![](https://www.dharitri.com/wp-content/uploads/2022/03/There-is-confusion-over-a-negative-vote-In-the-Naib-Sarpanch-election.jpg)
ସିମୁଳିଆ,୧ା୬(ସନ୍ତୋଷ ନାୟକ): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ଅଡ଼ା ପଞ୍ଚାୟତର ଦକ୍ଷିଣଅଡ଼ା ମହିଁଷାମୁଣ୍ଡା ଆଦିବାସୀ ସାହିର ୨ଶହ ଭୋଟର ଭୋଟ୍ ବର୍ଜନ କରିଛନ୍ତି। ଗାଁରେ ବିଜୁଳି, ପାଣି ଓ ସଡ଼କ ବ୍ୟବସ୍ଥା ନ ଥିବାରୁ ଭୋଟରମାନେ ଭୋଟ୍ ଦେବାକୁ ଆସି ନ ଥିଲେ। ସ୍ଥାନୀୟବାସୀଙ୍କ ବାରମ୍ବାର ଦାବି ଓ ଲୋକ ପ୍ରତିନିଧିମାନଙ୍କ ପ୍ରତିଶ୍ରୁତି ପରେ ମଧ୍ୟ କୌଣସି କାର୍ଯ୍ୟ କରାଯାଇ ନ ଥିବାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ କୌଣସି ମତଦାତା ମତଦାନ କେନ୍ଦ୍ରରେ ପହଞ୍ଚି ନ ଥିବାର ଜଣାଯାଇଛି।