ଏପର୍ଯ୍ୟନ୍ତ ସମସ୍ତ ଆସନରେ ପ୍ରାର୍ଥୀ ଘୋଷଣା କରିପାରୁନାହାନ୍ତି ରାଜ୍ୟର ୩ ପ୍ରମୁଖ ଦଳ:ଜାଣନ୍ତୁ କାହାର କେତେ ଆସନ ବାକି ଅଛି

ଭୁବନେଶ୍ୱର,୨୪।୪(ସୁନିତ୍‌ ମିଶ୍ର):ରାଜ୍ୟରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ବୁଧବାର ପ୍ରାର୍ଥତ୍ପତ୍ର ଦାଖଲର ଶେଷ ଦିନ ରହିଛି। ହେଲେ ଏପର୍ଯ୍ୟନ୍ତ ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, ଭାଜପା ଏବଂ କଂଗ୍ରେସ ସମସ୍ତ ୧୪୭ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିପାରିନାହାନ୍ତି। ବହୁ ଛକାପଞ୍ଝା ଭିତରେ ରାଜନୈତିକ ଦଳଗୁଡ଼ିକ ନିଜର ପ୍ରାର୍ଥୀ ଘୋଷଣା କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଗତ ୨୦ ତାରିଖ ସୁଦ୍ଧା ସମସ୍ତ ଆସନରେ ପ୍ରାର୍ଥୀ ଘୋଷଣା କରିଦେବ ବୋଲି ମତ ରଖୁଥିବା ଭାଜପା ନେତୃବୃନ୍ଦ ଏଥିରେ ସଫଳ ହୋଇପାରିନାହାନ୍ତି। ଅନେକ ଆସନରେ ବିଜେଡି ଏବଂ ଭାଜପା ପରସ୍ପରର ପ୍ରାର୍ଥୀ ଘୋଷଣାକୁ ଅପେକ୍ଷା କରି ରହିଛନ୍ତି।
ରାଜ୍ୟରେ ଲଗାତର ୫ଥର ସରକାରରେ ଥିବା ଶାସକ ବିଜେଡି ଏଯାଏ ଆହୁରି ୬ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିପାରିନାହିଁ। ସେହି ଆସନଗୁଡିକ ମଧ୍ୟରେ ନୀଳଗିରି, ଭୋଗରାଇ, କୋରେଇ, ଖଣ୍ଡପଡ଼ା, ଖୋର୍ଦ୍ଧା ଏବଂ ବେଗୁନିଆ ରହିଛି। ନୀଳଗିରିରେ ଭାଜପା ଟିକେଟରେ ୨୦୧୯ରେ ବିଧାୟକ ହୋଇଥିବା ସୁକାନ୍ତ ନାଏକ କିଛିଦିନ ତଳୁ ବିଜେଡିରେ ଯୋଗଦେଇସାରିଛନ୍ତି। ହେଲେ ନୀଳଗିରି ଆସନରେ ୨୦୧୯ରେ ବିଜେଡିରୁ ପ୍ରାର୍ଥୀ ହୋଇଥିବା ସନ୍ତୋଷ ଖଟୁଆ ମାତ୍ର ୧୫୭୭ ଖଣ୍ଡ ଭୋଟରେ ସୁକାନ୍ତଙ୍କଠାରୁ ପରାଜିତ ହୋଇଥିଲେ। ତାଙ୍କୁ ବୁଝାଇବାରେ ଦଳ କୁଆଡ଼େ ବିଫଳ ହେଉଥିବା ଚର୍ଚ୍ଚା ହେଉଛି। ଯଦି ବିଜେଡି ସୁକାନ୍ତଙ୍କୁ ଟିକେଟ ଦିଏ ତେବେ ସନ୍ତୋଷ ଭାଜପାରୁ ପ୍ରାର୍ଥୀ ହୋଇପାରନ୍ତି। ତେଣୁ ନୀଳଗିରି ଆସନରେ ଭାଜପା ମଧ୍ୟ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହିଁ। ସେହିପରି ଭୋଗରାଇ ଆସନରେ ମଧ୍ୟ ବିଜେଡି ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରି ନ ଥିବା ବେଳେ ଭାଜପା ମଧ୍ୟ ସମାନ ରାସ୍ତାରେ ଚାଲିଛି। ଭାଜପା ଏହି ଆସନରେ ଏଯାଏ କାହାକୁ ପ୍ରାର୍ଥୀ କରିନାହିଁ। ଏହି ଦୁଇଟି ଯାକ ବିଧାନସଭା ଆସନ(ନୀଳଗିରି, ଭୋଗରାଇ)  ବାଲେଶ୍ୱର ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ରହିଛି। ତେଣୁ ୨୦୧୯ରେ ବାଲେଶ୍ୱର ଲୋକ ସଭା ଆସନ ଭାଜପା ହାତରେ ଥିବାବେଳେ ଏଥର ବିଜେଡି ଏଠାରୁ ବାଜିମାତ କରିବାକୁ ଚେଷ୍ଟା କରୁଛି। ବିଜେଡି ନିଜ ଦଳରୁ କାହାକୁ ଭରସା କରିବା ପରିବର୍ତ୍ତେ ଭାଜପାରୁ ଆମଦାନୀକରି ଆଣିଥିବା ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ପ୍ରାର୍ଥୀ କରିଛି।
ସେହି କ୍ରମରେ ଦେଖିଲେ ଭୁବନେଶ୍ୱର ଲୋକ ସଭା ଆସନକୁ ନେଇ ମଧ୍ୟ ବିଜେଡି ଓ ଭାଜପା ମଧ୍ୟରେ ପ୍ରବଳ ଛକାପଞ୍ଝା ଜାରି ରହିଛି। ଗତଥର ନିର୍ବାଚନରେ ଏହି ଲୋକ ସଭା ଆସନ ମଧ୍ୟ ଭାଜପା ଖାତାକୁ ଚାଲିଯାଇଥିଲା, ସେଥିଲାଗି ଏଥର ବିଜେଡି ପୁରୁଣା ଭୁଲ୍‌ ଦୋହରାଇବାକୁ ଚାହୁଁନାହିଁ। ସେଥିପାଇଁ ଖୋର୍ଦ୍ଧା ଏବଂ ବେଗୁନିଆରେ ବିଜେଡି ଏପର୍ଯ୍ୟନ୍ତ କାହାକୁ ପ୍ରାର୍ଥୀ କରିବ ସେହି କାର୍ଡ ଖୋଲିନାହିଁ। ୨୦୧୯ ନିର୍ବାଚନରେ ଭୁବନେଶ୍ୱର ଲୋକ ସଭା ଆସନ ଅନ୍ତର୍ଗତ ଖୋର୍ଦ୍ଧା ଏବଂ ବେଗୁନିଆ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ବାଜିମାତ କରିଥିଲେ। ହେଲେ ଏହି ୨ ନିର୍ବାଚନମଣ୍ଡଳୀ ଲୋକେ ଭାଜପା ଏମ୍‌ପି ପ୍ରାର୍ଥୀ ହୋଇଥିବା ଅପରାଜିତାଙ୍କୁ ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କଠାରୁ ଅଧିକ ଭୋଟ ଦେଇଥିଲେ। ଅର୍ଥାତ୍‌ ଏହି ୨ ଆସନରୁ ଅପରାଜିତା ଲିଡ୍‌ କରିବାରେ ସକ୍ଷମ ହୋଇଥିଲେ। ତେଣୁ ଏଥର ସେହି ଭୁଲ୍‌ ଯେପରି ନ ହେବ ସେହି ଗଣିତ ଶାସକ ଦଳ କଷିବାରେ ଲାଗିଛି। ସମାନଭାବେ ଭାଜପା ମଧ୍ୟ ଏହି ଦୁଇ ଆସନରେ ଏଯାଏଁ ପ୍ରାର୍ଥୀ କାହାକୁ କରିବ ଘୋଷଣା କରିନାହିଁ। ସେହିପରି କୋରେଇ ଏବଂ ଖଣ୍ଡପଡ଼ା ଆସନରେ ବିଜେଡି ଗଣିତ ଛିଣ୍ଡୁନାହିଁ। ଆକାଶ ଦାସ ନାୟକ କୋରେଇ ଆସନରୁ ବିଜେଡିର ଦାବିଦାର ଥିଲେ। ହେଲେ ତାଙ୍କୁ ଟିକେଟ ନ ମିଳିବା ନେଇ ସେ ସ୍ପଷ୍ଟ ହେବାପରେ ଭାଜପାରେ ଯୋଗଦେଇ ସେଠାରୁ ପ୍ରାର୍ଥୀ ହୋଇଛନ୍ତି। ବର୍ତ୍ତମାନ କୋରେଇ ଆସନ ରଖିବା ନେଇ ବିଜେଡିର ୨ ହେଭିଓ୍ବେଟ୍‌ ନେତା ପ୍ରୀତିରଞ୍ଜନ ଘଡ଼େଇ ଏବଂ ପ୍ରଣବ ପ୍ରକାଶ ଦାସଙ୍କ ମଧ୍ୟରେ ରାଜନୈତିକ ଲଢ଼େଇ ଜାରି ରହିଥିବା ଚର୍ଚ୍ଚା ହେଉଛି। ଉଭୟ ନିଜ ନିଜର ଆତ୍ମୀୟଙ୍କୁ ଏହି ଆସନରୁ ପ୍ରାର୍ଥୀ କରିବା ପାଇଁ ସମସ୍ତ ବଳ ଲଗାଇ ଦେଇଛନ୍ତି। ଖଣ୍ଡପଡ଼ାରେ ଦଳରୁ ଆଶାୟୀ ଅନେକ ଥିବାବେଳେ ବିଜେଡି ଦ୍ୱନ୍ଦ୍ୱ ଏପର୍ଯ୍ୟନ୍ତ ଦୂର କରିପାରି ନ ଥିବା ଚର୍ଚ୍ଚା ହେଉଛି।
ସେହିପରି ଭାଜପା ଏପର୍ଯ୍ୟନ୍ତ ଆହୁରି ୧୫ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିପାରିନାହିଁ। ଅନେକ ଆସନରେ ପ୍ରାର୍ଥୀ ପରିବର୍ତ୍ତନ ନେଇ ଦଳର ରାଜ୍ୟ କାର୍ଯ୍ୟାଳୟରେ ଅସନ୍ତୁଷ୍ଟମାନେ ପ୍ରତିବାଦ ଜାରି ରଖିଛନ୍ତି। ଏହାରି ଭିତରେ ଦଳ ବିଜେଡିରୁ ଆସୁଥିବା ନେତାମାନଙ୍କୁ ଅନେକ ସ୍ଥାନରେ ପ୍ରାର୍ଥୀ କରୁଥିବାରୁ ଯେଉଁମାନେ ପୂର୍ବରୁ ଉକ୍ତ ଆସନରେ ନିଜର ସଙ୍ଗଠନ କରିଛନ୍ତି ସେମାନଙ୍କୁ ବୁଝାଇବାରେ ଦଳ ଅସମର୍ଥ ହେଉଥିବା ଚର୍ଚ୍ଚା ହେଉଛି। ତେଣୁ ଅସନ୍ତୁଷ୍ଟ ହୋଇ ପୁରୁଣା ନେତାମାନେ ଯଦି ଦଳ ଛାଡ଼ିବେ ତାହା ବିଜେଡିକୁ ସୁହାଇପାରେ ବୋଲି ଅନୁମାନ କରି ଭାଜପା ପ୍ରାର୍ଥୀ ଦେଇ ନ ଥିବା ଆସନଗୁଡ଼ିକରେ ବହୁ ଉଦ୍ୟମ କରୁଛି। ତେଲକୋଇ, ଘସିପୁରା, ଚମ୍ପୁଆ, ଭୋଗରାଇ, ବସ୍ତା, ନୀଳଗିରି, ଭଣ୍ଡାରିପୋଖରୀ, ବାସୁଦେବପୁର, ବରୀ, ହିନ୍ଦୋଳ, ବାରବାଟୀ-କଟକ, ସାଲେପୁର, କେନ୍ଦ୍ରାପଡ଼ା, ବେଗୁନିଆ ଏବଂ ଖୋର୍ଦ୍ଧା ଆସନରେ ଏ ପର୍ଯ୍ୟନ୍ତ ପ୍ରାର୍ଥୀ ଦେଇପାରିନାହିଁ। ଅନ୍ୟପଟେ କଂଗ୍ରେସ ମଧ୍ୟ ୯ଟି ଆସନରେ ପ୍ରାର୍ଥୀ ଘୋଷଣା କରିପାରି ନ ଥିବାବେଳେ ଅନେକ ଆସନରେ ଭୁଲ୍‌ ପ୍ରାର୍ଥୀ ଚୟନ ନେଇ ଦଳ ଭିତରେ ଅସନ୍ତୁଷ୍ଟଙ୍କ ହୋହଲ୍ଲା ଥମିବାର ନାଁ ଧରୁନାହିଁ।

Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

ଅଗ୍ନିବୀର ଯୋଜନା ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୨୬।୭: ଅଗ୍ନିବୀରଙ୍କୁ ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟର ସବୁ ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରାଯିବ ବୋଲି ଘୋଷଣା...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ, ୨ ଦିନ ମଧ୍ୟରେ…

ଭୁବନେଶ୍ୱର,୨୬।୭: ଆଳୁ ଦର ସମୀକ୍ଷା ପରେ ଗଣମାଧ୍ୟମରେ ପ୍ରତିକ୍ରୟା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ୨ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ କହଛନ୍ତି...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ସୁଭଦ୍ରା ଯୋଜନାକୁ ନେଇ ଭାଜପା ଉପରେ ବର୍ଷିଲେ ଲେଖାଶ୍ରୀ, କହିଲେ…

ଭୁବନେଶ୍ୱର,୨୬।୭: ରାଜ୍ୟ ସରକାର ବିଧାନସଭାରେ ତାଙ୍କର ପ୍ରଥମ ବଜେଟ ଗୁରୁବାର ଉପସ୍ଥାପନ କରିଥିଲେ । ଦୁଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ବଜେଟ୍‌ରେ ରାଜ୍ୟର...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri