ଗତ ସପ୍ତାହରେ କଣ୍ଟେନମେଣ୍ଟ ଜୋନ୍‌ରୁ ୨୯୮ ଆକ୍ରାନ୍ତ ଚିହ୍ନଟ: ସିଏମ୍‌ସି କମିଶନର

କଟକ ଅଫିସ,୯ା୮-କଟକ ଜିଲାରେ ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ଗତ ସପ୍ତାହରେ ଚିହ୍ନଟ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ସହରାଞ୍ଚଳରୁ ଅଧିକ ରହିଛନ୍ତି। ଜିଲାରେ ବର୍ତ୍ତମାନ ସୁଦ୍ଧା ୪୪ ହଜାର ୫୯୬ ଜଣଙ୍କ ସ୍ବାବ୍‌ ପରୀକ୍ଷା କରାଯାଇଛି। ସେଥିରୁ ଗ୍ରାମାଞ୍ଚଳରୁ ୧୩୬୪ (୪୬.୯%) ଓ କଟକ ସହରରୁ ୧୫୪୬ (୫୩.୧%) ଜଣ ଚିହ୍ନଟ ହୋଇଛନ୍ତି। ଗ୍ରାମାଞ୍ଚଳରେ ୨୧୬ ଓ କଟକ ସହରରେ ୭୭୩ ଜଣ ଚିକିତ୍ସିତ ହେଉଛନ୍ତି। ତେବେ ସହରର ଏହି ଚିକିତ୍ସିତଙ୍କ ମଧ୍ୟରୁ ଗତ ସପ୍ତାହରେ ହିଁ ୬୪୧ ଜଣ ଚିହ୍ନଟ ହୋଇଥିଲେ, ଯାହା କେବଳ କଟକ ମହାନଗର ନିଗମ ନୁହେଁ, ବରଂ ରାଜ୍ୟ ସରକାରଙ୍କ ପାଇଁ ମଧ୍ୟ ଚିନ୍ତାର କାରଣ ପାଲଟିଛି। ମାଲ୍‌ଗୋଦାମର ବେହେରାସାହି, ତେଲୁଗୁ ବସ୍ତି ଓ ଜଲୁଆ ସାହି ଏବେ ହଟ୍‌ସ୍ପଟ୍‌ ପାଲଟିଛି। ସଂକ୍ରମଣ ରୋକିବା ପାଇଁ ମାଲଗୋଦାମର ବେପାର ସମୟକୁ ମଧ୍ୟ ପରିବର୍ତ୍ତନ କରାଯାଇଛି।
ସିଏମ୍‌ସି କମିଶନର ଅନନ୍ୟା ଦାସଙ୍କ ସୂଚନା ଅନୁଯାୟୀ, ଗତ ସପ୍ତାହରେ ୬୪୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କଣ୍ଟେନ୍‌ମେଣ୍ଟ ଜୋନ୍‌ରୁ ୨୯୮, ଗୃହ ସଙ୍ଗରୋଧରୁ ୨୧୧, ସରକାରୀ ସଙ୍ଗରୋଧରୁ ୪୫ ଓ ସ୍ଥାନୀୟ ଆକ୍ରାନ୍ତ ଭାବେ ୮୭ ଜଣଙ୍କୁ ଚିହ୍ନଟ କରାଯାଇଛି। ବେହେରାସାହିରୁ ଜୁଲାଇ ୨୩ରେ ପ୍ରଥମ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସାହିକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା ସହ ପ୍ରାୟ ୧୨ଶହ ଜଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଓ ୬୮୯ଟି ନମୁନା ସଂଗ୍ରହ କରାଯାଇଥିଲା। ସେଥିରୁ ୨୮୦ଟି ପଜିଟିଭ୍‌ ବାହାରିଛି। ଏହି ଅଞ୍ଚଳରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେବାରୁ ତେଲୁଗୁ ସାହି ଓ ଜଲୁଆ ସାହିକୁ ବଫର୍‌ ଜୋନ୍‌ କରାଯାଇ ସେଠାରେ ମଧ୍ୟ ପରୀକ୍ଷା ହେଲା। ତେଲୁଗୁ ସାହିରେ ୩୪୫ ଜଣଙ୍କ ସ୍କ୍ରିନ୍‌ ହୋଇ ସଂଗୃହୀତ ୨୧୨ ନମୁନାରୁ ୮୧ ଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା। ଜଲୁଆ ସାହିରେ ୩୪୯ ଜଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସହ ୬୨ଟି ନମୁନା ସଂଗ୍ରହ ହୋଇଥିବା ବେଳେ ସେଥିରୁ ୪୩ଟି ପଜିଟିଭ୍‌ ବାହାରିଥିଲା। ଅନ୍ୟପକ୍ଷରେ ବେହେରାସାହିରେ ସ୍ଥିତି ଧୀରେଧୀରେ ସୁଧୁରୁଛି। ଜୁଲାଇ ୨୩ରେ ମୋଟ ପରୀକ୍ଷାରୁ ଶତ ପ୍ରତିଶତ ରିପୋର୍ଟ ପଜିଟିଭ୍‌ ଆସିଥିଲା। କିନ୍ତୁ ୨୮ ତାରିଖରେ ୬୧ ପ୍ରତିଶତ, ୩୦ ତାରିଖରେ ୫୬, ୩୧ ତାରିଖରେ ୫୫.୮୧, ଅଗଷ୍ଟ ୧ରେ ୪୪.୦୬, ୨ ତାରିଖରେ ୫୭, ୩ ତାରିଖରେ ୫୬.୫୬, ୫ ତାରିଖରେ ୨୯.୪୫, ୬ ତାରିଖରେ ୨୯.୧୧ ଓ ୭ ତାରିଖରେ ୧୦.୭୧ ପ୍ରତିଶତ ରିପୋର୍ଟ ପଜିଟିଭ୍‌ ଆସିଛି। ତେବେ ଶନିବାର ସବୁ ରିପୋର୍ଟ ନେଗେଟିଭ୍‌ ଥିବା କମିଶନର ଦାସ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ସୁସ୍ଥ ହେଲେ ଏନ୍‌ଡିଆରଏଫ୍‌ର ୩୬ ଯବାନ

