Posted inଖେଳ

ଭାରତୀୟ ଟିମ୍‌ରେ ସାମିଲ ହୋଇଥିଲେ, ହେଲେ ବିନା ଡେବ୍ୟୁରେ ଦଳରୁ ବାହାର ହୋଇଥିଲେ ଏହି ୩ କ୍ରିକେଟର

ନୂଆଦିଲ୍ଲୀ,୧୦।୨: ଭାରତ ପକ୍ଷରୁ ଅନ୍ତରାଷ୍ଟ୍ରୀୟ କ୍ରିକେଟ ଖେଳିବାକୁ ଅନେକ ଲୋକ ଆଶା ରଖିଥାନ୍ତି। ହେଲେ ସେମାନଙ୍କ ମଧ୍ୟରୁ କିଛି ଭାଗ୍ୟବାନଙ୍କୁ ସୁଯୋଗ ମିଳିଥାଏ। ଭାରତ ଅଣ୍ଡର-୧୯, ଭାରତ ଏ ଏବଂ ଆଇପିଏଲ୍‌ ଆଦି ଫର୍ମାଟରେ ଖେଳାଳିମାନଙ୍କ ପ୍ରତିଭାକୁ ଆଗକୁ ଯିବାକୁ ବାଟ ମିଳିଥାଏ। ଦଳ ପାଇଁ ଚୟନ ହେବା ପରେ ୧୧ଜଣ ଖେଳାଳି ପଡ଼ିଆକୁ ଓହ୍ଲାନ୍ତି। ଆଉ ୪ଜଣ ଅତିରିକ୍ତ ଖେଳାଳି ସେମାନଙ୍କ ପାଳି ଅପେକ୍ଷାରେ ରହିଥାନ୍ତି। ସେମାନେ ଲଗାତାର ଭାବେ ସେଥିପାଇଁ ପରିଶ୍ରମ ମଧ୍ୟ କରିଥାନ୍ତି। ଦଳର ଶୀର୍ଷ ୧୫ରେ ପହଞ୍ଚିବା ମଧ୍ୟ ବଡ଼ ଉପଲବ୍ଧି ହୋଇଥିବା ବେଳେ ଅଧିକାଂଶ କ୍ଷେତ୍ରରେ ଖେଳାଳିଙ୍କୁ ଡେବ୍ୟୁର ସୁଯୋଗ ମିଳିଥାଏ। ହେଲେ କିଛି ଏପରି କ୍ରିକେଟର ଅଛନ୍ତି ଯେଉଁମାନେ ଶୀର୍ଷ ୧୫ରେ ସ୍ଥାନ ପାଇଥିଲେ ହେଁ ଡେବ୍ୟୁ କରିପାରି ନ ଥିଲେ। ସୁଯୋଗ ପାଖକୁ ଆସିଥିଲେ ହେଁ ଡେବ୍ୟୁର ସୁଯୋଗ ତାଙ୍କୁ ମିଳି ନଥିଲା। ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ:

ଧିରଜ ଯାଦବ: ମହାରାଷ୍ଟ୍ରର ଏହି ବ୍ୟାଟ୍ସମ୍ୟାନ୍‌ ୨୦୦୩/୦୪ ରଣଜୀ ଟ୍ରଫିରେ ୧୨ ପାଳିରେ ୧୦୬୬ ରନ୍‌ କରି ରାଷ୍ଟ୍ରୀୟ ଟିମ୍‌ରେ ସାମିଲ ହୋଇଥିଲେ। ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ ପାଇଁ ତାଙ୍କୁ ଡାକରା ମଧ୍ୟ ଆସିଥିଲା। ହେଲେ ପ୍ଲେଇଂ ଇଲେଭେନ୍‌ରେ ଗୌତମ ଗମ୍ଭୀରଙ୍କୁ ସୁଯୋଗ ମିଳି ଥିଲା। ଏହାପରେ ସେ ଘରୋଇ କ୍ରିକେଟରେ ସକ୍ରିୟ ରହିଥିଲେ।

ରାଣାଦେବ ବୋସ: ଘରୋଇ କ୍ରିକେଟରେ ନିଜ ସମୟର ସର୍ବଶ୍ରେଷ୍ଠ ଦ୍ରୁତ ବୋଲରଙ୍କ ମଧ୍ୟରୁ ଜଣେ ଥିଲେ ରାଣାଦେବ। ହେଲେ ସେ ଅନ୍ତରାଷ୍ଟ୍ରୀୟସ୍ତରରେ ନିଜର ପ୍ରତିଭା ଦେଖାଇପାରି ନ ଥିଲେ। ୨୦୦୬-୦୭ରେ ରଣଜୀ ଖେଳିବା ସମୟରେ ସେ ମାତ୍ର ୮ ମ୍ୟାଚ୍‌ରେ ୫୭ ଉଇକେଟ ନେଇ ଚର୍ଚ୍ଚାକୁ ଆସିଥିଲେ। ୨୦୦୭ରେ ଇଂଲଣ୍ଡ ଗସ୍ତ ପାଇଁ ତାଙ୍କ ଚୟନ ଭାରତୀୟ ଦଳରେ ହୋଇଥିଲା। ହେଲେ ସେ ଜାହିର ଖାନ୍‌, ଆର୍‌ପି ସିଂହ ଏବଂ ଏସ୍‌ ଶ୍ରୀସନ୍ତଙ୍କ ଯୋଗୁ ମ୍ୟାଚ୍‌ ଖେଳିପାରି ନ ଥିଲେ।

ଈଶ୍ୱର ପାଣ୍ଡେ: ଜଣେ ସଫଳ ଦ୍ରୁତ ବୋଲର୍‌ ଭାବରେ ଖ୍ୟାତି ପାଇବାକୁ ସମସ୍ତ ଗୁଣର ଅଧିକାରୀ ଥିଲେ ଈଶ୍ୱର। ସେ ୨୦୧୨/୧୩ ରଣଜୀ ଟ୍ରଫିରେ ୮ ମ୍ୟାଚ୍‌ରେ ୪୮ ଉଇକେଟ ନେଇଥିଲେ। ଫଳରେ ସବୁଠାରୁ ଅଧିକ ଉଇକେଟ ନେଇଥିବା ବୋଲର ପାଲଟିଥିଲେ। ୨୦୧୪ରେ ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ତାଙ୍କୁ ଚୟନ କରାଯାଇଥିଲା। ହେଲେ ତାଙ୍କୁ ଗୋଟିଏ ମ୍ୟାଚ୍‌ରେ ମଧ୍ୟ ସୁଯୋଗ ମିଳି ନ ଥିଲା। ଏହାପରେ ସେ ଦଳରୁ ବାହାର ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri