ଦେବୀ ନଦୀରେ ବୁଡ଼ିଗଲେ: ୩ ସାଙ୍ଗ ୨ ମୃତ, ଜଣେ ନିଖୋଜ

ବାଲିକୁଦା,୨୮ା୩(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ବାଲିକୁଦା ଥାନା ଅନ୍ତର୍ଗତ ମାଛଗଁା ଦେବୀ ନଦୀ କୂଳରେ ସୋମବାର ସକାଳେ ଏକ ଅଘଟଣ ଘଟିଛି। ଏହି ନଦୀକୁ ଗାଧୋଇବାକୁ ଆସିଥିବା ୪ ସାଙ୍ଗଙ୍କ ମଧ୍ୟରୁ ୩ ଜଣ ବୁଡ଼ି ଯାଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ମୃତଦେହ ମିଳିଥିବାବେଳେ ଜଣେ ନିଖୋଜ ଅଛନ୍ତି। ମୃତକ ଦ୍ୱୟ ହେଲେ ଏହି ଥାନା ଅନ୍ତର୍ଗତ ଆମ୍ବଶାଳ ଗ୍ରାମର କ୍ଷୀରୋଦ ବାରିକଙ୍କ ପୁଅ ସତ୍ୟବ୍ରତ (ବବୁଲ)। ଅନ୍ୟ ଜଣେ ହେଲେ ଏହି ଗ୍ରାମର ମାନସ ବାରିକଙ୍କ ପୁଅ କାହ୍ନା। ସେହିପରି ନିଖୋଜ ଜଣକ ହେଲେ ଭୁବନେଶ୍ୱରସ୍ଥିତ ସତ୍ୟନଗରର କାହ୍ନା ପାତ୍ରଙ୍କ ପୁଅ ଶୁଭମ୍‌। ଅପରପକ୍ଷେ ନୟାଗଡ ଜିଲା ରଣପୁର ଅଞ୍ଚଳର ଦୀପକ ମାର୍ଥାଙ୍କ ପୁଅ ତପନ ପାଣିକୁ ଯାଇ ନ ଥିବାରୁ ରକ୍ଷା ପାଇଯାଇଛନ୍ତି। ସମସ୍ତଙ୍କ ବୟସ ୧୬ରୁ ୧୭ ବର୍ଷ ମଧ୍ୟରେ ହେବ। ଚଳିତବର୍ଷ ବବୁଲ ମାଟ୍ରିକ ପରୀକ୍ଷା ଦେଇଥିବାବେଳେ ଅନ୍ୟ ୩ ଜଣ ସାଙ୍ଗ ଯୁକ୍ତ ୨ ପ୍ରଥମ ବର୍ଷ ଛାତ୍ର। ଖବରପାଇ ଦମକଳ ବାହିନୀ ଏବଂ ଓଡ୍ରାଫ୍‌ ଟିମ୍‌ ପହଞ୍ଚତ୍ ଖୋଜାଖୋଜି କରିଥିଲେ। ଏହି ସମୟରେ ଦମକଳ କେନ୍ଦ୍ରର ମଟର ବୋଟ୍‌ ଖରାପ ହୋଇଯିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ମିଳିଥିବା ସୂଚନା ଅନୁଯାୟୀ, କାହ୍ନାଙ୍କ ପରିବାର ଭୁବନେଶ୍ୱରରେ ରୁହନ୍ତି। ସେ ଶୁଭମ୍‌ ଓ ତପନଙ୍କୁ ନେଇ ରବିବାର ଆମ୍ବଶାଳ ଗ୍ରାମକୁ ଆସିଥିଲେ। ସୋମବାର ସକାଳେ ଏହି ୩ ସାଙ୍ଗଙ୍କ ସହ ବବୁଲ ୨ଟି ସାଇକେଲ ନେଇ ଦେବୀ ନଦୀକୁ ଗାଧୋଇବାକୁ ଯାଇଥିଲେ। ନଦୀ ପଠାରେ ସାଇକେଲ ଓ ପ୍ୟାଣ୍ଟଶାର୍ଟ ରଖି କାହ୍ନା ଓ ଶୁଭମ୍‌ ନଦୀରେ ଗାଧୋଉ ଥିବାବେଳେ ବବୁଲ ତୁଠ ନିକଟରେ ଠିଆହୋଇଥିଲେ। ଏହାଠାରୁ କିଛି ଦୂରରେ ଥିବା ଏକ ଗଛ ମୂଳରେ ବସି ତପନ ମୋବାଇଲ ଦେଖୁଥିଲେ। ଏହି ସମୟରେ ନଦୀରେ କାହ୍ନା ଓ ଶୁଭମ୍‌ ଭାସିଯାଇଥିଲେ। ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ ବବୁଲ ମଧ୍ୟ ପାଣିରେ ବୁଡ଼ିଯାଇଥିଲେ। ସାଙ୍ଗମାନଙ୍କ ପାଟିଶୁଣି ତପନ ଦୌଡି ଆସି ନଦୀକୂଳ ନିକଟରେ ରହୁଥିବା ଲୋକଙ୍କୁ ଡାକିଥିଲେ। କିନ୍ତୁ ସେତେବେଳକୁ ୩ ସାଙ୍ଗଙ୍କ ଆଉ ପତ୍ତା ମିଳି ନ ଥିଲା। ଖବରପାଇ ଅଗ୍ନିଶମ ବାହିନୀ ଓ ବାଲିକୁଦା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଥିଲେ। ଅଗ୍ନିଶମ ବାହିନୀ ନଦୀରେ ଖୋଜାଖୋଜି କରୁଥବାବେଳେ ବୋଟ୍‌ ଅଚଳ ହୋଇଯାଇଥିଲା। ପରେ ସ୍ଥାନୀୟ ଲୋକେ ଡଙ୍ଗାରେ ଜାଲ ପକାଇ ପ୍ରାୟ ୧ ଘଣ୍ଟା ପରେ ବବୁଲଙ୍କୁ ପାଣିରୁ ଉଦ୍ଧାର କରିଥିଲେ। ତାଙ୍କୁ ସଙ୍ଗେସଙ୍ଗେ ବାଲିକୁଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ଓଡ୍ରାଫ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚତ୍ ଖୋଜାଖୋଜି କରି କାହ୍ନାଙ୍କୁ ମୃତ ଅବସ୍ଥାରେ ଅପରାହ୍ନ ସମୟରେ ପାଣିରୁ ବାହାର କରିଛି। ଏହି ଘଟଣା ପ୍ରସାରିତ ହେବାପରେ ଦେବୀ ନଦୀ ପଠାରେ ଲୋକଙ୍କ ଭିଡ ଜମିବା ସହ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ବାଲିକୁଦା ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ଥାନାରେ ଅପମୃତ୍ୟୁ ମାମଲା( ନଂ. ୫/୨୩) ରୁଜୁ କରିଛି। ଏଥିସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri