୨୩ ଆଶାକର୍ମୀ ପୁରସ୍କୃତ

ବ୍ରହ୍ମପୁର ଅଫିସ,୨୪ା୨: ଗଞ୍ଜାମ ଜିଲାର ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ବିନା ଦରମାରେ ଆଶାକର୍ମୀ ସ୍ବାସ୍ଥ୍ୟସେବା ଯୋଗାଉଛନ୍ତି। ଏଣୁ ଗ୍ରାମାଞ୍ଚଳରେ କାମ କରୁଥିବା ୨୨ ଜଣ ଏବଂ ସହରାଞ୍ଚଳରୁ ଜଣେ ଆଶାକର୍ମୀଙ୍କୁ ଗୁରୁବାର ପୁରସ୍କୃତ କରାଯାଇଛି। ଗଞ୍ଜାମ ଜିଲାସ୍ତରୀୟ ଆଶା ଓ ଗଁା କଲ୍ୟାଣ ସମିତିର ବାର୍ଷିକ ଉତ୍ସବରେ ଜିଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ବାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଜିଲା ମୁଖ୍ୟ ଜନ ସ୍ବାସ୍ଥ୍ୟ ଅଧିକାରୀ (ସିଡିଏମ୍‌ଓ) ଡା. ଉମାଶଙ୍କର ମିଶ୍ର, ଜିଲା ସମାଜ ମଙ୍ଗଳ ଅଧିକାରୀ ଶୁଭଶ୍ରୀ ପାତ୍ର, ଜିଲା ସ୍ବାସ୍ଥ୍ୟ ଅଧିକାରୀ ଡା. ଜଗଦୀଶ ପଟ୍ଟନାୟକ, ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ ସରୋଜିନୀ ଦେବୀ, ଜିଲା ଆଶା ମ୍ୟାନେଜର ଆଶିଷ ମିଶ୍ର, ଜିଲା ଗୁଣବତ୍ତା ଅଧିକାରୀ ସଞ୍ଜୟ ପରିଡା, ପ୍ରଦୀପ ସାହୁ, ଦିଲୀପ ପଣ୍ଡା ପ୍ରମୁଖ ମଞ୍ଚାସୀନ ରହି ଆଶାମାନଙ୍କ ସ୍ବାସ୍ଥ୍ୟ ସେବାରେ ଅଗ୍ରଣୀ ଭୂମିକା ପାଇଁ ପ୍ରଶଂସା କରିଥିଲେ।
ଏହି ଅବସରରେ ଆସ୍କା ବ୍ଲକର ଏ. ଲକ୍ଷ୍ମୀ ପାତ୍ର, ବେଗୁନିଆପଡାରୁ ବିଷ୍ଣୁପ୍ରିୟା ସାହୁ, ବେଲଗୁଣ୍ଠାରୁ ଗୀତା ରାଓ, ପାତ୍ରପୁରରୁ ପୂର୍ଣ୍ଣବାସୀ ପ୍ରଧାନ, ପୁରୁଷୋତ୍ତମପୁରରୁ ଏନ୍‌. ସୁଲୋଚନା ଦୋରା, ଖଲ୍ଲିକୋଟର ନୟନା ନାୟକ, ଧରାକୋଟର ଇନ୍ଦୁମତୀ ମହାରଣା, ଛତ୍ରପୁରର କେ. ଯମୁନା ରେଡ୍ଡୀ,ରଙ୍ଗେଇଲୁଣ୍ଡାର କାମିନୀ ବଡ଼ତ୍ୟା, କବିସୂର୍ଯ୍ୟନଗରରୁ ମାନସ ବିଶ୍ୱାଳ, ଦିଗପହଣ୍ଡିର ସୁଷମା ବିଶୋଇ, ସୋରଡ଼ାର ପ୍ରମିଳା ଶତପଥୀ, ଗଞ୍ଜାମର ଜୟନ୍ତୀ ପ୍ରଧାନ, ଶେରଗଡ଼ର ଶାନ୍ତିଲତା ପଣ୍ଡା, କୁକୁଡାଖଣ୍ଡିର ସବିତା ସାହୁ, ବୁଗୁଡ଼ାର ନମିତା ନାହକ, ଭଞ୍ଜନଗରରୁ ବାଳାମାଣି ସାହୁ, ଚିକିଟିରୁ ପି. ପଦ୍ମାବତୀ, ହିଞ୍ଜିଳିରୁ ରୁନୁ ସାହୁ, ପୋଲସରାରୁ ରତ୍ନମାଳା ବେହେରା, ସାନଖେମୁଣ୍ଡିର ସୁନିତା ଜେନା, ଜଗନ୍ନାଥପ୍ରସାଦରୁ ପୁଷ୍ପାଞ୍ଜଳି ସ୍ବାଇଁ, ବିଇଏମ୍‌ସିରୁ ମିନାକ୍ଷୀ ବେହେରା ଆଶା କର୍ମୀମାନଙ୍କୁ ଜିଲାର ଶ୍ରେଷ୍ଠ ଆଶା କାର୍ଯ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ ଅତିଥିମାନେ ସମ୍ମାନିତ କରିଛନ୍ତି।
ଶ୍ରେଷ୍ଠ ସୁସ୍ଥ ଗ୍ରାମ ଭାବେ ଆସ୍କାର ବରଗଁା, ବେଗୁନିଆପଡାର ଜେ. ଛଞ୍ଚିନା, ବେଲଗୁଣ୍ଠାର ଠେଙ୍ଗାଧର, ଭଞ୍ଜନଗରର ମଲାସପଦର, ବୁଗୁଡ଼ାର ମୋଟାବାଡି, ଚିକିଟିର ସୁବର୍ଣ୍ଣପୁର, ଧରାକୋଟର କେ. ରାଜେନ୍ଦ୍ରପୁର, ଦିଗପହଣ୍ଡିର ଛଣଚଢ଼େୟାପଲି, ଗଞ୍ଜାମର ବାହାଇପୁର, ହିଞ୍ଜିଳିର ବୁରୁପଡା, ଜଗନ୍ନାଥପ୍ରସାଦର ରୁଢ଼ାପଦର, କବିସୂର୍ଯ୍ୟନଗରର ପାଇକ ଜମୁନା, ରାମଚନ୍ଦ୍ରପୁର, କୁକୁଡାଖଣ୍ଡିର ଜଗଦଳପୁର, ପାତ୍ରପୁରର ରାଜପୁର, ପୋଲସରାର ରୂଖାକଣା, ପୁରୁଷୋତ୍ତମ ପୁରର ସୁନଥର, ରଙ୍ଗେଇଲୁଣ୍ଡାର ବି. ନୂଆଗଁା, ସାନ ଖେମୁଣ୍ଡିର ନିସ୍ତିପୁର, ଶେରଗଡ଼ର ମହୁପଦର ଏବଂ ସୋରଡ଼ା ବ୍ଲକର ବାଲିନାଳ ପଞ୍ଚାୟତକୁ ଜିଲାରେ ପୁରସ୍କୃତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଳସ୍ତର କମି ୧୫ ଫୁଟ୍‌ ଜାଗାରେ ୬୫ ଫୁଟ୍‌ ହେଲାଣି

ପଟ୍ଟାମୁଣ୍ଡାଇ, ୭ା୫ (କଳ୍ପତରୁ ନାୟକ):ଅସହ୍ୟ ତାତି ସାଙ୍ଗକୁ ପାଣି ସମସ୍ୟା ଲୋକଙ୍କ ଚିନ୍ତା ବଢ଼ାଇଛି। ସ୍ଥିତି ଏମିତି ଯେ ସବୁଠି ପାଣି ପାଇଁ ହାହାକାର ସ୍ଥିତି...

୬ ବନ୍ୟା ଆଶ୍ରୟସ୍ଥଳ ଅଧାପନ୍ତରିଆ

ଯାଜପୁର,୭ା୫(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲା ଦେଇ ପ୍ରବାହିତ ନଦୀଗୁଡ଼ିକର ତଟବର୍ତ୍ତୀ ଅଞ୍ଚଳବାସୀଙ୍କ ସୁରକ୍ଷା ପାଇଁ ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳ ନିର୍ମାଣ ସମ୍ପୂର୍ଣ୍ଣ ହୋଇପାରିନାହିଁ। ଆଗକୁ କିଛି ସପ୍ତାହ...

ଦାଦନ ଖଟୁଛନ୍ତି ନଗଡ଼ା ଶିଶୁ

ଯାଜପୁର/କାଳିଆପାଣି (ହର୍ଷବର୍ଦ୍ଧନ ବେହେରା/ଅସିତ ମହାନ୍ତ),୭ା୫:ଯାଜପୁର ଜିଲା ସୁକିନ୍ଦା ବ୍ଲକ ଚିଙ୍ଗୁଡିପାଳ ପଞ୍ଚାୟତ ନଗଡ଼ା ଗ୍ରାମରେ ୨୦୧୬ରେ ଅପପୃଷ୍ଟିରୁ ଶିଶୁ ମୃତ୍ୟୁ ଘଟଣା ଅନ୍ତର୍ଜାତୀୟ ଖବର ପାଲଟିଥିଲା।...

ସରକାରୀ ଅନୁଦାନ ସତ୍ତ୍ୱେ ସୁଦୃଢ଼ ହେଉନି ନଦୀବନ୍ଧ

କେନ୍ଦ୍ରାପଡ଼ା, ୭ା୫ (ଜଗନ୍ନାଥ ଧଳ):ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା ପ୍ରଣୟନ ସହ ଅନୁଦାନ ଯୋଗାଉଛନ୍ତି। ମାତ୍ର ଏହି ଅନୁଦାନ...

କାଲିର ବିରୋଧୀ ଆଜି ଭାଇ-ଭାଇ

ରାଜନଗର,୭ା୫(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀରେ ନେତାଙ୍କ ଦଳ ବଦଳ ରାଜନୈତିକ ଦୃଶ୍ୟପଟରେ ପରିବର୍ତ୍ତନ ଆଣିଛି। ଏଠାରେ ବିଧାୟକ ଧ୍ରୁବ ସାହୁଙ୍କୁ ବିଜେଡି...

୪ ଆସନରେ ନାମାଙ୍କନ ଭରି ଚର୍ଚ୍ଚାରେ ଜ୍ଞାନେନ୍ଦ୍ର

ସମ୍ବଲପୁର,୭।୫(ଭବାନୀ ଶଙ୍କର ଭୋଇ):ଚଳିତ ସାଧାରଣ ନିର୍ବାଚନରେ ବିଭିନ୍ନ ପ୍ରସଙ୍ଗକୁ ନେଇ ପ୍ରାର୍ଥୀମାନେ ଚର୍ଚ୍ଚାର ପରିସରକୁ ଆସୁଛନ୍ତି । ଏମିତି ଜଣେ ସ୍ବାଧୀନ ପ୍ରାର୍ଥୀ ହେଲେ ଜ୍ଞାନେନ୍ଦ୍ର...

ଘରକୁ ଫେରିଲେ ବନ୍ଧାପଡ଼ିଥିବା ୨୨ ଶ୍ରମିକ

ଭବାନୀପାଟଣା,୬।୫(ଉତ୍ତମ କୁମାର ଦାଶ): ହାଇଦ୍ରାବାଦକୁ କାମ କରିବାକୁ ଯାଇ ବନ୍ଧାପଡିଥିବା କଳାହାଣ୍ଡି ଜିଲା ଜୁନାଗଡ଼ ସହରର ୨୨ ଶ୍ରମିକ ସୋମବାର ଘରକୁ ଫେରିଛନ୍ତି। କଳାହାଣ୍ଡି ଜିଲା...

ଗିଫ୍ଟ ଦୋକାନରେ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ

ପଟ୍ଟାଙ୍ଗୀ,୬।୫(ଶରତ ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ସଦର ମହକୁମାସ୍ଥିତ ଜାତୀୟ ରାଜପଥ ପାର୍ଶ୍ୱରେ ରହିଥିବା ଏକ ଗିଫ୍ଟ ଦୋକାନରେ ସୋମବାର ରାତିରେ ନିଆଁ ଲାଗି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri