Posted inଖେଳ

ଗୋଟିଏ ବଲରେ ୨୮୬ ରନ୍‌: କ୍ରିକେଟ ଜଗତ ଆଶ୍ଚର୍ଯ୍ୟ, ଜାଣନ୍ତୁ କେମିତି ହେଲା ସମ୍ଭବ

ସିଡନୀ,୧୪।୧୦: କ୍ରିକେଟ୍‌ ଦୁନିଆରେ ଅନେକ ରେକର୍ଡ ରହିଛି। କିଛି ରେକର୍ଡ କ୍ରିକେଟର୍‌ଙ୍କ ଦ୍ୱାରା ଭାଙ୍ଗିଛି। ଆଉ କିଛି ରେକର୍ଡ ଅତୁଟ ରହିଛି। ଅଷ୍ଟ୍ରେଲିଆରେ ଥରେ ଘଟିଥିବା ଏକ ଚମତ୍କାର ପରି, ଯେତେବେଳେ ଗୋଟିଏ ବଲ୍‌ରେ ୨୮୬ରନ କରାଯାଇଥିଲା।

ଜାନୁଆରୀ ୧୫, ୧୮୯୪ରେ, ଲଣ୍ଡନ ସମ୍ବାଦପତ୍ର ‘ପାଲ-ମଲ ଗେଜେଟ’ ଏହି ମ୍ୟାଚ ଉପରେ ଏକ ରିପୋର୍ଟ ପ୍ରକାଶ କରିଥିଲା। ସମ୍ବାଦପତ୍ର ଦାବି କରିଥିଲା ଯେ, ଅଷ୍ଟ୍ରେଲିଆର ବର୍ନବରୀ ଗ୍ରାଉଣ୍ଡରେ ଭିକ୍ଟୋରିଆ ଏବଂ ସ୍କ୍ରାଚ ଏକାଦଶ ମଧ୍ୟରେ ଖେଳାଯାଇଥିବା ଏକ ମ୍ୟାଚ ସମୟରେ ଏହି ଅନନ୍ୟ ଘଟଣା ଘଟିଥିଲା। ସେହି ମ୍ୟାଚ୍‌ରେ ଗୋଟିଏ ବଲ୍‌ରେ ୨୮୬ ରନ କରାଯାଇଥିଲା। ଯଦି ଅପରିଚିତ ଲୋକଙ୍କୁ ଯଦି ପଚରାଯାଏ ଯେ, ଗୋଟିଏ ବଲ୍‌ରେ କେତେ ରନ କରାଯାଇପାରିବ, ତେବେ ୯୯ପ୍ରତିଶତ ଲୋକ କହିବେ ସାତ ରନ। ତଥାପି, କ୍ରିକେଟ ଇତିହାସରେ ଗୋଟିଏ ବଲ୍‌ରେ ୨୮୬ ରନ ହୋଇଛି।

ଗଛ ସୀମା ରେଖା ଭିତରେ ଥିଲା: ମ୍ୟାଚ ସମୟରେ, ଜଣେ ଭିକ୍ଟୋରିଆ ବ୍ୟାଟସମ୍ୟାନ ଏକ ଶକ୍ତିଶାଳୀ ସଟ ମାରିଥିଲେ, ଏବଂ ବଲ ସୀମା ରେଖା ଭିତରେ ଥିବା ଏକ ଗଛର ଡାଳରେ ଫସି ଯାଇଥିଲା।

ଅମ୍ପାୟାରଙ୍କ ନିଷ୍ପତ୍ତି: ସ୍କ୍ରାଚ ଏକାଦଶ ଦଳ ଅମ୍ପାୟାରଙ୍କ ନିକଟରେ ‘ହଜିଯାଇଥିବା ବଲ’ ପାଇଁ ଆବେଦନ କରିଥିଲେ, କିନ୍ତୁ ଅମ୍ପାୟାର ଆବେଦନକୁ ଖାରଜ କରିଦେଇଥିଲେ। କାରଣ ବଲ ଗଛରେ ସ୍ପଷ୍ଟ ଭାବରେ ଦେଖାଯାଉଥିଲା। ଅମ୍ପାୟାର ରାୟ ଦେଇଥିଲେ ଯେ, ଏହାକୁ ହଜିଯାଇଥିବା ଘୋଷଣା କରାଯାଇପାରିବ ନାହିଁ।

ବ୍ୟାଟସମ୍ୟାନ ଦୌଡ଼ି ଚାଲିଥିଲେ: ଯେପର୍ଯ୍ୟନ୍ତ ବଲ ଗଛରେ ଫସି ରହିଥିଲା, ସେପର୍ଯ୍ୟନ୍ତ ଉଭୟ ବ୍ୟାଟସମ୍ୟାନ ଉଇକେଟ ମଧ୍ୟରେ ଦୌଡ଼ି ଚାଲିଥିଲେ। ଫିଲ୍ଡିଂ କରୁଥିବା ଦଳ ପାଖରେ ବଲ ଉଦ୍ଧାର କରିବାର କୌଣସି ଉପାୟ ନ ଥିଲା। ତେଣୁ ଅମ୍ପାୟାର ଗଛ କାଟିବା ପାଇଁ କୁରାଢ଼ି ମଗାଇଥିଲେ। କିନ୍ତୁ ଗଛକୁ ଏତେ ଶୀଘ୍ର କିପରି କାଟିହେବ? ଶେଷରେ ଗଛରୁ ବଲକୁ ଲକ୍ଷ୍ୟ କରି ତଳକୁ ପକାଇବା ପାଇଁ ଏକ ବନ୍ଧୁକ ମଗାଯାଇଥିଲା। ଅନେକ ପ୍ରୟାସ ପରେ, ଶେଷରେ ବଲ ପଡ଼ିଗଲା।

ବଲ ଉଇକେଟକିପରଙ୍କ ପାଖରେ ପହଞ୍ଚିବା ପର୍ଯ୍ୟନ୍ତ, ଉଭୟ ବ୍ୟାଟସମ୍ୟାନ ୨୮୬ ରନ ପାଇଁ ଦୌଡ଼ି ସାରିଥିଲେ। କୁହାଯାଏ ଯେ, ଉଭୟ ଖେଳାଳି ପ୍ରାୟ ୬ କିଲୋମିଟର ଦୌଡ଼ିଥିଲେ। ଏହି ଘଟଣା ଆଜି ମଧ୍ୟ ଆଲୋଚନା ହୁଏ, କିନ୍ତୁ କାହାରି ପାଇଁ ବିଶ୍ୱାସ କରିବା କଷ୍ଟକର।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ଆଖି ଦେଖାଇଲା ପାକିସ୍ତାନ! ବାଂଲାଦେଶରୁ କଲା ଗର୍ଜନ…

ଢାକା,୯।୧୧: ମହମ୍ମଦ ୟୁନୁସଙ୍କ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ହେବା ପରଠାରୁ, ପାକିସ୍ତାନ ସହିତ ବାଂଲାଦେଶର ସମ୍ପର୍କରେ ଯଥେଷ୍ଟ ଉନ୍ନତି ଆସିଛି। ଏହା ପ୍ରଥମ ଥର ପାଇଁ...

ରାତି ପାହିଲେ ଜିଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣୀ: ପୂର୍ବରୁ ୨୫୬ଟି ଅଭିଯୋଗ ଶୁଣି କରିଥିଲେ ରେକର୍ଡ

ଦାରିଙ୍ଗବାଡି,୯।୧୧(ଅରୁଣ ସାହୁ): ଦାରିଙ୍ଗବାଡି ବ୍ଲକ ସଭାଗୃହ ପରିସର ମଧ୍ୟରେ ସୋମବାର କନ୍ଧମାଳ ଜିଲାପାଳ ବେଦଭୂଷନ ଏବଂ ଏଏସ୍‌ପି ହରିଶ ବିସିଙ୍କ ମିଳିତ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ...

ମ୍ୟାନ ଅଫ ଦି ମ୍ୟାଚ ଖେଳାଳି କେତେ ଟଙ୍କା ପାଆନ୍ତି? ଏହା ମ୍ୟାଚ ଫି ଠାରୁ କେତେ କମ

ନୂଆଦିଲ୍ଲୀ,୯।୧୧: ନିକଟରେ, ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ମହିଳା ODI ବିଶ୍ୱକପ ଜିତିଥିଲା। ଫାଇନାଲ ମ୍ୟାଚରେ, ଶାଫାଲି ବର୍ମା ଏକ ଚମତ୍କାର ଇନିଂସ...

ଦାରିଙ୍ଗବାଡିରେ ଖସୁଛି ପାରଦ: ୨ ଦିନ ହେଲା ଶୀତ, ନିଆଁ ଲଗାଇ ବସୁଛନ୍ତି…

ଦାରିଙ୍ଗବାଡି,୯।୧୧(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିକୁ ଶୀତ ଆସିବାରେ ବିଳମ୍ବ ହୋଇଛି । ତେବେ ଗତ ୨ ଦିନ ହେଲା ପାରଦ ଖସୁଛି ଏବଂ...

ବିଜେଡି, ଭାଜପାର ରୋଡ୍‌ ଶୋ’କୁ ନେଇ ଚର୍ଚ୍ଚା

ନୂଆପଡ଼ା,୯ା୧୧(ପୀତାମ୍ବର ସାହୁ): ନୂଆପଡ଼ା ଉପନିର୍ବାଚନ ପ୍ରଚାର ଶେଷ ପର୍ଯ୍ୟାୟରେ। ରବିବାର ପ୍ରଚାର ଶେଷ ହୋଇଯିବ। ଅପରାହ୍ନ ୪ଟା ସୁଦ୍ଧା ନୂଆପଡ଼ା ଛାଡ଼ି ଚାଲିଯିବାକୁ ବାହାର ନେତା...

ନୂଆପଡ଼ା ଉପନିର୍ବାଚନ ବିଜୟ ପାଇଁ ପ୍ରମୁଖ ଦଳର କସରତ୍‌

ନୂଆପଡ଼ା,୯ା୧୧ (ପୀତାମ୍ବର ସାହୁ): ନୂଆପଡ଼ା ଉପନିର୍ବାଚନ ପ୍ରଚାର ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ଏହାକୁ ନେଇ ଆଲୋଚନା ସେତେ...

ଘାସିରାମ ନିଷ୍କଳଙ୍କ: ଚେୟାରମ୍ୟାନ ଥାଇ ନିଜ ବିଡିଓଙ୍କୁ ଧରାଇଥିଲେ ଭିଜିଲାନ୍ସ ହାତରେ

ନୂଆପଡ଼ା,୯ା୧୧ (ମକାରୁ ବେମାଲ): କଂଗ୍ରେସ ହେଉଛି ଏକମାତ୍ର ଦଳ ଯିଏ ଏହି ମାଟିର ମଣିଷ, ନିଷ୍କଳଙ୍କ ବ୍ୟକ୍ତି ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରିଛି। କଂଗ୍ରେସ ପ୍ରାର୍ଥୀ...

ଏଇ ଭାରତରେ

ରୋଗପୋକ ନିୟନ୍ତ୍ରଣ ଓ ଜଳବାୟୁର ପ୍ରତିକୂଳ ସ୍ଥିତି ସମ୍ପର୍କିିତ ତଥ୍ୟ ସଂଗ୍ରହ କରୁଥିବା ଟେକ୍ନୋଲୋଜି ଏବେ ଆଧୁନିକ କୃଷିକୁ ନୂଆ ଦିଗ ଦେଖାଇଛି। ଏହି କ୍ରମରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri