୨୬/୧୧ ଆକ୍ରମଣର ମାଷ୍ଟର ମାଇଣ୍ଡ ଜକିର-ଉର-ରହମାନ-ଲଖଭି ଗିରଫ

ଇସଲାମାବାଦ,୨ ।୧: ପାକିସ୍ତାନ ଗଣମାଧ୍ୟମର ସୂଚନା ଅନୁଯାୟୀ, ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ଓ ଲସ୍କର-ଇ-ତୋଏବାର ସଦସ୍ୟ ଜକିର-ଉର-ରହମାନ-ଲଖଭିଙ୍କୁ ଟେରର ଫଣ୍ଡିଂ ମାମଲାରେ ଗିରଫ କରାଯାଇଛି । ପାକିସ୍ତାନର ପଞ୍ଜାବରେ ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ତେବେ ମୁମ୍ବାଇ ଆକ୍ରମଣ ସହ ଏହି ଗିରଫର କୌଣସି ସମ୍ପର୍କ ନାହିଁ । ପାକିସ୍ତାନର ପଞ୍ଜାବ ଆତଙ୍କ ନିରୋଧି ବିଭାଗର ପ୍ରବକ୍ତା ଏହା ସ୍ପଷ୍ଟ କରିଛନ୍ତି । ଲଖଭିଙ୍କୁ ଲାହୋରରୁ ଗିରଫ କରାଯାଇଛି । ଲଖଭିଙ୍କୁ ୨୦୦୮ରେ ମୁମ୍ବାଇ ଆକ୍ରମଣ ଘଟଣା ପରେ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ ଦ୍ୱାରା ଆତଙ୍କବାଦୀ ଘୋଷଣା କରାଯାଇଥିଲା । ସୂଚନାଯୋଗ୍ୟ, ୨୬ ନଭେମ୍ବର ୨୦୦୮ରେ ପାକିସ୍ତାନୀ ସେନା ଓ ଗୁପ୍ତ ଏଜେନ୍ସିଙ୍କ ସହ ଲସ୍କର-ଇ-ତୋଏବା ଆତଙ୍କବାଦୀମାନେ ମୁମ୍ବାଇର କେତେକ ସ୍ଥାନରେ ଆକ୍ରମଣ କରିଥିଲେ । ଏଥିରେ କେତେଜଣ ବିଦେଶୀଙ୍କ ସମେତ ପାଖାପାଖି ୧୫୫ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହାର ମାଷ୍ଟର ମାଇଣ୍ଡ ଥିଲେ ଲଖଭି । ଯାହାଙ୍କୁ ପାକିସ୍ତାନରେ ଗିରଫ କରାଯିବା ପରେ ଜାମିନ ମିଳଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ନର୍ଡିକ ଶିଖର ସମ୍ମିଳନୀରେ ଯୋଗ ଦେବେ ମୋଦି

କୋପେନହେଗେନ,୪।୫: ଡେନମାର୍କ ଗ୍ରସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଡେନମାର୍କର ଦ୍ବିତୀୟ ଭାରତ-ନର୍ଡିକ ଶିଖର ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ତେବେ ପ୍ରଧାନମନ୍ତ୍ରୀଙ୍କ...

ଜାପାନ ସାଗରରେ ଜାହାଜରୁ ମିଶାଇଲର ପରୀକ୍ଷଣ କଲା ରୁଷିଆ

ଟୋକିଓ,୧୫ ।୪: ଜାପାନ ସରକାରଙ୍କ ସୂଚନା ଅନୁଯାୟୀ, ରୁଷିଆ ଦ୍ୱାରା ଜାପାନ ସାଗରରେ ଜାହାଜରୁ ପଠାଯାଇପାରୁଥିବା ମିଶାଇଲର ପରୀକ୍ଷଣ କରାଯାଇଛି । ଏହାପରେ ରୁଷିଆ ସେନାଙ୍କ...

ନେଦରଲାଣ୍ଡ ଯୋଗ ଦିବସ ପାଳନରେ ଉପସ୍ଥିତ ରହିଲେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ

ଆମଷ୍ଟରଦମ,୧୬।୬: ଆଗକୁ ଆସୁଛି ଅନ୍ତର୍ଜାତୀୟ ଯୋଗ ଦିବସ। ଜୁନ୍‌ ୨୧ରେ ପାଳନ କରାଯିବ ୫ମ ଅନ୍ତର୍ଜାତୀୟ ଯୋଗ ଦିବସ। ଏଥିପାଇଁ ସାରା ବିଶ୍ୱ ଏବେ ପ୍ରସ୍ତୁତି...

ଗୋଦାମରେ ବଡ଼ ଧରଣର ବିସ୍ଫୋରଣ: ୭୮ରୁ ଅଧିକ ମୃତ, ୪ ହଜାରରୁ ଅଧିକ ଆହତ

ବେରୁଟ, ୫।୮: ଲେବାନନ୍‌ର ରାଜଧାନୀ ବେରୁଟରେ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏଥିରେ ୭୦ରୁ ଅଧିକ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪ହଜାରରୁ ଅଧିକ ଆହତ ହୋଇଛନ୍ତି।...

ସାମରିକ ଉପକରଣ ନେଇଯାଉଥିବା ରୁଷିଆ ବିମାନ ଖସିଲା

ମସ୍କୋ,୨୫।୨: ସାମରିକ ଉପକରଣ ନେଇ ଯାଉଥିବା ରୁଷିଆର ଆଣ୍ଟୋନୋଭ ଆନ-୨୬ ଟ୍ରାନ୍ସପୋର୍ଟ ବିମାନ ଭୋରୋନେଞ୍ଜର ଦକ୍ଷିଣାଞ୍ଚଳରେ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏଥିରେ ବିମାନର କ୍ରୁ ମେମ୍ବରଙ୍କ...

ଆରମ୍ଭ ହେଲା ସର୍ବବୃହତ୍‌ ଫିଟ୍‌ନେସ୍‌ ଚ୍ୟାଲେଞ୍ଜ

ଦୁବାଇ: ଦୁବାଇ। ଲକ୍‌ଜ୍ୟୁରି ଶପିଂ, ଅଲଟ୍ରାମଡର୍ନ ଆର୍କିଟେକ୍‌ଚର ଏବଂ ନାଇଟ୍‌ ଲାଇଫ୍‌ ପାଇଁ ପ୍ରସିଦ୍ଧି ଅର୍ଜନ କରିଥିବା ସ୍ବପ୍ନର ସହର। ମାତ୍ର ୫୦ ବର୍ଷ ଭିତରେ...

ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେଶନ୍‌: ୭ ତାଲିବାନ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା

କାବୁଲ,୨୭।୧୨: ଆଫଗାନିସ୍ତାନରେ ମିଳିତ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେଶନ୍‌ରେ ୭ ତାଲିବାନ୍‌ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଦକ୍ଷିଣ ଆଫଗାନିସ୍ତାନର କାନ୍ଦାହାର ପ୍ରଦେଶର ଜେହାରିଆ ଜିଲାରେ ଏଭଳି ଘଟିଥିବା...

ହାଇପରସୋନିକ୍‌ କ୍ଷେପଣାସ୍ତ୍ର ବିକଶିତ କରୁଛି ଭାରତ

ଓ୍ବାଶିଂଟନ, ୨୩।୧୦: ଚାଇନା ନିକଟରେ ଦୁଇଟି ଆଣବିକ ଶକ୍ତିସମ୍ପନ୍ନ ହାଇପରସୋନିକ୍‌ କ୍ଷେପଣାସ୍ତ୍ର ପରୀକ୍ଷା କରିଥିବା ନେଇ ଖବର ପ୍ରକାଶ ପାଇଥିବାବେଳେ ଭାରତ ସମେତ କେତେକ ଦେଶ...

Advertisement
Archives

Model This Week