Posted inଜାତୀୟ

ବାଲିରେ ପୋତିଥିଲେ ୨ ହଜାର ଶବ

ଲକ୍ଷ୍ନୌ/ନୂଆଦିଲ୍ଲୀ,୧୫ା୫: ଭାଜପା ଶାସିତ ଉତ୍ତରପ୍ରଦେଶରେ ପ୍ରବାହିତ ଗଙ୍ଗାନଦୀ କୂଳର ୧୧୪୦ କି.ମି. ଅଞ୍ଚଳରେ ୨ ହଜାରରୁ ଊର୍ଦ୍ଧ୍ୱ କୋଭିଡ୍‌ ରୋଗୀଙ୍କ ମୃତଦେହ ଠାବ କରାଯାଇଛି। ପ୍ରଥମେ ଉଭୟ କେନ୍ଦ୍ର ଓ ୟୁପି ସରକାର ମୃତକଙ୍କ ସଂଖ୍ୟା ଲୁଚାଉଥିଲେ। ମୃତଦେହଗୁଡ଼ିକ ଭାସି ଭାସି ବିହାରରେ ପହଞ୍ଚିବା ପରେ ଏ ନେଇ ଉଦ୍‌ବେଗ ପ୍ରକାଶ ପାଇଥିଲା। କେତେକ ଜାତୀୟ ଗଣମାଧ୍ୟମ ସଂସ୍ଥାରେ ଖବରଦାତାମାନେ ଗଙ୍ଗାକୂଳ ସଂଲଗ୍ନ ୨୭ ଜିଲାରୁ ଗ୍ରାଉଣ୍ଡ ରିପୋର୍ଟ ସଂଗ୍ରହ କରିଥିଲେ। ରିପୋର୍ଟ ଅନୁସାରେ କାନପୁର, କନୌଜ, ଉନ୍ନାଓ, ଗାଜିପୁର ଓ ବଲିଆରେ ସ୍ଥିତି ଅତି ସଙ୍ଗୀନ ରହିଛି। କେବଳ କନୌଜରେ ଗଙ୍ଗାକୂଳରୁ ୩୫୦ରୁ ଊର୍ଦ୍ଧ୍ୱ ମୃତଦେହ ଠାବ ହୋଇଛି। କାନପୁରରେ କୁଢ଼କୁଢ଼ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି। କେତେକ ସ୍ଥାନରେ ମୃତଦେହଗୁଡ଼ିକୁ କୁକୁର ଓ ଶାଗୁଣା ଖାଉଥିବାର ହୃଦୟ ବିଦାରକ ଦୃଶ୍ୟ ସମସ୍ତଙ୍କୁ ବ୍ୟଥିତ କରିଛି। ପୋଲିସ ଏବେ ଗଙ୍ଗାରେ ଓହ୍ଲାଇ ନୌକାରେ ମାଇକ୍‌ ଯୋଗେ ଘୋଷଣା କରୁଛି, ମୃତଦେହ ପାଣିରେ ନ ଭସାଇ ସଂସ୍କାର କର। ଯୋଗୀ ଆଦିତ୍ୟନାଥ ସରକାର ଏହି ମୃତଦେହଗୁଡ଼ିକୁ ଗଙ୍ଗାତଟ ବାଲିରେ ପୋତି ଦେଇଥିଲେ। ବର୍ଷା ହେବା ପରେ ମୃତଦେହଗୁଡ଼ିକ ଉପରୁ ବାଲି ଖସି ସତ ପଦାକୁ ଆସିଥିଲା। ଏହାକୁ ନେଇ ଭାଜପା ସରକାରକୁ ବିରୋଧୀ ଟାର୍ଗେଟ କରିଛନ୍ତି। ଆର୍‌ଜେଡି ନେତା ଲାଲୁ ପ୍ରସାଦ ଯାଦବ ଟୁଇଟ୍‌ କରିଛନ୍ତି, ୨ ହଜାରରୁ ଅଧିକ ମୃତଦେହ ଗଙ୍ଗାରେ! ଦାରିଦ୍ର୍ୟ ଏତେ ଯେ, ମୃତକଙ୍କ ପରିଜନ ଦାହ ପାଇଁ କାଠ କିଣିପାରୁନାହାନ୍ତି। ସିପିଆଇଏମ୍‌ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀଙ୍କ ମତରେ ଏହି ମୃତ୍ୟୁ ଓ ମୃତକ ଆତ୍ମୀୟସ୍ବଜନଙ୍କ ଅସହାୟତା ପାଇଁ କେନ୍ଦ୍ର ଓ ରାଜ୍ୟରେ କ୍ଷମତାସୀନ ଭାଜପା ସରକାର ଦାୟୀ। ଗତ ବର୍ଷେ ସମୟ କେବଳ ନିଜ ପିଠି ଥାପୁଡ଼ାଇ ବେକାର କରିଦେଇଛନ୍ତି ସେମାନେ। ଏହା ତାହାର ଭୟଙ୍କର ପରିଣାମ। ସେହିପରି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆ କହିଛନ୍ତି, ଇମେଜ୍‌ ମ୍ୟାନେଜମେଣ୍ଟ ପାଇଁ ହଜାର ହଜାର ଲୋକଙ୍କୁ ଗଙ୍ଗା ବାଲି ତଳେ ପୋତି ଦିଆଗଲା। ଏହା କେବଳ ଗୋଟିଏ ଗାଁର କାହାଣୀ ନୁହେଁ, ୧୧୪୦ କି.ମି.ରେ ବିସ୍ତୃତ ୟୁପିର ବଡ଼ ଅଞ୍ଚଳର ସତ ଯେଉଁଠି ସବୁକିଛି ଭଲ ଭାବେ ମ୍ୟାନେଜ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?