Posted inଖେଳ

ଭାରତୀୟ ଟିମ୍‌ରେ ସାମିଲ ହୋଇଥିଲେ, ହେଲେ ବିନା ଡେବ୍ୟୁରେ ଦଳରୁ ବାହାର ହୋଇଥିଲେ ଏହି ୩ କ୍ରିକେଟର

ନୂଆଦିଲ୍ଲୀ,୧୦।୨: ଭାରତ ପକ୍ଷରୁ ଅନ୍ତରାଷ୍ଟ୍ରୀୟ କ୍ରିକେଟ ଖେଳିବାକୁ ଅନେକ ଲୋକ ଆଶା ରଖିଥାନ୍ତି। ହେଲେ ସେମାନଙ୍କ ମଧ୍ୟରୁ କିଛି ଭାଗ୍ୟବାନଙ୍କୁ ସୁଯୋଗ ମିଳିଥାଏ। ଭାରତ ଅଣ୍ଡର-୧୯, ଭାରତ ଏ ଏବଂ ଆଇପିଏଲ୍‌ ଆଦି ଫର୍ମାଟରେ ଖେଳାଳିମାନଙ୍କ ପ୍ରତିଭାକୁ ଆଗକୁ ଯିବାକୁ ବାଟ ମିଳିଥାଏ। ଦଳ ପାଇଁ ଚୟନ ହେବା ପରେ ୧୧ଜଣ ଖେଳାଳି ପଡ଼ିଆକୁ ଓହ୍ଲାନ୍ତି। ଆଉ ୪ଜଣ ଅତିରିକ୍ତ ଖେଳାଳି ସେମାନଙ୍କ ପାଳି ଅପେକ୍ଷାରେ ରହିଥାନ୍ତି। ସେମାନେ ଲଗାତାର ଭାବେ ସେଥିପାଇଁ ପରିଶ୍ରମ ମଧ୍ୟ କରିଥାନ୍ତି। ଦଳର ଶୀର୍ଷ ୧୫ରେ ପହଞ୍ଚିବା ମଧ୍ୟ ବଡ଼ ଉପଲବ୍ଧି ହୋଇଥିବା ବେଳେ ଅଧିକାଂଶ କ୍ଷେତ୍ରରେ ଖେଳାଳିଙ୍କୁ ଡେବ୍ୟୁର ସୁଯୋଗ ମିଳିଥାଏ। ହେଲେ କିଛି ଏପରି କ୍ରିକେଟର ଅଛନ୍ତି ଯେଉଁମାନେ ଶୀର୍ଷ ୧୫ରେ ସ୍ଥାନ ପାଇଥିଲେ ହେଁ ଡେବ୍ୟୁ କରିପାରି ନ ଥିଲେ। ସୁଯୋଗ ପାଖକୁ ଆସିଥିଲେ ହେଁ ଡେବ୍ୟୁର ସୁଯୋଗ ତାଙ୍କୁ ମିଳି ନଥିଲା। ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ:

ଧିରଜ ଯାଦବ: ମହାରାଷ୍ଟ୍ରର ଏହି ବ୍ୟାଟ୍ସମ୍ୟାନ୍‌ ୨୦୦୩/୦୪ ରଣଜୀ ଟ୍ରଫିରେ ୧୨ ପାଳିରେ ୧୦୬୬ ରନ୍‌ କରି ରାଷ୍ଟ୍ରୀୟ ଟିମ୍‌ରେ ସାମିଲ ହୋଇଥିଲେ। ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ ପାଇଁ ତାଙ୍କୁ ଡାକରା ମଧ୍ୟ ଆସିଥିଲା। ହେଲେ ପ୍ଲେଇଂ ଇଲେଭେନ୍‌ରେ ଗୌତମ ଗମ୍ଭୀରଙ୍କୁ ସୁଯୋଗ ମିଳି ଥିଲା। ଏହାପରେ ସେ ଘରୋଇ କ୍ରିକେଟରେ ସକ୍ରିୟ ରହିଥିଲେ।

ରାଣାଦେବ ବୋସ: ଘରୋଇ କ୍ରିକେଟରେ ନିଜ ସମୟର ସର୍ବଶ୍ରେଷ୍ଠ ଦ୍ରୁତ ବୋଲରଙ୍କ ମଧ୍ୟରୁ ଜଣେ ଥିଲେ ରାଣାଦେବ। ହେଲେ ସେ ଅନ୍ତରାଷ୍ଟ୍ରୀୟସ୍ତରରେ ନିଜର ପ୍ରତିଭା ଦେଖାଇପାରି ନ ଥିଲେ। ୨୦୦୬-୦୭ରେ ରଣଜୀ ଖେଳିବା ସମୟରେ ସେ ମାତ୍ର ୮ ମ୍ୟାଚ୍‌ରେ ୫୭ ଉଇକେଟ ନେଇ ଚର୍ଚ୍ଚାକୁ ଆସିଥିଲେ। ୨୦୦୭ରେ ଇଂଲଣ୍ଡ ଗସ୍ତ ପାଇଁ ତାଙ୍କ ଚୟନ ଭାରତୀୟ ଦଳରେ ହୋଇଥିଲା। ହେଲେ ସେ ଜାହିର ଖାନ୍‌, ଆର୍‌ପି ସିଂହ ଏବଂ ଏସ୍‌ ଶ୍ରୀସନ୍ତଙ୍କ ଯୋଗୁ ମ୍ୟାଚ୍‌ ଖେଳିପାରି ନ ଥିଲେ।

ଈଶ୍ୱର ପାଣ୍ଡେ: ଜଣେ ସଫଳ ଦ୍ରୁତ ବୋଲର୍‌ ଭାବରେ ଖ୍ୟାତି ପାଇବାକୁ ସମସ୍ତ ଗୁଣର ଅଧିକାରୀ ଥିଲେ ଈଶ୍ୱର। ସେ ୨୦୧୨/୧୩ ରଣଜୀ ଟ୍ରଫିରେ ୮ ମ୍ୟାଚ୍‌ରେ ୪୮ ଉଇକେଟ ନେଇଥିଲେ। ଫଳରେ ସବୁଠାରୁ ଅଧିକ ଉଇକେଟ ନେଇଥିବା ବୋଲର ପାଲଟିଥିଲେ। ୨୦୧୪ରେ ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ତାଙ୍କୁ ଚୟନ କରାଯାଇଥିଲା। ହେଲେ ତାଙ୍କୁ ଗୋଟିଏ ମ୍ୟାଚ୍‌ରେ ମଧ୍ୟ ସୁଯୋଗ ମିଳି ନ ଥିଲା। ଏହାପରେ ସେ ଦଳରୁ ବାହାର ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri