ଏପର୍ଯ୍ୟନ୍ତ ସମସ୍ତ ଆସନରେ ପ୍ରାର୍ଥୀ ଘୋଷଣା କରିପାରୁନାହାନ୍ତି ରାଜ୍ୟର ୩ ପ୍ରମୁଖ ଦଳ:ଜାଣନ୍ତୁ କାହାର କେତେ ଆସନ ବାକି ଅଛି

ଭୁବନେଶ୍ୱର,୨୪।୪(ସୁନିତ୍‌ ମିଶ୍ର):ରାଜ୍ୟରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ବୁଧବାର ପ୍ରାର୍ଥତ୍ପତ୍ର ଦାଖଲର ଶେଷ ଦିନ ରହିଛି। ହେଲେ ଏପର୍ଯ୍ୟନ୍ତ ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, ଭାଜପା ଏବଂ କଂଗ୍ରେସ ସମସ୍ତ ୧୪୭ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିପାରିନାହାନ୍ତି। ବହୁ ଛକାପଞ୍ଝା ଭିତରେ ରାଜନୈତିକ ଦଳଗୁଡ଼ିକ ନିଜର ପ୍ରାର୍ଥୀ ଘୋଷଣା କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଗତ ୨୦ ତାରିଖ ସୁଦ୍ଧା ସମସ୍ତ ଆସନରେ ପ୍ରାର୍ଥୀ ଘୋଷଣା କରିଦେବ ବୋଲି ମତ ରଖୁଥିବା ଭାଜପା ନେତୃବୃନ୍ଦ ଏଥିରେ ସଫଳ ହୋଇପାରିନାହାନ୍ତି। ଅନେକ ଆସନରେ ବିଜେଡି ଏବଂ ଭାଜପା ପରସ୍ପରର ପ୍ରାର୍ଥୀ ଘୋଷଣାକୁ ଅପେକ୍ଷା କରି ରହିଛନ୍ତି।
ରାଜ୍ୟରେ ଲଗାତର ୫ଥର ସରକାରରେ ଥିବା ଶାସକ ବିଜେଡି ଏଯାଏ ଆହୁରି ୬ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିପାରିନାହିଁ। ସେହି ଆସନଗୁଡିକ ମଧ୍ୟରେ ନୀଳଗିରି, ଭୋଗରାଇ, କୋରେଇ, ଖଣ୍ଡପଡ଼ା, ଖୋର୍ଦ୍ଧା ଏବଂ ବେଗୁନିଆ ରହିଛି। ନୀଳଗିରିରେ ଭାଜପା ଟିକେଟରେ ୨୦୧୯ରେ ବିଧାୟକ ହୋଇଥିବା ସୁକାନ୍ତ ନାଏକ କିଛିଦିନ ତଳୁ ବିଜେଡିରେ ଯୋଗଦେଇସାରିଛନ୍ତି। ହେଲେ ନୀଳଗିରି ଆସନରେ ୨୦୧୯ରେ ବିଜେଡିରୁ ପ୍ରାର୍ଥୀ ହୋଇଥିବା ସନ୍ତୋଷ ଖଟୁଆ ମାତ୍ର ୧୫୭୭ ଖଣ୍ଡ ଭୋଟରେ ସୁକାନ୍ତଙ୍କଠାରୁ ପରାଜିତ ହୋଇଥିଲେ। ତାଙ୍କୁ ବୁଝାଇବାରେ ଦଳ କୁଆଡ଼େ ବିଫଳ ହେଉଥିବା ଚର୍ଚ୍ଚା ହେଉଛି। ଯଦି ବିଜେଡି ସୁକାନ୍ତଙ୍କୁ ଟିକେଟ ଦିଏ ତେବେ ସନ୍ତୋଷ ଭାଜପାରୁ ପ୍ରାର୍ଥୀ ହୋଇପାରନ୍ତି। ତେଣୁ ନୀଳଗିରି ଆସନରେ ଭାଜପା ମଧ୍ୟ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହିଁ। ସେହିପରି ଭୋଗରାଇ ଆସନରେ ମଧ୍ୟ ବିଜେଡି ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରି ନ ଥିବା ବେଳେ ଭାଜପା ମଧ୍ୟ ସମାନ ରାସ୍ତାରେ ଚାଲିଛି। ଭାଜପା ଏହି ଆସନରେ ଏଯାଏ କାହାକୁ ପ୍ରାର୍ଥୀ କରିନାହିଁ। ଏହି ଦୁଇଟି ଯାକ ବିଧାନସଭା ଆସନ(ନୀଳଗିରି, ଭୋଗରାଇ)  ବାଲେଶ୍ୱର ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ରହିଛି। ତେଣୁ ୨୦୧୯ରେ ବାଲେଶ୍ୱର ଲୋକ ସଭା ଆସନ ଭାଜପା ହାତରେ ଥିବାବେଳେ ଏଥର ବିଜେଡି ଏଠାରୁ ବାଜିମାତ କରିବାକୁ ଚେଷ୍ଟା କରୁଛି। ବିଜେଡି ନିଜ ଦଳରୁ କାହାକୁ ଭରସା କରିବା ପରିବର୍ତ୍ତେ ଭାଜପାରୁ ଆମଦାନୀକରି ଆଣିଥିବା ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ପ୍ରାର୍ଥୀ କରିଛି।
ସେହି କ୍ରମରେ ଦେଖିଲେ ଭୁବନେଶ୍ୱର ଲୋକ ସଭା ଆସନକୁ ନେଇ ମଧ୍ୟ ବିଜେଡି ଓ ଭାଜପା ମଧ୍ୟରେ ପ୍ରବଳ ଛକାପଞ୍ଝା ଜାରି ରହିଛି। ଗତଥର ନିର୍ବାଚନରେ ଏହି ଲୋକ ସଭା ଆସନ ମଧ୍ୟ ଭାଜପା ଖାତାକୁ ଚାଲିଯାଇଥିଲା, ସେଥିଲାଗି ଏଥର ବିଜେଡି ପୁରୁଣା ଭୁଲ୍‌ ଦୋହରାଇବାକୁ ଚାହୁଁନାହିଁ। ସେଥିପାଇଁ ଖୋର୍ଦ୍ଧା ଏବଂ ବେଗୁନିଆରେ ବିଜେଡି ଏପର୍ଯ୍ୟନ୍ତ କାହାକୁ ପ୍ରାର୍ଥୀ କରିବ ସେହି କାର୍ଡ ଖୋଲିନାହିଁ। ୨୦୧୯ ନିର୍ବାଚନରେ ଭୁବନେଶ୍ୱର ଲୋକ ସଭା ଆସନ ଅନ୍ତର୍ଗତ ଖୋର୍ଦ୍ଧା ଏବଂ ବେଗୁନିଆ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ବାଜିମାତ କରିଥିଲେ। ହେଲେ ଏହି ୨ ନିର୍ବାଚନମଣ୍ଡଳୀ ଲୋକେ ଭାଜପା ଏମ୍‌ପି ପ୍ରାର୍ଥୀ ହୋଇଥିବା ଅପରାଜିତାଙ୍କୁ ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କଠାରୁ ଅଧିକ ଭୋଟ ଦେଇଥିଲେ। ଅର୍ଥାତ୍‌ ଏହି ୨ ଆସନରୁ ଅପରାଜିତା ଲିଡ୍‌ କରିବାରେ ସକ୍ଷମ ହୋଇଥିଲେ। ତେଣୁ ଏଥର ସେହି ଭୁଲ୍‌ ଯେପରି ନ ହେବ ସେହି ଗଣିତ ଶାସକ ଦଳ କଷିବାରେ ଲାଗିଛି। ସମାନଭାବେ ଭାଜପା ମଧ୍ୟ ଏହି ଦୁଇ ଆସନରେ ଏଯାଏଁ ପ୍ରାର୍ଥୀ କାହାକୁ କରିବ ଘୋଷଣା କରିନାହିଁ। ସେହିପରି କୋରେଇ ଏବଂ ଖଣ୍ଡପଡ଼ା ଆସନରେ ବିଜେଡି ଗଣିତ ଛିଣ୍ଡୁନାହିଁ। ଆକାଶ ଦାସ ନାୟକ କୋରେଇ ଆସନରୁ ବିଜେଡିର ଦାବିଦାର ଥିଲେ। ହେଲେ ତାଙ୍କୁ ଟିକେଟ ନ ମିଳିବା ନେଇ ସେ ସ୍ପଷ୍ଟ ହେବାପରେ ଭାଜପାରେ ଯୋଗଦେଇ ସେଠାରୁ ପ୍ରାର୍ଥୀ ହୋଇଛନ୍ତି। ବର୍ତ୍ତମାନ କୋରେଇ ଆସନ ରଖିବା ନେଇ ବିଜେଡିର ୨ ହେଭିଓ୍ବେଟ୍‌ ନେତା ପ୍ରୀତିରଞ୍ଜନ ଘଡ଼େଇ ଏବଂ ପ୍ରଣବ ପ୍ରକାଶ ଦାସଙ୍କ ମଧ୍ୟରେ ରାଜନୈତିକ ଲଢ଼େଇ ଜାରି ରହିଥିବା ଚର୍ଚ୍ଚା ହେଉଛି। ଉଭୟ ନିଜ ନିଜର ଆତ୍ମୀୟଙ୍କୁ ଏହି ଆସନରୁ ପ୍ରାର୍ଥୀ କରିବା ପାଇଁ ସମସ୍ତ ବଳ ଲଗାଇ ଦେଇଛନ୍ତି। ଖଣ୍ଡପଡ଼ାରେ ଦଳରୁ ଆଶାୟୀ ଅନେକ ଥିବାବେଳେ ବିଜେଡି ଦ୍ୱନ୍ଦ୍ୱ ଏପର୍ଯ୍ୟନ୍ତ ଦୂର କରିପାରି ନ ଥିବା ଚର୍ଚ୍ଚା ହେଉଛି।
ସେହିପରି ଭାଜପା ଏପର୍ଯ୍ୟନ୍ତ ଆହୁରି ୧୫ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିପାରିନାହିଁ। ଅନେକ ଆସନରେ ପ୍ରାର୍ଥୀ ପରିବର୍ତ୍ତନ ନେଇ ଦଳର ରାଜ୍ୟ କାର୍ଯ୍ୟାଳୟରେ ଅସନ୍ତୁଷ୍ଟମାନେ ପ୍ରତିବାଦ ଜାରି ରଖିଛନ୍ତି। ଏହାରି ଭିତରେ ଦଳ ବିଜେଡିରୁ ଆସୁଥିବା ନେତାମାନଙ୍କୁ ଅନେକ ସ୍ଥାନରେ ପ୍ରାର୍ଥୀ କରୁଥିବାରୁ ଯେଉଁମାନେ ପୂର୍ବରୁ ଉକ୍ତ ଆସନରେ ନିଜର ସଙ୍ଗଠନ କରିଛନ୍ତି ସେମାନଙ୍କୁ ବୁଝାଇବାରେ ଦଳ ଅସମର୍ଥ ହେଉଥିବା ଚର୍ଚ୍ଚା ହେଉଛି। ତେଣୁ ଅସନ୍ତୁଷ୍ଟ ହୋଇ ପୁରୁଣା ନେତାମାନେ ଯଦି ଦଳ ଛାଡ଼ିବେ ତାହା ବିଜେଡିକୁ ସୁହାଇପାରେ ବୋଲି ଅନୁମାନ କରି ଭାଜପା ପ୍ରାର୍ଥୀ ଦେଇ ନ ଥିବା ଆସନଗୁଡ଼ିକରେ ବହୁ ଉଦ୍ୟମ କରୁଛି। ତେଲକୋଇ, ଘସିପୁରା, ଚମ୍ପୁଆ, ଭୋଗରାଇ, ବସ୍ତା, ନୀଳଗିରି, ଭଣ୍ଡାରିପୋଖରୀ, ବାସୁଦେବପୁର, ବରୀ, ହିନ୍ଦୋଳ, ବାରବାଟୀ-କଟକ, ସାଲେପୁର, କେନ୍ଦ୍ରାପଡ଼ା, ବେଗୁନିଆ ଏବଂ ଖୋର୍ଦ୍ଧା ଆସନରେ ଏ ପର୍ଯ୍ୟନ୍ତ ପ୍ରାର୍ଥୀ ଦେଇପାରିନାହିଁ। ଅନ୍ୟପଟେ କଂଗ୍ରେସ ମଧ୍ୟ ୯ଟି ଆସନରେ ପ୍ରାର୍ଥୀ ଘୋଷଣା କରିପାରି ନ ଥିବାବେଳେ ଅନେକ ଆସନରେ ଭୁଲ୍‌ ପ୍ରାର୍ଥୀ ଚୟନ ନେଇ ଦଳ ଭିତରେ ଅସନ୍ତୁଷ୍ଟଙ୍କ ହୋହଲ୍ଲା ଥମିବାର ନାଁ ଧରୁନାହିଁ।

Enter your email to get our daily news in your inbox.

All Right Reserved By Dharitri.Com

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ୟୁଏନ୍‌ରେ ପାକିସ୍ତାନୀ ଖବରଦାତାଙ୍କୁ ଏସ୍‌. ଜୟଶଙ୍କରଙ୍କ କଡ଼ା ଜବାବ: କହିଲେ, ‘ଜଣେ ଆତଙ୍କବାଦୀ ଦେଶ ମୋତେ ଏମିତି ପ୍ରଶ୍ନ ପଚାରୁଛି’

ନ୍ୟୁୟର୍କ,୨୫।୯: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶୁକ୍ରବାର ୮୧ତମ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା (UNGA) ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜଣେ ପାକିସ୍ତାନୀ ଖବରଦାତାଙ୍କୁ କଡ଼ା…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?