୨୦ ପୋଲିସ କର୍ମଚାରୀଙ୍କୁ ମିଳିବ ରାଜ୍ୟପାଳ ପଦକ

ଭୁବନେଶ୍ୱର,୨୫।୨(ବ୍ୟୁରୋ): ସାଧାରଣତନ୍ତ୍ର ଦିବସ ଅବସରରେ ଉଲ୍ଲେଖନୀୟ ସେବା ନେଇ ରାଜ୍ୟ ପୋଲିସ କର୍ମଚାରୀଙ୍କୁ ରାଜ୍ୟପାଳ ପଦକ ପ୍ରଦାନ କରାଯିବ। ୨୦୨୧ ପାଇଁ ୪ଜଣ ଆଇପିଏସ୍‌ ଅଧିକାରୀଙ୍କ ସମେତ ମୋଟ ୨୦ ଜଣଙ୍କୁ ଏହି ପଦକ ଦିଆଯିବ। ପୋଲିସ ଆଇଜି ଏସ. ପ୍ରବୀଣ କୁମାର, ଅସିତ ପାଣିଗ୍ରାହୀ, ଭଦ୍ରକ ଏସ୍‌ପି ଚରଣ ସିଂ ମୀନା, ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର ପାଇବେ ପଦକ । ଏ ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଅନ୍ୟ ପୋଲିସ କର୍ମଚାରୀ ସମ୍ବଲପୁର ଅତିରିକ୍ତ ଏସ୍‌ପିି ତପନ କୁମାର ମହାନ୍ତି, ଓଏପିଏସ୍‌ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ମାଧବାନନ୍ଦ ପ୍ରଧାନ, ରାଜ୍ୟ ଗୁଇନ୍ଦା ବିଭାଗ ଇନ୍ସପେକ୍ଟର ଏ.ଶ୍ରୀନିବାସ ଦୋରା, ସିଆଇଡି ଇନ୍ସପେକ୍ଟର ରତ୍ନାପ୍ରଭା ଶତପଥୀ, ବ୍ରହ୍ମପୁର ଇନ୍ସପେକ୍ଟର ସୁରେଶ କୁମାର ତ୍ରିପାଠୀ, ସିଆଇଡି ସବ୍‌ ଇନ୍ସପେକ୍ଟର ପ୍ରଦ୍ୟୁମ୍ନ କୁମାର ନନ୍ଦ, କୋରାପୁଟ ସବ୍‌ ଇନ୍ସପେକ୍ଟର ସୁଦର୍ଶନ ଅଧିକାରୀ, ଡେପୁଟୀ ସୁବେଦାର ଓଏସ୍‌ଏପି ସେକେଣ୍ଡ ବାଟାଲିୟନ , କୋରାପୁଟ ପୋଲିସ ଏଏସ୍‌ଆଇ ସୀମାଞ୍ଚଳ ବେହେରା, ଭିଜିଲାନ୍ସ ଏଏସ୍‌ଆଇ ପ୍ରଣବ କୁମାର ନାୟକ, ଟିଟିଆଇ ଭୁବନେଶ୍ୱର ହାବିଲଦାର ଅଶୋକ କୁମାର ସାମନ୍ତରାୟ, କନେଷ୍ଟବଳ କିରଣ ଚନ୍ଦ୍ର ପାତ୍ର, କନେଷ୍ଟବଳ ଗୌତମ ପାତ୍ର, ଅନୁଗୋଳ କନେଷ୍ଟବଳ ସୁକେଶ ପ୍ରଧାନ, ଗୁଇନ୍ଦା କନେଷ୍ଟବଳ ସୁଶାନ୍ତ କୁମାର ରାଉତରାୟ, ଭିଜିଲାନ୍ସ କନେଷ୍ଟବଳ ରଶ୍ମୀରେଖା ପଣ୍ଡା ସମ୍ମାନଜନକ ରାଜ୍ୟପାଳ ପୁରସ୍କାର ପାଇବେ ।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri