Posted inଫୁରସତ

ଭାରତୀୟ ରାଜନୀତିରେ ୨୦୨୪

ସମରେଶ ପଟ୍ଟନାୟକ

ଚଳିତ ବର୍ଷ ବିଶ୍ୱର ପ୍ରାୟ ୫୦ଟି ଦେଶରେ ଜାତୀୟ ନିର୍ବାଚନ ହେବାର କାର୍ଯ୍ୟସୂଚୀ ସ୍ଥିର ହୋଇଥିବା ବେଳେ ପାକିସ୍ତାନରେ ଏହା ସଦ୍ୟ ସମାପ୍ତ ହୋଇଛି। ଏବେ ଭାରତରେ ନିର୍ବାଚନ ହେବାକୁ ଯାଉଛି। ୨୦୨୪ ଲୋକ ସଭା ନିର୍ବାଚନ କେଉଁ ଧରଣର ଭାରତୀୟ ରାଜନୈତିକ ଦୃଶ୍ୟପଟ ଆଣିବ ତା’ ଉପରେ କେବଳ ଦେଶ ନୁହେଁ, ବିଦେଶ ରାଷ୍ଟ୍ରଗୁଡ଼ିକ ମଧ୍ୟ ଅପେକ୍ଷା ରଖିଛନ୍ତି। ଏ ଦେଶରେ ବହୁ ରାଜନୈତିକ ଦଳ ଥିଲେ ହେଁ ତନ୍ମଧ୍ୟରୁ ହାତଗଣତି ଦଳ ମୁଖ୍ୟ ଭୂମିକା ଗ୍ରହଣ କରିଥାଆନ୍ତି। ସେଥିମଧ୍ୟରୁ ଯିଏ ଅଙ୍କ ଖେଳରେ ସଂଖ୍ୟାଧିକ ଭୋଟରଙ୍କ ସ୍ବୀକୃତି ପାଇବ, ସେ ଆଗାମୀ ୫ ବର୍ଷ ପାଇଁ ଭାରତର ଭାଗ୍ୟବିଧାତା ପାଲଟିଯିବ।
ଜନତା ପାର୍ଟି (ଭାଜପା) ଦକ୍ଷିଣପନ୍ଥୀ (ରାଇଟିଷ୍ଟ) ଚିନ୍ତାଧାରା ରଖି ଆଗେଇ ଚାଲିଛି। ନରମପନ୍ଥୀ ଆଦର୍ଶ ଉପରେ କଂଗ୍ରେସ ଆଧାରିତ। ତା’ର ଗୁଣାବଳୀକୁ ଅଧିକ ତର୍ଜମା କଲେ ତାହା ବାମପନ୍ଥୀ ସମାଜବାଦ ଆଡ଼କୁ ଢଳି ରହିିଛି। ଅନ୍ୟପକ୍ଷରେ ବାମପନ୍ଥୀ ତଥା କମ୍ୟୁନିଷ୍ଟ ଭାବନାକୁ ବାମପନ୍ଥୀ ଦଳଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ଭିଡ଼ି ଧରିଛନ୍ତି। ତେବେ ଭାଜପାର ଆକାର ଓ ପଦଧାରଣକୁ ଲକ୍ଷ୍ୟ କଲେ ତାହାକୁ ଏହିକ୍ଷଣି ହଟେଇବା ଏକପ୍ରକାର ଅସମ୍ଭବ। ବର୍ତ୍ତମାନର ନବ୍ୟଉଦାର ବିଶ୍ୱ ପରିପ୍ରେକ୍ଷୀକୁ ଦେଖିଲେ ବାମପନ୍ଥୀ ଚିନ୍ତାଧାରା ସମୟ ସହ ତାଳ ମିଳାଇ ଯାଇପାରୁ ନ ଥିବାରୁ ଘୁଷୁଡ଼ୁଛି। କଂଗ୍ରେସ ସ୍ଥଳବିଶେଷରେ ନରମ ହିନ୍ଦୁତ୍ୱ ଆପଣାଉଥିବାରୁ ରାଜନୀତିର କେନ୍ଦ୍ରସ୍ଥଳ ଛୁଇଁପାରୁ ନାହିଁ। ତେଣୁ ଏବର ସ୍ଥିତିରେ ଯେଉଁ ରାଜନୈତିକ ଶୂନ୍ୟତା ସୃଷ୍ଟି ହୋଇଛି, ତାହାକୁ ପୂରଣ କରିବା ଲାଗି ନୂଆ ଦଳ ପାଖରେ ସୁଯୋଗ ରହିଛି। ଏପରିକି ସେହି ଜାତୀୟ ଶୂନ୍ୟତା ପୂରଣ କରିବା ଲାଗି ଦୁଇ ଦଳ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ଓ ପ୍ରଶାନ୍ତ କିଶୋର ପାଣ୍ଡେଙ୍କ ‘ସୂରଜ ଅଭିଯାନ’ ଦାବିଦାର ଅଛନ୍ତି। ଉଭୟ ଦଳ ଜାତୀୟ ସ୍ବପ୍ନ ଦେଖିବାରେ ବିଭୋର।
