Posted inଫୁରସତ

୨୧ ବର୍ଷୀୟ ଏହି ଯୁବତୀଙ୍କ ଏବେ ‘ଗଜନୀ’ ଭଳି ଅବସ୍ଥା: ପରିବାରଠାରୁ ଆରମ୍ଭ କରି ପ୍ରେମିକାଙ୍କୁ ଯାଉଛନ୍ତି ଭୁଲି, ଏଣୁ…

ଲଣ୍ଡନ: ଯଦି ଆପଣ ଆମିର ଖାନ୍‌ ଅଭିନୀତ ‘ଗଜନୀ’ ଫିଲ୍ମ ଦେଖିଥିବେ, ତେବେ ତାଙ୍କର ଭୂମିକା କିଭଳି ଥିଲା ମନେଥିବ ନିଶ୍ଚୟ। ଫିଲ୍ମରେ ଅଭିନେତା ଶର୍ଟ ଟର୍ମ ମେମୋରୀ ଲସ୍‌ ଭଳି ରୋଗର ଶିକାର ହୋଇଥିଲେ। କିଛି ସମୟ ପାଇଁ ସେ ସବୁକିଛି ଭୁଲି ଯାଉଥିଲେ। ଏବେ ବାସ୍ତବ ଜୀବନରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଏହି କାରଣରୁ ଜଣେ ୨୧ ବର୍ଷୀୟ ଯୁବତୀଙ୍କ ଜୀବନ କଷ୍ଟକର ହୋଇପଡ଼ିଲାଣି। ଅନେକ ଥର ସେ ନିଜର ପରିବାର ସହ ପାର୍ଟନରଙ୍କୁ ଭୁଲି ଯାଉଛନ୍ତି।

ଯୁବତୀ ଜଣଙ୍କ ହେଉଛନ୍ତି ମେଗାନ ଜ୍ୟାକ୍‌ସନ। ସେ ଇଂଲଣ୍ଡର ବେଷ୍ଟ ୟାର୍କସାୟରର ବାସିନ୍ଦା। ମେଗାନ ବେଶି ଉତ୍ସାହିତ ହେଲେ, ହସିଲେ ଅଥବା ବଡ଼ ପାଟିରେ କଥା ଶୁଣିଲେ, ନିଜ ସ୍ମରଣଶକ୍ତି ହରାଇ ବସୁଛନ୍ତି। ଫଳରେ ସେ କିଏ ଏବଂ ତାଙ୍କର ଜୀବନ ବିଷୟରେ କିଛି ମନେ ରହୁନାହିଁ। ଏପରିକି ସେ ପରିବାରଲୋକ, ପ୍ରେମିକାଙ୍କୁ ଚିହ୍ନିପାରୁନାହାନ୍ତି।

ଏଭଳି ଅସୁବିଧାର ସମ୍ମୁଖୀନ ହେବା ପରେ କୌଣସି ପ୍ରକାର ସରପ୍ରାଇଜ୍‌ ଦେବାକୁ ଚାହୁଁନାହନ୍ତି ତାଙ୍କ ସମଲିଙ୍ଗୀ ପାର୍ଟନର ତାରା ସୋର୍କିନ। ସେ ଉଭୟଙ୍କ ପୁରୁଣାସ୍ମୃତିକୁ ମନେ ପକାଇବାକୁ ଯାଇ ପ୍ରତ୍ୟହ ଡାଏରୀ ଲେଖିବା ସହ ଅସୁବିଧା ହେଲେ ଫଟୋ ଦେଖାଉଛନ୍ତି। ଏଥିସହ ସାଥୀ ମେଗାନଙ୍କ ପସନ୍ଦର ଗୀତ ଶୁଣାଇଥାନ୍ତି। କିଛି ଘଣ୍ଟା ପରେ ମେଗାନ ସ୍ବାଭାବିକ ସ୍ଥିତିକୁ ଫେରିଥାନ୍ତି।
ରୋଗ ଯୋଗୁ ମାନସିକ ସ୍ଥିତି ଠିକ୍‌ ରହୁନାହିଁ ବୋଲି ମେଗାନ କହିଛନ୍ତି। ବଜାରରୁ ସେ ବେଳେବେଳେ ପସନ୍ଦ ନ ଥିବା ଖାଦ୍ୟ ସାମଗ୍ରୀ ନେଇ ଆସୁଛନ୍ତି। ତାରାଙ୍କୁ ଡେଟ୍‌ କରିବା ଆରମ୍ଭ କରିବା ପରେ ସେ ଏବେ ଯତ୍ନ ନେଉଛନ୍ତି। କିଛି ମାସର ସମ୍ପର୍କ ମଧ୍ୟରେ ସେ ଚାରି ଥର ତାଙ୍କୁ ଭୁଲି ଛନ୍ତି। ସେତେବେଳେ ତାରା ତାଙ୍କ ପ୍ରେମିକା ବୋଲି କେହି କହିଲେ ସେ ଚିଡି ଉଠନ୍ତି। ଏପରିକି ସେ ଜଣେ ଲେସବିଆନ୍‌ ବୋଲି ଭୁଲିଯାଇଥାନ୍ତି। କିଛି ଘଣ୍ଟା ପରେ ସବୁକିଛି ମନେ ପଡ଼ିଲେ, ଜୀବନ ସ୍ବଭାବିକ ଅବସ୍ଥାକୁ ଫେରେ ବୋଲି ସେ କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅମିର ଖାନ୍‌

ମୁମ୍ବାଇ,୧୭ା୪:କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ପୁରୁଣା ଭିଡିଓକୁ ବ୍ୟବହାର କରାଯାଇ ଭାଜପା ବିରୋଧରେ ଏକ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି। ସୋସିଆଲ...

୨.୨୬ ଲକ୍ଷ ଟଙ୍କାରେ ନିଲାମ ହେଲା ଗୋଟିଏ ଅଣ୍ଡା, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୬।୪: ସମସ୍ତେ ଶୁଣିଛନ୍ତି ଯେ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଯେତେବେଳେ ଆପଣ ଜାଣିବେ ଯେ ଗୋଟିଏ ଅଣ୍ଡାର ମୂଲ୍ୟ ଲକ୍ଷ ଲକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri