ଦେବୀ ନଦୀରେ ବୁଡ଼ିଗଲେ: ୩ ସାଙ୍ଗ ୨ ମୃତ, ଜଣେ ନିଖୋଜ

ବାଲିକୁଦା,୨୮ା୩(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ବାଲିକୁଦା ଥାନା ଅନ୍ତର୍ଗତ ମାଛଗଁା ଦେବୀ ନଦୀ କୂଳରେ ସୋମବାର ସକାଳେ ଏକ ଅଘଟଣ ଘଟିଛି। ଏହି ନଦୀକୁ ଗାଧୋଇବାକୁ ଆସିଥିବା ୪ ସାଙ୍ଗଙ୍କ ମଧ୍ୟରୁ ୩ ଜଣ ବୁଡ଼ି ଯାଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ମୃତଦେହ ମିଳିଥିବାବେଳେ ଜଣେ ନିଖୋଜ ଅଛନ୍ତି। ମୃତକ ଦ୍ୱୟ ହେଲେ ଏହି ଥାନା ଅନ୍ତର୍ଗତ ଆମ୍ବଶାଳ ଗ୍ରାମର କ୍ଷୀରୋଦ ବାରିକଙ୍କ ପୁଅ ସତ୍ୟବ୍ରତ (ବବୁଲ)। ଅନ୍ୟ ଜଣେ ହେଲେ ଏହି ଗ୍ରାମର ମାନସ ବାରିକଙ୍କ ପୁଅ କାହ୍ନା। ସେହିପରି ନିଖୋଜ ଜଣକ ହେଲେ ଭୁବନେଶ୍ୱରସ୍ଥିତ ସତ୍ୟନଗରର କାହ୍ନା ପାତ୍ରଙ୍କ ପୁଅ ଶୁଭମ୍‌। ଅପରପକ୍ଷେ ନୟାଗଡ ଜିଲା ରଣପୁର ଅଞ୍ଚଳର ଦୀପକ ମାର୍ଥାଙ୍କ ପୁଅ ତପନ ପାଣିକୁ ଯାଇ ନ ଥିବାରୁ ରକ୍ଷା ପାଇଯାଇଛନ୍ତି। ସମସ୍ତଙ୍କ ବୟସ ୧୬ରୁ ୧୭ ବର୍ଷ ମଧ୍ୟରେ ହେବ। ଚଳିତବର୍ଷ ବବୁଲ ମାଟ୍ରିକ ପରୀକ୍ଷା ଦେଇଥିବାବେଳେ ଅନ୍ୟ ୩ ଜଣ ସାଙ୍ଗ ଯୁକ୍ତ ୨ ପ୍ରଥମ ବର୍ଷ ଛାତ୍ର। ଖବରପାଇ ଦମକଳ ବାହିନୀ ଏବଂ ଓଡ୍ରାଫ୍‌ ଟିମ୍‌ ପହଞ୍ଚତ୍ ଖୋଜାଖୋଜି କରିଥିଲେ। ଏହି ସମୟରେ ଦମକଳ କେନ୍ଦ୍ରର ମଟର ବୋଟ୍‌ ଖରାପ ହୋଇଯିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ମିଳିଥିବା ସୂଚନା ଅନୁଯାୟୀ, କାହ୍ନାଙ୍କ ପରିବାର ଭୁବନେଶ୍ୱରରେ ରୁହନ୍ତି। ସେ ଶୁଭମ୍‌ ଓ ତପନଙ୍କୁ ନେଇ ରବିବାର ଆମ୍ବଶାଳ ଗ୍ରାମକୁ ଆସିଥିଲେ। ସୋମବାର ସକାଳେ ଏହି ୩ ସାଙ୍ଗଙ୍କ ସହ ବବୁଲ ୨ଟି ସାଇକେଲ ନେଇ ଦେବୀ ନଦୀକୁ ଗାଧୋଇବାକୁ ଯାଇଥିଲେ। ନଦୀ ପଠାରେ ସାଇକେଲ ଓ ପ୍ୟାଣ୍ଟଶାର୍ଟ ରଖି କାହ୍ନା ଓ ଶୁଭମ୍‌ ନଦୀରେ ଗାଧୋଉ ଥିବାବେଳେ ବବୁଲ ତୁଠ ନିକଟରେ ଠିଆହୋଇଥିଲେ। ଏହାଠାରୁ କିଛି ଦୂରରେ ଥିବା ଏକ ଗଛ ମୂଳରେ ବସି ତପନ ମୋବାଇଲ ଦେଖୁଥିଲେ। ଏହି ସମୟରେ ନଦୀରେ କାହ୍ନା ଓ ଶୁଭମ୍‌ ଭାସିଯାଇଥିଲେ। ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ ବବୁଲ ମଧ୍ୟ ପାଣିରେ ବୁଡ଼ିଯାଇଥିଲେ। ସାଙ୍ଗମାନଙ୍କ ପାଟିଶୁଣି ତପନ ଦୌଡି ଆସି ନଦୀକୂଳ ନିକଟରେ ରହୁଥିବା ଲୋକଙ୍କୁ ଡାକିଥିଲେ। କିନ୍ତୁ ସେତେବେଳକୁ ୩ ସାଙ୍ଗଙ୍କ ଆଉ ପତ୍ତା ମିଳି ନ ଥିଲା। ଖବରପାଇ ଅଗ୍ନିଶମ ବାହିନୀ ଓ ବାଲିକୁଦା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଥିଲେ। ଅଗ୍ନିଶମ ବାହିନୀ ନଦୀରେ ଖୋଜାଖୋଜି କରୁଥବାବେଳେ ବୋଟ୍‌ ଅଚଳ ହୋଇଯାଇଥିଲା। ପରେ ସ୍ଥାନୀୟ ଲୋକେ ଡଙ୍ଗାରେ ଜାଲ ପକାଇ ପ୍ରାୟ ୧ ଘଣ୍ଟା ପରେ ବବୁଲଙ୍କୁ ପାଣିରୁ ଉଦ୍ଧାର କରିଥିଲେ। ତାଙ୍କୁ ସଙ୍ଗେସଙ୍ଗେ ବାଲିକୁଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ଓଡ୍ରାଫ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚତ୍ ଖୋଜାଖୋଜି କରି କାହ୍ନାଙ୍କୁ ମୃତ ଅବସ୍ଥାରେ ଅପରାହ୍ନ ସମୟରେ ପାଣିରୁ ବାହାର କରିଛି। ଏହି ଘଟଣା ପ୍ରସାରିତ ହେବାପରେ ଦେବୀ ନଦୀ ପଠାରେ ଲୋକଙ୍କ ଭିଡ ଜମିବା ସହ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ବାଲିକୁଦା ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ଥାନାରେ ଅପମୃତ୍ୟୁ ମାମଲା( ନଂ. ୫/୨୩) ରୁଜୁ କରିଛି। ଏଥିସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?