ଆତ୍ମହତ୍ୟା କଲେ ଏହି ୨୫ ବର୍ଷୀୟ ଅଭିନେତା, ବନ୍ଧୁଙ୍କ ଘରୁ…

ବମ୍ବେ: ଅଭିନୟଜଗତ ସହ ଜଡ଼ିତ ଅନେକ କଳାକାର ଏବେ ଆତ୍ମହତ୍ୟାର ବାଟ ବାଛି ନେଉଛନ୍ତି। କିଛି ଦିନ ତଳେ ବଲିଉଡ୍‌ ଅଭିନେତା ସନ୍ଦିପ ନାହର ସୁଇସାଇଡ୍‌ କରିଥିଲେ। ସୋସିଆଲ ମିଡିଆରେ ଏକ ଚକିତ କଲା ଭଳି ଭିଡିଓ ଶେୟାର କରିବାର କିଛି ଘଣ୍ଟା ପରେ ମୁମ୍ବାଇର ଏକ ଆପାର୍ଟମେଣ୍ଟରୁ ତାଙ୍କ ମୃତଦେହ ପୋଲିସ ଜବତ କରିଥିଲା। ଏବେ ଆଉ ଜଣେ ଅଭିନେତା ଆତ୍ମହତ୍ୟା କରିନେଇଛନ୍ତି। ସେ ହେଲେ ଟେଲିଭିଜନ ଅଭିନେତା ଇନ୍ଦ୍ର କୁମାର।

ଫେବୃୟାରୀ ୧୯ ରାତିରେ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତ୍ୟୁ ବେଳକୁ ତାଙ୍କୁ ୨୫ ବର୍ଷ ହୋଇଥିଲା। ସିନେମାରେ କାମ କରିବାରେ ବିଫଳ ହେବା ପରେ ସେ ଏଭଳି ରାସ୍ତା ବାଛି ନେଇଥିବା ନେଇ ଚର୍ଚ୍ଚା ହେଉଛି।

ଚେନ୍ନାଇରେ ଫିଲ୍ମ ଦେଖିବା ପରେ ଗୁରୁବାର ରାତିରେ ଜଣେ ବନ୍ଧୁଙ୍କ ଘରେ ରହିଥିଲେ ଇନ୍ଦ୍ର। ହେଲେ ସେଠାରେ ସେ ଆତ୍ମହତ୍ୟା କରିଥିଲେ। ଏନେଇ ବନ୍ଧୁ ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ। ପୋଲିସ ସେଠାରେ ପହଞ୍ଚିବା ପରେ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। ଏହି ଖବର ପ୍ରକାଶ ପାଇବା ପରେ ବନ୍ଧୁ, ପରିବାରବର୍ଗ ଏବଂ ପ୍ରଶଂସକଙ୍କୁ ଶକ୍ତ ଧକ୍କା ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

୩୫୦ ଯୁବତୀଙ୍କ ସହ ସମ୍ପର୍କ ରଖି ବାହା ହୋଇଥିଲେ ୩ ଜଣଙ୍କୁ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତଙ୍କ ପ୍ରେମ କାହାଣୀ କାହାକୁ ଲୁଚା ଛପା ନୁହେଁ। ଏହି ଅଭିନେତା ସବୁଠୁ ରୋମାଣ୍ଟିକ୍‌ ବୋଲି କୁହାଯାଏ। କାରଣ ସେ...

ଫିଲ୍ମକୁ ନେଇ ଉତ୍ସାହିତ ଅଛନ୍ତି ଅଭିନେତ୍ରୀ

ମୁମ୍ବାଇ: ‘ଦ ଗ୍ରେଟ ଇଣ୍ଡିଆନ କିଚେନ’ର ହିନ୍ଦୀ ରିମେକ ପାଇଁ ବେଶ୍‌ ଉତ୍ସାହିତ ଅଛନ୍ତି ଅଭିନେତ୍ରୀ ସାନ୍ୟା ମାଲହୋତ୍ରା । ‘ଦ ଗ୍ରେଟ ଇଣ୍ଡିଆନ କିଚେନ’...

କରିସ୍ମାଙ୍କ ଭଳି ଦେଖାଯାଉଥିବା ଏହି ଯୁବତୀ ଜଣକ କିଏ ଜାଣିଛନ୍ତି କି?

ଇସ୍‌ଲାମାବାଦ୍‌,୧୨।୪: ଏକାଭଳି ମୁହଁ ଦେଖାଯାଉଥିବା ଲୋକଙ୍କ କଥା ପ୍ରାୟ ଚର୍ଚ୍ଚାରେ ରହିଥାଏ। ସାରା ଦେଶରେ ଏଭଳି କେତେଜଣ ବ୍ୟକ୍ତି ମଧ୍ୟ ଅଛନ୍ତି ଯେଉଁମାନଙ୍କ ଚେହେରା ସମ୍ପୂର୍ଣ୍ଣ...

ପୁଣି ଅନୁଭବଙ୍କ ନାଁରେ ଏତଲା ଦେଲେ ବର୍ଷା

କଟକ ଅଫିସ,୨୦ା୧୨ କେନ୍ଦ୍ରାପଡ଼ା ଏମ୍‌ପି ତଥା ଓଲିଉଡ ଅଭିନେତା ଅନୁଭବ ମହାନ୍ତିଙ୍କ ନାଁରେ ପୁଣି ଥରେ ଥାନାରେ ମାମଲା ରୁଜୁ ହୋଇଛି। ଏମ୍‌ପିଙ୍କ ଅଭିନେତ୍ରୀ ସ୍ତ୍ରୀ...

ରିଲେସନଶିପରେ ରହିଛନ୍ତି ଅନନ୍ୟା !

ମୁମ୍ବାଇ: ବଲିଉଡ୍‌ ଅଭିନେତା ଚଙ୍କି ପାଣ୍ଡେଙ୍କ ସୁପୁତ୍ରି ଅନନ୍ୟା ପାଣ୍ଡେ ଏବେ ଲାଇମ୍‌ ଲାଇଟ୍‌ରେ। ବଲିଉଡ୍‌ ନବାଗତା ନାୟିକା ତଥା ଷ୍ଟାର କିଡ୍‌ଙ୍କ ମଧ୍ୟରେ ଜଣେ...

ଭାରତୀୟ ନୁହେଁ ଆଲିଆ

ମୁମ୍ବାଇ: ବଲିଉଡର ଚୁଲବୁଲି ନାୟିକା ଆଲିଆ ଭଟ୍ଟ ଏବେ ଖୁବ୍ ଚର୍ଚ୍ଚାରେ । ଗୋଟିଏ ପଟେ ତାଙ୍କ ଅଭିନିତ ଫିଲ୍ମ ‘ଆର୍‌ଆର୍‌ଆର୍‌’ ବକ୍ସ ଅଫିସରେ ଧମାଲ...

ଭାଇରାଲ ହେଉଛି ସୋନାଲଙ୍କ ବିକିନି ପିକ୍‌

ମୁମ୍ବାଇ: ଏବେ ଦେଖାଯାଇଛି ବଲିଉଡ୍ ନାୟିକାମାନେ ସୋସିଆଲ ମିଡିଆ ଜରିଆରେ ପ୍ରଶଂସକଙ୍କ ସହ ଅଧିକ ସମୟ ଯୋଡି ହୋଇ ରହୁଛନ୍ତି । ନିଜର ଗ୍ଲାମରସ୍ ଫଟୋ...

ଡ୍ରଗ୍ସ ମାମଲାରେ ଗିରଫ ହେଲେ ଆଉ ଜଣେ ଅଭିନେତ୍ରୀ

ନୂଆ ଦିଲ୍ଲୀ, ୪।୧: ଡ୍ରଗ୍ସ ମାମଲା ଏବେ ଆଉ ଜଣେ ଅଭିନେତ୍ରୀଙ୍କୁ ଗିରଫ କରାଯାଇଛି। ସେ ଜଣେ ଟଲିଉଡ୍‌ ଅଭିନେତ୍ରୀ ବୋଲି ଜଣାପଡ଼ିଛି। ତାଙ୍କର ବୟସ...

Advertisement
Archives

Model This Week