ମୋଦିଙ୍କ ପାଖକୁ ଯାଇଛି ୨୧ ନିୟୁତ ଡଲାର: ଟ୍ରମ୍ପ୍‌

ନ୍ୟୁୟର୍କ/ନୂଆଦିଲ୍ଲୀ,୨୩ା୨(ଏଜେନ୍ସି/ପିଟି): ଭାରତରେ ମତଦାନ ହାର ବୃଦ୍ଧି ପାଇଁ ଆମେରିକାରୁ ଆସିଥିବା ୨୧ ନିୟୁତ ଡଲାର (୧୮୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା) ସହାୟତାକୁ ନେଇ ଦେଶରେ ବିବାଦ ମୁଣ୍ଡ ଟେକିଥିବାବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଶନିବାର ଏହି ପ୍ରସଙ୍ଗ ଉପରେ ଚତୁର୍ଥ ଥର ମୁହଁ ଖୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମ ଧରିଛନ୍ତି। ଟ୍ରମ୍ପ୍‌ କହିଛନ୍ତି, ଭାରତରେ ଭୋଟର ଟର୍ନଆଉଟ୍‌ ପାଇଁ ଆମେ ୨୧ ନିଯୁତ ଡଲାର ଦେଇଛୁ। ଏହି ଅର୍ଥ ୟୁନାଇଟେଡ୍‌ ଷ୍ଟେଟ୍ସ ଏଜେନ୍ସି ଫର୍‌ ଇଣ୍ଟରନ୍ୟାଶନାଲ ଡେଭେଲପ୍‌ମେଣ୍ଟ୍‌ସ (ୟୁଏସ୍‌ଏଆଇଡି)ରୁ ମୋ ବନ୍ଧୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଯାଇଛି। ଆମେରିକାରେ ମଧ୍ୟ ମତଦାନ

ହାର ବୃଦ୍ଧି ପାଇଁ ଆମେ ଚାହୁଁଛୁ ବୋଲି ସେ କହିଛନ୍ତି। ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ଏହି ମନ୍ତବ୍ୟ ପରେ କଂଗ୍ରେସ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛି। କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ଶ୍ୱେତପତ୍ର ଜାରି କରନ୍ତୁ ବୋଲି ବିରୋଧୀ ଦଳ ଦାବି କରିଛି।

ଟ୍ରମ୍ପ୍‌ ଦ୍ୱିତୀୟ ଥର ଆମେରିକା ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଏଲନ୍‌ ମସ୍କଙ୍କ ଅଧ୍ୟକ୍ଷତାରେ ଡିପାର୍ଟମେଣ୍ଟ ଅଫ୍‌ ଗଭର୍ନମେଣ୍ଟ ଏଫିସିଏନ୍ସି (ଡିଓଜିଇ) ପକ୍ଷରୁ ଗତ ୧୬ରେ ଭାରତକୁ ୨୧ ନିୟୁତ ଡଲାର ପାଣ୍ଠି ପ୍ରଦାନକୁ ରଦ୍ଦ କରାଯାଇଛି। ମିଆମିରେ ଗୁରୁବାର ଅନୁଷ୍ଠିତ ଏଫ୍‌ଆଇଆଇ ପ୍ରିଓରିଟି ସମିଟ୍‌କୁ ସମ୍ବୋଧିତ କରି ଟ୍ରମ୍ପ୍‌ କହିଥିଲେ, ଭାରତରେ ମତଦାନ ହାର ବୃଦ୍ଧି ପାଇଁ ଆମେ ୨୧ ନିୟୁତ ଡଲାର ଖର୍ଚ୍ଚ କରିବାର ଆବଶ୍ୟକତା କ’ଣ? ବାଇଡେନ୍‌ ପ୍ରଶାସନ ବୋଧେ ଅନ୍ୟ କାହାକୁ ନିର୍ବାଚନରେ ଜିତାଇବାକୁ ଚାହୁଁଥିଲେ। ଟ୍ରମ୍ପ୍‌ଙ୍କ ଏହି ମନ୍ତବ୍ୟ ପରେ ଭାରତରେ ରାଜନୈତିକ ବୟାନବାଜି ଜୋର୍‌ ଧରିବାରେ ଲାଗିଛି।

