Posted inଜାତୀୟ

୨୬ ଦଳ, ୮୦ ନେତା, ୫ ମୁଖ୍ୟମନ୍ତ୍ରୀ: ଇଣ୍ଡିଆ ମେଣ୍ଟର ମୁମ୍ବାଇ ବୈଠକ ଉପରେ ନଜର…

ନୂଆଦିଲ୍ଲୀ,୨୩।୮ : ଇଣ୍ଡିଆ ମେଣ୍ଟରେ ସାମିଲ ହୋଇଥିବା ରାଜନୈତିକ ଦଳ ଅଗଷ୍ଟ ୩୧ ଏବଂ ସେପ୍ଟେମ୍ବର ୧ ରେ ମୁମ୍ବାଇରେ ବୈଠକ କରିବାକୁ ଯାଉଛନ୍ତି। ବୈଠକରେ ଲୋକସଭା ନିର୍ବାଚନ ୨୦୨୪ର ପ୍ରସ୍ତୁତି ପାଇଁ ରଣନୀତି ପ୍ରସ୍ତୁତ ହେବ। ବିରୋଧୀ ଦଳର ନେତାଙ୍କ ଏହା ତୃତୀୟ ବୈଠକ। ଏହାପୂର୍ବରୁ ୨୩ ଜୁନରେ ପାଟନାରେ ଏବଂ ୧୭-୧୮ ଜୁଲାଇରେ ବେଙ୍ଗାଲୁରୁରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ୨୬ ଟି ଦଳ ଏକାଠି ହେବାକୁ ରାଜି ହୋଇଥିଲେ।

ମହାରାଷ୍ଟ୍ରରେ ମହା ବିକାଶ ଅଘାଡି (ଏମଭିଏ) ସହଯୋଗୀ ଦଳର ନେତାଙ୍କ ଉଦ୍ଦେଶ୍ୟରେ କହିଛି ମୁମ୍ବାଇରେ ଆୟୋଜିତ ହେବାକୁ ଥିବା ବୈଠକରେ ୫ ମୁଖ୍ୟମନ୍ତ୍ରୀ ଏବଂ ୨୬ ଦଳର ୮୦ ଜଣ ନେତା ଯୋଗଦେବାକୁ ଯାଉଛନ୍ତି। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଧ୍ୟ ଏହି ବୈଠକରେ ଯୋଗଦେବାର ସମ୍ଭାବନା ରହିଛି।

ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏବଂ ଏନସିପି ସୁପ୍ରିମୋ ଶରଦ ପାୱାର ତଥା କିଛି କଂଗ୍ରେସ ନେତା ବୁଧବାର ଗ୍ରାଣ୍ଡ ହାଇଟ ହୋଟେଲରେ ବୈଠକର ବିସ୍ତୃତ ବିଷୟବସ୍ତୁ ଚୂଡ଼ାନ୍ତ କରିବେ। ଏହି ହୋଟେଲରେ ବିରୋଧୀ ଦଳର ବୈଠକ ଅନୁଷ୍ଠିତ ହେବ।

ଦିଲ୍ଲୀରେ ବୈଠକର ଏଜେଣ୍ଡା ଚୂଡାନ୍ତ ହେବ। ମୁମ୍ବାଇ ସଭାରେ ଏକ ସାଧାରଣ ସର୍ବନିମ୍ନ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ଉପରେ ଆଲୋଚନା ହୋଇପାରେ। ଏହା ସହିତ ଇଣ୍ଡିଆ ମେଣ୍ଟର ସଂଯୋଜକଙ୍କ ନାମ ମଧ୍ୟ ଘୋଷଣା କରାଯିବ ବୋଲି ଆଶା କରାଯାଉଛି।

ସୋନିଆ ଗାନ୍ଧୀଙ୍କ ସମେତ ପାଞ୍ଚଟି ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ଅନ୍ୟ ନେତାମାନେ ଅଗଷ୍ଟ ୩୧ ତାରିଖ ସନ୍ଧ୍ୟା ୬ଟା ପୂର୍ବରୁ ମୁମ୍ବାଇରେ ପହଞ୍ଚିବେ ବୋଲି ଆଶା କରାଯାଉଛି। ସମ୍ପ୍ରତି ୨୬ ଟି ଦଳ ମେଣ୍ଟରେ ଯୋଗ ଦେଇଥିବାବେଳେ ଆଉ କିଛି ଦଳ ଦୁଇ ଦିନିଆ ବୈଠକରେ ଯୋଗଦେବାକୁ ଯାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାମ କରୁନି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, କାର୍ଯ୍ୟକ୍ଷମ କରିବାକୁ ଅଞ୍ଚଳବାସୀଙ୍କ ଦାବି

କେସିଙ୍ଗା ତା ୧୦।୮,( ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ପାଷ୍ଟିକୁଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ଶିରୋଲ ଗ୍ରାମ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ପଛ…

ଧାନବିକ୍ରି ପଞ୍ଜୀକରଣ ଆରମ୍ଭରୁ ଏଗ୍ରିଷ୍ଟାକ କଟକଣାକୁ ବିରୋଧ, ସବୁଠି ତେଜିଲା ଚାଷୀ ଅସନ୍ତୋଷ, ଆଜି ହେବ…

ବରଗଡ଼,୧୦ା୮(ପ୍ରେମାନନ୍ଦ ଖମାରୀ): ଧାନବିକ୍ରି ନେଇ ରାଜ୍ୟ ସରକାର ଦିନକୁ ଦିନ ଗୋଟିଏ ପରେ ଗୋଟିଏ ନିୟମ ଲାଗୁ କରୁଛନ୍ତି। ଏଥିପାଇଁ ପ୍ରତି ୬ମାସରେ ଥରେ ଚାଷୀ ପଞ୍ଜୀକରଣ…

JPSC ପରୀକ୍ଷା ହେରଫେର ମାମଲାରେ EDର ଏଣ୍ଟ୍ରି; ଆସୁ ଆସୁ ନେଲା ବଡ଼ ଆକ୍ସନ

ନୂଆଦିଲ୍ଲୀ,୧୦।୮: ଝାଡ଼ଖଣ୍ଡରେ JPSCର 14ତମ ପ୍ରିଲିମିନାରୀ ଟେଷ୍ଟ (PT) ଏବଂ ଅନ୍ୟାନ୍ୟ ସମ୍ବନ୍ଧିତ ପରୀକ୍ଷାରେ ହୋଇଥିବା ଅନିୟମିତତାର ତଦନ୍ତ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ପଦକ୍ଷେପ ନେଇଛି।…

ଏଇ ଭାରତରେ

ଅନେକ ସମୟରେ ଜଣେ ମହିଳା ପରିବାର ପ୍ରତିପୋଷଣର ଦାୟିତ୍ୱ ବହନ କରିବା ଲାଗି ଏକ ପୁରୁଷକୈନ୍ଦ୍ରିକ ପେସାକୁ ଆଦରିନେବାକୁ ବାଧ୍ୟ ହୋଇଥାନ୍ତି, ଯାହା ଘଟିଛି ଜାନ୍‌ସୀ ବି.ଭି.ଙ୍କ…

ଝାଡ଼ଖଣ୍ଡ ବିଧାନସଭା ଘେରାଓ ପୂର୍ବରୁ ରାଞ୍ଚିରେ କଡ଼ା ହେଲା ସୁରକ୍ଷା ବ୍ୟବସ୍ଥା

ରାଞ୍ଚି,୧୦।୮: ଛାତ୍ରଙ୍କ ପ୍ରତିବାଦ ଏବଂ ବିଧାନସଭା ଘେରାଉ ଡାକରା ପରେ, ବିଧାନସଭାକୁ ଯାଉଥିବା ରାସ୍ତାରେ ସୁରକ୍ଷା ବଳୟ ସ୍ଥାପନ କରାଯାଇଛି, ଯାହା ଫଳରେ ବିକ୍ଷୋଭକାରୀମାନେ ସେହି ସ୍ଥାନରେ…

ବୈଦିକ ଶିକ୍ଷା ବ୍ୟବସ୍ଥା

ବୈଦିକ ଯୁଗର ଶିକ୍ଷା ପଦ୍ଧତି ନୈତିକ ମୂଲ୍ୟବୋଧ ଉପରେ ଆଧାରିତ ଥିଲା। ଶିକ୍ଷାର କୌଣସି ବ୍ୟବସାୟୀକରଣ ନ ଥିଲା। ବିଦ୍ୟାର୍ଥୀମାନେ ଆବାସିକ ଗୁରୁକୁଳରେ ରହି ଶିକ୍ଷା ଗ୍ରହଣ…

ଏଠି କିଛି ବି ହୋଇପାରେ

କିଛିବର୍ଷ ପୂର୍ବେ ଓଡ଼ିଶାର ଏକ ବୃହତ୍‌ ଜନଜାତି ଶିକ୍ଷାନୁଷ୍ଠାନରେ ଅଧ୍ୟାପନା କରୁଥିଲି। ସେସମୟରେ ସେଠାରେ ଆୟୋଜିତ ହୋଇଥିଲା ଏକ ବିଶେଷ କାର୍ଯ୍ୟକ୍ରମ। ସେହି ଅବସରରେ ହିନ୍ଦୀ ଚଳଚ୍ଚିତ୍ର…

କାର୍‌-ମୋଟରସାଇକେଲ ମୁହାଁମୁହିଁ, ୨ ଭାଇ ଗୁରୁତର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ନିଜ କାର୍‌ରେ ନେଇ…

ପଟାଙ୍ଗି,୧୦ା୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ଗିର୍ଲିଗୁଡ଼ା ଛକ ନିକଟରେ ମାରୁତି କାର୍‌ ସହ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ କାର୍‌ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri