୨୪ ଚୋରି ବାଇକ୍‌ ଜବତ କଲା ପୋଲିସ

ପାରଳାଖେମୁଣ୍ଡି,୪ା୨(ଡି.ଏନ୍‌.ଏ.): ଗଜପତି ଜିଲା ପୋଲିସ ଚୋରା ବାଇକ୍‌ ବିକ୍ରି ଘଟଣାର ପର୍ଦ୍ଦାଫାଶ କରିଛି। ସେରଙ୍ଗ ପୋଲିସ ୨୪ଟି ଚୋରା ବାଇକ୍‌ ଜବତ କରିବା ସହ ୭ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଖବରଦାତା ସମ୍ମିଳନୀରେ ଏସ୍‌ପି ଜୟରାମ ଶତପଥୀ ସୂଚନା ଦେଇଛନ୍ତି।

ଗିରଫ ଅଭିଯୁକ୍ତମାନେ ହେଲେ ଗଞ୍ଜାମ ଜିଲାର ହରି ଦଳବେହେରା, ସୁଶାନ୍ତ ସାମଲ, ରାୟଗଡ଼ା ଜିଲାର ଶ୍ରୀକାନ୍ତ ପାଳ, ଅଭିନାଶ ଶବର, ଶରତ ଶବର, ପାରଳାଖେମୁଣ୍ଡିର ଭାଗେଶ୍ବର ଅଧିକାରୀ, ସେରଙ୍ଗ ଅଞ୍ଚଳର ଇସ୍ରାଏଲ ରଇତ। ଗତ ଗୁରୁବାର ଖଜୁରିପଦା ଫାଣ୍ଡି ପୋଲିସ ଗାଡ଼ି ତନଖି କରୁଥିବା ବେଳେ ସନ୍ଦେହ ଜନକ ଭାବେ ଏକ ବାଇକ୍‌କୁ ଯାଞ୍ଚ କରିଥିଲା। ଗାଡ଼ି ଚାଳକ ଏବଂ ଗାଡି କାଗଜପତ୍ରରେ ଉଲ୍ଲେଖ ମାଲିକଙ୍କ ନାମ ମିଶୁ ନ ଥିବାରୁ ଏହା ଚୋରା ବାଇକ୍‌ ବୋଲି ପୋଲିସ ଜାଣିବାକୁ ପାଇଥିଲା। ପୋଲିସ ତଦନ୍ତ ପରେ ଅଭିଯୁକ୍ତ ତଥା ବ୍ରହ୍ମପୁରର ସୁଶାନ୍ତ ସାମଲଙ୍କ ସମ୍ପର୍କରେ ସୂଚନା ପାଇଥିଲା। ସୁଶାନ୍ତ ନକଲି କାଗଜପତ୍ର ପ୍ରସ୍ତୁତ କରି ଚୋରା ଗାଡ଼ି ବିକ୍ରି କରୁଥିଲେ ଓ ଅନ୍ୟ ଅଭିଯୁକ୍ତମାନେ ତାଙ୍କୁ ସହଯୋଗ କରୁଥିଲେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଘଟଣାର ଅଧିକ ତଦନ୍ତ ଜାରି ରହଥିବା ଏସ୍‌ପି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାଙ୍କ ଆଗରେ ଲମ୍ବା ଲାଇନ୍‌: ସାମାଜିକ ଦୂରତା ନିୟମକୁ ଅବମାନନା

ବାଲେଶ୍ୱର ଅଫିସ,୧୮।୪-ବାଲେଶ୍ୱର ଜିଲାର ବିଭିନ୍ନ ବ୍ୟାଙ୍କ ସମ୍ମୁଖରେ ପ୍ରତିଦିନ ଲମ୍ବା ଲାଇନ୍‌ ଦେଖିବାକୁ ମିଳୁଛି। କୋଭିଡ-୧୯ ସଂକ୍ରମଣ ରୋକିବା ପାଇଁ ସମଗ୍ର ଭାରତବର୍ଷରେ ଲକ୍‌ଡାଉନ୍‌ ଓ...

ତାରାତାରିଣୀଙ୍କୁ ଦର୍ଶନ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ବ୍ରହ୍ମପୁର ଅଫିସ,୧୦।୭: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଞ୍ଜାମ ଗସ୍ତରେ ଯାଇଛନ୍ତି । ସେଠାରେ ସେ ଅଧିଷ୍ଠାତ୍ରୀ ଦେବୀ...

ସାହସୀ ସୌମ୍ୟଙ୍କୁ ଭୁଲିଗଲା ପ୍ରଶାସନ

ବରୀ,୨୫।୯(ଡି.ଏନ.ଏ.):୨୦୧୧ ଅକ୍ଟୋବର ୪ ତାରିଖ। ସେଦିନ ଥିଲା ମା’ ଦୁର୍ଗାଙ୍କ ଅଷ୍ଟମୀ ପୂଜା। ଏଥିପାଇଁ ସମଗ୍ର ବରୀ ବ୍ଲକ ଅଞ୍ଚଳ ଉତ୍ସବମୁଖର ହୋଇ ଉଠିଥିଲା। ବ୍ଲକ...

ନାଚୁନି କଣ୍ଢେଇ, କାନ୍ଦୁଛି କଳାକାର

କେନ୍ଦୁଝର,୪ା୬(ସ୍ବ.ପ୍ର.)- କଳାକାରଙ୍କ ପରିଶ୍ରମର ମୂଲ କେହି ଦେଇପାରିବେ ନାହିଁ। କଳା ମାଧ୍ୟମରେ ସମସ୍ତଙ୍କ ମନୋରଞ୍ଜନ ସହ ସଚେତନ କରି ଆସୁଥିବା ଏହି କଳାକାରମାନେ ବଞ୍ଚିବା ପାଇଁ...

ନାଲ୍‌କୋ ଇଡି ଦାୟିତ୍ୱ ନେଲେ ଅମ୍ବିକା ପ୍ରସାଦ

ବଅଁରପାଳ, ୧ା୧୧(ଡି.ଏନ.ଏ.)- ନାଲ୍‌କୋ ସ୍ମେଲଟର ଓ ପାଓ୍ବାର ପ୍ଲାଣ୍ଟର ନୂତନ ନିର୍ବାହୀ ନିର୍ଦ୍ଦେଶକ(ଇଡି) ଭାବେ ଅମ୍ବିକା ପ୍ରସାଦ ପଣ୍ଡା ରବିବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ...

ଖଣି ଅଞ୍ଚଳରେ ଓଭରଲୋଡିଂ

ଯାଜପୁର ଅଫିସ,୨୦ା୧୨: ଯାଜପୁର ଜିଲାରେ ପଥରକ୍ବାରି ଓ କ୍ରଶର ସମେତ ବାଲି ଖାଦାନଗୁଡ଼ିକରୁ ଓଭରଲୋଡିଂ ଗାଡ଼ି ଚଳାଚଳ ଅଣାୟତ୍ତ ହୋଇଛି। ବିଶେଷକରି ସୁକିନ୍ଦା ଅଞ୍ଚଳକୁ ଢେଙ୍କାନାଳ...

ପୁଣି ମରାମତି ହେଲା ପଥରପଦା ପୋଲ

ପାଣିକୋଇଲି,୨୬।୩(ଡି.ଏନ.ଏ.): ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ପଥରପଦା ପୋଲ ମରଣଯନ୍ତା ପାଲଟିବା ସହ ବାରମ୍ବାର ଦୁର୍ଘଟଣା ଘଟୁଥିଲା। ଏନେଇ ଖବର ପ୍ରକାଶ...

କୋରାପୁଟରୁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ

କୋରାପୁଟ,୧୨।୩,(ସ୍ବ.ପ୍ର): କୋରାପୁଟ ଜିଲା ପୋଲିସକୁ ଶୁକ୍ରବାର ବଡ ସଫଳତା ମିଳିଛି। ଜିଲାର ପୃଥକ ପୃଥକ ଦୁଇଟି ସ୍ଥାନରୁ ପୋଲିସ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ...

Advertisement
Archives

Model This Week