କରୋନା ଭାଇରସ୍ ପ୍ରଭାବ: ସଦସ୍ୟ ରାଷ୍ଟ୍ରଗୁଡ଼ିକର ମତାମତ ଲୋଡ଼ିଲା ଆଇଓସି

ପ୍ୟାରିସ, ୨୩ା୩ (ଏଏଫ୍‌ପି)-ସମଗ୍ର ବିଶ୍ୱରେ ଘାତକ କରୋନା ଭାଇରସ୍‌ ଏହାର କାୟା ବିସ୍ତାର କରି ଚାଲିଥିବାବେଳେ ବର୍ତ୍ତମାନ ପରିସ୍ଥିତିରେ ଟୋକିଓ ଅଲିମ୍ପିକ୍ସ ଆୟୋଜନ କରିବା ଉଚିତ୍‌ ହେବ କି ନା ସେ ନେଇ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି(ଆଇଓସି) ଦ୍ୱନ୍ଦ୍ୱରେ ପଡ଼ିଛି। ଗେମ୍ସକୁ ସ୍ଥିଗିତ ଅବା ବାତିଲ କରିବା ଲାଗି ବିଭିନ୍ନ ଆଡୁ ଚାପ ପଡ଼ିବାରେ ଲାଗିଛି। ଆଥ୍‌ଲେଟଙ୍କ ପ୍ରସ୍ତୁତି କ୍ଷେତ୍ରରେ କରୋନା ଭାଇରସ୍‌ର ପ୍ରଭାବ କିପରି ରହିଛି ସେ ନେଇ ଏକ ରିପୋର୍ଟ ପଠାଇବା ଲାଗି ସଦସ୍ୟ ରାଷ୍ଟ୍ରଗୁଡ଼ିକର ଜାତୀୟ ଅଲିମ୍ପିକ କମିଟିକୁ କହିଛି। ଜାତୀୟ ଅଲିମ୍ପିକ କମିଟିଗୁଡ଼ିକ ନିକଟକୁ ପଠାଯାଇଥିବା ପ୍ରଶ୍ନାବଳୀର ଶୀର୍ଷକ ”କୋଭିଡ-୧୯ ଆଣ୍ଡ୍‌ ପ୍ରିପାରେଶନ ଫର୍‌ ଦି ଟୋକିଓ ଅଲିମ୍ପିକ୍‌ ଗେମ୍ସ“ ରଖାଯାଇଛି। ଶୁକ୍ରବାର ୟୁଏସ୍‌ଏ ସୁଇମିଂ ଖୋଲାଖୋଲି ଭାବେ ବର୍ତ୍ତମାନ ପରିସ୍ଥିତିରେ ଗେମ୍ସର ଆୟୋଜନ ବିରୋଧରେ ସ୍ବରଉତ୍ତୋଳନ କରିବା ପରେ ଆଇଓସି ଉପରେ ଚାପ ବୃଦ୍ଧି ପାଇଛି। ଟୋକିଓ ଅଲିମ୍ପିକ୍ସ ବାତିଲ କରାଯିବା ଉଚିତ ବୋଲି ୟୁଏସ୍‌ଏ ସୁଇମିଂ କହିଛି। ପ୍ରଶ୍ନାବଳୀରେ ବିକଳ୍ପ ବ୍ୟବସ୍ଥା ଏପରିକି ଅନ୍ୟତ୍ର ଟ୍ରେନିଂ କ୍ୟାମ୍ପ ଆୟୋଜନ ସମ୍ପର୍କରେ ମତାମତ ଲୋଡାଯାଇଛି। ୟୁଏସଏ ସୁଇମିଂ କହିଛି ଭାଇରସ୍‌ ସଂକ୍ରମଣରୁ ରିସ୍କ ରହିଥିବାରୁ ସନ୍ତରଣକାରୀମାନଙ୍କୁ ଟ୍ରେନିଂ ଦେବା ଏଣିକି ସମ୍ଭବପର ନୁହେଁ। ଫ୍ରେଞ୍ଚ ସୁଇମିଂ ଫେଡେରେଶନ, ନରଓ୍ବେ ଅଲିମ୍ପିକ କମିଟି ଆଣ୍ଡ୍‌ ଆଥଲେଟ୍ସ ମଧ୍ୟ ସମାନ କଥା କହିଛନ୍ତି। ଟୋକିଓରେ ୨୦୨୦ ଅଲିମ୍ପିକ ଗେମ୍ସକୁ ଯେପରି ସ୍ଥଗିତ ରଖାଯାଇପାରିବ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ନିକଟରେ ଯଥାର୍ଥ ଯୁକ୍ତି ଉପସ୍ଥାନ କରିବା ଲାଗି ୟୁଏସଏ ଟ୍ରାକ୍‌ ଆଣ୍ଡ୍‌ ଫିଲ୍ଡ ମୁଖ୍ୟ ମାକ୍ସ ସିଜେଲ ଏକ ବିନମ୍ର ଅନୁରୋଧ ଚିଠି ୟୁଏସ୍‌ ଅଲିମ୍ପିକ ଆଣ୍ଡ୍‌ ପାରା ଅଲିମ୍ପିକ କମିଟି (ୟୁଏସ୍‌ଓପିସି) ନିକଟକୁ ଲେଖିଛନ୍ତି। ଦିନକୁ ଦିନ ଅଧିକରୁ ଅଧିକ ସଦସ୍ୟ ଟୋକିଓ ଗେମ୍ସକୁ ଘୁଞ୍ଚା ଦେବା ସପକ୍ଷରେ ମତ ଦେଉଛନ୍ତି। କରୋନା ଭାଇରସ୍‌ ଭୟରେ ୟୁରୋ ୨୦୨୦ ଫୁଟ୍‌ବଲ ଟୁର୍ନାମେଣ୍ଟ ସମେତ ଅନେକ ବଡ଼ ବଡ଼ ଇଭେଣ୍ଟ ଇତିମଧ୍ୟରେ ବାତିଲ ଅବା ସ୍ଥଗିତ ରଖାଯାଇ ସାରିଲାଣି ବୋଲି ସେମାନେ ଯୁକ୍ତି କରିଛନ୍ତି। ଏହାଦ୍ୱାରା ଆଇଓସି ଖୁବ୍‌ ଚାପରେ ରହିଛି। ଏଣେ ଶୁକ୍ରବାର ଏକ ଖବରକାଗଜକୁ ସାକ୍ଷତ୍‌କାର ଦେଇ ଆଇଓସି ସଭାପତି ଥୋମାସ ବ୍ୟାକ୍‌ କହିଛନ୍ତି ଗେମ୍ସ ଆହୁରି ସାଢେ ଚାରି ମାସ ସମୟ ବାକି ରହିଛି। ଏତେ ଆଗୁଆ କୌଣସି ଦୃଢ ପଦକ୍ଷେପ ନେବା ଉଚିତ୍‌ ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କଏଦୀ ଫେରାର, ଜେଲର ନିଲମ୍ବିତ

ନୂଆପଡ଼ା,୧୨ା୯(ମକାରୁ ବେମାଲ): ନୂଆପଡ଼ା ଉପକାରାଗାରରୁ କଏଦୀ ଫେରାର ହେବା ଘଟଣାରେ ଜେଲର ବଳରାମ ବିଶି ମାଝୀଙ୍କୁ ଶନିବାର ନିଲମ୍ବନ କରାଯାଇଛି। ଉପଜେଲର ସୁରକ୍ଷା ବ୍ୟବସ୍ଥାରେ ଅବହେଳାକୁ ନେଇ…

ମହିଳା ଏସିଆ କପ୍‌: ଫାଇନାଲରେ ଭାରତ-ଶ୍ରୀଲଙ୍କା ମହାମୁକାବିଲା, ଟାଇଟଲ ପାଇଁ କିଏ ଫେଭରାଇଟ୍‌ ଜାଣନ୍ତୁ…

ଦୁବାଇ,୧୨ା୯: ମହିଳା ଟି୨୦ ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ୍‌ ରବିବାର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ୭ ଥରର ବିଜେତା ଭାରତ ଟୁର୍ନାମେଣ୍ଟ…

ଲୁଟେରାଙ୍କଠାରୁ ନଗଦ ଟଙ୍କା-ବାଇକ୍‌ ସହ ଛୁରି ଜବତ, ପୁଣି ଜଣେ ଯୁବକ ଧରାପଡ଼ି…

ଝରିଗାଁ,୧୨ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ଜାରି ରହିଛି ବର୍ଷା: ବିଦ୍ୟୁତ୍‌ ବିଭ୍ରାଟକୁ ନେଇ ବଢୁଛି ଜନ ଅସନ୍ତୋଷ

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଗତ ୪ ଦିନ ହେଲା ଲଘୁଚାପ ଜନିତ ବର୍ଷା ଜାରିରହିଛି। ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିବା ବେଳେ…

ଏକମ୍ବା ଗ୍ରାମରେ ଭାଲୁ ଆତଙ୍କ

ଝରିଗାଁ, ୧୨/୯ (କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଏକମ୍ବା ଗ୍ରାମରେ ଭାଲୁ ଆତଙ୍କ ଦେଖାଦେଇଛି। ଶନିବାର ସକାଳୁ ଏକମ୍ବା ଗ୍ରାମସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ର…

ବିଶ୍ଵବାସୀଙ୍କୁ ସୁସ୍ଥ ଓ ନିରୋଗ ମାର୍ଗ ଦେଖାଉଛି ଯୋଗ: ଶାରୀରିକ ମାନସିକ ସୁସ୍ଥତା ପାଇଁ ଯୋଗ ନିହାତି ଆବଶ୍ୟକ

ଦିଗପହଣ୍ଡି,୧୨|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ଶକ୍ତିଶ୍ରୀ ମହିଳା ସଶକ୍ତିକରଣ ସେଲ୍ ପକ୍ଷରୁ ଶନିବାର କଲେଜ ପରିସରରେ ଯୋଗ ଓ ପ୍ରାଣାୟମ…

ଅନୁଦାନ ବଣ୍ଟନରେ ପାତରଅନ୍ତର ଅଭିଯୋଗ, ନିର୍ଦ୍ଦିଷ୍ଟ ପଞ୍ଚାୟତ ପାଇଁ ଏତେ ଅନୁକମ୍ପା କାହିଁକି

କର୍ଲାମୁଣ୍ଡା,୧୨ା୯(ପ୍ରଦୀପ କୁମାର ସାହୁ): କର୍ଲାମୁଣ୍ଡା ବ୍ଲକରେ ‘ବିକଶିତ ଓଡ଼ିଶା ବିକଶିତ ଗାଁ’ ଯୋଜନାରେ ଅନୁଦାନ ବଣ୍ଟନକୁ ନେଇ ପାତରଅନ୍ତର କରାଯାଇଥିବା ଅଭିଯୋଗ ଉଠିଛି। ବ୍ଲକର ୧୨ଟି ପଞ୍ଚାୟତ…

ଆରଟିଆଇ (RTI) ର ବଡ଼ ତଥ୍ୟ, ୭ ବର୍ଷରେ ପ୍ରଧାନମନ୍ତ୍ରୀଙ୍କ ମେକଅପ ପାଇଁ ଖର୍ଚ୍ଚ ହୋଇଛି ଏତିକି କୋଟି ଟଙ୍କା

ଜେରୁଜେଲମ,୧୨।୯: ଇସ୍ରାଏଲରେ, ୨୦୧୯ ମସିହାରୁ ଅଗଷ୍ଟ ୨୦୨୬ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ କେଶ ସଜ୍ଜା (hairstyling) ଏବଂ ମେକଅପ ପାଇଁ ପ୍ରାୟ ୪,୭୦,୦୦୦ ଡଲାର (ପାଖାପାଖି ୪ କୋଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?