ଭୁବନେଶ୍ୱର,୨୩।୧୨: ରାଜ୍ୟ ଜିଏସ୍ଟି ଏନ୍ଫୋର୍ସମେଣ୍ଟ ଓ୍ବିଙ୍ଗ ଦ୍ୱାରା ଜାଲ୍ ବିଲ୍ ର଼୍ୟାକେଟ ବିରୋଧରେ ରାଜ୍ୟବ୍ୟାପୀ କାର୍ଯ୍ୟାନୁଷ୍ଠାନକୁ ଏକ ବଡ ସଫଳତା ମିଳିଛି। ସୋମବାର ୨୦୦ କୋଟି ଟଙ୍କାର ଏକ ଜାଲ୍ ଜିଏସ୍ଟି ବିଲ୍ ର଼୍ୟାକେଟରେ ସମ୍ପୃକ୍ତ ଥିବା ୩ ମାଷ୍ଟରମାଇଣ୍ଡଙ୍କୁ ଗିରଫ କରାଯାଇଛି। ଜାଲ୍ ବ୍ୟବସାୟିକ ପ୍ରତିଷ୍ଠାନ ମାଧ୍ୟମରେ ସେମାନେ ପ୍ରାୟ ୪୦.୩୬ କୋଟି ଟଙ୍କାର ଟିକସ ଫାଙ୍କିଥିବା ଅଭିଯୋଗ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ ସ୍ମୃତିରଞ୍ଜନ ମହାନ୍ତି, ରାଜୀବ ମିଶ୍ର ଏବଂ ସୌମ୍ୟରଞ୍ଜନ ମହାନ୍ତି। ସୌମ୍ୟରଞ୍ଜନ ଏଚ୍ଡିଏଫ୍ସି ଲାଇଫ ଇନ୍ସ୍ୟୁରାନ୍ସ କମ୍ପାନୀର ସିନିୟର ବ୍ରାଞ୍ଚ ସର୍ଭିସ ମ୍ୟାନେଜର ବୋଲି ଜଣାପଡିଛି। ଅନ୍ୟ ୨ ଅଭିଯୁକ୍ତ ଶିବରାମ ପାତ୍ର (ରାଉରକେଲା ସାମ୍ବାଦିକ ସଂଘର ସଭାପତି) ଓ ଅଙ୍କିତ ଅଗ୍ରଓ୍ବାଲ ବର୍ତ୍ତମାନ ଫେରାର ଅଛନ୍ତି।
ଏମାନେ ୧୨ଟି କାଗଜପତ୍ରରେ ଜାଲ୍ ବ୍ୟବସାୟିକ ପ୍ରତିଷ୍ଠାନ ତିଆରି କରିଥିଲେ। ଏହାସହ ସେଗୁଡ଼ିକୁ ପରିଚାଳନା କରି ୮୪.୦୧ କୋଟି ଟଙ୍କାର ଜାଲ୍ କ୍ରୟ ବିଲ୍ ମାଧ୍ୟମରେ ୫ ଜଣ ଅଭିଯୁକ୍ତ ୨୦.୪୫ କୋଟି ଟଙ୍କାର ଟ୍ୟାକ୍ସ କ୍ରେଡିଟ ଆମତ୍ସାତ କରିଥିବା ଜଣାପଡିଛି। ଏହି କାରବାରରେ ଜିନିଷପତ୍ରର ପ୍ରକୃତ କିଣାବିକା ହୋଇନାହିଁ। ସେହିପରି କାଗଜପତ୍ରରେ
୨୦୦ କୋଟିର…
ମାଲ୍ କିଣାଯାଇଥିବା ଦର୍ଶାଇ ୧୧୫.୧୯ କୋଟି ଟଙ୍କାର ଜାଲ୍ ବିଲ୍ ବଳରେ ୨୧.୯୧ କୋଟି ଟଙ୍କାର ଜାଲ୍ ଇନ୍ପୁଟ ଟାକ୍ସ କ୍ରେଡିଟ (ଆଇଟିସି) ରାଜ୍ୟ ତଥା ରାଜ୍ୟ ବାହାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି। ତେବେ ଏହି ୨୦୦କୋଟି ଟଙ୍କାର ଜାଲ୍ ଜିଏସ୍ଟି ବିଲ୍ ମାତ୍ର ୪ରୁ ୫ମାସ ମଧ୍ୟରେ କରାଯାଇଥିତ୍ବା ଜଣାପଡିଛି। ଅନୁସନ୍ଧନାରୁ ଜଣାଯାଇଛି ଯେ, ଏମାନେ ଆଉ କେତେକ ଜାଲ୍ କମ୍ପାନୀ ସୃଷ୍ଟିକରି ସେଗୁଡିକ ମାଧ୍ୟମରେ ଜାଲ ବିଲ୍ ଜାରି କରିବା ସହ ଆଇଟିସି ଆମତ୍ସାତ୍ କରିବାକୁ ଯୋଜନା କରିଥିଲେ। ଏହି ନକଲି ଫାର୍ମଗୁଡିକର ପଞ୍ଜୀକରଣକୁ ତୁରନ୍ତ ରଦ୍ଦ କରିବା ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ କୁହାଯାଇଛି।
ଏନ୍ଫୋର୍ସମେଣ୍ଟ ଓ୍ବିଙ୍ଗ୍ ଦ୍ୱାରା ତଥ୍ୟ ବିଶ୍ଲେଷଣ ଓ ଗୋଇନ୍ଦା ସୂତ୍ରକୁ ଆଧାରକରି ନଭେମ୍ବର ୨୦୨୦ରେ ରାଜ୍ୟବ୍ୟାପୀ ଚଢାଉ ଅଭିଯାନ ଆରମ୍ଭ କରାଯାଇଥିଲା। ଏହି ସମୟରେ ପ୍ରାୟ ୧୦୦ ରୁ ଊର୍ଦ୍ଧ୍ୱ ଜାଲ୍ ତଥା ଭୂତ ଫାର୍ମ ସାମ୍ନାକୁ ଆସିଥିଲା। ଏହି ଫାର୍ମଗୁଡିକ ବେକାର ଯୁବକ, ଯୁବତୀ, ଗୃହିଣୀ, କୃଷକ, ବରିଷ୍ଠ ନାଗରିକ ଏବଂ ଦିନ ମଜୁରିଆଙ୍କ ନାମରେ କରାଯାଇଥିବା ଜଣାପଡିଥିଲା। ସେମାନଙ୍କ ଦାରିଦ୍ର୍ୟ ଓ ଅଜ୍ଞାନତାର ସୁଯୋଗ ନେଇ ଏହି ମାଷ୍ଟର ମାଇଣ୍ଡମାନେ ନିଯୁକ୍ତି କିମ୍ବା ଋଣ ଯୋଗାଇଦେବା ଆଳରେ ସେମାନଙ୍କ ଆଧାର କାର୍ଡ, ପାନ୍ କାର୍ଡ, ଫଟୋ, ବ୍ୟାଙ୍କ ପାସ୍ବୁକ ଆଦକୁ ନେଇ ସେମାନଙ୍କ ନାମରେ ନକଲି ଫାର୍ମ ସୃଷ୍ଟି କରି ରାଜ୍ୟ ରାଜସ୍ବ ଲୁଣ୍ଠନ ପାଇଁ ଉଦ୍ୟମ ଚଲାଇଥିଲେ।
ଏହି କ୍ରିକେଟରଙ୍କ ନାମରେ ଯୌନ ନିର୍ଯାତନା ମାମଲା, ଜାଣନ୍ତୁ…
ଢାକା,୧୧ା୧୨: ବାଂଲାଦେଶର ପେସ ବୋଲିଂ ଅଲରାଉଣ୍ଡର ତୋଫେଲ ଅହମଦ ରେହାନ ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି...
ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ
ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍ରେ ପରାସ୍ତ...
ବୋଲର, ବ୍ୟାଟରଙ୍କ ଖରାପ ପ୍ରଦର୍ଶନ: ଦ୍ୱିତୀୟ T20ରେ ଭାରତର ଶୋଚନୀୟ ପରାଜୟ
ମୁଲାନପୁର,୧୧ା୧୨: ମୁଲାନପୁରରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଦକ୍ଷିଣ ଆଫ୍ରିକାଠାରୁ ଭାରତ ୫୧ ରନରେ ଶୋଚନୀୟ ଭାବେ ପରାସ୍ତ ହୋଇଛି। ପ୍ରଥମେ ବୋଲର ଏବଂ...
ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ
ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...
ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି
ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...
ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ T20I: ଡି’ କକ୍ଙ୍କ ବିସ୍ଫୋରକ ଇନିଂସ୍; ଭାରତ ଆଗରେ ବିଶାଳ ଲକ୍ଷ୍ୟ
ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଇଥିବା ଦ୍ୱିତୀୟ T20Iରେ ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ୍ କ୍ୱିଣ୍ଟନ୍ ଡି’ କକ୍ଙ୍କ ବିସ୍ଫୋରକ ବ୍ୟାଟିଂ...
ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍
ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...
‘ମୁଣ୍ଡରେ କଫନ୍ ବାନ୍ଧି କଂଗ୍ରେସର ସଂସ୍କାର ପାଇଁ ବାହାରିଛି’: ମହମ୍ମଦ ମୋକିମ୍
କଟକ,୧୧ା୧୨: ଓଡ଼ିଶା କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍ ଦଳର ସଂସ୍କାର ଆଣିବା ଉଦ୍ଦେଶ୍ୟରେ ବାହାରିଥିବା କହିଛନ୍ତି। ପୂର୍ବରୁ ପିସିସି ସଭାପତି...
Archives


