ରାଜ୍ୟର ୨୪୬୭ ଗାଁ ଅପହଞ୍ଚ

ଯାଜପୁର ଅଫିସ,୧୮ା୩:ରାଜ୍ୟର ୨୪୬୭ ଗାଁ ଏବେ ବି ଅପହଞ୍ଚ ଅବସ୍ଥାରେ ରହିଛି। ଏହି ଗାଁଗୁଡିକୁ ଆଜି ପର୍ଯ୍ୟନ୍ତ ରାସ୍ତା ସଂଯୋଗ ହୋଇନାହିଁ ା ସେଥିମଧ୍ୟରୁ ରାୟଗଡ଼ା ଜିଲାରେ ସର୍ବାଧିକ ୩୦୫ ଗ୍ରାମ ରହିଥିବା ବେଳେ ଦ୍ୱିତୀୟରେ କଳାହାଣ୍ଡି ଜିଲାର ୨୭୦ ଗ୍ରାମ ଏବଂ ତୃତୀୟରେ ଶିଳ୍ପ ସମୃଦ୍ଧ ଜଗତସିଂହପୁର ଜିଲାର ୨୧୧ ଗାଁ ରହିଛି। ବର୍ତ୍ତମାନ ଏପରି ସ୍ଥିତି ଅସମ୍ଭବ ମନେ ହେଉଥିଲେ ବି ନିରାଟ ସତ। ଚଳିତ ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଏହି ତଥ୍ୟ ରଖିଛନ୍ତି। ତେବେ ବରଗଡ଼, ଭଦ୍ରକ, ବଲାଙ୍ଗୀର, କଟକ, ଯାଜପୁର ଓ ସୁବର୍ଣ୍ଣପୁର ଜିଲାର କୌଣସି ଗ୍ରାମ ଅପହଞ୍ଚ ନୁହେଁ ବୋଲି ସେ ଦର୍ଶାଇଛନ୍ତି। ହେଲେ ଯାଜପୁର ଓ ବଲାଙ୍ଗୀର ଜିଲାର କେତୋଟି ଗ୍ରାମକୁ ଉଦାହରଣ ଭାବେ ନିଆଗଲେ ବିଧାନସଭାରେ ଉପସ୍ଥାପିତ ‘ଅପହଞ୍ଚ ନୁହେଁ’ ତଥ୍ୟ ବାସ୍ତବତାଠାରୁ ଭିନ୍ନ ବୋଲି ଜଣାପଡିଛି ା
ଶିକ୍ଷା ଓ ଗମନାଗମନ କେବଳ ସଭ୍ୟତାର ଆଧାର ନୁହେଁ, ଏକ ଅଞ୍ଚଳ ଓ ଜାତିର ପ୍ରଗତିର ପରିଚାୟକ ା ଯେଉଁ ଅଞ୍ଚଳରେ ଗମନାଗମନର ସୁବିଧା ରହିଛି, ଅଧିବାସୀ ଅଧିକ ଶିକ୍ଷିତ ସେହି ଅଞ୍ଚଳ ସେତେ ବିକଶିତ । ଏହା ଗଣତନ୍ତ୍ରକୁ ଅଧିକ ସୁଦୃଢ କରିଥାଏ ବୋଲି କୁହାଯାଏ ା ଏହିକ୍ରମରେ ସରକାର ୨୦୧୮-୧୯ ଆର୍ଥିକ ବର୍ଷରେ ଅପହଞ୍ଚ ଗ୍ରାମକୁ ରାସ୍ତା ସଂଯୋଗ ନିମନ୍ତେ ଉପାନ୍ତ(ଅନକନେକ୍ଟେଡ ପିପୁଲସ୍‌ ଏସେସିବିଲିଟି ଇନ୍‌ ଟ୍ରାଇବାଲ ଏରିଆ) ପ୍ରଣୟନ କରିଥିଲେ। ଏଥିପାଇଁ ୫୦ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ଏହି ଯୋଜନା ମାଧ୍ୟମରେ ୧୦୦ରୁ ଊର୍ଦ୍ଧ୍ୱ ଜନସଂଖ୍ୟା ଥିବା ରାଜସ୍ବ ଗ୍ରାମଗୁଡ଼ିକୁ ରାସ୍ତାର ଗ୍ରେଡ-୨ ମେଟାଲିଂ ଷ୍ଟାଣ୍ଡାର୍ଡ ଯାଏ ତିଆରି ନିମନ୍ତେ ମହାମତ୍ା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆର୍‌ଇଜିଏସ) ଏବଂ ସିଏଫ୍‌ସି/ଏସଏଫ୍‌ସି ଯୋଜନାରେ ଉପଲବ୍ଧ ଅର୍ଥରୁ ଖର୍ଚ୍ଚ କରାଯିବା ପାଇଁ ନିଷ୍ପତ୍ତି ହୋଇଥିଲା । ଏହାବାଦ ମାତୃ ଓ ଶିଶୁ ମୃତ୍ୟୁ ହାର ନିୟନ୍ତ୍ରଣ କରିବାକୁ ୨୦୧୫-୧୬ରୁ ସମ୍ପୂର୍ଣ୍ଣା ଯୋଜନା ପ୍ରଣୀତ ହୋଇଛି। ଅଥଚ ପ୍ରଶାସନର ଆନ୍ତରିକତାର ଅଭାବ ଯୋଗୁ ଅପହଞ୍ଚଗ୍ରାମଗୁଡ଼ିକରେ ଏହି ଯୋଜନାର ରୂପରେଖ କାର୍ଯ୍ୟକାରୀ ହେବାରେ ଅନ୍ତରାୟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଏହି କାରଣରୁ ଉପରୋକ୍ତ ଜିଲା ବାଦ୍‌ ଅନୁଗୋଳ ଜିଲାରେ ୧୦୮, ବାଲେଶ୍ୱରରେ ୬୪, ବୌଦ୍ଧରେ ୫୪, ଦେବଗଡ଼ରେ ୪୦, ଢେଙ୍କାନାଳରେ ୮୬, ଗଞ୍ଜାମରେ ୯୩, ଗଜପତିରେ ୧୬୦, ଝାରସୁଗୁଡ଼ାରେ ୬, କନ୍ଧମାଳରେ ୧୨୬, କେନ୍ଦ୍ରାପଡ଼ାରେ ୧୭, କେନ୍ଦୁଝରରେ ୧୪୧, ଖୋର୍ଦ୍ଧାରେ ୩, କୋରାପୁଟରେ ୯୮, ମାଲକାନଗିରିରେ ୧୫୦, ମୟୂରଭଞ୍ଜରେ ୧୪୫, ନବରଙ୍ଗପୁରରେ ୧୮୮, ନୟାଗଡ଼ରେ ୭୩, ନୂଆପଡ଼ାରେ ୫୬, ପୁରୀରେ ୨, ସମ୍ବଲପୁରରେ ୫୮ ଓ ସୁନ୍ଦରଗଡ଼ ଜିଲାରେ ୧୩ ଗ୍ରାମ ଏବେ ବି ଅପହଞ୍ଚ ହୋଇ ରହିଛି। ତେବେ ଅପହଞ୍ଚ ତାଲିକାରେ ଦର୍ଶାଯାଇ ନ ଥିବା ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ନାନ୍ଦପୁଲା ପଞ୍ଚାୟତ ମହୁଲପାଲି ଗ୍ରାମ ଓ ମହରାପଦର ପଞ୍ଚାୟତର ଗୁଲାମୁଣ୍ଡା ଗ୍ରାମକୁ ଏଠାରେ ଉଦାହରଣ ଭାବେ ନିଆଯାଇ ପାରେ। ସେହିପରି ଯାଜପୁର ଜିଲାର ସୁକିନ୍ଦା ବ୍ଲକ ଚିଙ୍ଗୁଡିପାଳ ପଞ୍ଚାୟତର ତୁମୁଣି ଏବଂ ସୁକିନ୍ଦା ବ୍ଲକ ହାତୀବାରୀ ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ନାଳିଆଝର ଗ୍ରାମକୁ ସାମିଲ କରାଯାଇପାରେ। ଉପରୋକ୍ତ ଗ୍ରାମଗୁଡିକୁ ସମ୍ପୂର୍ଣ୍ଣ ରାସ୍ତା ସଂଯୋଗ ହୋଇ ନ ଥିବାରୁ ସଂପୃକ୍ତ ଅଞ୍ଚଳବାସୀ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଉପଯୁକ୍ତ ତଦନ୍ତ କରାଗଲେ ରାଜ୍ୟରେ ଆହୁରି ଅନେକ ଗ୍ରାମ ଅପହଞ୍ଚ ଥିବା ନଜରକୁ ଆସିବ ବୋଲି ମତ ପ୍ରକାଶ ପାଇଛି ା
ଏହାବାଦ୍‌ ୨୦୧୯ ଜୁଲାଇ ସୁଦ୍ଧା କୋର ନେଟୱର୍କ ହିସାବରେ ଯାଜପୁର ଜିଲାର ୧୩୩ଟି ଗ୍ରାମକୁ ସଡ଼କ ସଂଯୋଗ ହୋଇ ନ ଥିବା ଜଣାପଡିଥିଲା। ଏହି ଦେଢବର୍ଷ ମଧ୍ୟରେ ଉପରୋକ୍ତ ଗ୍ରାମକୁ କିପରି ରାସ୍ତା ସଂଯୋଗ ହେଲା ତାହା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି। ଏହିସବୁ ଅପହଞ୍ଚ ଇଲାକାରେ ଅନେକ ଯୋଜନା ଓ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ା କିନ୍ତୁ ସ୍ବଭାବସୁଲଭ ଢଙ୍ଗରେ ସେହିସବୁ ଯୋଜନା ଓ କାର୍ଯ୍ୟକ୍ରମ ଦିଗହରା ହୋଇଛି ା ଏଥିପାଇଁ ବିଜୟୀ ଲୋକପ୍ରତିନିଧି ଓ ନିର୍ବାଚନରେ ଭାଗ ନେଇ ପରାଜୟ ବରଣ କରିଥିବା ବିରୋଧୀଦଳର ନେତାମାନେ ଦାୟୀ ବୋଲି କୁହାଯାଇପାରେ ା ପ୍ରଶାସନିକ ଅବହେଳା ମଧ୍ୟ ତା’ଠାରୁ ଅଧିକ ଦୋଷୀ ମନେହୁଏ ା
ଅନ୍ୟପକ୍ଷେ ଅପହଞ୍ଚ ଇଲାକାରେ ସ୍ବତନ୍ତ୍ର ଭିଏଚ୍‌ଏନଡି ଓ ନିୟମିତ ଟିକାକରଣ, ରେଡକାର୍ଡ, ଯୁଗ୍ମ ପରିଦର୍ଶନ, ଶିଶୁର ଜନ୍ମ ପ୍ରସ୍ତୁତୀକରଣ, ବିକଳ୍ପ ପରିବହନ ବ୍ୟବସ୍ଥା, ଗର୍ଭବତୀ ମହିଳାଙ୍କ ପରିବହନ ଖର୍ଚ୍ଚର ପ୍ରତିପୂରଣ, ଗର୍ଭବତୀ ଓ ଅସୁସ୍ଥ ଶିଶୁଙ୍କ ପ୍ରତ୍ୟାବର୍ତ୍ତନ ବାବଦରେ ପ୍ରୋସତ୍ାହନ ରାଶି, ଦେୟମୁକ୍ତ ଖାଦ୍ୟ, ଉନ୍ନତ ମାନର ପ୍ରସବ ପରିଚାଳନା ଆଦି ବ୍ୟବସ୍ଥା ପରିଚାଳନା କରାଯାଇଛି ବୋଲି ମନ୍ତ୍ରୀ ଜେନା ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି।

ହର୍ଷବର୍ଦ୍ଧନ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନୀ ରାଲିରେ ଟ୍ରମ୍ପ୍‌ଙ୍କ ବଡ଼ ଦାବି, ଭାରତ-ପାକିସ୍ତାନ ଯୁଦ୍ଧକୁ ନେଇ…

ଓ୍ବାଶିଂଟନ,୨୪ା୧୦: ଆମେରିକାରେ ମଧ୍ୟବର୍ତ୍ତିକାଳୀ ନିର୍ବାଚନ ପାଇଁ ପ୍ରଚାର ଜୋର୍‌ ଧରିଥିବା ବେଳେ ସେଥିରେ ଅପରେଶନ ସିନ୍ଦୂର ସ୍ଥାନ ପାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଉଚ୍ଚ ଟାରିଫ୍‌ ଧମକ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ତିଲକ ବର୍ମା, ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ବନିଲେ ନମ୍ବର ୧…

ନୂଆଦିଲ୍ଲୀ, ୨୪।୧୦: ଭାରତୀୟ ଯୁବ କ୍ରିକେଟର୍ ତିଲକ ବର୍ମା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଏକ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଶନିବାର ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ…

ଭୁବନେଶ୍ୱର କୁମାରଙ୍କ ଜର୍ସି ନମ୍ବର ‘୮୭’ର ରହସ୍ୟ, କ୍ରିକେଟର୍‌ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ, ୨୪।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କ ଯାଦୁ ଦେଖିବାକୁ ମିଳିନାହିଁ। ଦୀର୍ଘ ଦିନ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ…

ବୋମା ଖାଇ ୨ ଗୋରୁ ଗୁରୁତର, ତଦନ୍ତ ନିର୍ଦ୍ଦେଶ

ଖମାର,୨୪।୧୦(ରଜନୀକାନ୍ତ ମହାରଣା): ଅନୁଗୋଳ ଜିଲା ଖମାର ଥାନା ଅନ୍ତର୍ଗତ ରଜଡ଼ଙ୍ଗ ଗାଁ ଜଙ୍ଗଲରେ ବନ୍ୟଜନ୍ତୁ ଶିକାର ପାଇଁ ଜଙ୍ଗଲରେ ବିଛାଯାଇଥିବା ବୋମା ଖାଇ ୨ଟି ଗୋରୁ ଶୁକ୍ରବାର…

ବରଗଡ଼ ମୁଖ୍ୟ କେନାଲରେ ୨ମାସ ଆସିବନି ପାଣି: ଏହି ଦିନଠାରୁ ଯୋଗାଣ ବନ୍ଦ, ଚିନ୍ତାରେ ଚାଷୀ

ବରଗଡ଼, ୨୪।୧୦ (ପ୍ରେମାନନ୍ଦ ଖମାରୀ): ବରଗଡ଼ ମୁଖ୍ୟ କେନାଲରେ ଆସନ୍ତା ନଭେମ୍ବର ମାସ ୧ ତାରିଖରୁ ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ କରାଯିବ। ଦୀର୍ଘ ୨ ମାସ…

ଧର୍ମପରାୟଣ ଶିକ୍ଷକ ଏସ୍‌. ସୀମା ରେଡ୍ଡୀ ଆଉ ନାହାନ୍ତି: ଶୋକାକୁଳ ପରିବେଶରେ…

ଦିଗପହଣ୍ଡି, ୨୪।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଓଡ଼ାସିଙ୍ଗି ଗ୍ରାମର ଜଣାଶୁଣା ଧର୍ମପରାୟଣ ବ୍ୟକ୍ତିତ୍ୱ ତଥା ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ ଏସ୍‌. ସୀମା…

ନଦୀରେ ଭାସୁଥିଲା ଅଖା, ଭିତରୁ ଯାହା ମିଳିଲା…

କାଲିମେଳା, ୨୪।୧୦ (ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅଧୀନ ଏମଭି-୬୪/୧୦ ଗ୍ରାମ ନିକଟସ୍ଥ ପଟେରୁ ନଦୀରୁ ଏକ ଗଳିତ ମୃତଦେହ ଶନିବାର ମିଳିଛି।…

ଦିଗପହଣ୍ଡିରେ କଲେଜ ନିର୍ବାଚନ ପରବର୍ତ୍ତୀ ହିଂସା ଓ ହତ୍ୟା ଉଦ୍ୟମ: ପୁଣି ୨ ଅଣଛାତ୍ର ଗିରଫ, ଜେଲ୍‌ ଗଲେ…

ଦିଗପହଣ୍ଡି, ୨୪।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ଛାତ୍ର ନିର୍ବାଚନ ପରବର୍ତ୍ତୀ ହିଂସାକାଣ୍ଡ ଓ ହତ୍ୟା ଉଦ୍ୟମ ଘଟଣାରେ ପୋଲିସକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?