ଘରେପଶି ମାଡ଼ମାରି ସୁନାଗହଣା, ଟଙ୍କା ଚୋରିକଲେ ଦୁର୍ବୃତ୍ତ: ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ ଆରମ୍ଭ

ଦିଗପହଣ୍ଡି/ଚିକିଟି,୨୩।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଚିକିଟି ବ୍ଲକ ଗଡ଼ ଗୋବିନ୍ଦପୁର ପଞ୍ଚାୟତ ଡାବରାସିଙ୍ଗି ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଦୁର୍ବୃତ୍ତମାନେ ପ୍ରସନ୍ନ ପ୍ରଧାନଙ୍କ ଘରେ ପଶି ନଗଦ ଟଙ୍କା ସହ ସୁନାଗହଣା ଦେଇ ଫେରାର ହୋଇଯାଇଛନ୍ତି।

ପ୍ରକାଶ ଯେ, ପ୍ରସନ୍ନ ଘର ପିଣ୍ଢାରେ ଶୋଇଥିବା ବେଳେ ସ୍ତ୍ରୀ ମାମି ଅନ୍ୟ ଜଣେ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ ବାରି କବାଟ ଭାଙ୍ଗି ଘରେ ପଶିଥିଲେ। ଶବ୍ଦ ଶୁଣି ପ୍ରସନ୍ନଙ୍କ ଝିଅ ପାଟି କରିବାରୁ କଳାମୁଖା ପିନ୍ଧିଥିବା ଜଣେ ଦୁର୍ବୃତ୍ତ ତାଙ୍କ ଗାଲକୁ ଚାପୁଡ଼ା ମାରି ଦୌଡ଼ି ପଳାଇଥିଲେ। ଝିଅର ପାଟିଶୁଣି ପ୍ରସନ୍ନ ଘର ଭିତରକୁ ଆସି ଆଲମିରାରୁ ନଗଦ ୮୧ ହଜାର ଟଙ୍କା ସମେତ ପ୍ରାୟ ୩ ଭରି ଓଜନର ସୁନା ଅଳଙ୍କାର, ୧୦ ଭରି ଓଜନର ରୂପା ଅଳଙ୍କାର ଚୋରି ହୋଇଥିବା ଜାଣାପାରିଥିଲେ। ଏ ନେଇ ସେ ଏସ.କେ. ନୂଆଗାଁ ଥାନାରେ ଏତଲା ଦେଇଥିଲେ। ଖବର ପାଇ ଏସ୍‌ଡିପିଓ ସୁରେନ୍ଦ୍ର ନାଥ ମୁର୍ମୁ, ଆଇଆଇସି ମାଧବାନନ୍ଦ ନାୟକ, ନୂଆପଡ଼ା ଫାଣ୍ଡି ଏଏସ୍‌ଆଇ କ୍ଷୀରୋଦ ଚନ୍ଦ୍ର ବେହେରା ସାଇଣ୍ଟିଫିକ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତକରି ଫେରିଥିବା ଜଣାପଡ଼ିଛି।
ସେହିପରି ପ୍ରସନ୍ନଙ୍କ ପଡୋଶୀ ଟୁଟୁ ପ୍ରଧାନଙ୍କ ସ୍ତ୍ରୀ ଘରେ ଶୋଇଥିବା ବେଳେ ଦୁର୍ବୃତ୍ତମାନେ ଘରେପଶି ତାଙ୍କ ବେକରୁ ଦେଢ଼ଭରି ଓଜନର ସୁନାଚେନ କାଟି ନେଇଥିବା ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୩ ମାସର ଶିଶୁ କନ୍ୟାଙ୍କୁ ତେଲ ମାଲିସ୍‌ବେଳେ ହେଲା ହାକୁଡ଼ି…ପରେ ଘଟିଲା ଅସ୍ବାଭାବିକ ଘଟଣା

ଦେବଗଡ,୨୧।୮(ଶଶାଙ୍କ ଶେଖର ଝାଙ୍କର): ରିଆମାଳ ବ୍ଲକ ତଥା କୁଣ୍ଢେଇଗୋଳା ଥାନା ଅଞ୍ଚଳର ରୁକୁମା ଗ୍ରାମର ଜଣେ ୩ ମାସର ଶିଶୁ କନ୍ୟାଙ୍କର ଅସ୍ବାଭାବିକ ମୃତ୍ୟୁ ଘଟିଛି। ସୂଚନା…

୬ ଘଣ୍ଟାରେ ଜେଲକୁ ଫେରିଲେ ଇମ୍ରାନ, ହସ୍ପିଟାଲରେ ହେଲା….

ଇସଲାମାବାଦ,୨୧।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଅଡୁଆ କମିବାର ନାଁ ନେଉନାହିଁ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ତାଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ଇସଲାମାବାଦର ଶିଫା…

ଯୁବତୀଙ୍କ ଉପରେ କାର ମାଡ଼ିଦେଲେ ସାଂସଦଙ୍କ ପୁଅ: ଆଉ ତା’ପରେ ଘଟିଲା…

ହାଇଦ୍ରାବାଦ,୨୧।୮:ହାଇଦ୍ରାବାଦରେ ଏକ ଆଷ୍ଟନ ମାର୍ଟିନ କାର ଧକ୍କା ଦେବାରୁ ଜଣେ ୨୬ ବର୍ଷୀୟା ଯୁବତୀଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ରାଜ୍ୟ ସଭା ସାଂସଦ ଲିଙ୍ଗାମନେନି ରମେଶଙ୍କ…

ବାର୍‌ହା ଶିକାର ପାଇଁ ବାଣ ଭିଡୁଥିବାବେଳେ ଘରୁ ଶୁଭିଲା ଚିତ୍କାର: ଆଉ ତା’ପରେ ଘଟିଲା..

ଦେବଗଡ,୨୧୮(ଶଶାଙ୍କ ଶେଖର ଝାଙ୍କର): ବାରକୋଟ ଥାନାଞ୍ଚଳ ଗୁରୁସଙ୍ଗ ଗ୍ରାମରେ ବାର୍‌ହା ଶିକାର ପାଇଁ ବାଣ ଭିଡୁଥିବା ବେଳେ ବିସ୍ଫୋରଣ ଘଟି ୨ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଥିବା…

ରୁଫ୍‌ଟପ୍ ସୋଲାର ସ୍ଥାପନରେ ଓଡ଼ିଶାର ବଡ଼ ସଫଳତା, ଦେଶରେ ୭ମ ସ୍ଥାନ

ଭୁବନେଶ୍ୱର, ୨୧।୮: ‘ପିଏମ୍‌ ସୂର୍ଯ୍ୟଘର ମୁଫ୍‌ତ ବିଜ୍‌ଲି’ ଯୋଜନା ଅଧୀନରେ ରୁଫ୍‌ଟପ୍‌ ସୋଲାର ସ୍ଥାପନ କ୍ଷେତ୍ରରେ ଓଡ଼ିଶା ଜାତୀୟସ୍ତରରେ ୧୩ତମ ସ୍ଥାନରୁ ୭ମ ସ୍ଥାନକୁ ଉନ୍ନୀତ ହୋଇଛି…

ଆର୍‌ଏସ୍‌ଏସ୍‌ ବିରୋଧରେ ପ୍ରତିବନ୍ଧକ ଲଗାଅ: ଆମେରିକୀୟ ସଂସ୍ଥା

ଓ୍ବାଶିଂଟନ,୨୧।୮(ପି.ଟି.): ଆମେରିକାର ଏକ ଧାର୍ମିକ ସ୍ବାଧୀନ ପରାମର୍ଶଦାତା ସଂସ୍ଥାର ଅଧିକାରୀମାନେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ବିରୋଧରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି । ଏଥିସହ ସେମାନେ…

ଖାଉଟିଙ୍କୁ ମହଙ୍ଗା ମାଡ଼: ହୁ ହୁ ହୋଇ ବଢୁଛି ଚିନି ଦର

ଭୁବନେଶ୍ୱର, ୨୧ା୮(ବନ୍ଦନା ସେଠୀ):ରାଜ୍ୟରେ ଗତ କିଛିଦିନ ଧରି ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଓ ପନିପରିବା ଦର ହୁ ହୁ ହୋଇ ବଢ଼ିଚାଲିଛି। ପିଆଜ, ରସୁଣ, ଅଦା ଓ…

ଇମ୍ରାନ ଖାନଙ୍କୁ ନେଇ ବଡ଼ ଖବର, ରାତିଅଧରେ ହସ୍ପିଟାଲରେ ଭର୍ତ୍ତି

ଇସଲାମାବାଦ,୨୧।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ଇସଲାମାବାଦସ୍ଥିତ ଶିଫା ଇଣ୍ଟରନ୍ୟାସନାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରାତି ପ୍ରାୟ ୧ଟା ୫ ମିନିଟ୍‌ରେ ତାଙ୍କୁ ଅଦିଆଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri