୨୪ ହଜାର ଚାରାରୁ ବଞ୍ଚିଛି ୨୪ ଶହ

ଆନନ୍ଦପୁର/କଣ୍ଟିପାଳ,୨୯।୫(ସ୍ବ.ପ୍ର/ଡି.ଏନ୍‌.ଏ.): ବନ ବିଭାଗ ପକ୍ଷରୁ ବନୀକରଣ କରାଇ ଗ୍ରାମାଞ୍ଚଳରେ ଜଙ୍ଗଲ ସୃଷ୍ଟି କରିବାକୁ ସରକାର ବ୍ୟବସ୍ଥା କରୁଛନ୍ତି। ଏ ନେଇ ବହୁ କୋଟି ଟଙ୍କା ବ୍ୟୟ କରାଯାଉଛି। ମାତ୍ର ବିଭାଗର କିଛି ଦୁର୍ନୀତିଖୋର୍‌ ଅଧିକାରୀଙ୍କ ମନମାନୀ ଓ ଆନ୍ତରିକତା ଅଭାବରୁ ସରକାରୀ ଅର୍ଥ ଆତ୍ମସାତ୍‌ ହେଉଛି। ବନୀକରଣ ହେଉଛି, କିନ୍ତୁ ପରବର୍ତ୍ତୀ ସମୟରେ ରକ୍ଷଣାବେକ୍ଷଣ ହେଉ ନ ଥିବାରୁ ଗଛ ମରିଯାଉଛି। ଏଭଳି ଏକ ଅଭିଯୋଗ ଆସିଛି ଆନନ୍ଦପୁର ବନଖଣ୍ଡ ଅଞ୍ଚଳରୁ।
ଅନୁଯାୟୀ, ୨୦୨୨-୨୩ ଆର୍ଥିକ ବର୍ଷରେ ଗ୍ରୀନ ମହାନଦୀ ମିଶନ ସ୍କିମ୍‌ ଅନୁସାରେ ଆନନ୍ଦପୁର ରେଞ୍ଜ ତଥା ଆନନ୍ଦପୁର ବିଟ୍‌ ଅନ୍ତର୍ଗତ ହାତୀବନ୍ଧା ସଂରକ୍ଷଣ ଜଙ୍ଗଲର ଗୁହାଳିଆ, ଟୁକୁଣା ଅଞ୍ଚଳର ୧୫ ହେକ୍ଟର ଜମିରେ ବିଭାଗ ପକ୍ଷରୁ ଆମ୍ବ, ଅଁଳା, ଅର୍ଜୁନ, ଆତ, ଅସନ, ବାହାଡ଼ା, ବାଲିଶିଶୁ, ଦେବଦାରୁ, ଗମ୍ଭାରୀ, ଜାମୁ, କାଜୁ, କରଞ୍ଜ, କୃଷ୍ଣଚୂଡ଼ା, ମହାଲିମ୍ବ, ଲିମ୍ବ, ଓସ୍ତ, ପିଜୁଳି, ପଣସ, ପିଆଶାଳ, ଫଣଫଣା, ପାଟୁଳି, ଶାଗୁଆନ ଓ ଶିରିଶା ଭଳି ଚାରାରୋପଣ କରାଯିବାର ବ୍ୟବସ୍ଥା କରାଯାଇଥିଲା। ୧ମ ପର୍ଯ୍ୟାୟରେ ୪ ହଜାର, ୨ୟ ପର୍ଯ୍ୟାୟରେ ୨୦ହଜାର ଚାରାରୋପଣ କରାଯାଇଥିଲା। ମାତ୍ର ଗଛ ଲଗାଇ ବନ ବିଭାଗ ଯତ୍ନ ନେବାକୁ ଭୁଲିଗଲା। ରକ୍ଷଣାବେକ୍ଷଣ ବାବଦକୁ ଅର୍ଥ ଖର୍ଚ୍ଚ ହେବା ସହ ୨ ଜଣ ଜଗୁଆଳି ମୁତୟନ ହୋଇଥିଲେ। ମାତ୍ର ଦୁଃଖର ବିଷୟ, ଗଛ ପାଣି ନ ପାଇବା ସହିତ ଉତ୍ତମ ଯତ୍ନ ଅଭାବରୁ ଚାରାରୋପଣ ସ୍ଥାନ ଏବେ ଜରାଜୀର୍ଣ୍ଣ ହୋଇଗଲାଣି। ୨୪ ହଜାର ଚାରାରୁ ହାତଗଣତି ୨୪ଶହ ଚାରା ଦେଖିବାକୁ ମିଳିଛି। ବନୀକରଣ ଅଞ୍ଚଳରେ କରାଯାଇଥିବା ସୁରକ୍ଷା ତାରବାଡ଼ ନଷ୍ଟ ହୋଇଗଲାଣି। ଘଟଣା ଉପରେ ଯଥାଶୀଘ୍ର ଜିଲାସ୍ତରୀୟ ତଦନ୍ତ କରାଯାଇ ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟବାସିନ୍ଦା ଦାବି କରିଛନ୍ତି। ତତ୍କାଳୀନ ଫରେଷ୍ଟର ମଳୟ ସାହୁ କହିଛନ୍ତି, ଚାରାରୋପଣ ପରେ ୬ ମାସ ବର୍ଷା ନ ହେବାରୁ କିଛି ଚାରା ମରିଯାଇଛି। ଆନନ୍ଦପୁର ଡିଏଫ୍‌ଓ ଅଭୟ କୁମାର ଦଳେଇ କହିଛନ୍ତି, ଅତ୍ୟଧିକ ଖରା ଯୋଗୁ ଅନେକ ଚାରା ମରିଯାଇଛି। ବନ ବିଭାଗ ପକ୍ଷରୁ ୨୦୨୩-୨୪ରେ ହେବାକୁ ଥିବା ବନୀକରଣ ସମୟରେ ମରି ଯାଇଥିବା ସ୍ଥାନରେ ପୁନର୍ବାର ଗଛ ଲଗାଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

କୋକସରା,୨୭ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାର ନିର୍ବାଚନୀ ପ୍ରଚାରରେ ଭି.କାର୍ତ୍ତିକ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସିଥିଲେ। ପ୍ରଥମେ କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡପାଟ ଅଞ୍ଚଳର ଗୋତମୁଣ୍ଡା...

ଖୋର୍ଦ୍ଧାରେ ପ୍ରଶାନ୍ତ-ରାଜେନ୍ଦ୍ର ଲଢ଼େଇ

ଖୋର୍ଦ୍ଧା,୨୭।୪: ସାଧାରଣ ନିର୍ବାଚନକୁ ନେଇ ପୂର୍ବତନ ବେଗୁନିଆ ବିଧାୟକ ତଥା ଚିଲିକାର ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ବିଧାନସଭା ଆସନରୁ ଟିକେଟ ଦେଇଛି ଭାଜପା।...

ଗୌତମବୁଦ୍ଧଙ୍କୁ ଟିକେଟ୍‌, ଅନନ୍ତ ଦାସଙ୍କ ପୁଅ ନିରାଶ

ଭୋଗରାଇ,୨୭।୪: ୩ଟି ଆସନରେ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି। ଏଥିରେ ଗୌତମବୁଦ୍ଧ ଦାସଙ୍କୁ ଟିକେଟ୍‌ ମିଳିଛି। ଗୌତମଙ୍କୁ ଭୋଗରାଇ ଆସନରୁ ଟିକେଟ୍‌ ମିଳିଛି।...

ତେଲକୋଇରୁ ଫକୀରମୋହନ, ଚମ୍ପୁଆରୁ ଲଢ଼ିବେ ମୁରଲୀ

କେନ୍ଦୁଝର,୨୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଦୀର୍ଘଦିନ ଧରି ଘୋଷଣା ହୋଇ ପାରୁ ନ ଥିବା ଚମ୍ପୁଆ ଏବଂ ତେଲକୋଇ ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ଶନିବାର ତା’ର...

୩ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୭ା୪: ଶନିବାର ବିଜେଡି ତା’ର ଆଉ ୩ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଭୋଗରାଇରୁ ଗୌତମବୁଦ୍ଧ ଦାସ, ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ ଏବଂ ବେଗୁନିଆରୁ ପ୍ରଦୀପ...

ଚାଲାଣ ସମୟରେ ଜବତ ହୋଇଥିବା ଗୋରୁମାନଙ୍କୁ ଅଭିଯୁକ୍ତ ମାଲିକଙ୍କୁ ହସ୍ତାନ୍ତର କରାଯାଇପାରିବ ନାହିଁ: ଓଡ଼ିଶା ହାଇକୋର୍ଟ

କଟକ,୨୭।୪: ନିର୍ଦୟ ଭାବେ ଚାଲାଣ ହେବା ସମୟରେ ଜବତ ହୋଇଥିବା ଗୋରୁ ମାନଙ୍କୁ ସେମାନଙ୍କର ମାଲିକଙ୍କୁ ହସ୍ତାନ୍ତର କରାଯିବ ନାହିଁ। ଗୋରୁ ମାନଙ୍କ ପ୍ରତି କରାଯାଉଥିବା...

ପ୍ରଶାନ୍ତ ଜଗଦ୍ଦେବଙ୍କୁ ଏଠାରୁ ପ୍ରାର୍ଥୀ କଲା ଭାଜପା

ଖୋର୍ଦ୍ଧା,୨୭ା୪: ଶନିବାର ଭାଜପା ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏଥିରେ ଆଉ ୮ ବିଧାନସଭା ପାଇଁ ପ୍ରାର୍ଥୀ ଦେଇଛି ଭାଜପା। ତେଲକୋଇରୁ ଫକୀର...

ବନ କର୍ମଚାରୀଙ୍କୁ ଆକ୍ରମଣ କରି ବନ୍ଧା ହେଲେ ୩

କେନ୍ଦୁଝର,୨୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଭୂୟାଁ ଜୁଆଙ୍ଗ ପୀଢ଼ ରେଞ୍ଜର ନୟାକୋଟ ବିଟ୍‌ର ଫରେଷ୍ଟର ଏବଂ ସ୍କ୍ବାଡ କର୍ମଚାରୀଙ୍କୁ ଆକ୍ରମଣ କରିବା ଘଟଣାରେ ବନ ବିଭାଗ ୩ଜଣଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri