Posted inଜାତୀୟ

ସର୍ବସାଧାରଣରେ ବାପାଙ୍କୁ ଜାଳି ଦେଲା ଝିଅ

କୋଲାକାତା,୨୩।୩ : ଜଣେ ୨୨ ବର୍ଷୀୟା ଝିଅ ସର୍ବସାଧାରଣରେ ବାପାଙ୍କୁ ନିଆଁ ଲଗାଇ ହତ୍ୟା କରିଥିବା ପୋଲିସ ପକ୍ଷରୁ କୁହାଯାଇଛି। ହତ୍ୟା ପୂର୍ବରୁ ରାତ୍ରି ଭୋଜନ ପାଇଁ ବାପାଙ୍କୁ ନେଇଯାଇଥିଲେ ରେଷ୍ଟୁରାଣ୍ଟ। ସେଠାରେ ବାପାଙ୍କୁ ଖୁବ୍‌ ମଦ ପିଆଇଥିଲେ ଝିଅ। ତା’ ପରେ ସେମାନେ ବୁଲିବାକୁ ଯାଇଥିଲେ ଷ୍ଟ୍ରାଣ୍ଡ ରୋଡ ସ୍ଥିତ ଚାଡପଲ ଘାଟକୁ। ସେଠାରେ ଏକ ବେଞ୍ଚରେ ଶୋଇ ପଡ଼ିଥିଲେ ୫୬ ବର୍ଷୀୟ ବାପା। ଏହାପରେ ବାପାଙ୍କ ଉପରେ କିରୋସିନ ଢ଼ାଳି ନିଆଁ ଲଗାଇ ଦେଇଥିଲେ ଝିଅ। ପାଖରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି ସମ୍ପୂର୍ଣ୍ଣ ଘଟଣା। ମହିଳା ଜଣଙ୍କ ପୋଲିସ ସମ୍ମୁଖରେ ନିଜ ଅପରାଧ ସ୍ବୀକାର କରିଛନ୍ତି।

ସର୍କସ ପାର୍କ ନିକଟସ୍ଥ ଖ୍ରୀଷ୍ଟଫର ରୋଡ୍‌ସ୍ଥିତ ବାସଭବନରୁ ମହିଳାଙ୍କୁ ଗିରଫ କରାଯିବା ପରେ ପଚରାଉଚୁରା କରାଯାଇଥିଲା। ଅଭିଯୁକ୍ତ ଛୋଟବେଳେ ତାଙ୍କ ମା’ଙ୍କୁ ହରାଇଥିଲେ। ଏହା ପରେ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିଲେ ବାପା। ବିବାହ ପରେ ଏ ସବୁ ବନ୍ଦ ହୋଇଯାଇଥିଲା। କିନ୍ତୁ ବିବାହ ବିଚ୍ଛେଦ ପରେ ସେ ଫେରି ଆସିଥିଲେ ଘରକୁ। ପୁଣି ଆରମ୍ଭ ହୋଇଥିଲା ନିର୍ଯ୍ୟାତନାର ସେହି କାହାଣୀ। ଏଥିରେ ଅତିଷ୍ଠ ହୋଇ ମହିଳା ଜଣଙ୍କ ଏଭଳି ପଦକ୍ଷେପ ଉଠାଇଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩୭୦ ଅନୁଚ୍ଛେଦ ହଟିବା ପରେ ୨ ବର୍ଷରେ କେତେ ଜଣ ଜମ୍ମୁ-କଶ୍ମୀରରେ କିଣିଛନ୍ତି ଜମି, ସରକାର ଦେଲେ ଉତ୍ତର…

ନୂଆଦିଲ୍ଲୀ,୧୦।୮: ଜମ୍ମୁ-କାଶ୍ମୀରରୁ ଅନୁଚ୍ଛେଦ ୩୭୦କୁ ହଟାଯିବା ଇତିମଧ୍ୟରେ ଦୁଇ ବର୍ଷରୁ ଅଧିକ ସମୟ ହୋଇଗଲାଣି। ନିୟମ ପରିବର୍ତ୍ତନ ପରେ ବର୍ତ୍ତମାନ ରାଜ୍ୟ ବାହାରର ଯେ କୌଣସି...

ବସ୍‌-ଏସ୍‌ୟୁଭି ଧକ୍କାରେ ୧୧ ମୃତ

ଭୋପାଳ,୫ା୧୧: ମଧ୍ୟପ୍ରଦେଶର ବେଟୁଲ୍‌ ଜିଲାରେ ଶୁକ୍ରବାର ଏକ ସଡ଼କ ଦୁର୍ଘଟଣାରେ ୨ ଶିଶୁଙ୍କ ସମେତ ୧୧ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ଶ୍ରମିକ। ସେମାନେ ଏସ୍‌ୟୁଭିରେ...

ଭାରତ ଯୋଡୋ ଯାତ୍ରାରେ ସାମିଲ ହେବେନାହିଁ ରାକେଶ ଟିକାୟତ

ନୂଆଦିଲ୍ଲୀ,୨।୧: ଚାଷୀ ନେତା ରାକେଶ ଟିକାୟତ କଂଗ୍ରେସର ଭାରତ ଯୋଡୋ ଯାତ୍ରାରେ ସାମିଲ ହେବେ ନାହିଁ। ସୋମବାର ଚାଷୀ ନେତା କହିଛନ୍ତି, ସେ କଂଗ୍ରେସର ଭାରତ...

ଶାହା ଫଟୋ ପୋଷ୍ଟକରି ଫିଲ୍ମନିର୍ମାତା ଗିରଫ

ଗାନ୍ଧୀନଗର, ୨୦ା୭: ଅହମଦାବାଦ କ୍ରାଇମ୍‌ ବ୍ରାଞ୍ଚ ମଙ୍ଗଳବାର ଫିଲ୍ମ ନିର୍ମାତା ଅବିନାଶ ଦାଶଙ୍କୁ ଗିରଫ କରିଛି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସହ ଆଇଏଏସ୍‌ ଅଫିସର ପୂଜା...

କରୋନା ସଙ୍କଟରେ ରାଜଧାନୀ: ପଜିଟିଭିଟି ହାର ୪.୩୮ ପ୍ରତିଶତ

ନୂଆଦିଲ୍ଲୀ,୧୧।୫: ଦେଶର ରାଜଧାନୀ ଦିଲ୍ଲୀରେ କରୋନା ମାମଲା ପୁଣି ଥରେ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଗତକାଲି କମ୍‌ ପରୀକ୍ଷଣ ହେତୁ ଦିଲ୍ଲୀରେ କରୋନା...

କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କ ପାଇଁ ଉପହାର: ଛୁଟି ବଦଳରେ ମିଳିବ ନଗଦ ଟଙ୍କା

ନୂଆଦିଲ୍ଲୀ, ୧୨।୧୦: କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କ ପାଇଁ ସରକାର ଉପହାର ଘୋଷଣା କରିଛନ୍ତି। ଛୁଟି ବଦଳରେ କର୍ମଚାରୀଙ୍କୁ ନଗଦ ଟଙ୍କା ପ୍ରଦାନ କରାଯିବ। ଏନେଇ ଅର୍ଥମନ୍ତ୍ରୀ...

ଶକ୍ତି ପରୀକ୍ଷାରେ ସିନ୍ଧେ ସଫଳ, ସପକ୍ଷରେ ୧୬୪ ଭୋଟ…

ମୁମ୍ବାଇ୍‌, ୪।୭ : ସୋମବାର ମହାରାଷ୍ଟ୍ର ବିଧାନସଭାରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଶକ୍ତି ପରୀକ୍ଷାରେ ସଫଳ ହୋଇଛନ୍ତି। ତାଙ୍କ ସରକାର ସପକ୍ଷରେ ୧୬୪ ଜଣ ବିଧାୟକ...

ବଢ଼ିଲା ବିମାନ ଯାତ୍ରା

ନୂଆଦିଲ୍ଲୀ,୪।୩: ଭାରତରେ ଏବେ ବିମାନ ଯାତ୍ରା ମହଙ୍ଗା ହୋଇଛି। ଦିଲ୍ଲୀ-ମୁମ୍ବାଇ ମଧ୍ୟରେ ୨୫ଶହ ଟଙ୍କାରେ ଉପଲବ୍ଧ ହେଉଥିବା ଏୟାର ଇଣ୍ଡିଆ ଇକୋନୋମିକ ଟିକେଟ ବର୍ତ୍ତମାନ ୪ହଜାରକୁ...

Advertisement
Archives

Model This Week