ଜଗତ୍‌ସିଂହପୁର ବନବିଭାଗ ରେଞ୍ଜରୁ ୨୦୬୨ପକ୍ଷୀ ଚିହ୍ନଟ

ଜଗତ୍‌ସିଂହପୁର ଅଫିସ, ୧୧ା୧: କଟକ ବନଖଣ୍ଡ ଅଧୀନ ଜଗତ୍‌ସିଂହପୁର ରେଞ୍ଚ ଅଞ୍ଚଳର ସନ୍ତସନ୍ତିଆ ସ୍ଥାନରେ ମଙ୍ଗଳବାର ପକ୍ଷୀ ଗଣନା କରାଯାଇଛି। ଏହି ଗଣନାରେ ବିଭିନ୍ନ ପ୍ରଜାତିର ମୋଟ ୨୦୬୨ଟି ପକ୍ଷୀ ଚିହ୍ନଟ ହୋଇଛନ୍ତି। କଟକ ବନଖଣ୍ଡ ଏସ୍‌ଟିଏଫ୍‌ ସୌଭାଗ୍ୟ କୁମାର ସାହୁ ଓ ଜଗତ୍‌ସିଂହପୁର ରେଞ୍ଜ ଅଫିସର ରବିନାରାୟଣ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୪ ଦଳ ପୃଥକ୍‌ ସ୍ଥାନରେ ଗଣନା କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଏହି ଅବସରରେ ତାରପୁର ନାରାୟଣୀ ମନ୍ଦିର ନିକଟ ମହାନଦୀରୁ, କମାରଶାସନ ରାହାସବଟ ବଗୁଳାଘାଇସ୍ଥିତ ଦେବୀ ନଦୀରୁ, ଏହି ନଦୀର ଶଙ୍ଖାରିସାହି ନିକଟରୁ ଓ ଦଳେଇଘାଇ ପାଖରୁ ୧୬ ପ୍ରଜାତିର ପକ୍ଷୀ ଚିହ୍ନଟ ହୋଇଥିଲେ। ଏହି ପକ୍ଷୀଗୁଡିକ ମଧ୍ୟରେ ଲିଟିଲ କର୍ମୋରାଣ୍ଟ (ପାଣି କୁଆ), ଲିଟିଲ ଇଗରେଟ୍‌ (ଛୋଟ ବଗ), ଇଣ୍ଟରମିଡିଏଟ୍‌ ଇଗରେଟ (ଗେଣ୍ଡାଳିଆ), କ୍ରେ ହିରୋନ (ବଡ଼ ବଗ), ବ୍ରାହ୍ମନି ରିଡଲ ସ୍ଲେଡକ୍‌ (ଚକୁଆ ଚଢ଼େଇ), ଇଣ୍ଡିଆନ କଟନ ଟିଲ୍‌ (ବତକ ଜାତୀୟ), ରେଡ ୱାଟଲେଡ୍‌ (ନାଲି ପାଦ ଥିବା ମାଛରଙ୍କା ଭଳିଆ) ଓ ଲୋଟେଡ୍‌ ବ୍ରେଷ୍ଟେଡ୍‌ କିଙ୍ଗଫିସର (ଗଙ୍ଗେଇ ଚଢ଼େଇ), ଇଣ୍ଡିଆନ ସଗ (ବଗ ଭଳି), ଇଣ୍ଡିଆନ ପଣ୍ଡ ହିରନ୍‌, କର୍ଟଲ ଇଗରେଟ୍‌ , ଏସିଆନ ଓପନ ବିଲ୍‌ (ଚେଁ ଚେଁକିଆ ବଣି), କମନ କିଙ୍ଗ ଫିସର (ସାଧାରଣ ମାଛରଙ୍କା), ସଲରୀ (ଢାଉକ),ରିଭର ଲାପୋକିଙ୍ଗ (ଢାଉକ ଜାତୀୟ) ଇଣ୍ଡିଆନ ଓପନ ବିଲ୍‌ ପ୍ରମୁଖ ରହିଛନ୍ତି। ସେଥିମଧ୍ୟରେ ବ୍ରାହ୍ମନି ରିଡଲ ସ୍ଲେଡକ୍‌ (ଚକୁଆ ଚଢ଼େଇ) ଓ ଇଣ୍ଡିଆନ ସଗ (ବଗ ଭଳି) ସଂଖ୍ୟା ଅଧିକ ରହିଛି। ଏହି ପକ୍ଷୀଗଣନା କାର୍ଯ୍ୟରେ ବନ ବିଭାଗ ପକ୍ଷରୁ ପୀତବାସ ମହାପାତ୍ର, ବିଜୟିନୀ ବିଶ୍ୱାଳ, ଲୋକନାଥ ମହାନ୍ତି, ଦୀପ୍ତିରଞ୍ଜନ ଗୁରୁ, ସୁପ୍ରଭା ଜେନାମଣି, ଭାରତୀ କାଣ୍ଡି, ରଞ୍ଜନ କୁମାର ଭୋଇ, ବାମନ ଚରଣ ରାଉତ, ସରୋଜ ନାଥ, ସତ୍ୟପ୍ରକାଶ ବାରିକ, ସୁକାନ୍ତ କୁମାର ବେହେରା, ରୀନାରାଣୀ ମଲ୍ଲିକ ଓ ଦିଲୀପ କୁମାର ମହାନ୍ତି ପ୍ରମୁଖ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri