ଡିଆର୍‌ଡିଏ ଅଫିସ୍‌ରେ ୨୦ ପଜିଟିଭ୍‌, ୩ ଦିନ ପାଇଁ ଅଫିସ୍‌ ବନ୍ଦ

ଝାରସୁଗଡ଼ା ଅଫିସ୍‌,୮।୧: ରାଜ୍ୟରେ କରୋନା ସଂକ୍ରମଣର ତୃତୀୟ ଲହର ଆରମ୍ଭ ହୋଇଛି। ସପ୍ତାହ ହେଲାଣି ଝାରସୁଗୁଡା ଜିଲାରେ ହୁ ହୁ ହୋଇ କରୋନା ପଜିଟିଭ୍‌ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗୋଟିଏ ଦିନରେ ୧୦୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରେ ଡିଆର୍‌ଡିଏ କାର୍ଯ୍ୟାଳୟରେ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସମେତ ୨୦ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ଜିଲାରେ ପଜିଟିଭ୍‌ ସକ୍ରିୟ ସଂଖ୍ୟା ୨୮୮ରେ ପହଞ୍ଚିଛି।

ଏପରିକି ଜିଲାର କେତେକ ପୋଲିସ ଅଧିକାରୀ ଓ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ଶୁକ୍ରବାରଠାରୁ ୩ଦିନ ପାଇଁ ଡିଆର୍‌ଡିଏ କାର୍ଯ୍ୟାଳୟକୁ ବନ୍ଦ କରିଦିଆଯାଇଛି। କଣ୍ଟାକ୍ଟ ଟ୍ରେସିଂ ପରେ ଡିଆର୍‌ଡିଏ କାର୍ଯ୍ୟାଳୟ ସହ ବେଦାନ୍ତ କମ୍ପାନୀର ଲିଙ୍କ୍‌ ରହିଛି। ଫଳରେ ବେଦାନ୍ତକୁ କୋଭିଡ୍‌ କ୍ଲଷ୍ଟର ଭାବେ ନିଆଯାଇଛି।

ଜିଲା ପ୍ରଶାସନ ଓ କମ୍ପାନୀ କର୍ତ୍ତୃପକ୍ଷଙ୍କ ମିଳିତ ଉଦ୍ୟମରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଜିଲାପାଳ ସରୋଜ କୁମାର ସାମଲ ଗଣମାଧ୍ୟମକୁ କହିଛନ୍ତି। ଜିଲାରେ ବିମାନ ବନ୍ଦର, ରେଳ ଜଙ୍କଶନ୍‌, ବିଭିନ୍ନ କଳାକାରଖାନା ଓ ଖଣି ଖାଦାନ ରହିଛି। ଏଠାକୁ ପ୍ରତିଦିନ ଲୋକେ ଯାତାୟାତ କରୁଛନ୍ତି। ଫଳରେ କୋଭିଡ୍‌ ପଜିଟିଭ୍‌ ସଂଖ୍ୟା ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ବିମାନ ବନ୍ଦର, ରେଳ ଜଙ୍କଶନ ଆଦି ସ୍ଥାନରେ ଯାତ୍ରୀଙ୍କ ସମ୍ପୂର୍ଣ୍ଣ ପରିଚୟ ରଖାଯାଇ ସେମାନଙ୍କ ସ୍ବାବ୍‌ ସଂଗ୍ରହ କରାଯାଇ ପରୀକ୍ଷା କରାଯିବ। ଭିଏସ୍‌ଏସ୍‌ ବିମାନ ବନ୍ଦରରେ ଯାତ୍ରୀଙ୍କ ସ୍ବାବ୍‌ ସଂଗ୍ରହ ଆରମ୍ଭ କରାଯାଇଛି। ଝାରସୁଗୁଡା, ବ୍ରଜରାଜନଗର ଓ ବେଲପାହାଡ ରେଳଷ୍ଟେଶନରେ ଯାତ୍ରୀଙ୍କ ସ୍ବାବ୍‌ ସଂଗ୍ରହ ଖୁବ୍‌ଶୀଘ୍ର କରାଯିବ ବୋଲି ଜିଲାପାଳ ସାମଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ ସଂସ୍ପର୍ଶରେ ଆସି ୨ ଯୁବକଙ୍କ ମୃତ୍ୟୁ: ୨ଗୁରୁତର

ଦାରିଙ୍ଗବାଡ଼ି,୩୦।୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଭ୍ରମରବାଡ଼ି ପଞ୍ଚାୟତ କଲେଙ୍ଗବାଡି ଗ୍ରାମରେ ବିଦ୍ୟୁତ ସଂସ୍ପର୍ଶରେ ଆସି ୨ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ...

ଏସ୍‌ସିବିରେ ପୂର୍ବତନ ବିଧାୟକ ଜାକବଙ୍କ ଶରୀରରେ ଅସ୍ଥିମଜ୍ଜା ପ୍ରତିରୋପଣ

କଟକ ଅଫିସ,୩୧।୩: ଏସ୍‌ସିବି ମେଡିକାଲ କଲେଜରେ ବୁଧବାର ଜି.ଉଦୟଗିରି ପୂର୍ବତନ ବିଧାୟକ ଜାକବ ପ୍ରଧାନଙ୍କ ଶରୀରରେ ୧୦୦ତମ ଅସ୍ଥିମଜ୍ଜା ପ୍ରତିରୋପଣ କରାଯାଇଛି। ସେ ରକ୍ତକର୍କଟ ରୋଗ...

ବ୍ରାଉନ୍‌ସୁଗାର କାରବାର: ଖୋର୍ଦ୍ଧାର ବିଟେକ୍‌ ଛାତ୍ରଙ୍କୁ ବାନ୍ଧିଲା ଏସ୍‌ଟିଏଫ୍‌

ଖୋର୍ଦ୍ଧା ଅଫିସ,୪।୯ : ଖୋର୍ଦ୍ଧା ପାଲଟିଛି ବ୍ରାଉନସୁଗାରର ପେଣ୍ଠସ୍ଥଳୀ। ଯେତିକି ଧରପଗଡ ଚାଲିଛି, ସେତିକି କାରବାର ବଢିଚାଲିଛି। ବାଲେଶ୍ବର ଜଳେଶ୍ବରଠାରୁ ଚେର ଖୋର୍ଦ୍ଧା ପର୍ଯ୍ୟନ୍ତ ଲମ୍ବିଛି।...

ଗିରଫ ହେଲେ ଆର୍‌ଡି ସହକାରୀ ଯନ୍ତ୍ରୀ

ଉମରକୋଟ,୧୭।୧: ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ୍‌ ତାଲାପଦର ନାଗୀନଦୀ ଉପରେ ନିର୍ମାଣାଧୀନ ବିଜୁ ସେତୁ ଭୁଶୁଡ଼ିବା ଘଟଣାରେ ଉମରକୋଟ ଗ୍ରାମ୍ୟ ଉନ୍ନୟନ(ଆର୍‌ଡି) ବିଭାଗର ସହକାରୀ ଯନ୍ତ୍ରୀ...

ବେଉସା ପରିବା ବିକ୍ରି, ନିଶା ପାଲା ଗାୟକ

କେନ୍ଦୁଝର, ୩୦ା୫ (ନରେଶ ଚନ୍ଦ୍ର ପଟ୍ଟନାୟକ)-ପାଲା ଗାୟକ ଭାବେ ସ୍ଥାନୀୟ ଗମ୍ଭାରିଆ ଗ୍ରାମର ଉମାକାନ୍ତ ପାତ୍ର ବେଶ୍‌ ପରିଚିତ। ପାଲା ହେଉଛି ତାଙ୍କର କଳା, କିନ୍ତୁ...

ମାଛ ମାରୁଥିବାବେଳେ ପୋଖରୀରେ ବୁଡି ଯୁବକ ମୃତ

ଅମରପାଲି, ୧୨।୫ (ଡି.ଏନ.ଏ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ବହଳପଦର ପଞ୍ଚାୟତର ବିଶାଲପାଲି ଗ୍ରାମ ପୋଖରୀରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି ।...

ବର୍ଷା ହେଲେ ବଞ୍ଚିବ

ଆଠମଲ୍ଲିକ,୨୪ା୮(ଡି.ଏନ.ଏ.) ଆଷାଢ଼ରେ ହୋଇଥିଲା ନିଅଣ୍ଟିଆ ବର୍ଷା। ତଥାପି ଶ୍ରାବଣକୁ ଆଶା ରଖି ଚାଷୀ ବଢ଼ିଥିଲେ ଆଗକୁ। ରୁଆ ବେଉଷଣ କାର୍ଯ୍ୟ ପ୍ରାୟ ଏକ ତୃତୀୟାଂଶ ଶେଷ...

ଜଗତ୍‌ସିଂହପୁର କୋର୍ଟରେ ସୋମାଲିକାଙ୍କ ବୟାନ ରେକର୍ଡ

ଜଗତ୍‌ସିଂହପୁର ଅଫିସ, ୧୧ା୨: ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସଙ୍କ ପ୍ରେମ ସମ୍ପର୍କ ଓ ବିବାହ ପ୍ରତିଶ୍ରୁତି ମାମଲା ଦିନକୁ ଦିନ ଜଟିଳ ରୂପ ନେବାରେ ଲାଗିଛି।...

Advertisement
Archives

Model This Week