Posted inଜାତୀୟ

ବିଶ୍ୱର ସବୁଠୁ ପ୍ରଦୂଷିତ ୩୦ ସହର ମଧ୍ୟରୁ ଭାରତର ୨୨

ନୂଆଦିଲ୍ଲୀ,୧୬।୩ : ଦେଶର ଲୋକଙ୍କୁ ଚିନ୍ତାରେ ପକାଇଲା ଭଳି ଏକ ତଥ୍ୟ ସାମ୍ନାକୁ ଆସିଛି। ଏକ ରିପୋର୍ଟ ଅନୁଯାୟୀ, ବିଶ୍ୱର ସବୁଠୁ ପ୍ରଦୂଷିତ ୩୦ ସହର ମଧ୍ୟରେ ରହିଛି ଭାରତର ୨୨ଟି ସିଟି। ଆଉ ଦିଲ୍ଲୀକୁ ସବୁଠୁ ପ୍ରଦୂଷିତ ରାଜଧାନୀ ମାନ୍ୟତା ଦିଆଯାଇଛି।

ଆଇକ୍ୟୁଏୟାର ନାମକ ସୁଇସ ସଂଗଠନ ପକ୍ଷରୁ ପ୍ରକାଶ କରାଯାଇଥିବା ‘ଓ୍ବାଲର୍‌ଡ ଏୟାର କ୍ୱାଲିଟି ରିପୋର୍ଟ ୨୦୨୦’ରୁ ଏହା ଜଣାପଡ଼ିଛି। ଏହି ରିପୋର୍ଟ ଅନୁଯାୟୀ, ୨୦୧୯ ଅପେକ୍ଷା ୨୦୨୦ରେ ଦିଲ୍ଲୀର ବାୟୁର ଗୁଣବତ୍ତାରେ ଆସିଛି ୧୫ ପ୍ରତିଶତ ସୁଧାର। ଏହା ସତ୍ତ୍ୱେ ଦିଲ୍ଲୀ ବିଶ୍ୱର ସବୁଠୁ ପ୍ରଦୂଷିତ ସହର ତାଲିକାରେ ଦଶମ ସ୍ଥାନରେ ରହିଛି। ଆଉ ବଜାୟ ରଖିଛି ବିଶ୍ୱର ସବୁଠୁ ପ୍ରଦୂଷିତ ରାଜଧାନୀ ମାନ୍ୟତା।

ଦିଲ୍ଲୀ ଛଡ଼ା ସବୁଠୁ ପ୍ରଦୂଷିତ ସହର ତାଲିକାରେ ଗାଜିଆବାଦ, ବୁଲନ୍ଦଶାହର, ବିସ୍‌ରଖ ଜଲାଲପୁର, ନୋଏଡା, ଗ୍ରେଟର ନୋଏଡା, କାନପୁର, ଲକ୍ଷ୍ନୌ, ମିରଟ, ଆଗ୍ରା ଓ ଉତ୍ତର ପ୍ରଦେଶର ମୁଜାଫରନଗର, ରାଜସ୍ଥାନର ଭିଓ୍ବାରୀ, ଫାରିଦାବାଦ, ଜିନ୍ଦ, ହିସାର, ଫତେହାବାଦ, ବନ୍ଧଓ୍ବାରୀ, ଗୁରୁଗ୍ରାମ, ଯମୁନା ନଗର, ରୋହକୋତ, ହରିୟାଣାର ଧାରୁହେରା ଏବଂ ବିହାରର ମୁଜାଫରପୁର ରହିଛି। ଏହି ରିପୋର୍ଟରେ ଚାଇନାର ଜିନଜିଆଙ୍ଗ ସହର ବିଶ୍ୱର ସବୁଠୁ ପ୍ରଦୂଷିତ ବୋଲି ଦର୍ଶାଯାଇଛି। ଏହା ପଛକୁ ଭାରତର ୯ଟି ସହର ଯଥାକ୍ରମେ ବୁଲନ୍ଦଶହର, ବିସ୍‌ରଖ ଜଲାଲପୁର, ନୋଏଡା, ଗ୍ରେଟର ନୋଏଡା, କାନପୁର, ଲକ୍ଷ୍ନୌ ଓ ଭିଓ୍ବାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାମିନରେ ଆସିବା ପରେ କୁଲାଡ଼ ବ୍ୟାଘ୍ରଦେବୀଙ୍କ ଦର୍ଶନ କଲେ ବିକ୍ରମ ପଣ୍ଡା, ଭଞ୍ଜନଗର-ଆସିକାରେ ବିପୁଳ ସ୍ବାଗତ

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ): ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜାମିନ ମିଳିଛି । ଏହାରି ଭିତରେ ସେ ନିଜର ମାନସିକ…

ଭାଇରାଲ୍ ହେଉଛି ଟ୍ରମ୍ପଙ୍କ ହାତର ଫଟୋ; ଗଭୀର ଚିହ୍ନଙ୍କୁ ନେଇ ବଢ଼ିଲା ଚର୍ଚ୍ଚା

ଓ୍ବାଶିଂଟନ,୬।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଡାହାଣ ହାତରେ ଦେଖାଯାଉଥିବା ଚିହ୍ନର ନୂଆ ଫଟୋ ସାମ୍ନାକୁ ଆସିଛି । ଏହାପରେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ପୁଣିଥରେ ଚର୍ଚ୍ଚା…

ଚଳନ୍ତା କାର୍‌ରେ ନିଆଁ

ଝାରସୁଗୁଡ଼ା,୬।୯(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରର ମୁଖ୍ୟ ରାସ୍ତା ମନମୋହନ ସ୍କୁଲ ନିକଟରେ ରବିବାର ସନ୍ଧ୍ୟାରେ ଏକ ଚଳନ୍ତା କାରରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ…

ବିଶ୍ୱର ୪ ନମ୍ବର ଯୋଡ଼ିକୁ ହରାଇ ସାତ୍ତ୍ୱିକ-ଚିରାଗ ଜିତିଲେ ଚାଇନା ମାଷ୍ଟର୍ସ ଟାଇଟଲ

ଶେନ୍‌ଝେନ୍‌,୬ା୯:ଭାରତର ଷ୍ଟାର ପୁରୁଷ ଡବଲ୍ସ ଖେଳାଳି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ୩ ଗେମ୍‌ ବିଶିଷ୍ଟ ଏକ ରୋମାଞ୍ଚକ ଫାଇନାଲରେ ଚାଇନାର ହି ଜି ତିଙ୍ଗ୍‌…

ବାହାରିଲା ମା’ ମାଣିକେଶ୍ୱରୀଙ୍କ ନବାନ୍ନ ଲଗ୍ନ, ଏହିଦିନ ନୂଆଁ ଖାଇବେ ଗଡ଼ଜାତବାସୀ

ଭବାନୀପାଟଣା,୬ା୯(ଉତ୍ତମ କୁମାର ଦାଶ): ନୂଆଁଖାଇ ପାଇଁ ସଜବାଜ ହେଉଛି କଳାହାଣ୍ଡି ଜିଲା । ପଶ୍ଚିମ ଓଡ଼ିଶାର ଏହା ଏକ ମୁଖ୍ୟ ପର୍ବ ହୋଇଥିଲେ ହେଁ କଳାହାଣ୍ଡିରେ ଟିକେ…

ପାକ୍‌ ଖେଳାଳିଙ୍କ ଫୋନ୍‌ ଜବତ କଲା ପିସିବି, କାହିଁକି ଜାଣନ୍ତୁ…

ଲଣ୍ଡନ,୬ା୯: ପାକିସ୍ତାନର ସମସ୍ୟାପୂର୍ଣ୍ଣ ଇଂଲଣ୍ଡ ଟୁର ଏକ ଅପ୍ରତ୍ୟାଶିତ ମୋଡ଼ ନେଇଛି। ଏଜବାଷ୍ଟନଠାରେ ଇଂଲଣ୍ଡ ବିପକ୍ଷ ଅନ୍ତିମ ତଥା ତୃତୀୟ ଟେଷ୍ଟ ପୂର୍ବରୁ ଜାତୀୟ ଦଳର କିଛି…

ଟିମ୍‌ରୁ ବାଦ ପଡ଼ିବାର ରହସ୍ୟ ଖୋଲିଲେ ରାଇନା, କୋହଲିଙ୍କ ଅଧିନାୟକତ୍ୱକୁ ନେଇ କହିଲେ ବଡ଼ କଥା

ନୂଆଦିଲ୍ଲୀ,୬।୯: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଷ୍ଟାର୍ ବ୍ୟାଟର ସୁରେଶ ରାଇନା ଟିମ୍ ଇଣ୍ଡିଆରୁ ବାଦ ପଡ଼ିବାକୁ ନେଇ ବଡ଼ ବୟାନ ଦେଇଛନ୍ତି। ବିରାଟ କୋହଲି ଭାରତୀୟ…

ଯନ୍ତ୍ରୀ ଅନୁପମା ସାହୁ ଗିରଫ, ଗାଡ଼ିରୁ ବାହାରିଥିଲା ବିଡ଼ାବିଡ଼ା ଟଙ୍କା, ଭୁବନେଶ୍ୱରରେ ଫ୍ଲାଟ୍‌ ସହ ଅନେକ ସହରରେ ରହିଛି…

କଟକ,୬ା୯(ପ୍ରଭୁକଲ୍ୟାଣ ପାଲ): ଲାଞ୍ଚ ଟଙ୍କାରେ ଫସିଲେ ଲେଡି ଅଫିସର। ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି କେନ୍ଦ୍ରାପଡ଼ା ଡ୍ରେନେଜ ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୁପମା ସାହୁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri