ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୩୭ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୧।୧୨(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ୨୩୭ ମଧ୍ୟରେ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୯ ଜଣ ପିଲା ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ କମ୍‌। ଆକ୍ରାନ୍ତଙ୍କ ମଧ୍ୟରୁ ୧୩୯ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୯୮ ଜଣ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ରବିବାର ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ୧୦ ଲକ୍ଷ ୪୯ ହଜାର ୩୪୫ ରେ ପହଞ୍ଚିଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୧୩ ଆକ୍ରାନ୍ତ ଥିବା ବେଳେ ବାଲେଶ୍ୱରରୁ ୫, ଭଦ୍ରକରୁ ୨, ବଲାଙ୍ଗୀରରୁ ୫, ବୌଦ୍ଧରୁ ୧, କଟକରୁ ୧୯, ଢେଙ୍କାନାଳରୁ ୩, ଗଞ୍ଜାମରୁ ୧, ଜଗତସିଂହପୁରରୁ ୩, ଯାଜପୁରରୁ ୮, ଝାରସୁଗୁଡାରୁ ୪, କେନ୍ଦ୍ରାପଡାରୁ ୩ , କେନ୍ଦୁଝରରୁ ୧ ଜଣ ଆକ୍ରାନ୍ତ ଅଛନ୍ତି। ସେହିପରି ମୟୂରଭଞ୍ଜରୁ ୮, ନୟାଗଡରୁ ୨, ପୁରୀରୁ ୩, ସମ୍ବଲପୁରରୁ ୧୩, ସୁନ୍ଦରଗଡରୁ ୧୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟ୍‌ ପୁଲ୍‌ରୁ ୨୭ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିଲେ ୩ ଜେଲ୍‌ ସୁପରିଟେଣ୍ଡେଣ୍ଟ

ଭୁବନେଶ୍ୱର,୧୩।୫(ବ୍ୟୁରୋ): କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦାଧିକାରୀଙ୍କ ବଦଳି ପ୍ରକ୍ରିୟା ଜାରି ରଖିଛନ୍ତି। ବୁଧବାର ଆଇଏଏସ୍‌ସ୍ତରରେ ଅଦଳବଦଳ କରାଯାଇଥିବାବେଳେ ଗୁରୁବାର ୩ ଜେଲ...

୯.୩୦ ସୁଦ୍ଧା ୧୧ ପ୍ରତିଶତ ମତଦାନ

ଝାରସୁଗୁଡ଼ା ଅଫିସ,୩୧।୫: ବ୍ରଜରାଜନଗର ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ଚାଲିଛି। ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ସଂଧ୍ୟା ୬ଟା ଯାଏ ଚାଲିବ। ଦିନ...

ସୁନାମି ମୁକାବିଲା: ପ୍ରଶିକ୍ଷିତ ହେବ ୩୨୮ ଗାଁ

ଭୁବନେଶ୍ୱର,୧୩।୩(ବ୍ୟୁରୋ): ଚଳିତ ବର୍ଷ ଅକ୍ଟୋବର ପୂର୍ବରୁ ଓଡ଼ିଶା ଉପକୂଳର ୩୨୮ ଗାଁକୁ ସୁନାମି ମୁକାବିଲା ପାଇଁ ପ୍ରସ୍ତୁତ କରାଯିବ। ତନ୍ମଧ୍ୟରୁ ୨ ଗାଁ ସମ୍ପୂର୍ଣ୍ଣ ସୁନାମି...

ଅତିରିକ୍ତ ତହସିଲଦାରଙ୍କୁ ମାଡ଼ ଘଟଣା: ୨ମୁଖ୍ୟ ଅଭିଯୁକ୍ତ ଗିରଫ

ଗଞ୍ଜାମ,୯।୫(ଡି.ଏନ୍‌.ଏ.): ଅତିରିକ୍ତ ତହସିଲଦାର ଶୁଭେନ୍ଦୁ କୁମାର ଜେନାଙ୍କ ସହ ୩ ଆର୍‌ଆଇ ଭାସ୍କର ସାହୁ, ସୀତାରାମ ସାହୁ ଓ ସୁଶାନ୍ତ କୁମାର ବେହେରାଙ୍କୁ ଆକ୍ରମଣକାରି ଲହୁଲୁହାଣ...

ଲକ୍ଷଣହୀନ ଘରେ ରହି ଚିକିତ୍ସିତ ହୁଅନ୍ତୁ, ୧୦ ଦିନରେ ହେବେ ସୁସ୍ଥ

ଭୁବନେଶ୍ୱର,୨୩।୭(ବ୍ୟୁରୋ): ଲକ୍ଷଣ ନ ଥିବା ରୋଗୀ ନିଜ ଘରେ ରହି ଚିକିତ୍ସିତ ହୁଅନ୍ତୁ। ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଲୋକେ ଘରେ ରହି ଚିକିତ୍ସିତ ହୋଇପାରିବେ। ଘରେ...

ଦିନକୁ ୮ଘଣ୍ଟା ଡ୍ୟୁଟି କରିବେ ପୋଲିସ କର୍ମଚାରୀ: ସପ୍ତାହରେ ଦିନେ ଛୁଟି

କଟକ ଅଫିସ,୩୦ା୩: କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଛି। ଓଡ଼ିଶାରେ ବି ଏହାର ପ୍ରଭାବ ଦେଖିବାକୁ ମିଳୁଛି। ଲକ୍‌ଡାଉନ୍‌କୁ...

ଜାନୁୟାରୀ ଶେଷ ପର୍ଯ୍ୟନ୍ତ ପୂର୍ବଭଳି କୋର୍ଟ ଚାଲିବ

କଟକ ଅଫିସ, ୯ା୧: ଜାନୁୟାରୀ ଶେଷ ପର୍ଯ୍ୟନ୍ତ ହାଇକୋର୍ଟ ପୂର୍ବଭଳି ଚାଲିବ। ଅର୍ଥାତ୍‌ ଏହି ସମୟ ମଧ୍ୟରେ କୋର୍ଟ ସାଧାରଣ ଭାବେ କାର୍ଯ୍ୟ କରିବ ନାହିଁ।...

୨ ରହୁଛି ଖୋଲା, ୫ରେ ତାଲା

ବଇଣ୍ଡା,(ପରିକ୍ଷିତ ସାହୁ) ୨୭ା୮:  ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡରେ ବିପର୍ଯ୍ୟସ୍ତ ହୋଇପଡ଼ିଛି ହୋମିଓପ୍ୟାଥି ଓ ଆୟୁର୍ବେଦ ଚିକିତ୍ସାସେବା। ଉପଖଣ୍ଡର ଆଠମଲ୍ଲିକ ଓ କିଶୋରନଗର ବ୍ଲକର ଜଙ୍ଗଲ...

Advertisement
Archives

Model This Week