ଉଦଯାପିତ ହେଲା ୩ ଦିନିଆ ଶୀତ ମହୋତ୍ସବ: ମୁଖ୍ୟ ଆକର୍ଷଣ ମଣ୍ଟୁ ଛୁରିଆ,ପାରମ୍ପରିକ ଲୋକକଳା

ଦାରିଙ୍ଗବାଡି,୧୩।୧(ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଶୀତ ଯେମିତି ବଢିବାରେ ଲାଗିଛି ସେମିତି ୩ ଦିନିଆ ଶୀତ ମହୋତ୍ସବର ମାହୋଲ ମଧ୍ୟ ସେଭଳି ରହିଛି। ଶନିବାର ଠାରୁ ଆରମ୍ଭ ହୋଇଥିବା ଶୀତ ମହୋତ୍ସବ ସୋମବାର ସଂନ୍ଧ୍ୟାରେ ଉଦଯାପିତ ହୋଇଯାଇଛି। ଏଥିରେ କାର୍ଯ୍ୟକ୍ରମକୁ ଶିବାନନ୍ଦ ବାରିକ ଏବଂ ଲିଜା ସାହୁ ମଞ୍ଚ ପରିଚାଳନା କରିଥିଲେ।

ଉଦଯାପନୀ ଉତ୍ସବରେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥିଭାବେ ଗୃହ ନିର୍ମାଣ, ନଗର ଉନ୍ନୟନ ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ। ଅନ୍ୟ ଅତିଥିଙ୍କ ମଧ୍ୟରେ ଜି. ଉଦୟଗିରି ବିଧାୟକ ପ୍ରଫୁଲ ଚନ୍ଦ୍ର ପ୍ରଧାନ,ପୂର୍ବତନ ବିଧାୟିକା ଅଜୟନ୍ତୀ,ଫୁଲବାଣୀ ବିଧାୟକ ଉମାଚରଣ ମଲିକ, ବାଲିଗୁଡା ଏସଡିପିଓ ରାମେନ୍ଦ୍ର ପ୍ରସାଦ, କୋଟଗଡ଼ ବ୍ଲକ ଅଧ୍ୟକ୍ଷା ପିଙ୍କି ପ୍ରଧାନ,ଶୀତ ମହୋତ୍ସବ କମିଟିର ସମ୍ପାଦକ ତଥା ବିଡ଼ିଓ ପ୍ରୀତିରଞ୍ଜନ ରଥ, ଯୋଗଦେଇଥିଲେ କୋଷାଧ୍ୟକ୍ଷ ତଥା ତହସିଲଦାର ଶରତ ଶବର ପ୍ରମୁଖ ମଞ୍ଚାସିନ ଅତିଥି ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।

ଦାରିଙ୍ଗବାଡିର କଳାସଂସ୍କୃତି, ସାହିତ୍ୟ ପାରମ୍ପରିକ ଖାଦ୍ୟ, ପାରମ୍ପରିକ ଅଳଙ୍କାର, ଚଳଣି ଆଦିର ପୁନଃରୁଦ୍ଧାର ପାଇଁ ଏହି ମଞ୍ଚ ରେ ଗୁରୁତ୍ୱ ଦିଆଯାଇଥିବା ବେଳେ ଦାରିଙ୍ଗବାଡିର ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ରାଜ୍ୟସରକାର ଅଧିକା ଗୁରୁତ୍ୱ ପ୍ରଦାନ କରୁଥିବା ମନ୍ତ୍ରୀ ପ୍ରକାଶ କରିଥିଲେ। ରାଜ୍ୟରେ ଦାରିଙ୍ଗବାଡି ଶୀତ ପାଇଁ ପରିଚିତ ସାରା ରାଜ୍ୟ ଓ ରାଜ୍ୟ ବାହାରୁ ପର୍ଯ୍ୟଟକ ଦାରିଙ୍ଗବାଡି କୁ ଅଧିକା ପସନ୍ଦ କରନ୍ତି ଏହାର ପ୍ରକୃତି, ପରିବେଶ ଦେଖିବାକୁ ପସନ୍ଦ କରୁଥିବା କୁହାଯାଇଥିଲା।

ସଂଧ୍ୟା ଉଦଯାପିତ ଉତ୍ସବରେ ଦାରିଙ୍ଗବାଡି ହୋଟେଲ ସଙ୍ଘ ଏବଂ ପ୍ରଶାସନ ପକ୍ଷରୁ ମିଳିତ ମେଲୋଡି ମଣ୍ଟୁ ଛୁରିଆଙ୍କ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ମଣ୍ଟୁ ଛୁରିଆଙ୍କ ସମ୍ବଲପୁରିଆ ସଙ୍ଗୀତରେ ଦର୍ଶକ ଝୁମିଥିଲେ। ସେହିପରି କଟକ ଜିଲାର କଳାକାରଙ୍କ ଦ୍ୱାରା ଶୃଙ୍ଗାର ନୃତ୍ୟ, ପ୍ରିୟଙ୍କା ସାହୁଙ୍କ ଓଡିଶୀ ନୃତ୍ୟ,ଫୁଲବାଣୀ ବିଶିପଡାର ଲୋକକଳା,ସମେତ ପାରମ୍ପରିକ ଲୋକକଳା ଦର୍ଶକଙ୍କୁ ମନମୋହିଥିଲା।

ସୂଚନାଯୋଗ୍ୟ ଗତ ୩ ଦିନ ଧରି ଚାଲିଥିବା ଏହି ମହୋତ୍ସବରେ ବିଭିନ୍ନ କଳାକାରଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିବା ବେଳେ ପ୍ରାୟ ୮୦ଟି ଷ୍ଟଲ ଖୋଲିଥିବା ବେଳେ କ୍ଷୁଦ୍ରଦାନ ଶସ୍ୟରେ ବିଭିନ୍ନ ପିଠା, ଖିରି, ଲଡ଼ୁ, ସୁପ୍ ଭଳି ଖାଦ୍ୟ ଲୋକଙ୍କୁ ପସନ୍ଦ ହୋଇଥିବା ବେଳେ ସରକାରୀ ଷ୍ଟଲତଥା କୃଷି, ଉଦ୍ୟାନ, ମୃତ୍ତିକା ସଂରକ୍ଷଣ, ବାଲ୍ୟ ବିବାହ, ବାଲ୍ୟ ଶ୍ରମିକ ବିରୋଧୀ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ମହୋତ୍ସବର ଉଦଯାପନୀ ଦିବସରେ ଜନଗହଳିକୁ ନଜରରେ ରଖି ବାଲିଗୁଡା ଏସଡିପିଓ ରାମେନ୍ଦ୍ର ପ୍ରସାଦଙ୍କ ନେତୃତ୍ୱରେ ଆଇଆଇସି କନକ କୁମାର ମାଝୀ ସଦଳବଳ ମହୋତ୍ସବ ପଡିଆରେ ଆଇନଶୃଙ୍ଖଳାର ତଦାରଖ କରିଥିଲେ। ମହୋତ୍ସବକୁ ଦରିଙ୍ଗବାଡିର ବଣିକ, ହୋଟେଲ ସଙ୍ଘ ସମେତ ବିଭିନ୍ନ ସଂଗଠନ ଖବରଦାତା ସଙ୍ଘ, ସ୍ଥାନୀୟ ଜନସାଧାରଣ ସରକାରୀ ଓ ସ୍ଵଛସେବୀ ଅନୁଷ୍ଠାନର କର୍ମକର୍ତ୍ତା ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?