ସମାଜବାଦୀ ପାର୍ଟି (ଏସ୍‌ପି), ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି), ବିଜୁ ଜନତା ଦଳ(ବିଜେଡି), ଦ୍ରାବିଡ ମୁନେତ୍ରା କାଡ୍‌ଗମ୍‌ (ଡିଏମ୍‌କେ), ରାଷ୍ଟ୍ରୀୟ ଲୋକଦଳ (ଆର୍‌ଏଲ୍‌ଡି), ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଭଳି ଆଞ୍ଚଳିକ ଦଳଗୁଡ଼ିକର କୌଣସି ଜାତୀୟ ଆଭିମୁଖ୍ୟ ଜଣାପଡ଼ୁ ନାହିଁ। ସେଗୁଡ଼ିକ ନିଜ ରାଜ୍ୟରେ ଦୃଢ଼ତାର ସହିତ ରହିବା ପାଇଁ ଚେଷ୍ଟା କରିଆସୁଛନ୍ତି। କିନ୍ତୁ ଟିଏମ୍‌ସି ଗୋଆରେ ଲଢ଼ିବା ଏବଂ ଆପ୍‌ ଗୁଜରାଟ ଓ ପଞ୍ଜାବରେ ନିର୍ବାଚନ ଲଢ଼ିବା ଫଳରେ କଂଗ୍ରେସର କ୍ଷତି ଘଟିଥିବା ସ୍ପଷ୍ଟ ଦେଖାଗଲା। ଅନ୍ୟପଟେ ଏହାର ସମ୍ପୂର୍ଣ୍ଣ ଲାଭ ଭାଜପା ଉଠାଇଲା।
ଏଏପି ଏବଂ ପ୍ରଶାନ୍ତଙ୍କ ସୂରଜ ଅଭିଯାନ କଥା ଦେଖିଲେ ଭିନ୍ନ ଚିତ୍ର ପଦାକୁ ଆସୁଛି। ଏଏପି ଦକ୍ଷଣପନ୍ଥୀଙ୍କ ଆଡ଼କୁ ଢଳି ଭାରତୀୟ ରାଜନୀତିରେ କଂଗ୍ରେସ ନିଜର ଯେଉଁ ଜାଗା ସୃଷ୍ଟି କରିଥିଲା, ତାହାକୁ ଦଖଲ କରିବାକୁ ଚାହୁଁଛି। ଏଥିସହିତ ସଂଖ୍ୟାଲଘୁ ଓ ବିଶେଷକରି ମୁସଲମାନ ସମ୍ପର୍କିତ ପ୍ରସଙ୍ଗରେ ନୀରବ ରହୁଛି। ଅର୍ଥାତ୍‌ କଂଗ୍ରେସ ଭଳି ଏଏପି ମଧ୍ୟ ନରମ ହିନ୍ଦୁତ୍ୱ ଆପଣାଉଛି। ବର୍ତ୍ତମାନ ଏଏପି ସହରୀ ମାନସିକତାକୁ କାବୁ କରିବାକୁ ବସିଲାଣି। କୁହାଯାଇପାରେ ଯେ, ସଂରକ୍ଷଣ ବିରୋଧୀ ଓ ବିହାର ଜାତିଗତ ସର୍ଭେକୁ ନେଇ ଜନସ୍ବାର୍ଥ ମାମଲା ଦାୟର କରିଥିବା ‘ୟୁଥ୍‌ ଫର୍‌ ଇକ୍ୱାଲିଟି’ ପଛରେ ଏଏପି ମୁଖ୍ୟ ଅରବିନ୍ଦ କେଜ୍‌ରିଓ୍ବାଲ ଅଛନ୍ତି।
ବେଳକୁ ମୋଦିଙ୍କୁ ଜାତୀୟ ସ୍ତରକୁ ଆଣିବାରେ ପ୍ରଶାନ୍ତଙ୍କ ପ୍ରମୁଖ ଭୂମିକା ଥିଲା। ନିର୍ବାଚନ ରଣନୀତିକାର ଭାବେ ଜଣାଶୁଣା ପ୍ରଶାନ୍ତ ଏବେ ଗାନ୍ଧୀ ଦର୍ଶନକୁ ନେଇ ବିହାରର ଗାଁକୁ ଗାଁ ବୁଲୁଛନ୍ତି। ପୂର୍ବରୁ ଏହାକୁ କଂଗ୍ରେସ କରୁଥିଲା, ଯାହାକୁ ଏବେ ବନ୍ଦ କରିଦେଇଛି। ପ୍ରଶାନ୍ତ ତାଙ୍କ ଲକ୍ଷ୍ୟରେ ଚାଲିଲେ ଆଗାମୀ ବିହାର ନିର୍ବାଚନରେ ସେ ୩ରୁ ୫ଟି ଆସନ ପାଇପାରନ୍ତି ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଉଛନ୍ତି। ଅବଶ୍ୟ ସମୟ ଏମିତି ଆସିପାରେ ଯେତେବେଳେ ସେ ସମଗ୍ର ବିହାର ଓ ଉତ୍ତରପ୍ରଦେଶରେ ପହଞ୍ଚତ୍ୟାଇପାରନ୍ତି।
ମନେରଖିବା ଦରକାର ଯେ, ଉଭୟ ଅରବିନ୍ଦ ଓ ପ୍ରଶାନ୍ତ ହେଉଛନ୍ତି ଭାରତୀୟ ଦକ୍ଷିଣପନ୍ଥୀ ଚିନ୍ତାଧାରାରୁ ସୃଷ୍ଟି। ଯେତେବେଳେ ନରେନ୍ଦ୍ର ମୋଦି ଦୃଶ୍ୟପଟରୁ ଅନ୍ତର ହୋଇଯିବେ ସେତେବେଳେ ପ୍ରଶାନ୍ତ ଓ ଅରବିନ୍ଦଙ୍କ ଭଳି ଶକ୍ତି ନିର୍ଦ୍ୱନ୍ଦ୍ୱରେ ସମର୍ଥନ ପାଇପାରନ୍ତି।
କଂଗ୍ରେସକୁ ତିଷ୍ଠି ରହିବାକୁ ହେଲେ ଗାନ୍ଧୀ-ନେହେରୁ ତତ୍ତ୍ୱକୁ ପାଥେୟ କରି ନରମପନ୍ଥୀ ଚିନ୍ତାଧାରାକୁ ମଜଭୁତ କରିବାକୁ ପଡ଼ିବ। ସେଥିପାଇଁ ଦଳୀୟ ନେତା ଓ କର୍ମୀ ତତ୍ପରତାର ସହ କାର୍ଯ୍ୟ କରିବା ଦରକାର। ଏବେଠାରୁ ଦଳ ପ୍ରସ୍ତୁତ ନ ହେଲେ ୨୦୩୪ ବେଳକୁ କଂଗ୍ରେସର ସ୍ଥିତି ସମ୍ପୂର୍ଣ୍ଣ ଧୂଳିସାତ୍‌ ହୋଇଯାଇଥିବ।
ସ୍ଥିତିରେ କୌଣସି ଦଳ ଦେଶରେ ଉଚ୍ଚ ଧରଣର ନିଯୁକ୍ତି ସୃଷ୍ଟି କଲା ଭଳି ବଡ଼ ସମସ୍ୟାକୁ ଗମ୍ଭୀରତାର ସହ ଦେଖିନାହାନ୍ତି। କ୍ଷମତାକୁ ଆସିବା ପରେ ବଡ଼ ପ୍ରତିଶ୍ରୁତି ଦେଉଛନ୍ତି। କାହାର ଗୋଟେ ବଡ଼ ଦୂରଦୃଷ୍ଟି ଥିଲା ଭଳି ମନେ ହେଉନାହିଁ। କେବଳ ଧର୍ମ ବିଷୟରେ ଆଲୋଚନା କରି ସାଧାରଣ ଭାରତୀୟଙ୍କୁ ଗୋଟିଏ ସ୍ରୋତରେ ପକାଇ ଦେବାର ଉଦ୍ୟମ ଦୀର୍ଘ ଏକ ଦଶନ୍ଧି ଧରି ସଫଳ ହୋଇଛି। ଏହା ସ୍ବୀକାରଯୋଗ୍ୟ ଯେ, ଭାରତ ଭଳି ଦେଶରେ ଶାସନ କରିବା ପାଇଁ ଧର୍ମକୁ ପନ୍ଥା ଭାବରେ ନେବା ସହଜ। ଅନ୍ୟପଟେ ପୃଥିବୀବ୍ୟାପୀ ଅର୍ଥନୈତିକ ସ୍ଥିତି ଯେଉଁଭଳି ଭାବେ ସବୁ ଦେଶକୁ ଅସ୍ଥିର କରୁଛି ସେଥିରୁ ବୁଝାପଡ଼ୁଛି ଯେ, କୌଣସି ବୃହତ୍‌ ରାଷ୍ଟ୍ର ଦୀର୍ଘକାଳ ପର୍ଯ୍ୟନ୍ତ ଏକାକୀ ବଞ୍ଚତ୍ ରହିପାରିବ ନାହିଁ। ଭାରତୀୟମାନଙ୍କ ଭିତରେ ଉପୁଜିଥିବା ଧାର୍ମିକ ଚିନ୍ତାଧାରା ଯୋଗୁ ଦେଶର ଅର୍ଥନୈତିକ ଉନ୍ନତି ଉପରୁ ଦୃଷ୍ଟି ଦୂରେଇ ଯାଉଛି। ପେଟରେ ଦାନା ପଡ଼ି ନ ଥିଲେ ମନ୍ଦିରକୁ ଯାଇ ଠାକୁରଙ୍କୁ ଡାକିବା କେତେଦୂର ସାମାଜିକ ସ୍ଥିରତା ବଜାୟ ରଖିବ ତାହା ଭବିଷ୍ୟତ କହିବ।


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀରୁ ନଭପ୍ରୀତ୍‌ ସିଂଙ୍କୁ ଫେରାଇ ଆଣିଲା ଭାରତ, ଜାଣନ୍ତୁ ନଭପ୍ରୀତ୍‌ କିଏ…

ନୂଆଦିଲ୍ଲୀ,୩ା୧୦: ଅନ୍ତର୍ଜାତୀୟ ନିଶା କାରବାରର କିଙ୍ଗ୍‌ପିନ୍‌ ନଭପ୍ରୀତ୍‌ ସିଂଙ୍କୁ ତୁର୍କୀରୁ ବାହାର କରାଇ ଭାରତ ତାଙ୍କୁ ଫେରାଇଆଣିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ଘୋଷଣା କରିଛନ୍ତି।…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

ଓଡ଼ିଶାରେ ପ୍ରତିଷ୍ଠା ହେବ ପାଲି ଭାଷା ଅଧ୍ୟୟନ କେନ୍ଦ୍ର

କୋରାପୁଟ,୩।୧୦(ଅମିତାଭ ବେହେରା): ଶାସ୍ତ୍ରୀୟ ଭାଷା ପାଲିର ଅଧ୍ୟୟନ, ଗବେଷଣା ଓ ସଂରକ୍ଷଣକୁ ଗୁରୁତ୍ୱ ଦେଇ କୋରାପୁଟର ସୁନାବେଡ଼ାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ‘ସେଣ୍ଟର ଅଫ ଏକ୍ସିଲେନ୍ସ’ ପ୍ରତିଷ୍ଠା ହେବ।…

ତାରାତାରିଣୀ-ଦକ୍ଷିଣକାଳୀଙ୍କ ପୀଠରେ ଷୋଡ଼ଶ ଉପଚାର ପର୍ବ: ୧୦୮ ମାଠିଆ ଜଳରେ ମା’ଙ୍କ ସ୍ନାନ, ଘଣ୍ଟଘଣ୍ଟାରେ କମ୍ପୁଛି ରତ୍ନଗିରି

ପୁରୁଷୋତ୍ତମପୁର,୩ା୧୦ (ସବିତା ମିଶ୍ର): ପବିତ୍ର ପାର୍ବଣ ଋତୁ ଅବସରରେ ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀ ଓ ଦକ୍ଷିଣକାଳୀଙ୍କ ପୀଠରେ ଶନିବାର ରାତିରୁ ଆରମ୍ଭ ହୋଇଛି…

ନ୍ୟୁ ଚଣ୍ଡୀଗଡ଼ରେ ‘ରାହୁଲ ଝଡ଼’: ୮୦ ବଲ୍‌ରେ ଶତକ ମାରି ଧୋନିଙ୍କ ସମକକ୍ଷ, ଭାରତ ପାଇଁ ସାଜିଲେ ସଙ୍କଟମୋଚକ

ନ୍ୟୁ ଚଣ୍ଡୀଗଡ଼,୩।୧୦: ଭାରତୀୟ କ୍ରିକେଟ୍ ଦଳର ଭରସାଯୋଗ୍ୟ ଖେଳାଳି କେ ଏଲ୍ ରାହୁଲ ପୁଣି ଥରେ ନିଜର ଦମଦାର ପ୍ରଦର୍ଶନ ବଳରେ ଦଳର ସଙ୍କଟମୋଚକ ସାଜିଛନ୍ତି। ପ୍ରଥମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?