ଭୁବନେଶ୍ୱର,୨୩।୧୨: ରାଜ୍ୟ ଜିଏସ୍ଟି ଏନ୍ଫୋର୍ସମେଣ୍ଟ ଓ୍ବିଙ୍ଗ ଦ୍ୱାରା ଜାଲ୍ ବିଲ୍ ର଼୍ୟାକେଟ ବିରୋଧରେ ରାଜ୍ୟବ୍ୟାପୀ କାର୍ଯ୍ୟାନୁଷ୍ଠାନକୁ ଏକ ବଡ ସଫଳତା ମିଳିଛି। ସୋମବାର ୨୦୦ କୋଟି ଟଙ୍କାର ଏକ ଜାଲ୍ ଜିଏସ୍ଟି ବିଲ୍ ର଼୍ୟାକେଟରେ ସମ୍ପୃକ୍ତ ଥିବା ୩ ମାଷ୍ଟରମାଇଣ୍ଡଙ୍କୁ ଗିରଫ କରାଯାଇଛି। ଜାଲ୍ ବ୍ୟବସାୟିକ ପ୍ରତିଷ୍ଠାନ ମାଧ୍ୟମରେ ସେମାନେ ପ୍ରାୟ ୪୦.୩୬ କୋଟି ଟଙ୍କାର ଟିକସ ଫାଙ୍କିଥିବା ଅଭିଯୋଗ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ ସ୍ମୃତିରଞ୍ଜନ ମହାନ୍ତି, ରାଜୀବ ମିଶ୍ର ଏବଂ ସୌମ୍ୟରଞ୍ଜନ ମହାନ୍ତି। ସୌମ୍ୟରଞ୍ଜନ ଏଚ୍ଡିଏଫ୍ସି ଲାଇଫ ଇନ୍ସ୍ୟୁରାନ୍ସ କମ୍ପାନୀର ସିନିୟର ବ୍ରାଞ୍ଚ ସର୍ଭିସ ମ୍ୟାନେଜର ବୋଲି ଜଣାପଡିଛି। ଅନ୍ୟ ୨ ଅଭିଯୁକ୍ତ ଶିବରାମ ପାତ୍ର (ରାଉରକେଲା ସାମ୍ବାଦିକ ସଂଘର ସଭାପତି) ଓ ଅଙ୍କିତ ଅଗ୍ରଓ୍ବାଲ ବର୍ତ୍ତମାନ ଫେରାର ଅଛନ୍ତି।
ଏମାନେ ୧୨ଟି କାଗଜପତ୍ରରେ ଜାଲ୍ ବ୍ୟବସାୟିକ ପ୍ରତିଷ୍ଠାନ ତିଆରି କରିଥିଲେ। ଏହାସହ ସେଗୁଡ଼ିକୁ ପରିଚାଳନା କରି ୮୪.୦୧ କୋଟି ଟଙ୍କାର ଜାଲ୍ କ୍ରୟ ବିଲ୍ ମାଧ୍ୟମରେ ୫ ଜଣ ଅଭିଯୁକ୍ତ ୨୦.୪୫ କୋଟି ଟଙ୍କାର ଟ୍ୟାକ୍ସ କ୍ରେଡିଟ ଆମତ୍ସାତ କରିଥିବା ଜଣାପଡିଛି। ଏହି କାରବାରରେ ଜିନିଷପତ୍ରର ପ୍ରକୃତ କିଣାବିକା ହୋଇନାହିଁ। ସେହିପରି କାଗଜପତ୍ରରେ
୨୦୦ କୋଟିର…
ମାଲ୍ କିଣାଯାଇଥିବା ଦର୍ଶାଇ ୧୧୫.୧୯ କୋଟି ଟଙ୍କାର ଜାଲ୍ ବିଲ୍ ବଳରେ ୨୧.୯୧ କୋଟି ଟଙ୍କାର ଜାଲ୍ ଇନ୍ପୁଟ ଟାକ୍ସ କ୍ରେଡିଟ (ଆଇଟିସି) ରାଜ୍ୟ ତଥା ରାଜ୍ୟ ବାହାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି। ତେବେ ଏହି ୨୦୦କୋଟି ଟଙ୍କାର ଜାଲ୍ ଜିଏସ୍ଟି ବିଲ୍ ମାତ୍ର ୪ରୁ ୫ମାସ ମଧ୍ୟରେ କରାଯାଇଥିତ୍ବା ଜଣାପଡିଛି। ଅନୁସନ୍ଧନାରୁ ଜଣାଯାଇଛି ଯେ, ଏମାନେ ଆଉ କେତେକ ଜାଲ୍ କମ୍ପାନୀ ସୃଷ୍ଟିକରି ସେଗୁଡିକ ମାଧ୍ୟମରେ ଜାଲ ବିଲ୍ ଜାରି କରିବା ସହ ଆଇଟିସି ଆମତ୍ସାତ୍ କରିବାକୁ ଯୋଜନା କରିଥିଲେ। ଏହି ନକଲି ଫାର୍ମଗୁଡିକର ପଞ୍ଜୀକରଣକୁ ତୁରନ୍ତ ରଦ୍ଦ କରିବା ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ କୁହାଯାଇଛି।
ଏନ୍ଫୋର୍ସମେଣ୍ଟ ଓ୍ବିଙ୍ଗ୍ ଦ୍ୱାରା ତଥ୍ୟ ବିଶ୍ଲେଷଣ ଓ ଗୋଇନ୍ଦା ସୂତ୍ରକୁ ଆଧାରକରି ନଭେମ୍ବର ୨୦୨୦ରେ ରାଜ୍ୟବ୍ୟାପୀ ଚଢାଉ ଅଭିଯାନ ଆରମ୍ଭ କରାଯାଇଥିଲା। ଏହି ସମୟରେ ପ୍ରାୟ ୧୦୦ ରୁ ଊର୍ଦ୍ଧ୍ୱ ଜାଲ୍ ତଥା ଭୂତ ଫାର୍ମ ସାମ୍ନାକୁ ଆସିଥିଲା। ଏହି ଫାର୍ମଗୁଡିକ ବେକାର ଯୁବକ, ଯୁବତୀ, ଗୃହିଣୀ, କୃଷକ, ବରିଷ୍ଠ ନାଗରିକ ଏବଂ ଦିନ ମଜୁରିଆଙ୍କ ନାମରେ କରାଯାଇଥିବା ଜଣାପଡିଥିଲା। ସେମାନଙ୍କ ଦାରିଦ୍ର୍ୟ ଓ ଅଜ୍ଞାନତାର ସୁଯୋଗ ନେଇ ଏହି ମାଷ୍ଟର ମାଇଣ୍ଡମାନେ ନିଯୁକ୍ତି କିମ୍ବା ଋଣ ଯୋଗାଇଦେବା ଆଳରେ ସେମାନଙ୍କ ଆଧାର କାର୍ଡ, ପାନ୍ କାର୍ଡ, ଫଟୋ, ବ୍ୟାଙ୍କ ପାସ୍ବୁକ ଆଦକୁ ନେଇ ସେମାନଙ୍କ ନାମରେ ନକଲି ଫାର୍ମ ସୃଷ୍ଟି କରି ରାଜ୍ୟ ରାଜସ୍ବ ଲୁଣ୍ଠନ ପାଇଁ ଉଦ୍ୟମ ଚଲାଇଥିଲେ।
IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍ଦାର ବିଜୟ ଦେଲେ ସମୀର ରିଜଭୀ…
ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…
ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ
ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…
ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…
ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…
ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ
ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…
ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ
ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…
ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ
ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…
କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ
ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…
ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ
ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…
Archives

