ପ୍ରଥମ ଦିନରେ ୩ ଫିଲ୍ମ ପ୍ରଦର୍ଶିତ

କଟକ ଅଫିସ,୪ା୩: ଭାରତୀୟ ସିନେ ଜଗତର କିମ୍ବଦନ୍ତୀ ପୁରୁଷ ସତ୍ୟଜିତ୍‌ ରାୟଙ୍କ ଜନ୍ମ ଶତବାର୍ଷିକୀକୁ ସାରା ଦେଶରେ ପାଳନ କରିବା ପାଇଁ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରୟାସ ଜାରି ରହିଛି। ସିନେ ନିର୍ଦ୍ଦେଶକ, ସଂଳାପ ଲେଖକ, ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାତା, ପ୍ରାବନ୍ଧିକ, ଗୀତିକାର, ପତ୍ରିକା ସମ୍ପାଦକ, ସଙ୍ଗୀତ ନିର୍ଦ୍ଦେଶକ ଭାବେ ସତ୍ୟଜିତ୍‌ ରାୟଙ୍କ କାର୍ଯ୍ୟାବଳୀକୁ ବର୍ତ୍ତମାନର ଯୁବପିଢ଼ି ନିକଟରେ ଉପସ୍ଥାପନ କରାଇବା ଏହାର ଉଦ୍ଦେଶ୍ୟ। ଏହି ଅବସରରେ ରେଭେନ୍‌ଶା ବିଶ୍ୱବିଦ୍ୟାଳୟର ଫିଲ୍ମ ସୋସାଇଟି ପକ୍ଷରୁ ଏକ ଫିଲ୍ମ ଫେଷ୍ଟିଭାଲ ପାଇଁ ହୋଇଥିବା ଯୋଜନା ବହୁ ବାଦବିବାଦ ପରେ ଶୁକ୍ରବାର ଆରମ୍ଭ ହୋଇଛି। ତେବେ ଗୁରୁବାର ଫିଲ୍ମ ଫେଷ୍ଟିଭାଲ ଆରମ୍ଭ ହେବାକୁ ଥିବାବେଳେ ଗେ ଇଣ୍ଡିଆ ମାଟ୍ରିମୋନି ଓ ହଦ ଅନହଦ ଫିଲ୍ମକୁ ପ୍ରଦର୍ଶନ ନ କରିବା ଲାଗି ଉଠିଥିବା ବିରୋଧ ସମ୍ଭାଳିବାକୁ ଯାଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହି ଦୁଇଟି ଫିଲ୍ମର ପ୍ରଦର୍ଶନ ଉପରେ ରୋକ୍‌ ଲଗାଯାଇଛି। ହେଲେ ୩ ଦିନିଆ ଫିଲ୍ମ ଫେଷ୍ଟିଭାଲ ଏବେ ୨ ଦିନରେ ଶେଷହେବ ବୋଲି ଜଣାଯାଇଛି।
ଶୁକ୍ରବାର ପ୍ରଥମ ଦିନର ଫିଲ୍ମ ପ୍ରଦର୍ଶନ ଆରମ୍ଭ ହେବା ପୂର୍ବରୁ ମଞ୍ଚରେ ଅତିଥି ଭାବେ ଦିଲ୍ଲୀରୁ ଆସିଥିବା ସିନେ ଜଗତର ବିଶିଷ୍ଟ ଫଟୋଗ୍ରାଫର ପଦ୍ମଶ୍ରୀ ପାବଲୋ ବାର୍ଥୋଲୋମିଉ ଉପସ୍ଥିତ ଥିଲେ। ସେ ସତ୍ୟଜିତ୍‌ ରାୟଙ୍କ ସହ କାମ କରିବାର ଅନୁଭୂତି ଛାତ୍ରୀଛାତ୍ରଙ୍କ ସମ୍ମୁଖରେ ବଖାଣିଥିଲେ। ସତ୍ୟଜିତ୍‌ଙ୍କ ସିନେମା ସେଟ୍‌ ପ୍ରସ୍ତୁତିର ଡିଜାଇନ୍‌ ଅତ୍ୟନ୍ତ କଳାତ୍ମକ ରହୁଥିଲା। ସେ ସିନେମାର ଗୁଣାତ୍ମକ ଦିଗ ପ୍ରତି ବେଶ୍‌ ସଚେତନ ରହୁଥିଲେ। ତାଙ୍କ ଭଳି ସର୍ବଗୁଣସମ୍ପନ୍ନ ବ୍ୟକ୍ତିତ୍ୱ ଭାରତୀୟ ସିନେ ଜଗତରେ ବିରଳ ବୋଲି ସେ କହିଥିଲେ।
୨୦୨୨ରେ ନିର୍ମିତ କମଲ କେ.ଏମ୍‌.ଙ୍କ ନିର୍ଦ୍ଦେଶିତ ମାଲୟାଲମ ଫିଲ୍ମ ପଦ ଓ ୧୯୫୫ରେ ନିର୍ମିତ ସତ୍ୟଜିତ୍‌ ରାୟଙ୍କ ନିର୍ଦ୍ଦେଶିତ ବଙ୍ଗଳା ଫିଲ୍ମ ପାଥେର ପାଞ୍ଚାଲି ପ୍ରଦର୍ଶିତ ହୋଇଥିଲା। ରେଭେନ୍‌ଶା ବିଶ୍ୱବିଦ୍ୟାଳୟର ସେଭେନ୍‌ ପିଲାର୍ସ ଅଫ୍‌ ଓ୍ବିଜ୍‌ଡମ୍‌ ପ୍ରେକ୍ଷାଳୟରେ ଛାତ୍ରୀଛାତ୍ରମାନେ ଏହାକୁ ଉପଭୋଗ କରିଥିଲେ। ଏହାପରେ ମୋଇନାକ ବିଶ୍ୱାସ ମଞ୍ଚକୁ ଆସି ଦିବଂଗତ ଓଡ଼ିଆ ସିନେ ନିର୍ଦ୍ଦେଶକ ନିରଦ ମହାପାତ୍ର ସ୍ମାରକୀ ବକ୍ତୃତାରେ ସତ୍ୟଜିତ୍‌ ରାୟ ଆଣ୍ଡ ଦି ସେନ୍ସ ଅଫ୍‌ ଓ୍ବଣ୍ଡର ଶୀର୍ଷକରେ ଆଲୋଚନା କରିଥିଲେ। ଅନ୍ତିମ ପର୍ଯ୍ୟାୟରେ ୨୦୧୫ରେ ନିର୍ମିତ ତରୁଣ ମିଶ୍ରଙ୍କ ନିର୍ଦ୍ଦେଶିତ ଓଡ଼ିଆ ସିନେମା ଦି ରେଫେରେଣ୍ଡୁମ ପ୍ରଦର୍ଶିତ ହୋଇଥିଲା। ବିଶ୍ୱବିଦ୍ୟାଳୟର କୁଳସଚିବ କାହ୍ନୁଚରଣ ମଲ୍ଲିକ, ବିଶ୍ୱବିଦ୍ୟାଳୟ କଲ୍‌ଚରାଲ କାଉନ୍‌ସିଲ୍‌ ଚେୟାର ପର୍ସନ ଡ. ଉର୍ମିଶ୍ରୀ ବେଦମାତା, ବିଶ୍ୱବିଦ୍ୟାଳୟ ଷ୍ଟୁଡେଣ୍ଟସ୍‌ ଓ୍ବେଲ୍‌ଫେୟାର ନିର୍ଦ୍ଦେଶକ ଡ. ଅଳକାନନ୍ଦା ପରିଡ଼ାଙ୍କ ସମେତ ସମସ୍ତ ଅଧ୍ୟାପିକା, ଅଧ୍ୟାପକ ଓ ଛାତ୍ରୀଛାତ୍ର ଦର୍ଶକ ଗ୍ୟାଲେରିରେ ବସି ଫିଲ୍ମ ଦେଖିଥିଲେ। ଏହି ଅବସରରେ ସେଭେନ ପିଲାର୍ସ ଅଫ୍‌ ଓ୍ବିଜ୍‌ଡମ୍‌ ପରିସରରେ ସତ୍ୟଜିତ୍‌ଙ୍କ ପାଥେର ପାଞ୍ଚାଲିର ବିଭିନ୍ନ ଦୃଶ୍ୟର ଫଟୋଚିତ୍ରଗୁଡ଼ିକୁ ନେଇ ଏକ ପ୍ରଦର୍ଶନୀ କରାଯାଇଛି। ରେଭେନ୍‌ଶା ଫିଲ୍ମ ସୋସାଇଟିର କର୍ମକର୍ତ୍ତାଙ୍କ ସମେତ ଜ୍ଞାନେଷୁ ଜେନା, ନିବେଦିତା ବେହେରା, ଦେବାଂଶୁ ଭୋଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବିଶ୍ୱବିଦ୍ୟାଳୟ ପକ୍ଷରୁ ପୋଲିସ ନିୟୋଜନ ପାଇଁ ଅନୁରୋଧ କରାଯିବା ପରେ ପ୍ରାୟ ୧୦ ଜଣ କର୍ମଚାରୀଙ୍କୁ ସେଠାରେ ନିୟୋଜିତ କରାଯାଇଥିବା ମାଲଗୋଦାମ ଥାନାଧିକାରୀ ରଜନୀକାନ୍ତ ଦାସ କହିଛନ୍ତି। ବିଶ୍ୱବିଦ୍ୟାଳୟର ଲୋକସମ୍ପର୍କ ଅଧିକାରୀ ପ୍ରଫେସର ଧର୍ମବ୍ରତ ମହାପାତ୍ର କହିଛନ୍ତି, ଏକ ଗୋଷ୍ଠୀ ଦୁଇଟି ଚଳଚ୍ଚିତ୍ର ପ୍ରଦର୍ଶନକୁ ବିରୋଧ କରିବା ହେତୁ ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ପ୍ରଥମ ଦିନ ସାମୟିକ ଭାବେ ଫିଲ୍ମ ଫେଷ୍ଟିଭାଲକୁ ବନ୍ଦ କରାଯାଇଥିଲା। ଏବେ ସବୁକିଛି ଠିକ୍‌ ଅଛି। ଶାନ୍ତିଶୃଙ୍ଖଳାର ସହ ଫିଲ୍ମ ଫେଷ୍ଟିଭାଲ ଆରମ୍ଭ ହୋଇଛି।
ସେମାନେ କୁହନ୍ତି…
ବିଶ୍ୱବିଦ୍ୟାଳୟ ଇତିହାସରେ ଏଭଳି ଫିଲ୍ମ ଫେଷ୍ଟିଭାଲ ପ୍ରଥମଥର ପାଇଁ ହେଲା। ସମସ୍ତ ପ୍ରକାରର ସହଯୋଗ ଆମ ସୋସାଇଟିକୁ ମିଳିଛି। ସତ୍ୟଜିତ୍‌ ରାୟଙ୍କ ବିଷୟରେ ଛାତ୍ରୀଛାତ୍ରଙ୍କୁ ଅବଗତ କରାଇବା ଆମର ମୁଖ୍ୟ ଉଦ୍ଦେଶ୍ୟ ରହିଛି। ସେଥିପାଇଁ ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ପ୍ରଶାସନ ନିକଟରେ ଆମେ କୃତଜ୍ଞ।
– ଶୁଭ ସୁଦର୍ଶନ ନାୟକ, ସମ୍ପାଦକ, ରେଭେନ୍‌ଶା ଫିଲ୍ମ ସୋସାଇଟି
ଫିଲ୍ମ ଫେଷ୍ଟିଭାଲ ଆୟୋଜନ ପାଇଁ ୧୦ ଦିନ ହେବ ଆମେମାନେ ପରିଶ୍ରମ କରିଛୁ। ସତ୍ୟଜିତ୍‌ ରାୟ ହେଉଛନ୍ତି ଜଣେ ବିଶ୍ୱବିଖ୍ୟାତ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ। ତାଙ୍କ ଚଳଚ୍ଚିତ୍ରଗୁଡ଼ିକୁ ବଡ଼ ପରଦାରେ ଦେଖିବାର ସୁଯୋଗ ମିଳିଲା। ସମସ୍ତେ ବହୁତ ଉତ୍ସାହିତ ଅଛୁ।
– ସୋନିଆ ଚାନ୍ଦ, ସଦସ୍ୟ, ରେଭେନ୍‌ଶା ଫିଲ୍ମ ସୋସାଇଟି


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

ନବୀନ ଦେଲେ ଗୁରୁ ଦାୟିତ୍ବ: ସବିତା ପ୍ରଧାନ କଳାହାଣ୍ଡି ବିଜେଡି ମହିଳା ସଭାନେତ୍ରୀ

ଭବାନୀପାଟଣା,୧୫।୨(ଉତ୍ତମ କୁମାର ଦାଶ)-ରାଜ୍ୟ ସଭାପତି ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରବିବାର ରାଜ୍ୟର ବିଭିନ୍ନ ଜିଲାର ମହିଳା ସଭାନେତ୍ରୀଙ୍କ ନାମ ଘୋଷଣା କରିଛନ୍ତି। ଏହି କ୍ରମରେ…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ଧୂଷୁରୀ,୧୫ା୨(ଦୀପ୍ତି ରଞ୍ଜନ ନାୟକ): ପବିତ୍ର ମହାଶିବରାତ୍ରିରେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ହୋଇ ଉଠିଛି ଚଳଚଞ୍ଚଳ। ଭୋର୍‌ ୪ଟାରେ ମନ୍ଦିର ପହୁଡ଼ ଖୋଲିବା ପରେ ମଙ୍ଗଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri