୨୨୦ ଲିଟର ଦେଶୀ ରନ୍ଧା ମଦ ସହ ୩ ବାଇକ୍‌ ଜବତ, ୩ ଗିରଫ

ଭଦ୍ରକ ଅଫିସ,୨୧ା୬: ଜିଲା ଅବକାରୀ ବିଭାଗ ପକ୍ଷରୁ ଗଠିତ ଏକ ସ୍ବତନ୍ତ୍ର ଟିମ୍‌ ଦ୍ୱାରା ବାସୁଦେବପୁର ଥାନା ଅନ୍ତର୍ଗତ ନୂଆଗାଁ ଓ ବାରାପୁର ଗ୍ରାମ ଅଞ୍ଚଳରେ ଚଢ଼ାଉ କରାଯାଇ ଗୋଟିଏ ହୋଣ୍ଡା ମୋଟରସାଇକେଲ(ଓଡି-୦୧ଆର-୮୬୭୬) ଓ ଗୋଟିଏ ସ୍କୁଟିରୁ(ଓଡି-୦୧ଏଜେ-୮୯୬୯) ୧୭୦ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହିତ ଏଥିରେ ସଂପୃକ୍ତ ବାସୁଦେବପୁର ଥାନା ଅନ୍ତର୍ଗତ ନୂଆଗାଁ ଗ୍ରାମର ମଧୁସୂଦନ ମଳିକ ଓ ବାରାପୁର ଗ୍ରାମର ପ୍ରକାଶ କୁମାର ବେହେରାଙ୍କୁ ଗିରଫ କରାଯାଇଛି। ସେହିପରି ବାଂଶଡ଼ା ଥାନା ଅନ୍ତର୍ଗତ କୁଆମରା ଛକ ନିକଟରେ ଚଢ଼ାଉ କରାଯାଇ ଗୋଟିଏ ବାଜାଜ ପଲସର ମୋଟର ସାଇକେଲରୁ (ଓଡି-୨୨ଏସ-୮୫୯୦) ୫୦ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହିତ ଏଥିରେ ସଂପୃକ୍ତ ବାଂଶଡ଼ା ଥାନା ଅନ୍ତର୍ଗତ ପଞ୍ଚୁଟିକ୍ରି ଗ୍ରାମର ଦିଲ୍ଲୀପ କୁମାର ମହାଳିକଙ୍କୁ ଗିରଫ କରାଯାଇଛ। ଅବକାରୀ ବିଭାଗ ପକ୍ଷରୁ ହୋଇଥିବା ଉକ୍ତ ଚଢ଼ାଉରେ ସମୁଦାୟ ୨୨୦ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହିତ ମୋଟ ୩ ଜଣଙ୍କୁ ଗିରଫ କରାଯାଇଛି । ଜବତ ମଦ ଓ ଗାଡ଼ିର ଆନୁମାନିକ ମୂଲ୍ୟ ୧ ଲକ୍ଷ ଟଙ୍କାରୁ ଊଦ୍ଧର୍‌ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି। ଏନେଇ ଅବକାରୀ ବିଭାଗ ପକ୍ଷରୁ ୩ଟି ପୃଥକ୍‌ ମାମଲା ରୁଜୁ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୩ ମଧ୍ୟରାତ୍ରରୁ ବାଲି ହରଚଣ୍ଡୀ ପୀଠରେ ୧୪୪ ଧାରା

ବ୍ରହ୍ମଗିରି,୧୧।୬(ଡି.ଏନ.ଏ.)- ଦିନ କେଇଟା ପରେ ଓଡ଼ିଶାର ଗଣ ପର୍ବ ରଜ ଉତ୍ସବ। ଏହି ଉତ୍ସବକୁ ନେଇ ପ୍ରତିଟି ଶକ୍ତି ପୀଠ ହୋଇଥାଏ ଚଳଚଞ୍ଚଳ। ଏହି ଶକ୍ତପୀଠଗୁଡ଼ିକ...

ଶାରଳା ମନ୍ଦିରରେ ଏଜି ଅଡିଟ୍‌: ୨୮କର୍ମଚାରୀଙ୍କ ନିଯୁକ୍ତି ତଥ୍ୟ ମିଳୁନାହିଁ

ଜଗତ୍‌ସିଂହପୁର ଅଫିସ,୨୬ା୧୨: ଜଗତ୍‌ସିଂହପୁର ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳାଙ୍କ ପୀଠରେ ହେଉଥିବା ଅବ୍ୟବସ୍ଥା ସମ୍ପର୍କରେ ବହୁ ତଥ୍ୟ ଲୋକଲୋଚନକୁ ଆସିଛି। ମନ୍ଦିର ପ୍ରଶାସନ ଅଧୀନରେ...

ମାନବିକତା ଦେଖାଇଲେ ଯୁବ ଗୋଷ୍ଠୀ

ଦେବଗଡ଼,୨୪।୯(ଡି.ଏନ୍‌.ଏ.): ଦେବଗଡ଼ ସହରାଞ୍ଚଳରେ ମାନବିକତା ଦେଖାଇଲେ ସ୍ବେଚ୍ଛାସେବୀ ଯୁବ ଗୋଷ୍ଠୀ। ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜଣେ ଅସହାୟ ବୃଦ୍ଧଙ୍କ ମୃତ୍ୟୁ ପରେ ରୀତିନୀତିରେ ସ୍ମଶାନରେ...

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ ଗୋରୁ ମୃତ

ପବିତ୍ରନଗର,୬।୭(ଡି.ଏନ୍‌.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକ ବିରୁ ପଞ୍ଚାୟତ ବୁଲାଝର ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ ଗୋରୁଙ୍କ ମୃତ୍ୟୁ ଘଟିଛି। ସମସ୍ତ ଗୋରୁ ଗ୍ରାମର...

ପୋଲିସ ପରିଚୟଦେଇ ମହିଳାଙ୍କଠାରୁ ସୁନା ଅଳଙ୍କାର ଲୁଟ୍‌

ପୁରୀ ଅଫିସ,୧୪।୧୦: ନିଜକୁ ପୋଲିସ ପରିଚୟ ଦେଇ ୨ ଯୁବକ ମହିଳାଙ୍କଠାରୁ ସୁନାଅଳଙ୍କାର ଲୁଟି ନେଇଛନ୍ତି। ଘଟଣାଟି ଘଟିଛି ପୁରୀ ଜିଲା ସିଟି ଡିଏସ୍‌ପିଙ୍କ ଅଫିସଠାରୁ...

ଗଛରେ ପିଟିହେଲା ବାଇକ୍‌: ଚାଲିଗଲା ୨ ଜୀବନ

ତିହିଡ଼ି,୨ା୧୨(ସ୍ବ.ପ୍ର.)-ଭଦ୍ରକ ଜିଲା ତିହିଡ଼ି ଥାନା ଅନ୍ତର୍ଗତ ମଙ୍ଗରାଜପୁର ଗ୍ରାମର ପ୍ରସନ୍ନ ମଲିକ(୧୯) ଓ ନାୟକାଣିଡିହୀ ଥାନା ଅନ୍ତର୍ଗତ ଭଞ୍ଜସାହିର ଧର୍ମପଦ ମଲିକ(୧୯)ଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ...

ପରୀ ପରେ ବେବିନାଙ୍କୁ ହତ୍ୟା

ନୟାଗଡ଼ ଅଫିସ/ଦଶପଲ୍ଲା, ୧୭ା୬(ଡି.ଏନ୍‌.ଏ.): ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ ବାଣିଗୋଛା ଥାନା ନୂଆଗଁା ପଞ୍ଚାୟତ ଧୁନ୍ଦୁଗାଡିଆ ଗଁାର ୫ ବର୍ଷୀୟା ଶିଶୁକନ୍ୟା ବେବିନା ନାୟକଙ୍କୁ ହତ୍ୟା...

ଝାବେରୀଙ୍କ ପରେ ଖାଲିପଡ଼ିଛି ମୁଖ୍ୟ ବିଚାରପତି ପଦ

କଟକ ଅଫିସ୍‌,୨୦।୪: ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ପଦ ପାଇଁ ମେଘାଳୟ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ମହମ୍ମଦ ରଫିକ୍‌ଙ୍କ ନାମ ଶନିବାର ସୁପ୍ରିମକୋର୍ଟ...

Advertisement
Archives

Model This Week