୩ ଦଶନ୍ଧିରେ ନଦୀଗୁଡ଼ିକ ପାଇଁ ୨୦୨୩ ସବୁଠୁ ଶୁଷ୍କ ବର୍ଷ

ଜେନେଭା, ୮।୧୦: ନିକଟରେ ବିଶ୍ୱବ୍ୟାପୀ ଦେଖାଦେଇଥିବା ଜଳ ସଙ୍କଟର ଏକ ଚିନ୍ତାଜନକ ବିଷୟକୁ ବିଶ୍ୱ ପାଣିପାଗ ସଙ୍ଗଠନ(ଡବ୍ଲ୍ୟୁଏମ୍‌ଓ) ପକ୍ଷରୁ ସୋମବାର ଜାରି ହୋଇଥିବା ‘ଷ୍ଟେଟ ଅଫ୍‌ ଗ୍ଲୋବାଲ ଓ୍ବାଟର ରିସୋର୍ସେସ୍‌ ୨୦୨୩’ ରିପୋର୍ଟରେ ବିସ୍ତୃତ ଭାବେ ଦର୍ଶାଯାଇଛି। ଉକ୍ତ ରିପୋର୍ଟରେ ଭୂତଳ ଜଳସ୍ତର ହ୍ରାସ, ବରଫ ହ୍ରାସ, ଜଳବାୟୁ ପରିବର୍ତ୍ତନ ଆଦି ଯୋଗୁ ବଢ଼ୁଥିବା ଜଳ ସଙ୍କଟକୁ ନେଇ ବିଶ୍ଳେଷଣ କରାଯାଇଛି।
୩୩ ବର୍ଷ ମଧ୍ୟରେ ନଦୀଗୁଡ଼ିକ ପାଇଁ ୨୦୨୩ ସବୁଠାରୁ ଶୁଷ୍କ ବର୍ଷ ଥିବା ରିପୋର୍ଟ ପ୍ରକାଶ କରିଛି। ୨୦୨୩ରେ ବିଶ୍ୱର ଅଧାରୁ ଅଧିକ ନଦୀର ଜଳସ୍ତର ସ୍ବାଭାବିକ ତୁଳନାରେ ବହୁତ କମ୍‌ ଥିଲା। ଗତବର୍ଷ ଉତ୍ତର, ମଧ୍ୟ ଏବଂ ଦକ୍ଷିଣ ଆମେରିକାର ବିଭିନ୍ନ ଅଞ୍ଚଳରେ ଭୟଙ୍କର ମରୁଡି ଦେଖାଦେଇଥିଲା। ସେଠାରେ ନଦୀଗୁଡ଼ିକର ଜଳ ପ୍ରବାହ ହ୍ରାସ ପାଇଥିଲା। ଆମେରିକାର ମିସିସିପି ଓ ଆମାଜନ ଭଳି ପ୍ରମୁଖ ନଦୀର ଜଳସ୍ତର ରେକର୍ଡ ସ୍ତରକୁ ଖସିଥିଲା। ସେହିପରି ଏସିଆର ଗଙ୍ଗା, ବ୍ରହ୍ମପୁତ୍ର ଏବଂ ମେକୋଙ୍ଗ ନଦୀର ଜଳସ୍ତର ମଧ୍ୟ କମ୍‌ ପରିଲକ୍ଷିତ ହୋଇଥିଲା। ଅନ୍ୟପକ୍ଷରେ ଗତବର୍ଷ ଆଫ୍ରିକାର ପୂର୍ବ ଉପକୂଳରେ ଥିବା ନଦୀଗୁଡ଼ିକର ଜଳସ୍ତର ସ୍ବାଭାବିକଠାରୁ ଅଧିକ ଥିଲା।
କେବଳ ନଦୀ ନୁହେଁ, ଗତବର୍ଷ ଭାରତ ସମେତ ଉତ୍ତର ଆମେରିକା, ଦକ୍ଷିଣ ଆମେରିକା ଓ ଅଷ୍ଟ୍ରେଲିଆରେ ଥିବା ବିଭିନ୍ନ ଜଳାଶୟର ଜଳସ୍ତର ମଧ୍ୟ ସ୍ବାଭାବିକଠାରୁ କମ୍‌ ରହିଥିଲା। ସେହିପରି ୨୦୨୩ରେ ଦକ୍ଷିଣ ଆଫ୍ରିକା, ଭାରତ, ଇସ୍ରାଏଲ, ଆୟର୍ଲାଣ୍ଡ, ଅଷ୍ଟ୍ରେଲିଆ ଓ ଇସ୍ରାଏଲ୍‌ରେ ସ୍ବାଭାବିକ ବୃଷ୍ଟିପାତ ହୋଇଥିବା କାରଣରୁ ଏଠାରେ ଥିବା ଅଧିକାଂଶ କୂଅର ଭୂତଳ ଜଳସ୍ତର ଅଧିକ ଥିଲା। ତେବେ ଉତ୍ତର ଆମେରିକା ଓ ୟୁରୋପର କିଛି ଅଞ୍ଚଳରେ ମରୁଡ଼ି ହେତୁ ଭୂତଳ ଜଳର ମାତ୍ରା କମ୍‌ ଥିଲା। ରିପୋର୍ଟ ଅନୁଯାୟୀ, ଲୋକଙ୍କର ଦୈନନ୍ଦିନ ଆବଶ୍ୟକତା ତଥା କୃଷି କାର୍ଯ୍ୟ ଆଦି ପାଇଁ ଉପଲବ୍ଧ ଜଳର ପରିମାଣ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛ। ଯାହାଫଳରେ ବିଶ୍ୱ ଜଳଯୋଗାଣ ଉପରେ ଚାପ ବୃଦ୍ଧି ପାଇଛି। ସେହିପରି ଉକ୍ତ ରିପୋର୍ଟ ଅନୁଯାୟୀ, ବିଗତ ୫ ଦଶନ୍ଧି ମଧ୍ୟରେ ଗ୍ଲାସିୟର ମଧ୍ୟ ଗତବର୍ଷ ସର୍ବାଧିକ ବରଫ ହରାଇଛି। ୨୦୨୨ ସେପ୍ଟେମ୍ବରରୁ ୨୦୨୩ ଅଗଷ୍ଟ ମଧ୍ୟରେ ଗ୍ଲାସିୟରଗୁଡ଼ିକରୁ ୬୦ ହଜାର କୋଟି ଟନ୍‌ରୁ ଅଧିକ ବରଫ ତରଳିଥିବା ଡବ୍ଲ୍ୟୁଏମ୍‌ଓ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୩୨ ରନ୍‌ କରି ଐତିହାସିକ ବିଜୟ ହାସଲ କଲା ଭାରତ, ଚମତ୍କାର କଲେ ଅକ୍ଷର ପଟେଲ

ନୂଆଦିଲ୍ଲୀ,୨୩।୯: ସାନୋ ଷ୍ଟାଡିୟମରେ ଖେଳାଯାଇଥିବା ଏକମାତ୍ର ଟି-୨୦ ମ୍ୟାଚ୍‌ରେ ଜାପାନକୁ ୨ ରନ୍‌ରେ ହରାଇଛି ଭାରତ। ବର୍ଷା ଯୋଗୁ ମ୍ୟାଚ୍‌କୁ ୫-୫ ଓଭରକୁ କମାଇ ଦିଆଯାଇଥିଲା। ଭାରତ…

ଭୁଲ ଇଞ୍ଜେକ୍ସନ ଯୋଗୁ କିନ୍ନରଙ୍କ ମୃତ୍ୟୁ ଅଭିଯୋଗ: ହସ୍ପିଟାଲ ଘେରିଲେ କିନ୍ନର ସମାଜ

ଦେବଗଡ଼, ୨୩।୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ କିନ୍ନରଙ୍କ ମୃତ୍ୟୁକୁ ନେଇ ମଙ୍ଗଳବାର ରାତିରେ ଉତ୍ତେଜନା ପ୍ରକାଶ ପାଇଛି। ଭୁଲ…

ମାତ୍ର ୧୬ ରନ୍‌ କରି ପ୍ଲେୟର ଅଫ ଦି ମ୍ୟାଚ୍‌ ପୁରସ୍କାର ଜିତିଲେ ଶ୍ରେୟସ ଆୟର: ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୨୩।୯: ଭାରତ ଓ ଜାପାନ ମଧ୍ୟରେ ଐତିହାସିକ ଟି-୨୦ ମ୍ୟାଚ ଶେଷରେ ଖେଳାଯାଇଛି। ଏହି ମୁକାବିଲାକୁ ନେଇ ଆରମ୍ଭରୁ ଉତ୍ସାହ ରହିଥିଲା। ହେଲେ ବର୍ଷା ଯୋଗୁ ମ୍ୟାଚ୍‌କୁ…

ଅସଫଳତାକୁ ସ୍ବୀକାର

ବିଶ୍ୱକପ୍‌ ଫୁଟ୍‌ବଲ-୨୦୨୬ରେ ଆର୍ଜେଣ୍ଟିନାକୁ ହରାଇ ସ୍ପେନ୍‌ ଚାମ୍ପିୟନ ହେବା ଦୁଇମାସ ବିତିଗଲାଣି। ଭାରତରେ ଗୋଟେ ଚର୍ଚ୍ଚା ଚାଲିଛି ଆମ ଦେଶ କେବେ ଫୁଟ୍‌ବଲ ବିଶ୍ୱ ମଞ୍ଚରେ ଖେଳିବାକୁ…

ଥମୁନି ହାତୀ ମୃତ୍ୟୁ, ୩ ବର୍ଷରେ ମଲେଣି ୨୫୬: ପ୍ରାଣୀ ବିଶେଷଜ୍ଞଙ୍କ ଉଦ୍‌ବେଗ

ଭୁବନେଶ୍ୱର,୨୩ା୯(ରବିନାରାୟଣ ଜେନା):ରାଜ୍ୟରେ ହାତୀ-ମଣିଷ ଲଢ଼େଇ ଥମୁନାହିଁ। କେତେବେଳେ ହାତୀ ଖାଦ୍ୟ ଅନ୍ବେଷଣରେ ଜନବସତି ଆଡ଼କୁ ମୁହଁାଇବା ଯୋଗୁ ଲୋକଙ୍କ ରୋଶର ଶିକାର ହେଉଛନ୍ତି ତ’ ଆଉ କେତେବେଳେ…

୫୫ରୁ ୬୫ କିମି ବେଗରେ ବହିବ ପବନ: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୩ା୯:ବଙ୍ଗୋପସାଗରରେ ସକ୍ରିୟ ଥିବା ଗଭୀର ଅବପାତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତିକରି ବୁଧବାର ରାତି କିମ୍ବା ଗୁରୁବାର ସକାଳ ସୁଦ୍ଧା ବିଶାଖାପାଟଣାମ୍‌ ଓ ଗୋପାଳପୁର ମଧ୍ୟରେ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ…

ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…

ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?