କୁପୋଷଣର ଶିକାର ୩ ଶିଶୁ

କଟକ ଅଫିସ,୨୯ା୭: ରୌପ୍ୟ ନଗରୀ କଟକ ସହରରେ ଯାଜପୁର ଜିଲାର ନଗଡ଼ା ପରି ଦୃଶ୍ୟ ଦେଖିବାକୁ ମିଳିଛି। ୩ଶିଶୁ ଭୋକ ଓପାସରେ ଆଉଟୁପାଉଟୁ ହେଉଥିବାବେଳେ ଆଖିରୁ ଲୁହ ଶୁଖୁନି। ଖାଦ୍ୟ ଅଭାବରୁ ଅପପୁଷ୍ଟିର ଶିକାର ହୋଇଥିବା ଏହି ୩ ଶିଶୁଙ୍କୁ ଚାଇଲ୍ଡ ଲାଇନ ଉଦ୍ଧାର କରି ଗୁରୁବାର ସିଡବ୍ଲ୍ୟୁସିରେ ହାଜର କରିଛି। ଏମାନେ ଭଉଣୀ ଭାଇ ଓ ଘର କେନ୍ଦୁଝର ଜିଲାରେ ବୋଲି ଜଣାପଡ଼ିଛି।
ଶିଶୁମାନଙ୍କୁ କୁପୋଷଣରୁ ରକ୍ଷା କରିବା ପାଇଁ ସମନ୍ବିତ ଶିଶୁ ବିକାଶ ଯୋଜନା (ଆଇସିଡିଏସ୍‌)ରେ ପୁଷ୍ଟିକର ଖାଦ୍ୟ ତଥା ଚୁଡ଼ା, ଛତୁଆ, ଅଣ୍ଡା ଆଦି ପ୍ରଦାନ କରାଯାଉଥିବା କୁହାଯାଉଛି। ମାତ୍ର କଟକ ସହରରେ ଏହାର ଭିନ୍ନ ଚିତ୍ର ସାମ୍ନାକୁ ଆସିଛି। ଖାଦ୍ୟ ବିନା କୁପୋଷଣର ଶିକାର ହୋଇ ରାସ୍ତାରେ କାନ୍ଦି କାନ୍ଦି ବୁଲୁଥିବା ୩ ଶିଶୁଙ୍କୁ ଚାଇଲ୍ଡ ଲାଇନ ଉଦ୍ଧାର କରିଛି। ଏମାନଙ୍କୁ ଗୁରୁବାର ସିଡବ୍ଲ୍ୟୁସିରେ ହାଜର କରାଯିବା ପରେ ବସୁନ୍ଧରାକୁ ପଠାଇ ଦିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ଶିଶୁ ୩ ଜଣ ହେଉଛନ୍ତି କେନ୍ଦୁଝର ଜିଲା ଆନନ୍ଦପୁରର ରାଜେଶ ବେହୁଆଙ୍କ କନ୍ୟା ଓ ପୁତ୍ର। ରାଜେଶଙ୍କ ନିଜ ସ୍ତ୍ରୀ ଲକ୍ଷ୍ମୀ, ୩ ପିଲା ଏବଂ ବୃଦ୍ଧ ବାପାଙ୍କୁ ନେଇ କଟକ ନୂଆବଜାର ନେହେରୁପଲ୍ଲୀ ଅଞ୍ଚଳରେ ରହୁଥିଲେ। ତେବେ ଯକ୍ଷ୍ମାରୋଗରେ ଆକ୍ରାନ୍ତ ହୋଇ ଲକ୍ଷ୍ମୀ ୧୩ ଦିନ ତଳେ ମୃତ୍ୟୁବରଣ କରିସାରିଛନ୍ତି। ରାଜେଶ ଦିନ ମଜୁରିଆ ଭାବେ କାମ କରନ୍ତି। କାମ ନ ମିଳିଲେ ପରିବାର ଉପବାସରେ ରହନ୍ତି। ପୁଷ୍ଟିକର ଖାଦ୍ୟ ତ ଦୂରର କଥା ଉକ୍ତ ୩ ଶିଶୁଙ୍କୁ ସାଧାରଣ ଖାଦ୍ୟ ମୁଠେ ମିଳୁ ନ ଥିବାରୁ ସେମାନେ ଶୁଖି କଣ୍ଟା ପ୍ରାୟ ହୋଇଗଲେଣି। ରାଜେଶଙ୍କ ସାନ ଝିଅର ପେଟ ପିଠି ଏକାକାର ହୋଇଯାଇଛି। ତେବେ ଚାଇଲ୍ଡ ଲାଇନ ଅପପୁଷ୍ଟିର ଶିକାର ହୋଇଥିବା ଏହି ପିଲାମାନଙ୍କୁ ଠାବ କରିଛି। ସିଡବ୍ଲ୍ୟୁସି ଉକ୍ତ ୩ ଶିଶୁଙ୍କୁ ବସୁନ୍ଧରା ପଠାଇବା ପରେ ସେମାନଙ୍କୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇ ରଖାଯାଇଛି। ତେବେ ଏ ନେଇ ଜିଲା ଶିଶୁ ସୁରକ୍ଷା ଅଧିକାରୀ (ଡିସିପିଓ) ପ୍ରଗତି ମହାନ୍ତି କହିଛନ୍ତି, ଏହି ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଲମ୍ୱା ଯୁଦ୍ଧ ପାଇଁ ଆମେରିକାର ସଜବାଜ

ଓ୍ୱାଶିଂଟନ୍‌,୧୫ା୨: ଇରାନ ଏବଂ ଆମେରିକା ମଧ୍ୟରେ ଆଲୋଚନା ଫେଲ୍‌ ମାରିଛି। ଇରାନର ଆଣବିକ କାର୍ଯ୍ୟକ୍ରମକୁ ନେଇ ଗତ ସପ୍ତାହରେ ଓମାନ ମଧ୍ୟସ୍ଥତାରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା…

୧୨.୮୯ କୋଟି ଟଙ୍କାରେ ହେବ ସ୍ଥାୟୀ ରାଜମହଲ

ବରଗଡ଼,୧୫।୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ପାଇଁ ସାରାବିଶ୍ୱରେ ବରଗଡ଼ର ସ୍ୱତନ୍ତ୍ର ପରିଚୟ ରହିଛି। ଗତ ଜାନୁୟାରୀ ମାସରେ ୭୮ତମ ଧନୁଯାତ୍ରା ମହୋତ୍ସବ ସରିଯାଇଛି।…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

କୁଶପଲ୍ଲା ଜଙ୍ଗଲରୁ ହାତୀର ଗଳିତ ଶବ ଜବତ, ହାତୀକୁ ମାରି ଦାନ୍ତ ନେଇଗଲେ ଶିକାରି

ଖୋର୍ଦ୍ଧା,୧୫।୨(ପ୍ରଭାତ ପାଣିଗ୍ରାହୀ): ଖେର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଜଂରେ କିଛି ଦିନ ହେଲା ଜଙ୍ଗଲୀ ହାତୀ ଓ ମଣିଷ ଲଢେଇ ଚାଲିଛି। କେତେବେଳେ ମଣିଷ ତ ଆଉ କେତବେଳେ…

ହ୍ୟାଣ୍ଡଶେକ୍‌ ପ୍ରସଙ୍ଗକୁ ଏଡ଼ାଇଲେ ଉଭୟ ଅଧିନାୟକ

କଲମ୍ୱୋ,୧୫ା୨(ପି.ଟି.): ଆମେ ହାତ ମିଳାଇବୁ କି ନାହିଁ, ତାହା ମ୍ୟାଚ୍‌ ପୂର୍ୱରୁ ଜଣାପଡ଼ିବ। କ୍ରିକେଟ ଉଚିତ ଭାବନା ସହ ଖେଳାଯିବା ଦରକାର। ହେଲେ ମୋ ବ୍ୟକ୍ତିଗତ ମତାମତ…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

ଚୋର ସନ୍ଦେହ: ଯୁବକଙ୍କୁ ପିଟି ହତ୍ୟା

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାର୍ଦ୍ଦୁଳ ଗ୍ରାମରେ ଶୁକ୍ରବାର ବିଳମ୍ୱିତ ରାତିରେ ଏକ ଅମାନବୀୟ ଘଟଣା ଘଟିଛି। ଚୋର ସନ୍ଦେହରେ ଗ୍ରାମର କେତେଜଣ ଲୋକ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri