Posted inଖେଳ

ଦ୍ୱିତୀୟ କଳିଙ୍ଗ ଜିମ୍ନାଷ୍ଟିକ ପ୍ରତିଯୋଗିତା ଉଦ୍‌ଯାପିତ

ଭୁବନେଶ୍ୱର, ୧୯ା୬(ତପନ ସ୍ବାଇଁ): ଓଡ଼ିଶାର ଅଗ୍ରଣୀ ଜେଏମ୍‌ ସ୍ପୋର୍ଟସ ଜିମ୍ନାଷ୍ଟିକ ଏକାଡେମୀ ଓ ଓଡ଼ିଶା ଜିମ୍ନାଷ୍ଟିକ ମହାସଂଘର ମିଳିତ ସହଯୋଗରେ ଆୟୋଜିତ ଦ୍ୱିତୀୟ କଳିଙ୍ଗ ଜାତୀୟ ଜିମ୍ନାଷ୍ଟିକ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଛି। ମୁଖ୍ୟ ଅତିଥି ରୂପେ ପଦ୍ମଶ୍ରୀ ତଥା ହକି ଇଣ୍ଡିଆ ସଭାପତି ଡ. ଦିଲୀପ ତିର୍କୀ ଉପସ୍ଥିତ ରହି ତୃଣମୂଳ ସ୍ତରରେ ଜେଏମ୍‌ ସ୍ପୋର୍ଟସର ନିଷ୍ଠା ଓ ଉଦ୍ୟମକୁ ପ୍ରଶଂସା କରିଥିଲେ। କୁନି କୁନି ଖେଳାଳିଙ୍କୁ ପୁରସ୍କାର ଦେବା ସହିତ ସଫଳ ହେବାର ପରାମର୍ଶ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ଓଡ଼ିଶା ଜିମ୍ନାଷ୍ଟିକ ମହାସଂଘ ସମ୍ପାଦକ ଅଶୋକ ସାହୁ ଉପସ୍ଥିତ ଥିଲେ। ଜେଏମ୍‌ ସ୍ପୋର୍ଟସର ଅତିସ ରାଉତ ସ୍ବାଗତ ଭାଷଣ ଦେଇ ଉଦ୍‌ଯାପନୀ ଦିବସର କାର୍ଯ୍ୟକ୍ରମ ଆରମ୍ଭ କରିଥିବା ବେଳେ ସମ୍ପାଦକ ଯଶୋବନ୍ତ ଦାସ ଧନ୍ୟବାଦ ପ୍ରସ୍ତାବ ଦେଇଥିଲେ। ଜେଏମ୍‌ ସ୍ପୋର୍ଟସ ଏକାଡେମୀ ଅଧ୍ୟକ୍ଷା ମୀରାରାଣୀ ଦାସ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ରାଶି ସହିତ ଟ୍ରଫି ଓ ମେଡାଲ ପ୍ରଦାନ କରିଥିଲେ। ବେଙ୍ଗଲ ଦଳ ଉଭୟ ବାଳକ ଓ ବାଳିକା ବିଭାଗରେ ଚାମ୍ପିୟନ, ମହାରାଷ୍ଟ୍ର ରନର ଅପ୍‌ ଓ ଓଡ଼ିଶା ତୃତୀୟ ସ୍ଥାନରେ ରହିଥିଲା। ୧୪ ମେଡାଲ ସହିତ ୮ ବର୍ଷରୁ କମ୍‌ ବାଳକ ବର୍ଗରେ ଓଡ଼ିଶା ଚାମ୍ପିୟନ ରହିଥିଲା। ଜାତୀୟ ଜିମ୍ନାଷ୍ଟିକ ପ୍ରତିଯୋଗିତା ପରିଚାଳନା କରିଥିବା ଅନ୍ତର୍ଜାତୀୟ ଓ ଜାତୀୟ ଅଫିସିଆଲମାନଙ୍କୁ ଅନୁଷ୍ଠାନ ତରଫରୁ ସମ୍ମାନିତ କରାଯାଇଥିଲା। ସେହିପରି ଏହି ୩ ଦିନିଆ ଜାତୀୟ ଜିମ୍ନାଷ୍ଟିକ ପ୍ରତିଯୋଗିତାରେ ମମିନା ବାନୋ, ଜ୍ୟୋତିର୍ମୟୀ ମନ୍ତ୍ରୀ, ଦୀପରିଖା ଦେ, ଦୀପ୍ତିମୟୀ ନାୟକ, କଳ୍ପନା ନାୟକ, ସୁନିତା ସାହୁ, ଅନ୍ନପୂର୍ଣ୍ଣ ମହାନ୍ତି, ସନ୍ଧ୍ୟା ମିଶ୍ର ଓ ମନସ୍ବିନୀ ସାହୁ ପ୍ରମୁଖ ସହଯୋଗ କରିଥିଲେ। ଜିମ୍ନାଷ୍ଟ ବିଘ୍ନେଶ ଦାସ ଓ ସୁବ୍ରତ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ସହ ଯୁଦ୍ଧ ଭିତରେ ଟ୍ରମ୍ପ ନେଲେ ବଡ଼ ନିଷ୍ପତ୍ତି, ଖୁସି ହୋଇଗଲା ଚାଇନା!

ଓ୍ବାଶିଂଟନ,୧୬/୮: ମଧ୍ୟପ୍ରାଚ୍ୟରେ ଇରାନ ସହିତ ‘ମହାଯୁଦ୍ଧ’ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ପ୍ରଶାନ୍ତ ମହାସାଗରରେ ମୁତୟନ ଥିବା ନିଜର…

ନାଗ ପଞ୍ଚମୀରେ ଦୁର୍ଲଭ ଯୋଗ; ସୂର୍ଯ୍ୟ କରିବେ ଗୋଚର, ୩ ରାଶିଙ୍କ ଉପରେ ବର୍ଷିବ ଧନ ଦୌଲତ…

ଚଳିତବର୍ଷ, ପବିତ୍ର ନାଗ ପଞ୍ଚମୀ ତିଥି ଆସନ୍ତା ଅଗଷ୍ଟ ୧୭ ତାରିଖ ଅର୍ଥାତ୍ ସୋମବାରରେ ପାଳିତ ହେବାକୁ ଯାଉଛି । ଏହି ବର୍ଷ, ନାଗ ପଞ୍ଚମୀ ମଧ୍ୟ…

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

ପତାକା ଉତ୍ତୋଳନକୁ ନେଇ ଟଣାଓଟରା

ଖଲ୍ଲିକୋଟ,୧୫।୮(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପରିସରରେ ସ୍ବଧୀନତା ଦିବସ ପାଳନ ବେଳେ ପତାକା ଉତ୍ତୋଳନକୁ ନେଇ ବିଡିଓ ଦେବାଶିଷ ସାମଲ ଏବଂ ବ୍ଲକ…

ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ, ପତାକା ଉତ୍ତୋଳନ କଲେ ଉପଜିଲାପାଳ

ସୁବର୍ଣ୍ଣପୁର,୧୫।୮(ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁରଠାରେ ଉପଖଣ୍ଡସ୍ତରୀୟ ୮୦ତମ ସ୍ବାଧୀନତା ଦିବସ ପାଳନ ହୋଇଯାଇଛି l ବୀରମହାରାଜପୁର ଉପଜିଲାପାଳ ସୁରେନ୍ଦ୍ର କୁମାର ମେହେର ପତାକା ଉତ୍ତୋଳନ…

ଜଗନ୍ନାଥ ଦର୍ଶନ ହେଲା ଶେଷ ଦର୍ଶନ

ପୁରୀ,୧୫।୮( ଅଜିତ୍ କୁମାର ମହାନ୍ତି ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସମୟରେ ଜଣେ ବୃଦ୍ଧ ଶ୍ରଦ୍ଧାଳୁଙ୍କର ପ୍ରାଣହାନି ଘଟିଛି। ମୃତକ ଜଣକ ହେଉଛନ୍ତି ଯାଜପୁର ଜିଲା ବିଞ୍ଝାରପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri