ବିରାଶତ୍‌କୁ ପୂରିଲା ୨୫ବର୍ଷ

ମୁମ୍ବାଇ: ବଲିଉଡ ଅଭିନେତା ଅନିଲ କପୁର ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ନାମ୍ନୀ ଅଭିନେତା। ନିଜର ଦମ୍‌ଦାର ଅଭିନୟ ଓ ଫିଟନେସ୍‌ ପାଇଁ ଜଣାଶୁଣା ଅନିଲ କପୁର ସୋମବାର ତାଙ୍କର ଏକ ସୁପରହିଟ ଫିଲ୍ମର ସିଲଭର୍‌ ଜୁବଲୀ ପାଳନ କରିଛନ୍ତି। ୧୯୯୭ରେ ଆଜିର ଦିନରେ ମୁକ୍ତିଲାଭ କରିଥିବା ଫିଲ୍ମ ବିରାଶତ୍‌କୁ ୨୫ବର୍ଷ ପୂରିଛି। ଏହି ବିଶେଷ ଅବସରରେ ଫିଲ୍ମରେ ମୁଖ୍ୟ ଅଭିନେତା ଭାବେ ଅଭିନୟ କରିଥିବା ଅନିଲ କପୁର ସୋସିଆଲ ମିଡିଆରେ ତାଙ୍କ ଫିଲ୍ମର କିଛି ଅଦୃଶ୍ୟ ଫଟୋକୁ ଶେୟାର କରିଛନ୍ତି।
ନିଜର ଅଫିସିଆଲ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଅନିଲ କପୁର ଉକ୍ତ ଫିଲ୍ମରେ ତାଙ୍କ ସହ ନଜର ଆସିଥିବା ଅଭିନେତ୍ରୀ ତବ୍ବୁ ଏବଂ ପୂଜା ଭଟ୍ଟଙ୍କ କିଛି ଫଟୋ ଶେୟାର କରିଥିବା ଦେଖିବାକୁ ମିଳିଛି। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିସହ ସେ କ୍ୟାପଶନ୍‌ରେ ଲେଖିଛନ୍ତି, ମୋର ପସନ୍ଦର ଫିଲ୍ମ ବିରାଶତ୍‌ର ୨୫ତମ ବର୍ଷକୁ ଶ୍ରେଷ୍ଠ ପ୍ରଯୋଜକଙ୍କୁ ଉତ୍ସର୍ଗୀକୃତ କରୁଛି, ଯେଉଁମାନଙ୍କ ସହ ମୁଁ କାମ କରିଛି। ସୂଚନା ମୁତାବକ, ପ୍ରିୟଦର୍ଶନଙ୍କ ନିର୍ଦ୍ଦେଶିତ ତଥା କମଲ ହାସନଙ୍କ ଦ୍ୱାରା ଲିଖିତ ବିରାସତ୍‌ ୧୯୯୭ର ସର୍ବାଧିକ ଆୟ କରିଥିବା ଫିଲ୍ମ ମଧ୍ୟରୁ ଅନ୍ୟତମ। ସେହି ବର୍ଷ ଏହି ଫିଲ୍ମକୁ ଅନେକ ପୁରସ୍କାର ମିଳିଥିଲା। ଏହି ଚଳଚ୍ଚିତ୍ରରେ ଅନିଲ କପୁର, ତବ୍ବୁ ଓ ପୂଜା ଭଟ୍ଟଙ୍କ ବ୍ୟତୀତ ଅମରେଶ ପୁରୀ, ମିଲିନ୍ଦ ଗୁନାଜୀ ଏବଂ ଗୋବିନ୍ଦ ନାମଦେବ ପ୍ରମୁଖ ଭୂମିକାରେ ନଜର ଆସିଥିଲେ। ଫିଲ୍ମର ଗୀତ ତାରେ ହେଁ ବାରାତି ଓ ଢ଼ୋଲ ବଜନେ ଲଗା ସେହି ସମୟରେ ବେଶ୍‌ ପପୁଲାର ହେବା ସହ ସ୍ମରଣୀୟ ଗୀତ ମଧ୍ୟରୁ ଅନ୍ୟତମ।


Enter your email to get our daily news in your inbox.

All Right Reserved By Dharitri.Com

କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଅଡୁଆ ବଢ଼ିଲା: ଜାମିନ ବିହୀନ ଗିରଫ ପରୱାନା ରହିତାଦେଶ ହଟାଇଲେ…

କଟକ,୨୫।୮(କାର୍ତ୍ତିକ ସାହୁ): ବାରମ୍ବାର ସମୟ ନେଇ ନିମ୍ନ ଅଦାଲତରେ ହାଜର ନ ହେବା କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଫଳରେ ଗିରଫଦାରିକୁ ନେଇ…

୩୦ ଯାଏ ବଢ଼ିଲା ଓଏସ୍‌ଏସ୍‌ଟିଇଟି ପଞ୍ଜୀକରଣ, ସେପ୍ଟେମ୍ବର ୩୦…

କଟକ,୨୫।୮(କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ସେକେଣ୍ଡାରି ସ୍କୁଲ ଟିଚର୍ସ ଇଲିଜିବିଲିଟି ଟେଷ୍ଟ (ଓଏସ୍‌ଏସ୍‌ଟିଇଟି) ୨୦୨୬ ନିମନ୍ତେ ପଞ୍ଜୀକରଣ ଅବଧିକୁ ଅଗଷ୍ଟ…

ପୁଣି ଲଘୁଚାପ: ୨୮ରୁ ଆହୁରି ବଢ଼ିବ ବର୍ଷା, ଏସବୁ ଜିଲାକୁ ଓ୍ବାର୍ନିଂ…

ଭୁବନେଶ୍ୱର, ୨୫ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା ୨୪ ଘଣ୍ଟାରେ ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବା ସହ ଝାଡ଼ଖଣ୍ଡ ଓ ଉତ୍ତର ଓଡ଼ିଶା…

“ବିବାହ ନ କଲେ ଆତ୍ମହତ୍ୟା କରିବି” କହି ନେଇଗଲେ, ପ୍ରେମିକା ୩ ମାସର ଗର୍ଭବତୀ ହେବା ପରେ ଫେରାର୍; ପରିଶେଷରେ…

ଦେବଗଡ଼,୨୫।୮(ଶଶାଙ୍କ ଶେଖର ଝାଙ୍କର): ବିବାହର ମିଛ ପ୍ରତିଶ୍ରୁତି ଦେଇ ପ୍ରେମିକାଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ସ୍ଥାପନ କରିବା ଏବଂ ପରବର୍ତ୍ତୀ ସମୟରେ ପ୍ରତାରଣା କରିବା ଅଭିଯୋଗରେ…

ଗୁରୁଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ଏଣ୍ଟ୍ରି, ୫ ରାଶିଙ୍କ ଲାଗିଲା ଲଟେରୀ! ବଢିବ ଧନ-ସମ୍ପତ୍ତି…

ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ମଙ୍ଗଳ ଗ୍ରହ ବୃହସ୍ପତି (ଦେବଗୁରୁ ବୃହସ୍ପତି)ଙ୍କ ଦ୍ୱାରା ଶାସିତ ପୁନର୍ୱାସୁ ନକ୍ଷତ୍ରରେ ୨ ସେପ୍ଟେମ୍ୱର, ୨୦୨୬ ରେ ପ୍ରବେଶ କରିବାକୁ ଯାଉଛି। ମଙ୍ଗଳ…

ସାଂଘାତିକ! ଶେଷରେ ପାରାଦୀପ ସମୁଦ୍ରରୁ ମିଳିଲା ନିଖୋଜ ଜାହାଜର…

ନୂଆଦିଲ୍ଲୀ,୨୫।୮: ସମୁଦ୍ର ଗର୍ଭରେ ବିରାଟ ବଡ଼ MV ଓସେନ ୱିନର ଜାହାଜ ଗାଏବ ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏତେ ବଡ଼ ସର୍ଚ୍ଚ ଅପରେସନ୍…

ରାହୁଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ଉଗ୍ର ଚାଲ! ୨ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ୫ଟି ରାଶି ଉପରେ ବଡ଼ ସଙ୍କଟ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସେନାପତି ମଙ୍ଗଳ ଏବଂ ଛାୟା ଗ୍ରହ ରାହୁଙ୍କ ସମ୍ବନ୍ଧକୁ ଅତ୍ୟନ୍ତ ଉଗ୍ର ଓ ସମ୍ବେଦନଶୀଳ ମାନାଯାଏ। ପରାକ୍ରମ, ଉର୍ଜା ଏବଂ କ୍ରୋଧର କାରକ…

ଏକାଠି ହେଲେ ଭାରତ-ଚାଇନା ସେନା, ଓଡ଼ିଶା ସମୁଦ୍ରରେ ଚାଲିଛି ଜୋର୍‌ ଅପରେଶନ

ନୂଆଦିଲ୍ଲୀ,୨୫।୮: ସମୁଦ୍ର ଗର୍ଭରେ ବିରାଟ ବଡ଼ MV ଓସେନ ୱିନର ଜାହାଜ ଗାଏବ ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏତେ ବଡ଼ ସର୍ଚ୍ଚ ଅପରେସନ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri