Posted inଖେଳ

ଜୋକୋଭିଚଙ୍କୁ ୨୨ତମ ଗ୍ରାଣ୍ଡସ୍ଲାମ

ମେଲବୋର୍ନ,୩୦ା୧(ପି.ଟି.): ଅଷ୍ଟ୍ରେଲିଆନ୍‌ ଓପନ୍‌ ପୁରୁଷ ସିଙ୍ଗଲ୍ସ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛନ୍ତି ସର୍ବିୟାର ନୋଭାକ ଜୋକୋଭିଚ୍‌। ରବିବାର ଅନୁଷ୍ଠିତ ଫାଇନାଲରେ ଗ୍ରୀସ୍‌ର ଷ୍ଟିଫାନସ୍‌ ସିତ୍‌ସିପାସ୍‌ଙ୍କୁ ୬-୩, ୭-୬(୪) ଓ ୭-୬(୫)ରେ ପରାସ୍ତ କରିବା ସହିତ କ୍ୟାରିୟରର ୨୨ତମ ଗ୍ରାଣ୍ଡସ୍ଲାମ ହାସଲ କରିଛନ୍ତି। କ୍ୟାରିୟର ଗ୍ରାଣ୍ଡସ୍ଲାମରେ ସେ ରାଫେଲ ନାଡାଲଙ୍କ ସମକକ୍ଷ ହୋଇଛନ୍ତି। ଏହାମଧ୍ୟରେ ୧୦ଥର ଅଷ୍ଟ୍ରେଲିଆନ୍‌ ଓପନ୍‌ ସାମିଲ ଥିବାବେଳେ ୭ଥର ଓ୍ବିମ୍ବେଲଡନ୍‌, ୩ଥର ୟୁଏସ୍‌ ଓପନ୍‌ ଏବଂ ୨ଥର ଫ୍ରେଞ୍ଚ୍‌ ଓପନ୍‌ ବିଜୟୀ ହୋଇଛନ୍ତି। ରଡ୍‌ ଲାଭେର ଆରେନାରେ ଖେଳାଯାଇଥିବା ମ୍ୟାଚ୍‌ ଜିତିବା ସହିତ କ୍ୟାରିୟରର ଦଶମ ଅଷ୍ଟ୍ରେଲିଆନ୍‌ ଓପନ୍‌ ବିଜୟୀ ହୋଇଛନ୍ତି। ଏହି ବିଜୟ ସହ ପୁନର୍ବାର ଏଟିପି ମାନ୍ୟତାରେ ଏକ ନମ୍ବରକୁ ଫେରିଛନ୍ତି ଜୋକୋଭିଚ୍‌। ୩୫ ବର୍ଷୀୟ ଜୋକୋଭିଚ୍‌ଙ୍କୁ କୋଭିଡ୍‌ ଟିକା କାରଣରୁ ଗତବର୍ଷ ଅଷ୍ଟ୍ରେଲିଆରୁ ପ୍ରତ୍ୟର୍ପଣ କରାଯାଇଥିଲା ଏବଂ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବାର ସୁଯୋଗ ମିଳି ନ ଥିଲା। ସିତ୍‌ସିପାସ୍‌ ନିଜ କ୍ୟାରିୟରର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଫାଇନାଲରେ ପ୍ରବେଶ କରିଥିବା ବେଳେ ଉଭୟଥର ରନରଅପ୍‌ ଭାବରେ ଶେଷ କରିଛନ୍ତି। ପୂର୍ବରୁ ୨୦୨୧ ଫ୍ରେଞ୍ଚ ଓପନ୍‌ ଫାଇନାଲରେ ମଧ୍ୟ ସେ ଜୋକୋଭିଚ୍‌ଙ୍କ ନିକଟରୁ ହାରିଥିଲେ।
ରବିବାରର ଫାଇନାଲ ମୁକାବିଲା ବେଶ୍‌ ସଂଘର୍ଷପୂର୍ଣ୍ଣ ରହିଥିଲା। ପ୍ରଥମ ସେଟ୍‌କୁ ଜୋକୋଭିଚ୍‌ ୬-୩ରେ ଜିତି ନେଇଥିଲେ। ପରବର୍ତ୍ତୀ ଦୁଇ ସେଟ୍‌ ବେଶ୍‌ ସଂଘର୍ଷପୂର୍ଣ୍ଣ ରହିବା ସହିତ ଟାଇବ୍ରେକରରେ ମ୍ୟାଚ୍‌ର ଫଳାଫଳ ବାହାରିଥିଲା। ଦ୍ୱିତୀୟ ସେଟ୍‌ଟି ୬-୬ରେ ରହିଥିବା ବେଳେ ଟାଇବ୍ରେକରରେ ୭-୪ରେ ବିଜୟୀ ହୋଇଥିଲେ ଜୋକୋଭିଚ୍‌। ସମାନ ଭାବେ ନିର୍ଣ୍ଣାୟକ ସେଟ୍‌ଟି ମଧ୍ୟ ଟାଇବ୍ରେକରକୁ ଯାଇଥିଲା। ଟାଇବ୍ରେକରକୁ ୭-୫ରେ ଜିତିବା ସହ ଜୋକୋଭିଚ୍‌ ୧୦ମ ଅଷ୍ଟ୍ରେଲିଆନ୍‌ ଓପନ୍‌ ବିଜୟୀ ହୋଇଥିଲେ।

କ୍ରେଜିକୋଭା-ସିନିଆକୋଭାଙ୍କୁ ଡବଲ୍ସ ଟାଇଟଲ
ଅଷ୍ଟ୍ରେଲିଆନ୍‌ ଓପନ୍‌ ମହିଳା ଡବଲ୍ସରେ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛନ୍ତି ବିଶ୍ୱ ମାନ୍ୟତାର ଏକ ନମ୍ବର ସ୍ଥାନରେ ଥିବା ଚେକ୍‌ ରିପବ୍ଲିକ୍‌ ଯୋଡ଼ି ବାର୍ବୋରା କ୍ରେଜିକୋଭା ଓ କାଟେରିନା ସିନିଆକୋଭା। ଉଭୟ ଖେଳାଳି ଗ୍ରାଣ୍ଡସ୍ଲାମରେ କ୍ରମାଗତ ୨୪ ତମ ମ୍ୟାଚ୍‌ରେ ବିଜୟୀ ହେବା ସହ ୬-୪ ଓ ୬-୩ର ସିଧାସଳଖ ସେଟ୍‌ରେ ଜାପାନର ଶୁକୋ ଆୟୋମା ଏବଂ ଏନା ଶିବାହାରାଙ୍କୁ ପରାସ୍ତ କରିଛନ୍ତି। କ୍ରେଜିକୋଭା-ସିନିଆକୋଭା ଯୋଡ଼ିର ଏହା ସପ୍ତମ ଗ୍ରାଣ୍ଡସ୍ଲାମ ଟାଇଟଲ। ଉଭୟ ବିଗତ ବର୍ଷ ଅଷ୍ଟ୍ରେଲିଆନ୍‌ ଓପନ୍‌, ଓ୍ବିମ୍ବେଲଡନ୍‌ ଓ ୟୁଏସ୍‌ ଓପନ୍‌ ବିଜୟୀ ହୋଇଥିଲେ। ଜାପାନିଜ୍‌ ଯୋଡ଼ିର ଏହା ଦଶମ ମେଜର ଫାଇନାଲ ରହିଥିବା ବେଳେ ପ୍ରଥମଥର ପାଇଁ ଉଭୟ ଗ୍ରାଣ୍ଡସ୍ଲାମ ଫାଇନାଲ ଖେଳୁଛନ୍ତି। କ୍ରେଜିକୋଭା-ସିନିଆକୋଭା ପ୍ରତିପକ୍ଷ ଯୋଡ଼ିର ସର୍ଭିସ୍‌ ପଏଣ୍ଟ ବ୍ରେକ୍‌ କରିବା ସହିତ ଅନାୟାସରେ ଚାମ୍ପିୟନ ଆଖ୍ୟା ଅର୍ଜନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri