ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…
ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି
ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…
ଧର୍ମାନ୍ତରୀକରଣ
ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…
ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ
ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…
ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍ପି
ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…
ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ
ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…
ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍ ଗୀତ ଗାଇ…
କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍ ଗାୟିକା ହେବା ସହିତ ସେ ଜଣେ…
Archives

