କେନ୍ଦ୍ରାପଡ଼ା ଲୋକ ସଭା ନିର୍ବାଚନ ମଇଦାନରେ ୩ ପ୍ରମୁଖ ପ୍ରାର୍ଥୀ

କେନ୍ଦ୍ରାପଡ଼ା,୧୫ା୪ (ଜଗନ୍ନାଥ ଧଳ): ରାଜନୈତିକ ସମ୍ବେଦନଶୀଳ କେନ୍ଦ୍ରାପଡ଼ା ଜିଲାରେ ସାମ୍ପ୍ରତିକ ଖରା ତାତିଠାରୁ ଆହୁରି ଅଧିକ ରାଜନୀତି ତାତି ରହିଛି। ରାଜ୍ୟର ପ୍ରମୁଖ ୩ ରାଜନୈତିକ ଦଳ ଲୋକ ସଭା ପ୍ରାର୍ଥୀ ଘୋଷଣା ପରେ ପ୍ରାର୍ଥୀମାନେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ସାଧାରଣ ନିର୍ବାଚନ ପାଇଁ ବିଜେଡିର ଅଂଶୁମାନ ମହାନ୍ତି, ଭାଜପାର ବୈଜୟନ୍ତ ପଣ୍ଡା ଓ କଂଗ୍ରେସ ପ୍ରାର୍ଥୀ ଭାବେ ଇଂ. ସିଦ୍ଧାର୍ଥ ସ୍ବରୂପ ଦାସଙ୍କ ନାମ ଘୋଷଣା ହୋଇଛି। ଇତିମଧ୍ୟରେ ବିଜେଡି ପ୍ରାର୍ଥୀ ଅଂଶୁମାନ ନିର୍ବାଚନମଣ୍ଡଳୀର ୭ ବିଧାନସଭା କ୍ଷେତ୍ରକୁ ଯାଇ ଗୋଟିଏ ରାଉଣ୍ଡ ନିର୍ବାଚନୀ ପ୍ରଚାର ସାରିଛନ୍ତି। ସେହିପରି ଭାଜପା ପ୍ରାର୍ଥୀ ବୈଜୟନ୍ତ ଇତିମଧ୍ୟରେ ୪ଟି ବିଧାନସଭା କ୍ଷେତ୍ରରେ ଭାଜପା ସପକ୍ଷରେ ପ୍ରଚାର କରିଛନ୍ତି। କଂଗ୍ରେସ ପ୍ରାର୍ଥୀ ସିଦ୍ଧାର୍ଥ ସ୍ବରୂପଙ୍କ ନାମ ଶନିବାର ଘୋଷଣା ପରେ ରବିବାରଠାରୁ ବିଧିବଦ୍ଧ ଭାବେ କଂଗ୍ରେସର ନେତା ଓ କର୍ମୀଙ୍କୁ ଭେଟିଛନ୍ତି। କେନ୍ଦ୍ରାପଡ଼ା ଜିଲାର ୫ ଓ କଟକ ଜିଲାର ୨ ବିଧାନସଭା କ୍ଷେତ୍ରକୁ ନେଇ ଗଠିତ ଏହି ଲୋକ ସଭା ଆସନରେ ୧୯୫୨ ମସିହାରେ କଂଗ୍ରେସ ପ୍ରାର୍ଥୀ ଜିତିଥିଲେ। ଏହା ପରଠାରୁ ପ୍ରଜା ସୋସିଆଲ ପାର୍ଟିରୁ ସୁରେନ୍ଦ୍ରନାଥ ଦ୍ୱିବେଦୀ ୩ ଥର ଓ ଉତ୍କଳ କଂଗ୍ରେସରୁ ଥରେ ପ୍ରାର୍ଥୀ ହୋଇ ଜିତିଥିଲେ। ୧୯୭୭ରୁ ୧୯୮୫ ପର୍ଯ୍ୟନ୍ତ ଜନତା ପାର୍ଟି ପ୍ରାର୍ଥୀ ବିଜୁ ପଟ୍ଟନାୟକ, ଜନତା ପାର୍ଟିର ଶରତ ଦେବ, ରବି ରାୟ, ଶ୍ରୀକାନ୍ତ କୁମାର ଜେନା ଓ ପ୍ରଭାତ ସାମନ୍ତରାୟ ଏମ୍‌ପି ହୋଇଛନ୍ତି। ତେବେ ୧୯୯୯ ମସିହାଠାରୁ ଏହି ନିର୍ବାଚନ କ୍ଷେତ୍ର ବିଜେଡିର ଗଡ଼ ଭାବେ ପରିଚିତି ପାଲଟିଛି। ଗତ ସାଧାରଣ ନିର୍ବାଚନରେ ବିଜେଡିର ଅନୁଭବ ମହାନ୍ତିଙ୍କୁ ୫୦.୮୭ ପ୍ରତିଶତ ଭୋଟରଙ୍କ ମତ ମିଳିଥିବା ବେଳେ ଭାଜପାର ବୈଜୟନ୍ତଙ୍କୁ ୩୮.୫୩ ପ୍ରତିଶତ ଓ କଂଗ୍ରେସ ପ୍ରାର୍ଥୀ ଧରଣୀଧର ନାୟକଙ୍କୁ ମାତ୍ର ୯.୨୧ ପ୍ରତିଶତଙ୍କ ସମର୍ଥନ ମିଳିଥିଲା। ଚଳିତ ନିର୍ବାଚନରେ ଦଳ ବଦଳ କଂଗ୍ରେସ ସମର୍ଥନକୁ ହ୍ରାସ କରିବା ଆଶଙ୍କା ପ୍ରକାଶ ପାଇଛି। କଂଗ୍ରେସର ବରିଷ୍ଠ ନେତା ଗଣେଶ୍ୱର ବେହେରା ଓ ଅଂଶୁମାନ ମହାନ୍ତି ଦଳବଦଳ କରି ବିଜେଡିରେ ଯୋଗ ଦେଇଛନ୍ତି। ଇତିମଧ୍ୟରେ ଅଂଶୁମାନ ଲୋକ ସଭା ପ୍ରାର୍ଥୀ ଭାବେ ମନୋନୀତ ହୋଇଛନ୍ତି। ଭାଜପା ପକ୍ଷରୁ ଏହି ଜିଲାର କେନ୍ଦ୍ରାପଡ଼ା ଓ ରାଜନଗର ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇନାହିଁ। ବିଳମ୍ବିତ ପ୍ରାର୍ଥୀ ଘୋଷଣାକୁ ନେଇ ଆଶାୟୀ ନେତା ଆଶଙ୍କାରେ ଅଛନ୍ତି। ଅପରପକ୍ଷରେ ବିଜେଡି ପକ୍ଷରୁ କେନ୍ଦ୍ରାପଡ଼ା ବିଧାନସଭା କ୍ଷେତ୍ରକୁ ଛାଡ଼ି ଅନ୍ୟ ୪ଟିରେ ବିଧାୟକ ପ୍ରାର୍ଥୀଙ୍କ ନାମ ଘୋଷଣା ସରିଛି। ଆଶାୟୀ ପ୍ରାର୍ଥୀଙ୍କ ଦଳୀୟ ଅସନ୍ତୋଷ, ଖରସ୍ରୋତା ପାଣି ବିବାଦ, ଜଙ୍ଗଲ ଜମି ପଟ୍ଟା ସମସ୍ୟା, କୃଷି କ୍ଷେତ୍ରରେ ଜଳ ପରିଚାଳନା, ପାନୀୟ ଜଳ ପ୍ରକଳ୍ପ, ୧୬ ପଞ୍ଚାୟତକୁ ରାସ୍ତା ସହ ଉନ୍ନୟନ କାର୍ଯ୍ୟରେ ଅନିୟମିତତାକୁ ବିରୋଧୀ ଭାଜପା ଓ କଂଗ୍ରେସ ଏବେ ନିର୍ବାଚନୀ ଅସ୍ତ୍ର କରିଛି। ଅପରପକ୍ଷରେ ରାଜ୍ୟ ସରକାରଙ୍କ ବହୁ ଉନ୍ନୟନ ଯୋଜନା ଓ ଦୀର୍ଘ ୨୪ ବର୍ଷର ନିରବଚ୍ଛିନ୍ନ ସଙ୍ଗଠନକୁ ଗୁରୁତ୍ୱାରୋପ କରିଛି। ଯୁବବର୍ଗ ଓ ପ୍ରବାସୀ ସମସ୍ୟା ଜିଲା ପାଇଁ ଏକ ଚାଲେଞ୍ଜ ହୋଇଥିବା ରାଜନୈତିକ ବିଶ୍ଳେଷକ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

ପାଣି ସୁଅରେ ଭାସିଗଲା କାର, ଦୁଇ ଘଣ୍ଟା ଫସିଲେ ୨ ଜଣ

ଉଦଳା, ୨୫/୯(ସନ୍ତୋଷ ବାଛିନୀ): ଅଚାନକ ରାସ୍ତାରେ ପାଣି ପ୍ରବାହିତ ହେବାରୁ ପାଣି ସୁଅରେ ଏକ କାର ଭାସିଯାଇଥିବାବେଳେ ଏଥିରେ ଥିବା ଦୁଇ ଜଣ ପ୍ରାୟ ଦୁଇ ଘଣ୍ଟା…

ମୋରମ ରାସ୍ତାରେ ଦବୁଛି ଗାଡ଼ି: ରାଇକିଆ-ସିମନବାଡ଼ି ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ

ରାଇକିଆ, ୨୫।୯ (ପ୍ରଦୀପ ବେହେରା): ତିନି ଦିନ ଧରି ଲଗାଣ ବର୍ଷା ଯୋଗୁ କନ୍ଧମାଳ ଜିଲା ରାଇକିଆ ବ୍ଲକ ସୁଗଡ଼ବାଡ଼ି ପଞ୍ଚାୟତ ଅନ୍ତର୍ଗତ ମୁରୁଡ଼ିକୁପୁଡ଼ା ନିକଟରେ ରାଇକିଆ-ଦାରିଙ୍ଗବାଡ଼ିକୁ…

ଦଶହରା-ବାଲିଯାତ୍ରା ପୂର୍ବରୁ ମାଣିକେଶ୍ୱରୀ ପୀଠରେ ସୁରକ୍ଷା ଚିନ୍ତା: ଅଚଳ ସିସିଟିଭି, ଭଙ୍ଗା ପ୍ରାଚୀର ଓ ଲାଇଟ୍‌

ଥୁଆମୂଳରାମପୁର, ୨୫।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ଅତି ପୁରାତନ ତଥା ରାଜାରାଜୁଡ଼ା ଅମଳର ପ୍ରସିଦ୍ଧ ପୀଠର…

ଲଗାଣ ବର୍ଷାରେ ବେହାଲ ଥୁଆମୂଳ ରାମପୁର: ଧସିଲା ପାହାଡ଼, ଗଛ ପଡ଼ି ରାସ୍ତା ଅବରୋଧ

ଥୁଆମୂଳ ରାମପୁର, ୨୫।୯ (ଦୁର୍ଗା କୀର୍ତ୍ତି): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ‘ରେଡ୍‌ ୱାର୍ଣ୍ଣିଂ’ ଜାରି ହୋଇଥିବା ବେଳେ ଥୁଆମୂଳ ରାମପୁର ବ୍ଲକ୍‌ରେ…

କବାଡ଼ିରେ ଭାରତର ଦବଦବା: ପୁରୁଷ, ମହିଳା ଦଳ ଫାଇନାଲରେ

ନାଗୋୟା, ୨୫ା୯:ଭାରତର ଉଭୟ ପୁରୁଷ ଓ ମହିଳା ଦଳ ଏସିଆନ ଗେମ୍ସ କବାଡ଼ି ପ୍ରତିଯୋଗିତାର ଫାଇନାଲରେ ପ୍ରବେଶ କରିଛନ୍ତି। ଉଭୟ ଦଳ ସେମାନଙ୍କ ସ୍ବର୍ଣ୍ଣ ପଦକ ବଜାୟ…

ବିଶେଷ ଫରକ ପଡ଼ିବ ନାହିଁ, ବିରାଟ-ରୋହିତଙ୍କ ଦିନିକିଆରୁ ଅବସରକୁ ନେଇ ଏ କ’ଣ କହିଦେଲେ ସେହ୍ବାଗ

ନୂଆଦିଲ୍ଲୀ,୨୫।୯: ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ ସେପ୍ଟେମ୍ବର ୨୭ରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍‌ରେ ଆଉ ଥରେ…

ପ୍ରତିଯୋଗିତା ଛାଡ଼ି ଛାତ୍ରୀଙ୍କୁ ରୋଷେଇ କାମ!

ତୁମୁଡ଼ିବନ୍ଧ, ୨୫।୯ (ଦୀପକ କୁମାର ପରାସେଠ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତଜନିତ ବର୍ଷା ଗତ ୪ ଦିନ ହେଲା ଲାଗିରହିଛି। ଏହା ମଧ୍ୟରେ ଶୁକ୍ରବାର ତୁମୁଡ଼ିବନ୍ଧସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?