୨୦୨୪ରେ ଭାରତର ଲୋକ ସଭା ନିର୍ବାଚନ ବାହ୍ୟଶକ୍ତି ଦ୍ୱାରା ପ୍ରଭାବିତ ହୋଇଥିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ପୂର୍ବ ମନ୍ତବ୍ୟର ଅବତାରଣା କରି କଂଗ୍ରେସକୁ ଭାଜପା ଟାର୍ଗେଟ କରିଥିଲା। ଭାଜପା ଏମ୍‌ପି ମହେଶ ଜେଠମାଲାନୀ ଶୁକ୍ରବାର ଏକ୍ସ’ରେ କହିଥିଲେ, ୨୦୨୧ରେ ବୀଣା ରେଡ୍ଡୀଙ୍କୁ ୟୁଏସ୍‌ଏଆଇଡି’ର ଭାରତୀୟ ମିଶନ ମୁଖ୍ୟ ଭାବେ ନୂଆଦିଲ୍ଲୀକୁ ପଠାଯାଇଥିଲା। ୨୦୨୪ ଲୋକ ସଭା ନିର୍ବାଚନ ପରେ ବୀଣା ଆମେରିକାକୁ ଫେରିଯାଇଥିଲେ। ଡିଓଜିଇ ଜାଣିବାକୁ ପାଇଛି ଯେ, ୟୁଏସ୍‌ଏଆଇଡି ଭାରତରେ ସରକାର ପରିବର୍ତ୍ତନ ସକାଶେ ମତଦାନ ବୃଦ୍ଧି ପାଇଁ ୨୧ ନିୟୁତ ଡଲାର ଖର୍ଚ୍ଚ କରୁଥିଲା। ସମ୍ଭବତଃ ବୀଣା ନିଜ ଭୋଟର ଟର୍ନଆଉଟ୍‌ ମିଶନ ଶେଷକରି ଆମେରିକାକୁ ଫେରିଯାଇଥିଲେ। ଏପରି କି ଭାରତର ନିର୍ବାଚନରେ ବାହ୍ୟଶକ୍ତିର ହସ୍ତକ୍ଷେପ ନେଇ ବିତର୍କ ସୃଷ୍ଟି ହୋଇଥିବାରୁ ବହିର୍ବ୍ୟାପାର ମୁଖପାତ୍ର ରଣବୀର ଜୟସ୍ବାଲ ଏହାକୁ ଏକ ଚିନ୍ତାଜନକ ବିଷୟ ବୋଲି କହିଥିଲେ। ଏହି ପ୍ରକରଣକୁ ଅନୁଧ୍ୟାନ କଲେ ଭାଜପା ଏବଂ ସରକାରୀ କଳର ଟାର୍ଗେଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ରହିଥିବା ବୁଝିହେଉଛି ବୋଲି ଅନେକେ ମତ ଦେଇଛନ୍ତି।

ତେବେ ଶନିବାର ଟ୍ରମ୍ପ୍‌ ଏହା ଉପରେ ପୁନର୍ବାର କହିଛନ୍ତି, ୨୯ ନିୟୁତ ଡଲାର ୟୁଏସ୍‌ଏଆଇଡି ଗ୍ରାଣ୍ଟ୍‌ ତାଙ୍କ ବନ୍ଧୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଯାଉଥିଲା। ସେହିପରି ବାଂଲାଦେଶରେ ରାଜନୈତିକ ସ୍ଥିତି ସୁଧାରିବା ପାଇଁ ଢାକାକୁ ମଧ୍ୟ ସମାନ ପରିମାଣର ଅର୍ଥ ପଠାଯାଉଥିଲା। ଅନ୍ୟପକ୍ଷେ ଟ୍ରମ୍ପ୍‌ଙ୍କ ଏହି ଦାବିକୁ କାଉଣ୍ଟର କରି ‘ଓ୍ବାଶିଂଟନ୍‌ ପୋଷ୍ଟ୍‌’ରେ ଏକ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ, ଭାରତକୁ ଭୋଟର ଟର୍ନଆଉଟ୍‌ ପାଇଁ ଆମେରିକାରୁ ଅର୍ଥ ପ୍ରେରଣ କରାଯାଇ ନ ଥିବା ବିଷୟ ଭାରତର ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ଉକ୍ତ ରିପୋର୍ଟରେ ସତ୍ୟତା ରହିଥିବା ଓ୍ବାଶିଂଟନ୍‌ ପୋଷ୍ଟ ଦର୍ଶାଇଛି। ଓ୍ବାଶିଂଟନ୍‌ ପୋଷ୍ଟରେ ପ୍ରକାଶିତ ରିପୋର୍ଟକୁ ଅସ୍ତ୍ରକରି କଂଗ୍ରେସ ନେତା ପବନ ଖେରା କହିଛନ୍ତି, ଭାଜପା ଏବଂ ଏହାର ଅନ୍ଧ ସମର୍ଥକମାନଙ୍କ ମିଛ ଧରାପଡ଼ିଯାଇଛି। ଏବେ ସେମାନଙ୍କୁ ନିଜ କଥା ଫେରାଇ ନେବାକୁ ପଡ଼ିବ। ଭାଜପା ରାହୁଲଙ୍କୁ ବଦନାମ କରିବା ପାଇଁ ଟ୍ରମ୍ପ୍‌ଙ୍କ ମନ୍ତବ୍ୟକୁ ଅସ୍ତ୍ର କରୁଥିଲା। କିନ୍ତୁ କଂଗ୍ରେସ ନିକଟକୁ ଏଭଳି କୌଣସି ପାଣ୍ଠି ଆସି ନ ଥିବା ବିଷୟ ଓ୍ବାଶିଂଟନ୍‌ ପୋଷ୍ଟ ସ୍ପଷ୍ଟ କରିଛି। ବର୍ତ୍ତମାନ ମୋଦି ତାଙ୍କ ବନ୍ଧୁ ଟ୍ରମ୍ପ୍‌ଙ୍କ ସହ ଏହା ଉପରେ ଆଲୋଚନାକରି ଉକ୍ତ ଅଭିଯୋଗକୁ ଖଣ୍ଡନ କରନ୍ତୁ। କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ଶ୍ୱେତପତ୍ର ଜାରି କରନ୍ତୁ ବୋଲି କଂଗ୍ରେସ ଦାବି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କାର ବାଇକ୍ ମୁହାମୁହିଁ ଧକ୍କା,ଦୁଇ ଗୁରୁତର

ଗୁଣପୁର,୧୪।୮( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଜଗନ୍ନାଥପୁର ରୋଡ ଠାରେ ବାଇକ୍ କାର ମୁହାଁ ମୁହିଁ ଯୋଗୁଁ ଦୁଇ ବାଇକ୍ ଆରୋହୀ ଗୁରୁତର ହୋଇ…

୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ମୋହନା,୧୪ା୮(ମନ୍ମଥ ମିଶ୍ର): ଗୋପଟିମା ଓ କୁଟିଗୁଡ଼ା ଗାଁ ମଧ୍ୟରେ ଥିବା ଜଙ୍ଗଲରୁ ମୋହନା ପୋଲିସ ୩ କୁଇଣ୍ଟାଲରୁ ଊର୍ଦ୍ଧ୍ୱ (୩୦୩ କିଲୋ ୬୦୦ ଗ୍ରାମ) ଗଞ୍ଜେଇ ଜବତ…

ସ୍ୱାଧୀନତା ଦିବସ ପୂର୍ବସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କଲେ ରାଷ୍ଟ୍ରପତି: ‘ସର୍ବଶ୍ରେଷ୍ଠ ଭାରତ’ ଗଠନ ପାଇଁ ରଖନ୍ତୁ ଭାବନା, ପଢ଼ନ୍ତୁ ପ୍ରମୁଖ…

ନୂଆଦିଲ୍ଲୀ,୧୪।୮: ୮୦ତମ ସ୍ୱାଧୀନତା ଦିବସର ପୂର୍ବସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ସେ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ…

୧ ଟଙ୍କାରେ ମିଳୁଛି ସିମ: ନେବାକୁ ଚାହୁଁଥିଲେ…

ଭବାନୀପାଟଣା,୧୪।୮(ଉତ୍ତମ କୁମାର ଦାଶ): ଦେଶରେ ଦୁରସଞ୍ଚାର ସେବା ପ୍ରଦାନକାରୀ ସଂସ୍ଥା ଭାବରେ, ବିଏସଏନଏଲ୍ ସାରା ଦେଶରେ ନିର୍ଭରଯୋଗ୍ୟ, ସୁରକ୍ଷିତ, ସୁଲଭ ଭାବେ ଗଣନା ହେଉଥିବାବେଳେ ଏବେ ସମସ୍ତ…

ବିନୟତୋଷ ମିଶ୍ରଙ୍କୁ ମିଳିଲା ଓଡ଼ିଶାର ଅନ୍ତରୀଣ ଡିଜିପି ଦାୟିତ୍ୱ; ରଖିଲେ ଏଭଳି ପ୍ରତିକ୍ରିୟା…

ଭୁବନେଶ୍ୱର,୧୪।୮: ଓଡ଼ିଶାର ନୂତନ ଅନ୍ତରୀଣ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ବିନୟତୋଷ ମିଶ୍ର। ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଡିଜି ଭାବେ…

ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ମିଳିଲା ୱାର୍ଡରଙ୍କ ମୃତଦେହ, ଡ୍ୟୁଟିକୁ ନ ଯିବାରୁ ବଢ଼ିଲା …

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାହାସପୁର ଗ୍ରାମ ନିକଟ ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ଶୁକ୍ରବାର ସନ୍ଧ୍ୟାରେ ଜଣେ ଜେଲ ୱାର୍ଡରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ…

ସୂର୍ଯ୍ୟ-ଗୁରୁଙ୍କ ଯୋଗରେ ୫ ରାଶି ପାଇଁ ଭାରି ଭଲ; ପ୍ରଚୁର ଧନଲାଭକୁ ଅମାପ ସମ୍ପତ୍ତି ମିଳିବ…

ଦ୍ରିକ ପାଞ୍ଜି ଅନୁସାରେ, ୨୩ ଅଗଷ୍ଟ, ୨୦୨୬ ରେ ସୂର୍ଯ୍ୟ ଏବଂ ବୃହସ୍ପତି କେବଳ ୧୮° ଦୂରତାରେ ଅବସ୍ଥିତ ହେବେ। ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଅଷ୍ଟଦଶ ଯୋଗ…

ଚାମ୍ବରରେ ଧସେଇ ପଶି ଏମିତି କ’ଣ କହିଦେଲେ ଭାଜପା ନେତା, ଚେୟାରରେ ଚେତାଶୂନ୍ୟ ହୋଇ ପଡ଼ିଗଲେ ବିଡିଓ

ଡେରାବିଶ, ୧୪।୮ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ କାର୍ଯ୍ୟାଳୟରେ ଶୁକ୍ରବାର ଅପରାହ୍ନରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ବିଡିଓ ନମିତା ବାରିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri