୩ ମେଗା ପ୍ରକଳ୍ପ ଦିଗହରା: ଅବଧି ସରିଲାଣି, ସରୁନି କାମ

ରାୟଗଡ଼ା,୨।୩(ଭାଗ୍ୟଶ୍ରୀ ମିଶ୍ର): ପ୍ରତ୍ୟେକ ଘରକୁ ଟ୍ୟାପ୍‌ ଯୋଗେ ବିଶୁଦ୍ଧ ଜଳ ଯୋଗାଣ ଲକ୍ଷ୍ୟ ନେଇ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଜଳ ଜୀବନ ମିଶନ କାର୍ଯ୍ୟକାରୀ ହେଉଛି। ଏହି ମିଶନ ଅଧୀନରେ ଜଳ ଯୋଗାଣର ମେଗା ପ୍ରୋଜେକ୍ଟ ନିର୍ମାଣ କାମ ଚାଲୁଛି l ୨୦୨୪ ସୁଦ୍ଧା ପ୍ରତି ଘରକୁ ପାଣି ପହଞ୍ଚାଇବା ସରକାର ଲକ୍ଷ୍ୟଧାର୍ଯ୍ୟ ରଖିଥିବାବେଳେ ରାୟଗଡ଼ା ଜିଲାରେ ମେଗା ପ୍ରକଳ୍ପ ଦିଗହରା ହୋଇଥିବା ଅଭିଯୋଗ ହୋଇଛି l ଜିଲାରେ ମୋଟ ୩ଟି ମେଗା ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଥିବାବେଳେ ପ୍ରୋଜେକ୍ଟର ଅବଧି ସରିଲାଣି, ହେଲେ କାମ ସମ୍ପୂର୍ଣ୍ଣ ହୋଇପାରୁନାହିଁ। ଫଳରେ ଗ୍ରାମାଞ୍ଚଳ ଲୋକେ ୨୦୨୪ ସୁଦ୍ଧା ବିଶୁଦ୍ଧ ପାନୀୟଜଳ ଟ୍ୟାପ୍‌ ଯୋଗେ ପାଇବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଜିଲାର ଏବେ ବି ଅନେକ ଗ୍ରାମରେ ଲୋକେ ପାନୀୟଜଳ ପାଇଁ ନଦୀ, ନାଳ ଏବଂ ଝରଣା ଉପରେ ନିର୍ଭର କରୁଛନ୍ତି।
ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ତଥ୍ୟ ଅନୁଯାୟୀ, ବିଷମକଟକ ଏବଂ ଗୁଣପୁରକୁ ମିଶାଇ ଗୋଟେ ମେଗା ପ୍ରୋଜେକ୍ଟ କରାଯାଇଛି, ଯେଉଁଥିରେ ବଂଶଧାରା ନଦୀରୁ ପାଣି ଉଠାଯାଇ ବିଷମକଟକର ୨୦ ପଞ୍ଚାୟତର ୨୬୪ ଗ୍ରାମ ଏବଂ ଗୁଣପୁରର ୧୪ ପଞ୍ଚାୟତର ୯୫ଟି ଗ୍ରାମକୁ ପାନୀୟଜଳ ଯୋଗାଣ ପାଇଁ ଲକ୍ଷ୍ୟ ରଖାଯାଇଥିଲା। ବିଷମକଟକ ପ୍ରୋଜେକ୍ଟର ମୂଲ୍ୟ ୮୪.୨୩ କୋଟି ରଖାଯାଇଥିବା ବେଳେ ଗୁଣପୁର ପାଇଁ ୭୯.୪୦ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି। ୨ଟି ଏଗ୍ରିମେଣ୍ଟ ତା୧୭।୧୨।୨୦୧୯ରିଖରେ ଏକ ଅଣଓଡ଼ିଆ ସଂସ୍ଥା ରାଜସ୍ଥାନର ଜୁବେରୀ ଇଞ୍ଜିନିୟରିଂ କନ୍‌ଷ୍ଟ୍ରକ୍‌ଶନ ପ୍ରାଇଭେଟ୍‌ ଲିମିଟେଡ୍‌କୁ ଦିଆଯାଇଛି। ଏହି ୨ ପ୍ରୋଜେକ୍ଟ କାମ ୧୬।୧୨।୨୦୨୧ ସୁଦ୍ଧା ସମ୍ପୂର୍ଣ୍ଣ କରାଯିବାକୁ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଅବଧି ସମୟ ୨ ବର୍ଷ ପୂରିଥିଲେ ମଧ୍ୟ ଏବେ ନିର୍ମାଣ କାମ ଅଧାପନ୍ତରିଆ ଅବସ୍ଥାରେ ପଡ଼ିଛି। ପ୍ରୋଜେକ୍ଟଗୁଡ଼ିକରେ ୨ଥର ଲେଖାଏଁ ସମୟ ଅବଧି ପରିବର୍ତ୍ତନ କରାଯାଇଥିଲେ ମଧ୍ୟ ସମ୍ପୃକ୍ତ ଠିକାସଂସ୍ଥା କାର୍ଯ୍ୟରେ ବିଳମ୍ବ କରିଚାଲିଛି। ସେହିପରି କାଶୀପୁର ଏବଂ ରାୟଗଡ଼ା ମେଗା ପ୍ରୋଜେକ୍ଟ କାଶୀପୁର ବ୍ଲକର ୨୪ଟି ଗ୍ରାମପଞ୍ଚାୟତର ୪୧୮ ଗ୍ରାମ ଏବଂ ରାୟଗଡ଼ାର ୪ଟି ପଞ୍ଚାୟତର ୪୯ ଗ୍ରାମର ଶତାଧିକ ଲୋକଙ୍କୁ ଜଳ ଯୋଗାଣ ଲକ୍ଷ୍ୟ ରଖି ଆରମ୍ଭ କରାଯାଇଥିଲା, ଯାହାର ଏଗ୍ରିମେଣ୍ଟ ମୂଲ୍ୟ ୨୯୮.୭ କୋଟି ଟଙ୍କା ବୋଲି ଜଣାପଡ଼ିଛି। ମୁମ୍ବାଇର କେଇସି ଇଣ୍ଟରନ୍ୟାଶନାଲ ଏଜେନ୍ସିକୁ ଏହି ପ୍ରୋଜେକ୍ଟ ଦାୟିତ୍ୱ ଦିଆଯାଇଛି l କଳାହାଣ୍ଡି ଜିଲାର ଇନ୍ଦ୍ରାବତୀ ରିଜର୍ଭରୁ ପାଣି ଉଠାଇ ୨୮.୫ ଏମ୍‌ଏଲ୍‌ଡିର ଏକ ପାଣି ବିଶୋଧନାଗାର କରାଯାଇ ପ୍ରତି ଘରକୁ ପାଣି ଦେବା ଲକ୍ଷ୍ୟରେ ୩।୧୧।୨୦୨୧ରେ ଏହି ପ୍ରୋଜେକ୍ଟ ଆରମ୍ଭ କରାଯାଇଥିଲା। ୨।୧୧।୨୦୨୩ରେ ପ୍ରକଳ୍ପ କାମ ଶେଷହେବାର ଅବଧି ଥିଲେ ମଧ୍ୟ ଆଜିଯାଏଁ କାମ ସମ୍ପୂର୍ଣ୍ଣ ହୋଇନାହିଁ l କାଶୀପୁରରେ ସ୍ଥାନୀୟ ଲୋକଙ୍କ କିଛି ସମସ୍ୟା ଏବଂ ଜମି ସମସ୍ୟାକୁ ନେଇ କାର୍ଯ୍ୟରେ ବିଳମ୍ବ ହେଉଥିବା ବିଭାଗ ପକ୍ଷରୁ ଦର୍ଶାଯାଉଛି l ସେହିପରି ରାମନାଗୁଡ଼ା ଏବଂ କୋଲନରାରେ ୧୧୪.୬୮ କୋଟି ଟଙ୍କା ବ୍ୟୟରେ ମେଗା ପ୍ରୋଜେକ୍ଟ କାମ ଗତ ୬।୮।୨୨ରେ ସୂର୍ଯ୍ୟା ଇଣ୍ଟରନ୍ୟାଶନାଲକ ଦିଆଯାଇଛି। ୫।୮।୨୪ରେ କାମ ସରିବାକୁ ଲକ୍ଷ୍ୟ ରଖାଯାଇଛି। ଗ୍ରୀଷ୍ମ ପୂର୍ବରୁ ଏହି କାର୍ଯ୍ୟ ସରିବା ନେଇ ଆଶଙ୍କା ସୃଷ୍ଟି ହୋଇଛି l
ସରକାରଙ୍କ ଦ୍ୱାରା କରାଯାଇଥିବା ପୁରୁଣା ଯୋଜନାରେ ରାୟଗଡ଼ା ଜିଲାରେ ୬୮୨ ଗ୍ରାମର ଲୋକେ ପାଣି ପାଉଛନ୍ତି। ଗ୍ରାମ୍ୟ ଜଳ ଯୋଗାଣ ପକ୍ଷରୁ ଆହୁରି ୨୩୪୦ ଗ୍ରାମର ଶତାଧିକ ଲୋକଙ୍କୁ ପାଣି ପହଞ୍ଚାଇବା ଲକ୍ଷ୍ୟ ରଖାଯାଇଛି। ଏ ନେଇ ଗ୍ରାମ୍ୟ ଜଳ ଯୋଗାଣ ଏବଂ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀ ଗୋପାଳ ଚନ୍ଦ୍ର ନାୟକଙ୍କୁ ପଚାରିବାରୁ ମେଗା ପ୍ରକଳ୍ପ କାମ ଅନେକ କାରଣରୁ ବିଳମ୍ବ ହେଉଛି। କିଛି ସ୍ଥାନରେ ସ୍ଥାନୀୟ ବାସିନ୍ଦାଙ୍କ ସମସ୍ୟା ଏବଂ ଜମି ସମସ୍ୟା ରହୁଛି। ଅନ୍ୟପକ୍ଷରେ କାମ ନେଇଥିବା ସଂସ୍ଥାଗୁଡ଼ିକ ମଧ୍ୟ ବିଳମ୍ବ କରୁଛନ୍ତି l ବାରମ୍ବାର ତାଗିଦ ସହ ସେମାନଙ୍କୁ ପେନାଲ୍ଟି ମଧ୍ୟ ଚାର୍ଜ କରାଯାଉଛି ବୋଲି କହିଛନ୍ତି। ସରକାର ଏଥିପ୍ରତି ଦୃଷ୍ଟିଦେଇ ତୁରନ୍ତ ମେଗା ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ କରି ଲୋକଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇଦେବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଭିନ୍ନ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ

ଦାରିଙ୍ଗବାଡ଼ି,୨ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରହିଥିବା ସରକାରୀ ଓ ବେସରକାରୀ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଶୁକ୍ରବାର…

IND vs PAK: ଡେବ୍ୟୁ ମ୍ୟାଚରେ ପାକିସ୍ତାନର ଖେଳ ବିଗାଡ଼ିବେ ବୈଭବ ସୂର୍ଯ୍ୟବଂଶୀ; ଭାରତୀୟ ଦଳର ଏହି ଖେଳାଳି ଅଛନ୍ତି ଆକ୍ସନରେ!

ନୂଆଦିଲ୍ଲୀ,୨।୧୦: ୨୦୨୬ ଏସୀୟ କ୍ରୀଡ଼ାରେ ଶନିବାର ଦିନଟି ଏପର୍ଯ୍ୟନ୍ତ ସବୁଠାରୁ ରୋମାଞ୍ଚକର ଦିନ ହେବ ବୋଲି ଆଶା କରାଯାଉଛି, କାରଣ ଏହି ଦିନ ଏକ ଉତ୍ତେଜନାପୂର୍ଣ୍ଣ ମୁକାବିଲା…

ରାଜନୀତିରେ ହଲଚଲ: ମମତା ବାନାର୍ଜୀଙ୍କୁ ଖୋଲା ଅଫର ଦେଲା କଂଗ୍ରେସ, କହିଲା-ବାକି ଥିବା ବିଧାୟକ, ସାଂସଦଙ୍କୁ…

ନୂଆଦିଲ୍ଲୀ, ୨।୧୦: ପଶ୍ଚିମବଙ୍ଗ ରାଜନୀତିରେ ନୂଆ ଚର୍ଚ୍ଚା। ତୃଣମୂଳ କଂଗ୍ରେସ (TMC) ମୁଖ୍ୟ ମମତା ବାନାର୍ଜୀଙ୍କୁ କଂଗ୍ରେସକୁ ଫେରିବାକୁ ଖୋଲା ନିମନ୍ତ୍ରଣ ଦେଇଛନ୍ତି କଂଗ୍ରେସ ନେତା ଅଧୀର…

କୁସ୍ତିରେ ବଡ଼ ବିପର୍ଯ୍ୟୟ ଘଟାଇଲେ ମଲ୍ଲଯୋଦ୍ଧା ସୁଜିତ, ଭାରତକୁ ମିଳିଲା ପୁଣି ସ୍ବର୍ଣ୍ଣ

ନାଗୋୟା,୨ା୧୦: ଭାରତୀୟ ମଲ୍ଲଯୋଦ୍ଧା ସୁଜିତ କାଲ୍‌କାଲ୍‌ ୨୦୨୬ ଏସୀୟ କ୍ରୀଡ଼ାରେ ବଡ଼ ବିପର୍ଯ୍ୟୟ ଘଟାଇଛନ୍ତି। ସୁଜିତ ପୁରୁଷ ୬୫ କିଲୋଗ୍ରାମ ଫ୍ରିଷ୍ଟାଇଲ କୁସ୍ତି ବର୍ଗରେ ସ୍ବର୍ଣ୍ଣ ପଦକ…

ବ୍ରିଟିଶ ରାଜ ପରିବାରର ଅତିଥି ହେବେ ସୌରଭ ଗାଙ୍ଗୁଲି; ଆରମ୍ଭ ହେଲାଣି ସଜବାଜ

ନୂଆଦିଲ୍ଲୀ,୨।୧୦: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ବ୍ରିଟିଶ ରାଜ ପରିବାର ପକ୍ଷରୁ ଏକ ଚାରିଟି ମ୍ୟାଚ (ପରୋପକାରୀ ଉଦ୍ଦେଶ୍ୟରେ ଆୟୋଜିତ ମ୍ୟାଚ) ପାଇଁ…

ଦୀପାବଳି ପୂର୍ବରୁ ଚାଷୀଙ୍କୁ ଉପହାର: ଖାତାକୁ ଆସୁଛି PM କିଷାନର ୨୦୦୦ ଟଙ୍କା; ତୁରନ୍ତୁ କରନ୍ତୁ…

ନୂଆଦିଲ୍‌ଲୀ,୨।୧୦: ଦେଶର କୋଟି କୋଟି ଚାଷୀଙ୍କୁ ଦୀପାବଳି ପୂର୍ୱରୁ ସରକାର ଉପହାର ଦେଇପାରନ୍ତି। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-Kisan) ଯୋଜନାର ୨୪ତମ କିସ୍ତି…

ଉପକୂଳ ପରିବେଶ ସୁରକ୍ଷା ସମ୍ପର୍କିତ ତର୍କ ପ୍ରତିଯୋଗିତା: ସୁନ୍ଦର ପୃଥିବୀ ଗଠନ ପାଇଁ ଛାତ୍ରଛାତ୍ର ନେଲେ ଶପଥ

ମହାକାଳପଡ଼ା,୨ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସଦରମହକୁମା କିଆରବାଙ୍କସ୍ଥିତ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ସଭାଗୃହରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଉପକୂଳ…

ବର୍ଷା ପାଇଁ ଯଦି ଭାରତ-ପାକିସ୍ତାନ ଫାଇନାଲ ମ୍ୟାଚ ବାତିଲ ହୋଇଯାଏ, ତେବେ କିଏ ସ୍ବର୍ଣ୍ଣ ପଦକ ପାଇବ? ଜାଣନ୍ତୁ…

ନୂଆଦିଲ୍ଲୀ,୨।୧୦: ୨୦୨୬ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ପାଇଁ ଭାରତ ଓ ପାକିସ୍ତାନ ଦଳ ମୁହାଁମୁହିଁ ହେବାକୁ ଯାଉଛନ୍ତି। ପ୍ରଶଂସକମାନେ ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲାକୁ ଉତ୍ସାହର ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?