ଭଡ଼ାଘରେ ଚାଲିଛି ୨୯୩ ଅଙ୍ଗନଓ୍ବାଡି କେନ୍ଦ୍ର

ବାରିପଦା,୩ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ):ଚଳିତ ଶିକ୍ଷା ବର୍ଷଠାରୁ ରାଜ୍ୟରେ ଜାତୀୟ ଶିକ୍ଷାନୀତି-୨୦୨୦ ଆରମ୍ଭ ହୋଇଛି। ଭିତ୍ତିିଭୂମି ଓ ଶିକ୍ଷାଦାନରେ ବ୍ୟାପକ ପରିବର୍ତ୍ତନ କରାଯାଇ ଶିଶୁମାନଙ୍କୁ ବିଦ୍ୟାଳୟ ମୁହଁା କରିବା ପାଇଁ ସ୍କୁଲ ପ୍ରବେଶ ଉତ୍ସବ ଓ ଖଡ଼ିଛୁଅଁା ଭଳି କାର୍ଯ୍ୟକ୍ରମ ସରକାର ହାତକୁ ନେଇଛନ୍ତି। ମାତ୍ର ଗ୍ରାମାଞ୍ଚଳରେ ପ୍ରାକ୍‌ ବିଦ୍ୟାଳୟ ଶିକ୍ଷା ବାଟବଣା ହୋଇଛି। କୋମଳମତି ଶିଶୁଙ୍କ ଶିକ୍ଷା ଗ୍ରହଣର ଏକମାତ୍ର ମାଧ୍ୟମ ଅଙ୍ଗନୱାଡି କେନ୍ଦ୍ର ଭଡ଼ା ଘରେ ଚାଲିବା ସରକାରୀ ଯୋଜନାକୁ ଦିଗହରା କରିଛି। ଏପରିକି ଆଦର୍ଶ ଅଙ୍ଗନୱାଡି କେନ୍ଦ୍ର ନିର୍ମାଣରେ ପ୍ରଶାସନର ଉଦାସୀନତା କାରଣରୁ ଶିଶୁଙ୍କୁ ମୂଲ୍ୟବୋଧଭିତ୍ତିକ ଶିକ୍ଷା ପ୍ରଦାନରେ ବାଧକ ସୃଷ୍ଟି ହୋଇଛି।
ସୂଚନାଯୋଗ୍ୟ, ମୟୂରଭଞ୍ଜ ଜିଲାର ୨୬ଟି ବ୍ଲକ୍‌, ୨ଟି ପୌର ପରିଷଦ ଓ ୨ଟି ବିଜ୍ଞାପିତ ଅଞ୍ଚଳ ପରିଷଦରେ ୫୧୫୨ଟି ଅଙ୍ଗନୱାଡି କେନ୍ଦ୍ର ଖୋଲାଯାଇଛି। ସେଥି ମଧ୍ୟରୁ ୧୦୫୫ଟି କେନ୍ଦ୍ରର ନିଜସ୍ବ ଗୃହ ଓ ଭିତ୍ତିଭୂମି ନ ଥିବା ବେଳେ ୨୯୩ଟି କେନ୍ଦ୍ର ଭଡ଼ାଘରେ ଚାଲିଛି। ସେହିପରି ୧୮୦ଟି ଗୋଷ୍ଠୀ କେନ୍ଦ୍ର ଓ ୫୮୨ଟି ସ୍କୁଲଗୃହରେ ଚାଲୁ ରହିଥିବା ବେଳେ ତାହା ସୁରକ୍ଷିତ ନୁହେଁ ବୋଲି ଅଭିଭାବକମାନେ ସେମାନଙ୍କ ପିଲାଙ୍କୁ ପଠାଇବା ପାଇଁ କୁଣ୍ଠାବୋଧ କରୁଛନ୍ତି। ଏହି ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକ ନିର୍ମାଣ କରାଯିବାକୁ ଯୋଜନା ହୋଇଥିବା ବେଳେ କେତେକ ନିର୍ମାଣ ଶେଷ ହୋଇଛି ଏବଂ ଅନ୍ୟ କେତେକର ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ଫଳରେ ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ପାଠପଢ଼ା, ଶୁଖିଲା ଓ ରନ୍ଧାଖାଦ୍ୟ ପ୍ରଦାନ, ଖେଳକୁଦ, ଉପକାରୀ ବଗିଚା ଯୋଜନାର ସଫଳ ରୂପାୟନ ହୋଇପାରୁ ନାହିଁ। ଅସ୍ବାସ୍ଥ୍ୟକର ପରିବେଶ ଓ ପିଣ୍ଡାରେ ବସି ପାଠପଢ଼ିବା ଦ୍ୱାରା ଶିଶୁଙ୍କ ଶୈଖିକ ବ୍ୟବସ୍ଥାରେ ଉନ୍ନତି ଆସିପାରୁ ନାହିଁ। ଏପରିକି କୋମଳମତି ଶିଶୁଙ୍କ ମାତାପିତା ଅଙ୍ଗନୱାଡି ପ୍ରତି ବିମୁଖ ହୋଇ ବେସରକାରୀ ବିଦ୍ୟାଳୟ ପ୍ରତି ଆକୃଷ୍ଟ ହେଉଛନ୍ତି। ଫଳରେ ଜିଲାରେ ପ୍ରାକ୍‌ ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଜିଲାପାଳ ପ୍ରତି ମାସରେ ବିଡିଓମାନଙ୍କୁ ଏନେଇ ବାରମ୍ବାର ତାଗିଦ କରୁଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇପାରୁନାହିଁ। ସରକାରୀ ଅଧିକାରୀ ଓ କର୍ମଚାରୀମାନଙ୍କ ଉଦାସୀନତା ଏବଂ ଅବହେଳା କାରଣରୁ ଏପରି ଅବ୍ୟବସ୍ଥା ଲାଗିରହିଛି ବୋଲି ୨୦ ବର୍ଷ ଧରି କେନ୍ଦ୍ର ନିର୍ମାଣ ହୋଇପାରୁ ନ ଥିବା ବଡ଼ସାହି ବ୍ଲକ ବେଲପାଳ ଗ୍ରାମର ଅଭିଭାବକ ପୂର୍ଣ୍ଣେନ୍ଦୁ ବାସଙ୍ଗ, ଶକ୍ତି ବାସଙ୍ଗ ଓ ଦୀପୁ ବାସଙ୍ଗ କହିଛନ୍ତି। ଜିଲାରେ ମୋଟ ୨,୪୫,୪୪୧ ହିତାଧିକାରୀଙ୍କ ମଧ୍ୟରୁ ୩ରୁ ୬ମାସ ପର୍ଯ୍ୟନ୍ତ ୧,୧୩,୬୩୨ ଶିଶୁ, ୧୨,୭୬୪ ପ୍ରସୂତି, ୧୭,୩୯୨ ଗର୍ଭବତୀ, ୬ ମାସରୁ କମ୍‌ ୧୨,୪୫୨ ଶିଶୁ, ୬ ମାସରୁ ୬ ବର୍ଷ ପର୍ଯ୍ୟନ୍ତ ୮୯,୨୦୧ ଜଣ ଶିଶୁ ରହିଛନ୍ତି। ଏମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ଯୋଜନା ଫେଲ୍‌ ହେବାକୁ ବସିଛି।
ଏ ସଂକ୍ରାନ୍ତରେ ଭାରପ୍ରାପ୍ତ ଜିଲା ସମାଜ ମଙ୍ଗଳ ଅଧିକାରିଣୀ ନିହାରିକା ମହାନ୍ତିଙ୍କୁ ପଚାରିବାରୁ ଜିଲାପାଳଙ୍କ ନିର୍ଦ୍ଦେଶରେ ସମସ୍ତ କାର୍ଯ୍ୟ ହାତକୁ ନିଆଯାଇଛି। ନିର୍ମାଣ କାର୍ଯ୍ୟ ପାଇଁ ସହରାଞ୍ଚଳରେ ପୌର ଅଧିକାରୀ ଓ ଗ୍ରାମାଞ୍ଚଳରେ ବ୍ଲକ୍‌ ପ୍ରଶାସନ ଜରିଆରେ କାର୍ଯ୍ୟ ଚାଲୁ ରହିଛି। ମାତ୍ର ବିଭିନ୍ନ କାରଣ ଯୋଗୁ ନିର୍ମାଣ କାର୍ଯ୍ୟ ଶେଷ ହୋଇପାରୁ ନ ଥିବାରୁ ନିଜସ୍ବ କେନ୍ଦ୍ରଗୁଡ଼ିକ କାର୍ଯ୍ୟକ୍ଷମ ହୋଇପାରୁନାହିଁ। ସେହିପରି ଶିଶୁଙ୍କ ଖେଳକୁଦ ସମେତ ଗର୍ଭବତୀ ଓ ପ୍ରସୂତିଙ୍କ ସ୍ବାସ୍ଥ୍ୟ ଓ ପୋଷଣ ପାଇଁ ଅଙ୍ଗନୱାଡିଗୁଡ଼ିକୁ ଆଦର୍ଶ କେନ୍ଦ୍ର ଭାବେ ପରିଣତ କରିବା ପାଇଁ ଯୋଜନା ଆରମ୍ଭ କରାଯାଇଛି ବୋଲି ସେ କହିଛନ୍ତି।
ଓଡ଼ିଶା ଖଣିଜ ପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମ(ଓମ୍ବାଡିସି) ମୟୂରଭଞ୍ଜ ଜିଲା ସହାୟତାରେ ରୂପାନ୍ତରିତ କରିବା ପାଇଁ ରୂପରେଖ ପ୍ରସ୍ତୁତ ହୋଇଥିଲା। ୨୦୧୯ରେ ଜିଲାର ୮୨୬ଟି କେନ୍ଦ୍ରକୁ ଆଦର୍ଶ ଅଙ୍ଗନୱାଡି ଭାବେ ନିର୍ମାଣ କରିବା ପାଇଁ ଓମ୍ବାଡିସି ପକ୍ଷରୁ ୫୨୮କୋଟି ଟଙ୍କାର ଡିପିଆର୍‌ ପ୍ରସ୍ତୁତ କରାଯାଇଥିଲା। ଏଥିରେ ପ୍ରତି କେନ୍ଦ୍ରକୁ ୧୫ଲକ୍ଷ ଟଙ୍କାର ବ୍ୟୟବରାଦର ଲକ୍ଷ୍ୟ ରଖାଯାଇଥିଲା। ଏହା ସହ ପୁରୁଣା କେନ୍ଦ୍ରଗୁଡିକର ପାରିପାର୍ଶ୍ୱିକ ଉନ୍ନତୀକରଣ କରିବା ପାଇଁ ୪ଲକ୍ଷ ୫୦ହଜାରରୁ ୭ଲକ୍ଷ ୫୦ହଜାର ଟଙ୍କା ପର୍ଯ୍ୟନ୍ତ ବ୍ୟୟବରାଦ ରହିଥିଲା। ପ୍ରଥମ ପର୍ଯ୍ୟାୟରେ ଓମ୍ବାଡିସି ପକ୍ଷରୁ ୨୦୨୧-୨୨ରେ ଜିଲାର ୩୪୬ଟି ଆଦର୍ଶ ଅଙ୍ଗନୱାଡି କେନ୍ଦ୍ର ନିମନ୍ତେ ଅର୍ଥ ମଞ୍ଜୁର କରାଯାଇ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହା ମଧ୍ୟରୁ ୩୦୦ କାର୍ଯ୍ୟ ସମ୍ପାଦନ ହୋଇଥିବା ବେଳେ ୪୬ଟିର ନିର୍ମାଣ କାର୍ଯ୍ୟ ଜାରି ରହିଛି। ଅବଶିଷ୍ଟ ୪୮୦ଟି ଆଦର୍ଶ ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ ନିମନ୍ତେ ଅର୍ଥ ମଞ୍ଜୁର କରିବା ପାଇଁ ପ୍ରଶାସନ ପକ୍ଷରୁ ବାରମ୍ବାର ବିଭାଗକୁ ଅବଗତ କରାଯାଉଥିଲେ ମଧ୍ୟ ତାହା ଅନୁମୋଦନ ପାଇପାରୁନାହିଁ। ତେବେ ଜାତୀୟ ଶିକ୍ଷାନୀତି ଅନୁଯାୟୀ ପ୍ରାକ୍‌ ଶିକ୍ଷାକୁ ଗୁରୁତ୍ୱ ଦିଆ ନ ଗଲେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ଲକ୍ଷ୍ୟସ୍ଥଳରେ ଅପହଞ୍ଚ ହୋଇପଡ଼ିବ ବୋଲି ଅଭିଭାବକମାନେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ବିଧାୟକଙ୍କ ଦ୍ଵାରା ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ: ୭ ଟିମ୍ ଖେଳିଲେ ମ୍ୟାଚ୍, ରବିବାର ହେବ…

ଦିଗପହଣ୍ଡି, ,୧୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ୍ ଏବଂ ଏନ୍ଏସି କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ପବିତ୍ର ସ୍ଵାଧୀନତା ଦିବସ ଅବସରରେ…

ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ପାଳିତ: ମାନବ ଜୀବନର ଲକ୍ଷ୍ୟ କେବଳ…

ଭଞ୍ଜନଗର,୧୫। ୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀଅରବିନ୍ଦ ଶକ୍ତିପୀଠରେ ଶନିବାର ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି।…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

କଥା ଦେଇ କଥା ରଖିଲେ ଅକରୁଆ ସରପଞ୍ଚ: ପକ୍କା ହେଲା ବଡ଼ସାହି-କେନ୍ଦୁଗୁଡ଼ା ରାସ୍ତା , ଗ୍ରାମବାସୀଙ୍କ ମଧ୍ୟରେ ଖୁସିର…

ହାଟଡିହୀ/ଛେନାପଦୀ,୧୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଦିନେ ଯେଉଁ ରାସ୍ତାରେ ଆଣ୍ଠୁଏ କାଦୁଅ ଓ ପାଣି ଜମି ରହୁଥିବାରୁ ଯାତାୟାତ ଦୁର୍ବିସହ ହୋଇପଡ଼ୁଥିଲା, ଶେଷରେ ସେହି ରାସ୍ତା ପକ୍କା ରାସ୍ତାରେ…

ପତାକା ଉତ୍ତୋଳନକୁ ନେଇ ଟଣାଓଟରା

ଖଲ୍ଲିକୋଟ,୧୫।୮(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପରିସରରେ ସ୍ବଧୀନତା ଦିବସ ପାଳନ ବେଳେ ପତାକା ଉତ୍ତୋଳନକୁ ନେଇ ବିଡିଓ ଦେବାଶିଷ ସାମଲ ଏବଂ ବ୍ଲକ…

ଦାରିଙ୍ଗବାଡ଼ିରେ ୮୦ତମ ସ୍ୱାଧୀନତା ଦିବସ ପାଳିତ: ଜନସେବାକୁ ଦେଶସେବା ବୋଲି କହି…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): ଦେଶ ସ୍ୱାଧୀନତାର ୮୦ତମ ବର୍ଷପୂର୍ତ୍ତି ଉତ୍ସବ ଅବସରରେ କନ୍ଧମାଳ ଜିଜିଲା ଦାରିଙ୍ଗବାଡ଼ି ଅଞ୍ଚଳ ସମ୍ପୂର୍ଣ୍ଣ ଉତ୍ସବମୁଖର ହୋଇପଡ଼ିଛି। ଏହି ପରିପ୍ରେକ୍ଷୀରେ ଦାରିଙ୍ଗବାଡ଼ିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri