ମୁକୁଳିଲେ ୨୭୯ ଅପହୃତା ଛାତ୍ରୀ

ଆବୁଜା, ୩ା୩: ନାଇଜେରିଆର ଉତ୍ତରପଶ୍ଚିମ ରାଜ୍ୟ ଜାମ୍‌ଫ୍ରାର ଏକ ବୋର୍ଡିଂ ସ୍କୁଲରୁ ଅପହରଣ ହୋଇଥିବା ୨୭୯ ଛାତ୍ରୀ ବନ୍ଧୁକଧାରୀଙ୍କ କବଳରୁ ମୁକୁଳିଛନ୍ତି। ଏ ନେଇ ଜାମ୍‌ଫ୍ରା ଗଭର୍ନର ବେଲ୍ଲୋ ମାଟଓ୍ବୋଲେ ଟୁଇଟ ଯୋଗେ ସୂଚନା ଦେଇଛନ୍ତି। ଗତ ଶୁକ୍ରବାର କେତେଜଣ ବନ୍ଧୁକଧାରୀ ଜାନଗେବେ ସହରସ୍ଥିତ ଏକ ସରକାରୀ ବାଳିକା ବିଦ୍ୟାଳୟରେ ପଶି ପ୍ରାୟ ୩ ଶହ ଛାତ୍ରୀଙ୍କୁ ଅପହରଣ କରିଥିଲେ। ସନ୍ଦିଗ୍ଧମାନେ ସ୍କୁଲରେ ପଶିବା ସହ ସେନା ପକ୍ଷରୁ କାର୍ଯ୍ୟାନୁଷ୍ଠାନ ପ୍ରତିହତ କରିବା ପାଇଁ ସ୍ଥାନୀୟ ମିଲିଟାରୀ କ୍ୟାମ୍ପକୁ ଘେରାଉ କରିଥିଲେ। ମୁକ୍ତ ହୋଇଥିବା ସମସ୍ତ ପିଲାଙ୍କୁ ରାଜଧାନୀ ଗାସାଉରେ ସୁରକ୍ଷିତ ଭାବେ ରଖାଯାଇଥିବା ଷ୍ଟେଟ କମିଶନର ଅବୁବକର ମହମ୍ମଦ ଦୁରାନ କହିଛନ୍ତି। ୧୦ କିମ୍ବା ତଦୁର୍ଦ୍ଧ୍ୱ ବର୍ଷ ବୟସର ଛାତ୍ରୀମାନେ ହାଲ୍‌କା ନୀଳ ରଙ୍ଗର ହିଜାବ ପିନ୍ଧିଥିବା ସହ ଖାଲି ପାଦରେ ଗୁସାଉସ୍ଥିତ ସରକାରୀ କାର୍ଯ୍ୟାଳୟ ପରିସରରେ ବସିଥିବା ଦେଖିବାକୁ ମିଳିଥିଲା। ଏବେ ସୁଦ୍ଧା କୌଣସି ଛାତ୍ରୀ ଅପହରଣକାରୀଙ୍କ କବଳରେ ନ ଥିବା ସେ ସ୍ପଷ୍ଟ କରିଛନ୍ତି। ତେବେ କିପରି ଓ କେଉଁ ଉପାୟରେ ପିଲାମାନଙ୍କୁ ମୁକୁଳାଯାଇଛି ସେ ବାବଦରେ କିଛି ଜଣାପଡ଼ିନାହିଁ।
ଡିସେମ୍ବରରୁ ନାଇଜେରିଆରେ ଏହା ହେଉଛି ତୃତୀୟ ଗଣ ଅପହରଣ ଘଟଣା। ଏହା ପୂର୍ବରୁ ଫେବୃୟାରୀ ୧୭ରେ ୨୪ ଜଣ କଲେଜ ଛାତ୍ର, ୬ ଷ୍ଟାଫ୍‌ ଏବଂ ୮ ଜଣ ସମ୍ପର୍କୀୟଙ୍କୁ ଅପହରଣ କରାଯାଇଥିଲା। ଗତ ଶନିବାର ସେମାନଙ୍କୁ ଅପହରଣକାରୀଙ୍କଠାରୁ ଉଦ୍ଧାର କରାଯାଇଥିଲା। ସେହିପରି ଡିସେମ୍ବରରେ ୩ ଶହ ଛାତ୍ରଙ୍କୁ ସ୍କୁଲରୁ ଉଠାଇ ନିଆଯାଇଥିଲା। ୨୦୧୪ରେ ଇସ୍‌ଲାମୀ ଚରମପନ୍ଥୀ ସଙ୍ଗଠନ ବୋକୋ ହରାମ ବୋର୍ନୋ ରାଜ୍ୟର ଚିବୋକସ୍ଥିତ ଏକ ସ୍କୁଲରୁ ୨୭୬ ଛାତ୍ରୀଙ୍କୁ ଅପହରଣ କରିଥିଲା। ସେମାନଙ୍କ ମଧ୍ୟରୁ ଶତାଧିକ ଛାତ୍ରୀ ଏବେ ସୁଦ୍ଧା ମଧ୍ୟ ନିଖୋଜ ଅଛନ୍ତି। ପାଶ୍ଚାତ୍ୟ ଶିକ୍ଷାକୁ ବିରୋଧ କରି ବୋକା ହରାମ ପକ୍ଷରୁ ବାରମ୍ବାର ସ୍କୁଲଗୁଡ଼ିକୁ ଟାର୍ଗେଟ କରାଯାଉଛି।
ଆପରାଧିକ ସଙ୍ଗଠନଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଯିବା ପାଇଁ ସରକାରଙ୍କ ଉପରେ ଚାପ ପକାଇବାକୁ ବିଶେଷ କରି ପଶ୍ଚିମ ଆଫ୍ରିକାରେ ସ୍କୁଲ ପିଲାମାନଙ୍କୁ ଟାର୍ଗେଟ କରାଯାଉଛି। ଅପହରଣକାରୀଙ୍କୁ ବିନା କିଛି ମୂଲ୍ୟ କିମ୍ବା ସୁବିଧା ପ୍ରଦାନ କରାଯାଇ ନ ଥିବା ସରକାର କହୁଥିଲେ ମଧ୍ୟ ସାଧାରଣରେ ତାହା ଗ୍ରହଣୀୟ ହୋଇପାରୁନାହିଁ। ଟଙ୍କା କିମ୍ବା କୌଣସି ଅପରାଧୀଙ୍କୁ ଜେଲରୁ ମୁକୁଳାଇବା ବଦଳରେ ଅପହୃତଙ୍କୁ ଉଦ୍ଧାର କରାଯାଇଥିବା ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଡ଼ଚଣ୍ଡୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହରେ ଆଣ୍ଠୁଏ ପାଣି, ଶିକ୍ଷାଦାନ ବନ୍ଦ

ହାଟଡିହୀ, ୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡା): ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି ହୋଇଛି। କେଉଁଠି ପୋଲ…

ଜନ୍ତରମନ୍ତରରେ ପୁଣି ପୋଲିସ-ପ୍ରଦର୍ଶନକାରୀ ମୁହାଁମୁହିଁ, ପଥର ମାଡ଼ ପରେ ଲାଠିଚାର୍ଜ

ନୂଆଦିଲ୍ଲୀ,୨୨।୭: ନୂଆଦିଲ୍ଲୀର ଜନ୍ତର ମନ୍ତରରେ ଚାଲିଥିବା CJP ପ୍ରତିବାଦ ମଧ୍ୟରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି । ପ୍ରଦର୍ଶନକାରୀ ଏବଂ ଦିଲ୍ଲୀ ପୋଲିସ ମଧ୍ୟରେ ସଂଘର୍ଷ ହୋଇଛି…

ରାଜ୍ୟ ରାଜନୀତିରେ ହଲଚଲ୍! କ୍ୟାପିଟାଲ୍‌ ଥାନା ପକ୍ଷରୁ ପାଣ୍ଡିଆନଙ୍କୁ ନୋଟିସ, ଏହି ଦିନ ହେବ ହାଜର

ଭୁବନେଶ୍ବର,୨୨।୭: CMOରୁ ଫାଇଲ୍‌ ଗାୟବ ମାମଲାରେ ଭିକେ ପାଣ୍ଡିଆନ୍‌ଙ୍କୁ ନୋଟିସ କରାଯାଇଛି । ପୂର୍ବତନ ଆଇଏଏସ୍‌ ଅଫିସର ଭି.କେ ପାଣ୍ଡିଆନଙ୍କୁ ଆସନ୍ତା ୨୫ ତାରିଖ ଦିନ ୧୧ଟା…

ହଠାତ୍‌ ପ୍ରେସ୍‌ କନ୍‌ଫରେନ୍ସ କଲେ ନଡ୍ଡା: ଛାତ୍ରମାନଙ୍କ ଆନ୍ଦୋଳନରେ ରାହୁଲ ରାଜନୈତିକ ରୁଟି ସେକୁଛନ୍ତି କହି ବର୍ଷିଲେ, ସବୁର ଜବାବ…

ନୂଆଦିଲ୍ଲୀ,୨୨।୭: ପ୍ରଶ୍ନପତ୍ର ଲିକ୍‌ ମାମଲାରେ ରାଜନୈତିକ ଘମାସାନ ଜାରି ରହିଥିବା ବେଳେ ବୁଧବାର କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା ଏକ ଖବରଦାତା ସମ୍ମିଳନୀରେ କରି ବିରୋଧୀଙ୍କୁ କଡ଼ା ଜବାବ…

ବିଦ୍ରୋହ ମଧ୍ୟରେ ଆସିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନ, ‘୨୯ ଜୁଲାଇ ସମସ୍ତଙ୍କ ପାଇଁ….’

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଶିକ୍ଷା ମନ୍ତ୍ରୀମାନଙ୍କ ଏକ ସମ୍ମିଳନୀରେ ବୁଧବାର ଦିନ ଉଦବୋଧନ ଦେଇଥିଲେ। ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,…

ଜଣେ ମନ୍ତ୍ରୀ ଇସ୍ତଫା ଦେଇଦେଲେ ସରକାର ଭୁଶୁଡ଼ି ପଡ଼େ ନାହିଁ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ଏମିତି ଅପିଲ୍‌ କଲେ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ NEET ପ୍ରଶ୍ନପତ୍ର ଲିକ୍‌ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ନେଇ ଜାରି ରହିଥିବା ଆନ୍ଦୋଳନ ମଧ୍ୟରେ ପ୍ରସିଦ୍ଧ ସମାଜସେବୀ ଅନ୍ନା…

ହସ୍ପିଟାଲରୁ ପ୍ରଥମ Video ଜାରିକଲେ ସୋନମ ୱାଙ୍ଗଚୁକ୍, ସରକାରଙ୍କୁ କହିଲେ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ ହେବା ପରେ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍ ତାଙ୍କର ପ୍ରଥମ ଭିଡିଓ ବାର୍ତ୍ତା ଜାରି କରିଛନ୍ତି…

ଟିମ୍‌ ଇଣ୍ଡିଆରେ ମିଳିଲାନି ସୁଯୋଗ, ଏବେ ଏହି ଟିମ୍‌ ପାଇଁ ଖେଳିବେ କୁଲଦୀପ ଯାଦବ 

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ ଦଳର ତାରକା ସ୍ପିନର କୁଲଦୀପ ଯାଦବଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜରେ ଭାରତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri