୨୩ ଆଶାକର୍ମୀ ପୁରସ୍କୃତ

ବ୍ରହ୍ମପୁର ଅଫିସ,୨୪ା୨: ଗଞ୍ଜାମ ଜିଲାର ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ବିନା ଦରମାରେ ଆଶାକର୍ମୀ ସ୍ବାସ୍ଥ୍ୟସେବା ଯୋଗାଉଛନ୍ତି। ଏଣୁ ଗ୍ରାମାଞ୍ଚଳରେ କାମ କରୁଥିବା ୨୨ ଜଣ ଏବଂ ସହରାଞ୍ଚଳରୁ ଜଣେ ଆଶାକର୍ମୀଙ୍କୁ ଗୁରୁବାର ପୁରସ୍କୃତ କରାଯାଇଛି। ଗଞ୍ଜାମ ଜିଲାସ୍ତରୀୟ ଆଶା ଓ ଗଁା କଲ୍ୟାଣ ସମିତିର ବାର୍ଷିକ ଉତ୍ସବରେ ଜିଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ବାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଜିଲା ମୁଖ୍ୟ ଜନ ସ୍ବାସ୍ଥ୍ୟ ଅଧିକାରୀ (ସିଡିଏମ୍‌ଓ) ଡା. ଉମାଶଙ୍କର ମିଶ୍ର, ଜିଲା ସମାଜ ମଙ୍ଗଳ ଅଧିକାରୀ ଶୁଭଶ୍ରୀ ପାତ୍ର, ଜିଲା ସ୍ବାସ୍ଥ୍ୟ ଅଧିକାରୀ ଡା. ଜଗଦୀଶ ପଟ୍ଟନାୟକ, ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ ସରୋଜିନୀ ଦେବୀ, ଜିଲା ଆଶା ମ୍ୟାନେଜର ଆଶିଷ ମିଶ୍ର, ଜିଲା ଗୁଣବତ୍ତା ଅଧିକାରୀ ସଞ୍ଜୟ ପରିଡା, ପ୍ରଦୀପ ସାହୁ, ଦିଲୀପ ପଣ୍ଡା ପ୍ରମୁଖ ମଞ୍ଚାସୀନ ରହି ଆଶାମାନଙ୍କ ସ୍ବାସ୍ଥ୍ୟ ସେବାରେ ଅଗ୍ରଣୀ ଭୂମିକା ପାଇଁ ପ୍ରଶଂସା କରିଥିଲେ।
ଏହି ଅବସରରେ ଆସ୍କା ବ୍ଲକର ଏ. ଲକ୍ଷ୍ମୀ ପାତ୍ର, ବେଗୁନିଆପଡାରୁ ବିଷ୍ଣୁପ୍ରିୟା ସାହୁ, ବେଲଗୁଣ୍ଠାରୁ ଗୀତା ରାଓ, ପାତ୍ରପୁରରୁ ପୂର୍ଣ୍ଣବାସୀ ପ୍ରଧାନ, ପୁରୁଷୋତ୍ତମପୁରରୁ ଏନ୍‌. ସୁଲୋଚନା ଦୋରା, ଖଲ୍ଲିକୋଟର ନୟନା ନାୟକ, ଧରାକୋଟର ଇନ୍ଦୁମତୀ ମହାରଣା, ଛତ୍ରପୁରର କେ. ଯମୁନା ରେଡ୍ଡୀ,ରଙ୍ଗେଇଲୁଣ୍ଡାର କାମିନୀ ବଡ଼ତ୍ୟା, କବିସୂର୍ଯ୍ୟନଗରରୁ ମାନସ ବିଶ୍ୱାଳ, ଦିଗପହଣ୍ଡିର ସୁଷମା ବିଶୋଇ, ସୋରଡ଼ାର ପ୍ରମିଳା ଶତପଥୀ, ଗଞ୍ଜାମର ଜୟନ୍ତୀ ପ୍ରଧାନ, ଶେରଗଡ଼ର ଶାନ୍ତିଲତା ପଣ୍ଡା, କୁକୁଡାଖଣ୍ଡିର ସବିତା ସାହୁ, ବୁଗୁଡ଼ାର ନମିତା ନାହକ, ଭଞ୍ଜନଗରରୁ ବାଳାମାଣି ସାହୁ, ଚିକିଟିରୁ ପି. ପଦ୍ମାବତୀ, ହିଞ୍ଜିଳିରୁ ରୁନୁ ସାହୁ, ପୋଲସରାରୁ ରତ୍ନମାଳା ବେହେରା, ସାନଖେମୁଣ୍ଡିର ସୁନିତା ଜେନା, ଜଗନ୍ନାଥପ୍ରସାଦରୁ ପୁଷ୍ପାଞ୍ଜଳି ସ୍ବାଇଁ, ବିଇଏମ୍‌ସିରୁ ମିନାକ୍ଷୀ ବେହେରା ଆଶା କର୍ମୀମାନଙ୍କୁ ଜିଲାର ଶ୍ରେଷ୍ଠ ଆଶା କାର୍ଯ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ ଅତିଥିମାନେ ସମ୍ମାନିତ କରିଛନ୍ତି।
ଶ୍ରେଷ୍ଠ ସୁସ୍ଥ ଗ୍ରାମ ଭାବେ ଆସ୍କାର ବରଗଁା, ବେଗୁନିଆପଡାର ଜେ. ଛଞ୍ଚିନା, ବେଲଗୁଣ୍ଠାର ଠେଙ୍ଗାଧର, ଭଞ୍ଜନଗରର ମଲାସପଦର, ବୁଗୁଡ଼ାର ମୋଟାବାଡି, ଚିକିଟିର ସୁବର୍ଣ୍ଣପୁର, ଧରାକୋଟର କେ. ରାଜେନ୍ଦ୍ରପୁର, ଦିଗପହଣ୍ଡିର ଛଣଚଢ଼େୟାପଲି, ଗଞ୍ଜାମର ବାହାଇପୁର, ହିଞ୍ଜିଳିର ବୁରୁପଡା, ଜଗନ୍ନାଥପ୍ରସାଦର ରୁଢ଼ାପଦର, କବିସୂର୍ଯ୍ୟନଗରର ପାଇକ ଜମୁନା, ରାମଚନ୍ଦ୍ରପୁର, କୁକୁଡାଖଣ୍ଡିର ଜଗଦଳପୁର, ପାତ୍ରପୁରର ରାଜପୁର, ପୋଲସରାର ରୂଖାକଣା, ପୁରୁଷୋତ୍ତମ ପୁରର ସୁନଥର, ରଙ୍ଗେଇଲୁଣ୍ଡାର ବି. ନୂଆଗଁା, ସାନ ଖେମୁଣ୍ଡିର ନିସ୍ତିପୁର, ଶେରଗଡ଼ର ମହୁପଦର ଏବଂ ସୋରଡ଼ା ବ୍ଲକର ବାଲିନାଳ ପଞ୍ଚାୟତକୁ ଜିଲାରେ ପୁରସ୍କୃତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତେଲ ବଜାରରେ ହଇଚଇ: ପେଟ୍ରୋଲ ୫ ଓ ଡିଜେଲ ୩ଟଙ୍କା ବଢିଲା; ଜାଣନ୍ତୁ ନୂଆ ରେଟ୍‌

ନୂଆଦିଲ୍‌ଲୀ,୩।୧୦: ଦେଶର ପ୍ରମୁଖ ଘରୋଇ ଇନ୍ଧନ ଖୁଚୁରା ବିକ୍ରେତା କମ୍ପାନୀ ‘ନାୟରା ଏନର୍ଜି’ ପୁଣି ଥରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି କରିଛି। କମ୍ପାନୀ ପେଟ୍ରୋଲ…

ଗୁଡ଼ାରୀରୁ ଭୁବନେଶ୍ୱରକୁ ବସ୍‌ ଚଳାଚଳ ଦାବି: ସାଇକେଲ ଯାତ୍ରାବେଳେ ଅଧାବାଟରେ ଅସୁସ୍ଥ ହେଲେ ପ୍ରମୋଦ

ଗୁଣପୁର,୩ା୧୦(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଡ଼ାରୀରୁ ରାଜଧାନୀ ଭୁବନେଶ୍ୱରକୁ ସିଧାସଳଖ ସରକାରୀ ବସ୍‌ ଚଳାଚଳ ଦାବିରେ ଗାନ୍ଧୀ ଜୟନ୍ତୀରୁ ସାଇକେଲ ଯାତ୍ରା ଆରମ୍ଭ କରିଥିବା ଆନ୍ଦୋଳନକାରୀ ପ୍ରମୋଦ…

୧୫ ଛକା,୧୩ ଚୌକା, T20 କ୍ରିକେଟରେ ସର୍ବାଧିକ ସ୍କୋର ହାସଲ କଲା ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୩।୧୦: ୨୦୨୬ ଏସୀୟ କ୍ରୀଡ଼ା ଫାଇନାଲରେ ପ୍ରଥମେ ବ୍ୟାଟିଂ କରି ଭାରତ ମୋଟ ୨୧୧ ରନ ସଂଗ୍ରହ କରିଛି। ଶେଷ ତିନି ଓଭରରେ ଶିବମ ଦୁବେ ଏବଂ…

ସୁବର୍ଣ୍ଣରେଖାରେ ଗାଧୋଇବାବେଳେ ବୁଡ଼ିଗଲେ ଅଣ ଓଡ଼ିଆ ପର୍ଯ୍ୟଟକ

ବାଲେଶ୍ୱର,୩ା୧୦(ବାଞ୍ଛାନିଥି ଦେ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ରାଜଘାଟ ନିକଟରେ ସୁବର୍ଣ୍ଣରେଖା ନଦୀରେ ଶନିବାର ଗାଧୋଇବା ବେଳେ ଜଣେ ଅଣ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି।…

କ୍ରିସ ଗେଲଙ୍କୁ ପଛରେ ପକାଇ ଇତିହାସ ଚରିଲେ ଅଭିଷେକ ଶର୍ମା

ନୂଆଦିଲ୍ଲୀ,୩।୧୦: ଅଭିଷେକ ଶର୍ମା ୨୦୨୬ ଏସୀୟ କ୍ରୀଡ଼ା (Asian Games) ଫାଇନାଲରେ ଇତିହାସ ସୃଷ୍ଟି କରିଛନ୍ତି। ସେ ପାକିସ୍ତାନ ବିପକ୍ଷରେ ୨୮ଟି ବଲରେ ୬୧ ରନର ଏକ…

ଛୋଟ କଥାରୁ ବଡ଼ କାଣ୍ଡ: ବୋହୂ ଉପରକୁ ଗରମ ତେଲ ଫୋପାଡ଼ିଲେ ଶାଶୁ

ଖଇରା,୩ା୧୦(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ଖଇରା ଥାନା ଅଧୀନ ମଠ ନୂଆଗାଁ ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ବାଡ଼ିରୁ ଏକ ମନ୍ଦାର ଗଛ ଡାଳ…

ଚାରି ସନ୍ତାନଙ୍କ ମା’ଙ୍କଠାରୁ ଅଲଗା ହେଲେ ଏଲନ ମସ୍କ ; ସାଥୀ ଶିଭୋନ ଲେଖିଲେ ଲମ୍ବା ପୋଷ୍ଟ

ଓ୍ବାଶିଂଟନ,୩।୧୦: ଏଲନ ମସ୍କ ଏବଂ ଶିଭୋନ ଜିଲିସଙ୍କ ସମ୍ପର୍କକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ନ୍ୟୁରାଲିଙ୍କ (Neuralink)ର ଅଧିକାରୀ ଶିଭୋନ ଜିଲିସ ସୋସିଆଲ ମିଡିଆରେ…

୬,୬,୬,୬,୬,୬… ପାକିସ୍ତାନୀ ବୋଲରଙ୍କୁ ଧୋଇଲେ ଅଭିଷେକ, ୨୦ ବଲରେ କଲେ…

ନୂଆଦିଲ୍ଲୀ,୩।୧୦: ୨୦୨୬ ଏସୀୟ କ୍ରୀଡ଼ା ଫାଇନାଲରେ ପାକିସ୍ତାନ ବିପକ୍ଷରେ ଅଭିଷେକ ଶର୍ମା ଏକ ଦମଦାର ଇନିଂସ ଖେଳିଥିଲେ। ସେ ପାକିସ୍ତାନୀ ବୋଲିଂ ଆକ୍ରମଣକୁ ଧ୍ୱସ୍ତବିଧ୍ୱସ୍ତ କରି ମାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?