Posted inଖେଳ

୨୨ ବର୍ଷୀୟ ଜଶସ୍ବୀ ଜୟସ୍ବାଲ କଲେ ‘ବିରାଟ’ ରେକର୍ଡ, ହେଲେ କୋହଲିଙ୍କ ସମକକ୍ଷ

ରାଞ୍ଚି,୨୬।୨: ଇଂଲଣ୍ଡ ବିପକ୍ଷ ରାଞ୍ଚି ଟେଷ୍ଟ ମ୍ୟାଚର ଦ୍ୱିତୀୟ ଇନିଂସରେ ଜଶସ୍ବୀ ଜୟସ୍ବାଲ ୪୪ ବଲରେ ୩୭ ରନ ଖେଳିଥିଲେ। ଏହି ଇନିଂସ ସହ ସେ ସ୍ବତନ୍ତ୍ର ତାଲିକାରେ ସ୍ଥାନ ପାଇଛନ୍ତି। ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ସର୍ବାଧିକ ରନ ସଂଗ୍ରହ କରିଥିବା ଭାରତୀୟ ବ୍ୟାଟ୍ସମ୍ୟାନ ତାଲିକାରେ ବିରାଟ କୋହଲିଙ୍କ ସହ ଜସଶ୍ୱୀ ଜୟସ୍ବାଲ ମିଳିତ ନମ୍ବର-୧ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ଏହି ସିରିଜରେ ସେ ୬୫୫ ରନ ସଂଗ୍ରହ କରିଛନ୍ତି। ବିରାଟ କୋହଲି ୨୦୧୬ରେ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ଟେଷ୍ଟ ସିରିଜରେ ୬୫୫ ରନ ସ୍କୋର କରିଥିଲେ।
ଏହିପରି ଜଶସ୍ବୀଙ୍କୁ ବିରାଟ କୋହଲିଙ୍କୁ ଧର୍ମଶାଳା ଟେଷ୍ଟରେ ପଛରେ ପକାଇବାର ସୁଯୋଗ ମିଳିବ। ସେ ମାତ୍ର ୧ ରନ ସ୍କୋର କରିବା ପରେ ବିରାଟ କୋହଲିଙ୍କୁ ଛପପଛରେ ପକାଇବେ। ଜଶସ୍ବୀଙ୍କ ପାଇଁ ଏହି ସିରିଜ ବହୁତ ଭଲ ଚାଲିଛି। ଏପର୍ଯ୍ୟନ୍ତ ଜଶସ୍ବୀ ଏହି ସିରିଜରେ ୨ଟି ଶତକ ହାସଲ କରିଛନ୍ତି। ଏହା ବ୍ୟତୀତ ସେ ଦୁଇଥର ଅର୍ଦ୍ଧଶତକ ମାର୍କ ଅତିକ୍ରମ କରିଛନ୍ତି। ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ସର୍ବାଧିକ ରନ ସଂଗ୍ରହ କରିଥିବା ଭାରତୀୟ ବ୍ୟାଟ୍ସମ୍ୟାନ ତାଲିକାରେ ଜଶସ୍ବୀ ଏବଂ ବିରାଟ କୋହଲି ଶୀର୍ଷରେ ଅଛନ୍ତି। ଉଭୟଙ୍କ ନାମରେ ୬୫୫ ରନ ଅଛି।
ଏହା ପରେ ରାହୁଲ ଦ୍ରାବିଡ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ୨୦୦୨ରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ରାହୁଲ ଦ୍ରାବିଡ ୬୦୨ ରନ ସ୍କୋର କରିଥିଲେ। ବିରାଟ କୋହଲି ପୁଣି ତିନି ନମ୍ବରରେ ଅଛନ୍ତି। ଏହି ବ୍ୟାଟ୍ସମ୍ୟାନ ୨୦୧୮ରେ ୫୯୩ ରନ ସ୍କୋର କରିଥିଲେ। ତେବେ ବିଜୟ ମଞ୍ଜରେକର ପଞ୍ଚମ ସ୍ଥାନରେ ଅଛନ୍ତି। ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ବିଜୟ ମଞ୍ଜରେକର ୫୮୬ ରନ ସଂଗ୍ରହ କରିଥିଲେ। ୧୯୬୧ରେ ସେ ଏହି ସଫଳତା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନକୁ ହାଲୁକା ଭାବେ ନେବାକୁ ଚାହୁଁନାହାନ୍ତି କୋହଲି, ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଦେଲେ ବଡ଼ ବୟାନ

ଦୁବାଇ,୧୯।୨: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ସବୁଠାରୁ ବଡ଼ ମ୍ୟାଚ୍‌ ୨୩ ଫେବୃଆରୀରେ ଖେଳାଯିବ। ଏହି ମ୍ୟାଚ୍‌ରେ ଭାରତ ଏବଂ ପାକିସ୍ତାନ ଦଳ ପରସ୍ପର ସହ ମୁହାଁମୁହିଁ...

ଶେଷରେ ମାନିଲା ପାକିସ୍ତାନ: କରାଚୀରେ ଉଡ଼ିଲା ତ୍ରିରଙ୍ଗା

ଇସଲାମାବାଦ୍‌,୧୯।୨: ପାକିସ୍ତାନ କ୍ରିକେଟ ବୋର୍ଡ ସମ୍ପ୍ରତି ବିବାଦରେ ପଡ଼ିଛି ଏବଂ ଏହାର କାରଣ ଥିଲା ଯେ ଏହା କରାଚୀ ଏବଂ ଲାହୋରର ଷ୍ଟାଡିୟମରେ ୭ଟି ଦଳର...

ପାକିସ୍ତାନରେ ପୁଣି ତ୍ରିରଙ୍ଗାକୁ ଅପମାନ, Videoକୁ ନେଇ ହଇଚଇ

ଇସଲାମାବାଦ,୧୯।୨: ଭାରତୀୟ ଜାତୀୟ ପତାକାର ପୁଣି ଥରେ ଅପମାନ କରିଛି ପାକିସ୍ତାନ। ନିକଟରେ କରାଚୀ ଷ୍ଟାଡିୟମର ଏକ ଭିଡିଓ ଭାଇରାଲ ହୋଇଥିଲା। ଭିଡିଓରେ ପାକିସ୍ତାନ କ୍ରିକେଟ...

Chhaava: ଦୁବାଇରେ ଏହି ଫିଲ୍ମକୁ ଦେଖିବା ପରେ କାହିଁକି ଟ୍ରୋଲ ହେଉଛନ୍ତି ଗୌତମ ଗମ୍ଭୀର?

ନୂଆଦିଲ୍ଲୀ,୧୯।୨: ଚାମ୍ପିଅନ୍ସ ଟ୍ରଫି ୨୦୨୫ ଆଜିଠାରୁ ଅର୍ଥାତ ୧୯ ଫେବୃଆରୀରୁ ଆରମ୍ଭ ହେଉଛି। ଟୁର୍ନାମେଣ୍ଟରେ ଭାରତୀୟ ଦଳ ଫେବୃଆରୀ ୨୦ରେ ଦୁବାଇରେ ବାଂଲାଦେଶ ବିପକ୍ଷରେ ମ୍ୟାଚ୍‌...

ସଚିନଙ୍କୁ ଦେଇଥିଲେ ସୁଯୋଗ, ଶାସ୍ତ୍ରୀଙ୍କର ଥିଲେ ବନ୍ଧୁ; ହୃଦ୍‌ଘାତରେ ଆଖି ବୁଜିଲେ ଏହି ଭେଟେରାନ କ୍ରିକେଟର

ନୂଆଦିଲ୍ଲୀ,୧୯।୨: ଭାରତୀୟ କ୍ରିକେଟ ପାଇଁ ଦୁଃଖଦ ଖବର। ଘରୋଇ କ୍ରିକେଟରେ ମୁମ୍ବାଇ ଦଳର ଅଧିନାୟକ ତଥା ଭେଟେରାନ ମିଲିନ୍ଦ ରେଗେଙ୍କର ହୃଦଘାତରେ ମୃତ୍ୟୁ ଘଟିଛି। ସେ...

Champions Trophy 2025: ଯୁଦ୍ଧ ପୂର୍ବରୁ ପରାଜୟ ସ୍ବୀକାର କଲା ପାକିସ୍ତାନ! ଅଧିନାୟକ କହିଲେ, ଆମେ ଚାପରେ…

ଇସଲାମାବାଦ୍‌,୧୯।୨: ଆଜିଠାରୁ ଚାମ୍ପିଅନ୍ସ ଟ୍ରଫି ଟୁର୍ନାମେଣ୍ଟ ଆରମ୍ଭ ହେଉଛି। ଏହି ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ଆୟୋଜକ ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ଦଳ ପରସ୍ପର ମୁହାଁମୁହିଁ ହେବେ।...

Champions Trophy 2025: ଭାରତକୁ ଧମକ ଦେଲା ପାକିସ୍ତାନ: ଯେକୌଣସି ପରିସ୍ଥିତିରେ ଆମ ମାଟିରେ ଲାଗିବନି ଭାରତ ପତାକା

ଇସଲାମାବାଦ୍‌,୧୯।୨:ଆଜିଠାରୁ ପାକିସ୍ତାନରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ ସମସ୍ତ ପ୍ରସ୍ତୁତି ସମାପ୍ତ କରିଛି। ଏଥିପାଇଁ କଡ଼ା...

Champions Trophy 2025 Free Live Streaming: ଆଜିଠୁ ‘ମିନି ବିଶ୍ୱକପ୍‌’: ଜାଣନ୍ତୁ କେଉଁଠି ଦେଖିପାରିବେ ମ୍ୟାଚ୍‌

ଦୁବାଇ/କରାଚୀ,୧୯।୨: ଆଇସିସି ଚାମ୍ପିୟନ୍ସ ଟ୍ରଫିର ନବମ ସଂସ୍କରଣ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି। ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ କରାଚୀର ନ୍ୟାଶନାଲ ବ୍ୟାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri