Posted inଫୁରସତ

୨୧ ବର୍ଷୀୟ ଏହି ଯୁବତୀଙ୍କ ଏବେ ‘ଗଜନୀ’ ଭଳି ଅବସ୍ଥା: ପରିବାରଠାରୁ ଆରମ୍ଭ କରି ପ୍ରେମିକାଙ୍କୁ ଯାଉଛନ୍ତି ଭୁଲି, ଏଣୁ…

ଲଣ୍ଡନ: ଯଦି ଆପଣ ଆମିର ଖାନ୍‌ ଅଭିନୀତ ‘ଗଜନୀ’ ଫିଲ୍ମ ଦେଖିଥିବେ, ତେବେ ତାଙ୍କର ଭୂମିକା କିଭଳି ଥିଲା ମନେଥିବ ନିଶ୍ଚୟ। ଫିଲ୍ମରେ ଅଭିନେତା ଶର୍ଟ ଟର୍ମ ମେମୋରୀ ଲସ୍‌ ଭଳି ରୋଗର ଶିକାର ହୋଇଥିଲେ। କିଛି ସମୟ ପାଇଁ ସେ ସବୁକିଛି ଭୁଲି ଯାଉଥିଲେ। ଏବେ ବାସ୍ତବ ଜୀବନରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଏହି କାରଣରୁ ଜଣେ ୨୧ ବର୍ଷୀୟ ଯୁବତୀଙ୍କ ଜୀବନ କଷ୍ଟକର ହୋଇପଡ଼ିଲାଣି। ଅନେକ ଥର ସେ ନିଜର ପରିବାର ସହ ପାର୍ଟନରଙ୍କୁ ଭୁଲି ଯାଉଛନ୍ତି।

ଯୁବତୀ ଜଣଙ୍କ ହେଉଛନ୍ତି ମେଗାନ ଜ୍ୟାକ୍‌ସନ। ସେ ଇଂଲଣ୍ଡର ବେଷ୍ଟ ୟାର୍କସାୟରର ବାସିନ୍ଦା। ମେଗାନ ବେଶି ଉତ୍ସାହିତ ହେଲେ, ହସିଲେ ଅଥବା ବଡ଼ ପାଟିରେ କଥା ଶୁଣିଲେ, ନିଜ ସ୍ମରଣଶକ୍ତି ହରାଇ ବସୁଛନ୍ତି। ଫଳରେ ସେ କିଏ ଏବଂ ତାଙ୍କର ଜୀବନ ବିଷୟରେ କିଛି ମନେ ରହୁନାହିଁ। ଏପରିକି ସେ ପରିବାରଲୋକ, ପ୍ରେମିକାଙ୍କୁ ଚିହ୍ନିପାରୁନାହାନ୍ତି।

ଏଭଳି ଅସୁବିଧାର ସମ୍ମୁଖୀନ ହେବା ପରେ କୌଣସି ପ୍ରକାର ସରପ୍ରାଇଜ୍‌ ଦେବାକୁ ଚାହୁଁନାହନ୍ତି ତାଙ୍କ ସମଲିଙ୍ଗୀ ପାର୍ଟନର ତାରା ସୋର୍କିନ। ସେ ଉଭୟଙ୍କ ପୁରୁଣାସ୍ମୃତିକୁ ମନେ ପକାଇବାକୁ ଯାଇ ପ୍ରତ୍ୟହ ଡାଏରୀ ଲେଖିବା ସହ ଅସୁବିଧା ହେଲେ ଫଟୋ ଦେଖାଉଛନ୍ତି। ଏଥିସହ ସାଥୀ ମେଗାନଙ୍କ ପସନ୍ଦର ଗୀତ ଶୁଣାଇଥାନ୍ତି। କିଛି ଘଣ୍ଟା ପରେ ମେଗାନ ସ୍ବାଭାବିକ ସ୍ଥିତିକୁ ଫେରିଥାନ୍ତି।
ରୋଗ ଯୋଗୁ ମାନସିକ ସ୍ଥିତି ଠିକ୍‌ ରହୁନାହିଁ ବୋଲି ମେଗାନ କହିଛନ୍ତି। ବଜାରରୁ ସେ ବେଳେବେଳେ ପସନ୍ଦ ନ ଥିବା ଖାଦ୍ୟ ସାମଗ୍ରୀ ନେଇ ଆସୁଛନ୍ତି। ତାରାଙ୍କୁ ଡେଟ୍‌ କରିବା ଆରମ୍ଭ କରିବା ପରେ ସେ ଏବେ ଯତ୍ନ ନେଉଛନ୍ତି। କିଛି ମାସର ସମ୍ପର୍କ ମଧ୍ୟରେ ସେ ଚାରି ଥର ତାଙ୍କୁ ଭୁଲି ଛନ୍ତି। ସେତେବେଳେ ତାରା ତାଙ୍କ ପ୍ରେମିକା ବୋଲି କେହି କହିଲେ ସେ ଚିଡି ଉଠନ୍ତି। ଏପରିକି ସେ ଜଣେ ଲେସବିଆନ୍‌ ବୋଲି ଭୁଲିଯାଇଥାନ୍ତି। କିଛି ଘଣ୍ଟା ପରେ ସବୁକିଛି ମନେ ପଡ଼ିଲେ, ଜୀବନ ସ୍ବଭାବିକ ଅବସ୍ଥାକୁ ଫେରେ ବୋଲି ସେ କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହୁଡ଼ା ଯାତ୍ରା ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଭିଡ଼ ପରିଚାଳନା ନେଇ…

ଭୁବନେଶ୍ୱର,୨୨ା୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଲୋକସେବା ଭବନରେ ଆସନ୍ତା ୨୪ ତାରିଖରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରି ଭିଡ଼ ପରିଚାଳନା…

ହସ୍ପିଟାଲରୁ ସରକାରଙ୍କୁ ଚିଠି ଲେଖିଲେ ସୋନମ ୱାଙ୍ଗଚୁକ୍, ଅନଶନ ସମାପ୍ତ କରିବାକୁ ରଖିଲେ ଏହି ସର୍ତ୍ତ

ନୂଆଦିଲ୍ଲୀ,୨୨।୭: ହସ୍ପିଟାଲରୁ ସରକାରଙ୍କୁ ଚିଠି ଲେଖିଛନ୍ତି ସୋନମ ୱାଙ୍ଗଚୁକ୍ । ଅନଶନ ସମାପ୍ତ କରିବା ପାଇଁ କେତେକ ଦାବି ଉପସ୍ଥାପନ କରିଛନ୍ତି । ଆତ୍ମହତ୍ୟା ଦ୍ୱାରା ମୃତ୍ୟୁବରଣ…

ନକଲି ଅଦାଲତ ଆଦେଶ ଦେଖାଇ ୫୦ ହଜାର ଟଙ୍କା ଠକେଇ, ଏପରି ଧରିଲା ପୋଲିସ

ଅତାବିରା,୨୨।୭(ଯୁଧିଷ୍ଠିର ମହାପାତ୍ର): ନିଜକୁ ଆଇନଜୀବୀ ପରିଚୟ ଦେଇ ଠକେଇ ଅଭିଯୋଗରେ ଜଣେ ଗିରଫ । ନକଲି ଅଦାଲତ ଆଦେଶ ପ୍ରସ୍ତୁତ କରି ଜଣେ ମହିଳାଙ୍କ ପରିବାରଠାରୁ ୫୦…

ରାଜନୀତିରେ ହଲଚଲ୍! ସରକାରଙ୍କ ଆଗରେ ୩ ଦାବି ରଖିଲେ ରାହୁଲ, ଜାଣିଲେ….

ନୂଆଦିଲ୍ଲୀ,୨୨।୭: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପେପର ଲିକ୍ ଏବଂ ଛାତ୍ରମାନଙ୍କ ଉପରେ ଲାଠିଚାର୍ଜ ସମ୍ପର୍କରେ ଦିଲ୍ଲୀର ଇନ୍ଦିରା ଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି…

‘ମୋତେ ଘୋଷାଡି ନେଉଥିବା ପୋଲିସ କହିଲା, ଏ ସରକାରକୁ ହଟାନ୍ତୁ’, ରାହୁଲଙ୍କ ବିସ୍ଫୋରକ ବୟାନ

ନୂଆଦିଲ୍ଲୀ,୨୨।୭: ଲୋକ ସଭାର ବିରୋଧୀ ଦଳ ନେତା , କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ନିଟ୍ (NEET) ପରୀକ୍ଷାରେ ପେପର୍ ଲିକ୍, ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଏବଂ ଶିକ୍ଷା…

CJP ଆନ୍ଦୋଳନରେ ପେଲେଟ୍ ଗନ୍ ଫାୟାରିଂ? ସତ କହିଲା ଦିଲ୍ଲୀ ପୋଲିସ!

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଦିଲ୍ଲୀର ଜନ୍ତର-ମନ୍ତରରୁ ସଂସଦ ମାର୍ଚ୍ଚ ପାଇଁ ଆହ୍ୱାନ ଦିଆଯାଇଥିଲା। ଏହି ସମୟରେ ପୋଲିସ ଏବଂ ପ୍ରଦର୍ଶନକାରୀଙ୍କ…

ହାର୍ଡକୋର ମହିଳା ମାଓବାଦୀ ଅନିତା କିସ୍କୁଙ୍କ ଆତ୍ମସମର୍ପଣ

କୋଇଡ଼ା, ୨୨।୭: ମାଓବାଦୀ ସଂଗଠନ ପାଇଁ ଏକ ବଡ଼ ଝଟକା ସୃଷ୍ଟି କରି ହାର୍ଡକୋର ମହିଳା ମାଓବାଦୀ ଅନିତା କିସ୍କୁ ଝାଡ଼ଖଣ୍ଡରେ ସୁରକ୍ଷା ବାହିନୀ ନିକଟରେ ଆତ୍ମସମର୍ପଣ…

ବିସ୍ଥାପନ ପାଇଁ ଦ୍ୱିତୀୟ ଦିନରେ କୁମିଆପାଲିରେ ପହଞ୍ଚିଲା ପ୍ରଶାସନ: ତାତିଲେ ଆଦିବାସୀ, ଧନୁତୀର ଧରି…

ବଲାଙ୍ଗୀର,୨୨ା୭(ସୁନିଲ କୁମାର ମହାନ୍ତି): ବୁଧବାର ଦ୍ୱିତୀୟ ଦିନରେ ଲୋୟର ସୁକତେଲ ଡ୍ୟାମ ପ୍ରଭାବିତ କୁମିଆପାଲି ଗାଁରେ ବିସ୍ଥାପନ ପ୍ରକ୍ରିୟା ଆରମ୍ଭ କରିବାକୁ ଜିଲା ପ୍ରଶାସନର ଟିମ୍‌ ପହଞ୍ଚିଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri