୨୪ ହଜାର ଚାରାରୁ ବଞ୍ଚିଛି ୨୪ ଶହ

ଆନନ୍ଦପୁର/କଣ୍ଟିପାଳ,୨୯।୫(ସ୍ବ.ପ୍ର/ଡି.ଏନ୍‌.ଏ.): ବନ ବିଭାଗ ପକ୍ଷରୁ ବନୀକରଣ କରାଇ ଗ୍ରାମାଞ୍ଚଳରେ ଜଙ୍ଗଲ ସୃଷ୍ଟି କରିବାକୁ ସରକାର ବ୍ୟବସ୍ଥା କରୁଛନ୍ତି। ଏ ନେଇ ବହୁ କୋଟି ଟଙ୍କା ବ୍ୟୟ କରାଯାଉଛି। ମାତ୍ର ବିଭାଗର କିଛି ଦୁର୍ନୀତିଖୋର୍‌ ଅଧିକାରୀଙ୍କ ମନମାନୀ ଓ ଆନ୍ତରିକତା ଅଭାବରୁ ସରକାରୀ ଅର୍ଥ ଆତ୍ମସାତ୍‌ ହେଉଛି। ବନୀକରଣ ହେଉଛି, କିନ୍ତୁ ପରବର୍ତ୍ତୀ ସମୟରେ ରକ୍ଷଣାବେକ୍ଷଣ ହେଉ ନ ଥିବାରୁ ଗଛ ମରିଯାଉଛି। ଏଭଳି ଏକ ଅଭିଯୋଗ ଆସିଛି ଆନନ୍ଦପୁର ବନଖଣ୍ଡ ଅଞ୍ଚଳରୁ।
ଅନୁଯାୟୀ, ୨୦୨୨-୨୩ ଆର୍ଥିକ ବର୍ଷରେ ଗ୍ରୀନ ମହାନଦୀ ମିଶନ ସ୍କିମ୍‌ ଅନୁସାରେ ଆନନ୍ଦପୁର ରେଞ୍ଜ ତଥା ଆନନ୍ଦପୁର ବିଟ୍‌ ଅନ୍ତର୍ଗତ ହାତୀବନ୍ଧା ସଂରକ୍ଷଣ ଜଙ୍ଗଲର ଗୁହାଳିଆ, ଟୁକୁଣା ଅଞ୍ଚଳର ୧୫ ହେକ୍ଟର ଜମିରେ ବିଭାଗ ପକ୍ଷରୁ ଆମ୍ବ, ଅଁଳା, ଅର୍ଜୁନ, ଆତ, ଅସନ, ବାହାଡ଼ା, ବାଲିଶିଶୁ, ଦେବଦାରୁ, ଗମ୍ଭାରୀ, ଜାମୁ, କାଜୁ, କରଞ୍ଜ, କୃଷ୍ଣଚୂଡ଼ା, ମହାଲିମ୍ବ, ଲିମ୍ବ, ଓସ୍ତ, ପିଜୁଳି, ପଣସ, ପିଆଶାଳ, ଫଣଫଣା, ପାଟୁଳି, ଶାଗୁଆନ ଓ ଶିରିଶା ଭଳି ଚାରାରୋପଣ କରାଯିବାର ବ୍ୟବସ୍ଥା କରାଯାଇଥିଲା। ୧ମ ପର୍ଯ୍ୟାୟରେ ୪ ହଜାର, ୨ୟ ପର୍ଯ୍ୟାୟରେ ୨୦ହଜାର ଚାରାରୋପଣ କରାଯାଇଥିଲା। ମାତ୍ର ଗଛ ଲଗାଇ ବନ ବିଭାଗ ଯତ୍ନ ନେବାକୁ ଭୁଲିଗଲା। ରକ୍ଷଣାବେକ୍ଷଣ ବାବଦକୁ ଅର୍ଥ ଖର୍ଚ୍ଚ ହେବା ସହ ୨ ଜଣ ଜଗୁଆଳି ମୁତୟନ ହୋଇଥିଲେ। ମାତ୍ର ଦୁଃଖର ବିଷୟ, ଗଛ ପାଣି ନ ପାଇବା ସହିତ ଉତ୍ତମ ଯତ୍ନ ଅଭାବରୁ ଚାରାରୋପଣ ସ୍ଥାନ ଏବେ ଜରାଜୀର୍ଣ୍ଣ ହୋଇଗଲାଣି। ୨୪ ହଜାର ଚାରାରୁ ହାତଗଣତି ୨୪ଶହ ଚାରା ଦେଖିବାକୁ ମିଳିଛି। ବନୀକରଣ ଅଞ୍ଚଳରେ କରାଯାଇଥିବା ସୁରକ୍ଷା ତାରବାଡ଼ ନଷ୍ଟ ହୋଇଗଲାଣି। ଘଟଣା ଉପରେ ଯଥାଶୀଘ୍ର ଜିଲାସ୍ତରୀୟ ତଦନ୍ତ କରାଯାଇ ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟବାସିନ୍ଦା ଦାବି କରିଛନ୍ତି। ତତ୍କାଳୀନ ଫରେଷ୍ଟର ମଳୟ ସାହୁ କହିଛନ୍ତି, ଚାରାରୋପଣ ପରେ ୬ ମାସ ବର୍ଷା ନ ହେବାରୁ କିଛି ଚାରା ମରିଯାଇଛି। ଆନନ୍ଦପୁର ଡିଏଫ୍‌ଓ ଅଭୟ କୁମାର ଦଳେଇ କହିଛନ୍ତି, ଅତ୍ୟଧିକ ଖରା ଯୋଗୁ ଅନେକ ଚାରା ମରିଯାଇଛି। ବନ ବିଭାଗ ପକ୍ଷରୁ ୨୦୨୩-୨୪ରେ ହେବାକୁ ଥିବା ବନୀକରଣ ସମୟରେ ମରି ଯାଇଥିବା ସ୍ଥାନରେ ପୁନର୍ବାର ଗଛ ଲଗାଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭିଏଚ୍‌ପି ପାଇଁ ଅତୁଳନୀୟ ଅବଦାନ: ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ସମାରୋହରେ ମଦନମୋହନ ଦ୍ୱିବେଦୀ ସମ୍ବର୍ଦ୍ଧିତ

ପାଟଣା,୬।୧୦ (ବୀର କିଶୋର ଦାଶ): କଟକସ୍ଥିତ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ମଣ୍ଡପଠାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ବର୍ଷର ଉଦ୍‌ଘାଟନୀ…

ନାକା ଚେକିଂ ବେଳେ ଘଟଗାଁ ପୋଲିସକୁ ବଡ଼ ସଫଳତା: ୨ ଦେଶୀ ବନ୍ଧୁକ, ଧନୁ-ତୀର ସହ ୩ ଶିକାରୀ

ପାଟଣା, ୬।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଘଟଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପାଟଣା ବ୍ଲକ୍ ଭୀମକୁଣ୍ଡ ନିକଟରେ ନାକା ଚେକିଂ ସମୟରେ…

ମୃତ୍ୟୁ ସହ ୧୦ ଦିନର ସଂଗ୍ରାମ ପରେ ହାରିଗଲେ ସଞ୍ଜୟ: ନାଗ ସାପ ଚୋଟରେ ଚାଲିଗଲା ୨୮ ବର୍ଷର ଉଦ୍ଦଣ୍ଡ ଯୁବକଙ୍କ ଜୀବନ

ଗୁଡ଼ାରି,୬।୧୦(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ଅନ୍ତର୍ଗତ ଅସଡ଼ା ଗ୍ରାମପଞ୍ଚାୟତର ବାମୁଣୀଡଙ୍ଗର ଗ୍ରାମରେ ମଙ୍ଗଳବାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସାପ କାମୁଡ଼ାରେ…

ଦୀର୍ଘ ୨୫ ବର୍ଷର ଅଗ୍ନି ପରୀକ୍ଷାରେ ଲାଗିଲା ବିରାମ: ଆଖି ବୁଜିଲେ ଅଗ୍ନି ଭୈରବ ଦେବଙ୍କ ପୂଜକ ଅନିରୁଦ୍ଧ

ଥୁଆମୂଳ ରାମପୁର, ୬।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ସ୍ଥିତ ଜଗନ୍ନାଥ କଲୋନୀ ପଡ଼ାର ଜଣେ ପରିଚିତ, ଧର୍ମପରାୟଣ, ହାସ୍ୟ କଳାକାର…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?