ପୁଣି ୧୦ ଲକ୍ଷ ଟଙ୍କାର ୨ ହଜାର ଟଙ୍କିଆ ନୋଟ୍‌ ଜବତ

ମାଲକାନଗିରି,୧୯ା୬(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ପୋଲିସ ଗତ ୨୫ ଦିନ ମଧ୍ୟରେ ୧୮ ଲକ୍ଷ ଟଙ୍କାର ଦୁଇ ହଜାର ଟଙ୍କିଆ ନୋଟ୍‌ ଜବତ କରିବା ସହ ୬ ଜଣଙ୍କୁ ଗିରଫ କରିଛି।

ତଥ୍ୟ ଅନୁଯାୟୀ, ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁର ସଦର ଜିଲାରେ ବିଜାପୁର ପୋଲିସ ଜଣେ ଯୁବକଙ୍କୁ ଟ୍ରାକ୍ଟର ଶୋ’ ରୁମ୍‌ରେ ଗିରଫ କରି ତାଙ୍କଠାରୁ ୧୦ ଲକ୍ଷ ଟଙ୍କାର ୨ ହଜାର ଟଙ୍କିଆ ନୋଟ୍‌ ଜବତ କରିଛି। ଏଥିସହ କିଛି ମାଓବାଦୀ ଲିଫଲେଟ ମଧ୍ୟ ଜବତ କରିଥିଲା।  ଜଣେ ମାଓବାଦୀ ସମର୍ଥକ ବିଜାପୁର ଟ୍ରାକ୍ଟର ଶୋ’ ରୁମ୍‌କୁ ଟ୍ରାକ୍ଟର କିଣିବା ପାଇଁ ଆସୁଥିବା ସୂଚନା ପାଇ ପୋଲିସ ଉକ୍ତ ଶୋ’ ରୁମ୍‌ରେ ଚଢ଼ାଉ କରିଥିଲା। ସେହି ସମୟରେ ବିଜାପୁର ଜିଲା ଗାଙ୍ଗାଲୁର ଥାନା ପାଲନାର ଗ୍ରାମର ଦିନେଶ ତାତି ନାମକ ଜଣେ ମାଓବାଦୀ ସମର୍ଥକ ପୋଲିସକୁ ଦେଖି ସେଠାରୁ ଫେରାର ହେବାକୁ ଚେଷ୍ଟା କରିଥିଲେ। ପୋଲିସ କଳେବଳେ କୌଶଳେ ଦିନେଶଙ୍କୁ କାବୁ କରି ପଚରାଉଚରା କଲା ପରେ ଜାଣିବାକୁ ପାଇଥିଲା ଯେ, ଏହି ୨ ହଜାର ଟଙ୍କିଆ ନୋଟ୍‌ ପାଲନାର ଜନତାନା ସରକାର, ଅଧ୍ୟକ୍ଷ ମୁନା ହେମଲା ୬ ଲକ୍ଷ, ଗାଙ୍ଗାଲୁର ଏରିଆ କମିଟି ଇିନଚାର୍ଜ ଦିନେଶ ମୋଡିୟମ ୨ଲକ୍ଷ ଓ ଗାଙ୍ଗାଲୁର ଏରିଆ ମିସିଲିଆ କମାଣ୍ଡର ପାଣ୍ଡ୍ରୁପୋଟାମ ୨ ଲକ୍ଷ ଟଙ୍କା ଦିନେଶଙ୍କୁ ଦେଇଥିଲେ। ସେ ଉକ୍ତ ଟଙ୍କା ଆଣି ଟ୍ରାକ୍ଟର କିଣିବା ସମୟରେ ପୋଲିସ ହାତରେ ଧରା ପଡ଼ିଥିଲେ। ତେବେ ପୂର୍ବରୁ ପୋଲିସ ଗତ ମେ’ ୨୫ ତାରିଖ ଓ ଗତ ଜୁନ୍‌ ୧୨ ତାରିଖ ଦିନ ମୋଟ୍‌ ୫ ଜଣଙ୍କ ଠାରୁ ୮ଲକ୍ଷ ଟଙ୍କାର ୨ ହଜାର ଟଙ୍କିଆ ନୋଟ୍‌ ଜବତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ଖାଦ୍ୟ ସନ୍ଧାନରେ ଗାଁକୁ ପଶିଲା ଦନ୍ତା: ଭାଙ୍ଗିଲା ଘର, ଦଳିଚକଟି ଦେଲା ବ୍ୟାପକ ଧାନ ଫସଲ

ଥୁଆମୂଳ ରାମପୁର, ୬।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି-ରାୟଗଡ଼ା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏକ ଦନ୍ତା ହାତୀର ଉପଦ୍ରବ ଯୋଗୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।…

ଜୁଆଆଡ୍ଡା ଭାଗବଣ୍ଟାକୁ ନେଇ ମହାଭାରତ: ଗୋଷ୍ଠୀ ସଂଘର୍ଷ, ମନ୍ଦିର ହୁଣ୍ଡି ଓ ସ୍କୁଟି ଛଡ଼ାଇ ନେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ କାଣ୍ଡସର ଗ୍ରାମ ନିକଟରେ ଚାଲିଥିବା ବେଆଇନ ଜୁଆଆଡ୍ଡା ପରିଚାଳନାକୁ ନେଇ ଦୁଇ ଗୋଷ୍ଠୀ…

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

ଭିଏଚ୍‌ପି ପାଇଁ ଅତୁଳନୀୟ ଅବଦାନ: ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ସମାରୋହରେ ମଦନମୋହନ ଦ୍ୱିବେଦୀ ସମ୍ବର୍ଦ୍ଧିତ

ପାଟଣା,୬।୧୦ (ବୀର କିଶୋର ଦାଶ): କଟକସ୍ଥିତ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ମଣ୍ଡପଠାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ବର୍ଷର ଉଦ୍‌ଘାଟନୀ…

ନାକା ଚେକିଂ ବେଳେ ଘଟଗାଁ ପୋଲିସକୁ ବଡ଼ ସଫଳତା: ୨ ଦେଶୀ ବନ୍ଧୁକ, ଧନୁ-ତୀର ସହ ୩ ଶିକାରୀ

ପାଟଣା, ୬।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଘଟଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପାଟଣା ବ୍ଲକ୍ ଭୀମକୁଣ୍ଡ ନିକଟରେ ନାକା ଚେକିଂ ସମୟରେ…

ମୃତ୍ୟୁ ସହ ୧୦ ଦିନର ସଂଗ୍ରାମ ପରେ ହାରିଗଲେ ସଞ୍ଜୟ: ନାଗ ସାପ ଚୋଟରେ ଚାଲିଗଲା ୨୮ ବର୍ଷର ଉଦ୍ଦଣ୍ଡ ଯୁବକଙ୍କ ଜୀବନ

ଗୁଡ଼ାରି,୬।୧୦(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ଅନ୍ତର୍ଗତ ଅସଡ଼ା ଗ୍ରାମପଞ୍ଚାୟତର ବାମୁଣୀଡଙ୍ଗର ଗ୍ରାମରେ ମଙ୍ଗଳବାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସାପ କାମୁଡ଼ାରେ…

ଦୀର୍ଘ ୨୫ ବର୍ଷର ଅଗ୍ନି ପରୀକ୍ଷାରେ ଲାଗିଲା ବିରାମ: ଆଖି ବୁଜିଲେ ଅଗ୍ନି ଭୈରବ ଦେବଙ୍କ ପୂଜକ ଅନିରୁଦ୍ଧ

ଥୁଆମୂଳ ରାମପୁର, ୬।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ସ୍ଥିତ ଜଗନ୍ନାଥ କଲୋନୀ ପଡ଼ାର ଜଣେ ପରିଚିତ, ଧର୍ମପରାୟଣ, ହାସ୍ୟ କଳାକାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?