୩ ମହିଳା ସ୍ବାସ୍ଥ୍ୟକର୍ମୀଙ୍କୁ ମାଓବାଦୀଙ୍କ ଅପହରଣ

ମାଲକାନଗିରି, ୧୦।୪(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ସୁକ୍‌ମା-ବିଜାପୁର ସୀମାନ୍ତବର୍ତ୍ତୀ ଜଙ୍ଗଲରେ ମାଓବାଦୀ-ପୋଲିସ ଗୁଳି ବିନିମୟରେ ଗତ ଶନିବାର ୨୨ ସୁରକ୍ଷା କର୍ମୀ ନିହତ ହୋଇଥିଲେ। ଏହି ସମୟରେ ମାଓବାଦୀମାନେ ଯବାନ ରାକେଶ୍ୱର ସିଂ ମନହାସ୍‌ଙ୍କୁ ଅପହରଣ କରି ନେଇଥିଲେ। ଗୁରୁବାର ରାକେଶ୍ୱରଙ୍କୁ ପ୍ରଜାକୋର୍ଟ ବସାଇ ମାଓବାଦୀମାନେ ଛାଡ଼ିଦେଇଥିଲେ। ଏହାର ୨୪ ଘଣ୍ଟା ନ ପୂରୁଣୁ ମାଓବାଦୀମାନେ ୩ ମହିଳା ସ୍ବାସ୍ଥ୍ୟକର୍ମୀଙ୍କୁ ଅପହରଣ କରି ନେଇଛନ୍ତି। ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲାରେ ଏପରି ଘଟଣା ଘଟିଛି। ଖବରରୁ ଜଣାପଡ଼ିଛି, ଏହି ୩ ମହିଳା ସ୍ବାସ୍ଥ୍ୟକର୍ମୀ କାର୍ଯ୍ୟ କରୁଥିବା ସ୍ବାସ୍ଥ୍ୟକେନ୍ଦ୍ରରୁ ବିଜାପୁର ଜିଲା ଗାଙ୍ଗୁଲୁର ଥାନା ଅନ୍ତର୍ଗତ କମକାନାର ଗ୍ରାମକୁ ଶିଶୁମାନଙ୍କ ସ୍ବାସ୍ଥ୍ୟାବସ୍ଥା ତଦାରଖ ସହ ମହିଳା ଓ ଗର୍ଭବତୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ଔଷଧ ପ୍ରଦାନ ଲାଗି ଯାଉଥିଲେ। ଏହି ସମୟରେ କମକାନାରଠାରୁ ୨୦/୨୫ ଜଣ ସଶସ୍ତ୍ର ମାଓବାଦୀ ସେମାନଙ୍କୁ ଅପହରଣ କରି ନେଇଛନ୍ତି। ଏମାନଙ୍କୁ ପୋଲିସ ସୂଚନାଦାତା ସନ୍ଦେହରେ ମାଓବାଦୀମାନେ ଧରିନେଇ ଅଟକ ରଖିଥିବା ଜଣାପଡ଼ିଛି। ଏ ସମ୍ପର୍କରେ ଖବର ପାଇ ବିଜାପୁର ପୋଲିସ ଘଟଣା ଉପରେ ନଜର ରଖିଛି। ସମ୍ପୃକ୍ତ ମହିଳା ସ୍ବାସ୍ଥ୍ୟକର୍ମୀମାନଙ୍କୁ କିପରି ଉଦ୍ଧାର କରାଯିବ ସେନେଇ ତନାଘନା ଆରମ୍ଭ ହୋଇଥିବା ଏସ୍‌ପି କମଲଲୋଚନ କାଶ୍ୟପ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରପାତରେ ମହିଳା ମୃତ, ପରିବାରକୁ କ୍ଷତିପୂରଣ ଦାବି

ଲଖନପୁର, ୨୪।୯(ଡି.ଏନ୍‌.ଏ.)-ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଭଅଁରଖୋଲ ପଞ୍ଚାୟତ ଠେବରା ଗ୍ରାମର ଜଣେ ମହିଳାଙ୍କ ମଙ୍ଗଳବାର ବଜ୍ରପାତରେ ମୃତ୍ୟୁ ଘଟିଛି। ସେ ହେଲେ ସୁରେନ ମୁଣ୍ଡାଙ୍କ...

କପିଳାସ ନାଟ୍ୟ ମହୋତ୍ସବର ଚତୁର୍ଥ ସନ୍ଧ୍ୟା: ବିଡ଼ମ୍ବିତ ଶୈଶବର ଅକୁହାକଥା ‘କାହାନୀ ଏକ୍‌ କଂସ୍‌ କୀ’

ଢେଙ୍କାନାଳ ଅଫିସ,୨୯ା୧୨ – ଢେଙ୍କାନାଳର କଳାପରିଷଦ ଅନୁଷ୍ଠାନ ପକ୍ଷରୁ ୩୯ତମ ବାର୍ଷିକ ଉତ୍ସବ ଅବସରରେ ସ୍ଥାନୀୟ ମିନି ଷ୍ଟାଡିୟମ ଗଜଲକ୍ଷ୍ମୀ କଳାମଣ୍ଡପଠାରେ ଚାଲିଥିବା ଜାତୀୟ ବହୁଭାଷୀ...

ଭାପୁର ବ୍ଲକରେ ସୀମା ଟପିଛି ଦୁର୍ନୀତି ପଞ୍ଚାୟତ ପ୍ରତିନିଧିଙ୍କ ଆମରଣ ଅନଶନ ଆଜି

ନୟାଗଡ଼ ଅଫିସ/ଭାପୁର (ଡି.ଏନ.ଏ.),୩ା୧୨: ନୟାଗଡ଼ ଜିଲା ଭାପୁର ବ୍ଲକରେ ସୀମା ଟପିଛି ଦୁର୍ନୀତି। ପିସି ନ ଦେଲେ ବିଲ୍‌ ହେଉନାହିଁ କି ହିତାଧିକାରୀଙ୍କୁ କୌଣସି ଯୋଜନାରେ...

ମଣ୍ଡିରେ ପଡ଼ି ରହିଛି ଧାନ, ଚିନ୍ତାରେ ଚାଷୀ

ନାକଟିଦେଉଳ,୯।୧(ଡି.ଏନ.ଏ.): ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ ଅନ୍ତର୍ଗତ ବାଟଗାଁ ମଣ୍ଡିରେ ଟାର୍ଗେଟ ନ ଥିବାରୁ ଚାଷୀମାନଙ୍କ ଧାନ ଉଠି ପାରୁ ନ ଥିବା ଅଭିଯୋଗ ହୋଇଛି...

ଅନ୍ଧାରରେ ଜାରକା ଅସ୍ଥାୟୀ ବସ୍‌ଷ୍ଟାଣ୍ଡ

ଧର୍ମଶାଳା,୨୬।୪ (ଡି.ଏନ.ଏ.): ୧୬ନଂ. ଜାତୀୟ ରାଜପଥର ଜାରକା ନୂତନ ଅସ୍ଥାୟୀ ବସ୍‌ଷ୍ଟାଣ୍ଡ ପରିସର ଅନ୍ଧାରରେ ରହିଛି। ଜାରକାଠାରେ ଜାତୀୟ ରାଜପଥ ପ୍ରଶସ୍ତୀକରଣ କାର୍ଯ୍ୟ ଶେଷ ହେବା...

ଦୁର୍ଘଟଣାଗ୍ରସ୍ତ ଡିଜେଲ ଭର୍ତ୍ତି ଟ୍ୟାଙ୍କରରୁ ତେଲ ବୋହିନେଲେ ଲୋକେ

କୋରାପୁଟ,୧୧।୧୧(ସ୍ବ.ପ୍ର./ଡି.ଏନ୍‌.ଏ.): କୋରାପୁଟ ଜିଲାର କାକିରିଗୁମ୍ମା-ଦାମନଯୋଡି ରାସ୍ତାରେ ଶୁକ୍ରବାର ଅପରାହ୍ନରେ ଏକ ଡିଜେଲ ଭର୍ତ୍ତି ଟ୍ୟାଙ୍କର (ଓଡି-୩୩ଟି-୧୧୫୦) ଭିତରଗଡ ଗ୍ରାମ ନିକଟରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ...

ସମ୍ପର୍କୀୟଙ୍କ ମୃତଦେହ ସଂସ୍କାର କରିବାକୁ ଆସି କୋଲାବ ଜଳଭଣ୍ଡାରରେ ବୁଡ଼ିଗଲେ ବୃଦ୍ଧ

କୋରାପୁଟ,୮ା୧୦(ସ୍ବ.ପ୍ର.): କୋରାପୁଟସ୍ଥିତ କୋଲାବ ଜଳଭଣ୍ଡାରରେ ବୁଡ଼ି ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। କୋରାପୁଟ ଓଡ୍ରାଫ୍‌ ଟିମ୍‌ ପକ୍ଷରୁ ଗୁରୁବାର ସକାଳେ ଜଳଭଣ୍ଡାରରେ ଦୀର୍ଘ ସମୟ...

ଡମ୍ବାଦାଇ ଗାଁ ରାସ୍ତା ପାଲଟିଛି ମରଣଯନ୍ତା

ଫିରିଙ୍ଗିଆ,୨୯।୪: ସରକାର ଆଦିବାସୀ ବହୁଳ ଜିଲା ଗୁଡ଼ିକରେ ଗମନା ଗମନ କ୍ଷେତ୍ରରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ଏହା ଖାଲି କାଗଜପତ୍ରରେ ସୀମୀତ ଭଳି...

Advertisement
Archives

Model This Week