ନରାଜ,୨୦ା୬ (ଡି.ଏନ.ଏ.): କଟକ ମୁଣ୍ଡଳୀସ୍ଥିତ ତୃତୀୟ ବାଟାଲିୟନ ଏନ୍‌ଡିଆରଏଫ୍‌ର ୫୧ ଯବାନ କରୋନାରେ ଆକ୍ରାନ୍ତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଗୁରୁବାର ୧୩ଜଣ ସୁସ୍ଥ ହୋଇ ଫେରିଥିବାବେଳେ...

ମନ୍ଦିର ପରିସରରେ ଆତଙ୍କ ଖେଳାଇଲେ ମହୁମାଛି

କୁନ୍ଦୁରା,୧୧ା୩: କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଆସନା ପଞ୍ଚାୟତର କୁମ୍ଭିଖାରୀ ଗ୍ରାମ ଉପକଣ୍ଠରେ ଥିବା ଶିବମନ୍ଦିର ନିକଟରେ ଗୁରୁବାର ମହୁମାଛି ଆକ୍ରମଣରେ ୩୦ଜଣ ଆହତ ହୋଇଛନ୍ତି।...

୧୧ ଡ୍ୟାନ୍ସ ବାର୍‌ରେ ଚଢ଼ାଉ, ରାଜ୍ୟ ବାହାରର ୯୬ ଯୁବତୀ ଉଦ୍ଧାର: କାହିଁକି ତତ୍ପର ହୋଇଉଠିଲା ପୋଲିସ

ଭୁବନେଶ୍ୱର, ୨୮।୭(ବ୍ୟୁରୋ): ରାଜଧାନୀରେ ବେଆଇନ ଭାବେ ଚାଲୁଥିବା ଡ୍ୟାନ୍ସ ବାର୍‌ ଉପରେ ହଠାତ୍‌ ପୋଲିସ ଚଢ଼ାଉ ଆରମ୍ଭ କରିଥିଲା। ଶୁକ୍ରବାର ରାତିରେ କଟକରୋଡ୍‌ରେ ଥିବା ୧୧...

କାଳିଆ ଟଙ୍କା ପ୍ରଦାନ ନିର୍ବାଚନୀ ଅସ୍ତ୍ର: ବିରୋଧୀ

ଭୁବନେଶ୍ୱର, ୧୩ା୨(ବ୍ୟୁରୋ): ରାଜ୍ୟ ସରକାର ଶୁକ୍ରବାର ରାଜ୍ୟର ୫୩ ଲକ୍ଷ ଚାଷୀଙ୍କୁ କାଳିଆ ସହାୟତା ଦେବାପରେ ପୁଣିଥରେ ରାଜନୀତି ଜୋର ଧରିଛି। ପଞ୍ଚାୟତ ଏବଂ ପୌର...

ନୂଆ ମୋଟର ଯାନ ଆଇନ ପରେ କମିଛି ଦୁର୍ଘଟଣା

ଭୁବନେଶ୍ୱର,୧୯।୧୨(ବ୍ୟୁରୋ): ରାଜ୍ୟରେ ମୋଟର ଯାନ ଆଇନ କଡାକଡି ହେବା ପରେ ସଡ଼କ ଦୁର୍ଘଟଣା ହ୍ରାସ ପାଇଛି। ଗତବର୍ଷ ତୁଳନାରେ ଚଳିତବର୍ଷ ୪.୭ ପ୍ରତିଶତ କମିଛି। ମୃତ୍ୟୁହାର...

ଗୋଟିଏ ଜୁଇରେ ୧୦ କୋଭିଡ୍‌ ମୃତଦେହ ସତ୍କାର ଘଟଣା ହାଇକୋର୍ଟରେ ମାମଲା

କଟକ ଅଫିସ,୨୨।୬: ବଲାଙ୍ଗୀରରେ ଗୋଟିଏ ଜୁଇରେ ୧୦ କୋଭିଡ୍‌ ସଂକ୍ରମିତଙ୍କ ମୃତଦେହ ସତ୍କାର ଏବଂ ବାରିପଦା କୋଭିଡ୍‌ ହସ୍ପିଟାଲରେ ଅବ୍ୟବସ୍ଥା ଘଟଣାକୁ ନେଇ ସୋମବାର ହାଇକୋର୍ଟରେ...

ଅଜଣା ବ୍ୟାଧି

ଅଜଣା ବ୍ୟାଧି ଗ୍ରାସ କରିଛି ଜିଲାକୁ। ସଚେତନତା ହେଉଛି ଏହାର ଏକମାତ୍ର ମହୌଷଧି। ହେଲେ ଏହା ପହଞ୍ଚିପାରୁନି ଦୁର୍ନୀତି କବଳିତ ବ୍ୟକ୍ତିବିଶେଷଙ୍କ ପାଖରେ। ଫଳସ୍ବରୂପ ଡିଅଁ।ରୋଗ...

ଶତାଧିକ ଜବ୍‌କାର୍ଡ ରଦ୍ଦ: ବିଡିଓଙ୍କ ଦ୍ୱାରସ୍ଥ ହେଲେ ହିତାଧିକାରୀ

କୋକସରା,୨୯ା୬(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ପଞ୍ଚାୟତର ବାବେକୋହରା ଓ କଛାରପଡ଼ା ଗ୍ରାମର ଶତାଧିକ ଜବ୍‌କାର୍ଡ ହିତାଧିକାରୀଙ୍କ ଅଜାଣତରେ ରଦ୍ଦ କରିଥିବା ଅଭିଯୋଗ ନେଇ...

Advertisement
Archives

Model This Week