ପୁଣି ଜଣେ ୫ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର ଉଦ୍ୟମ

ପୁରୀ ଅଫିସ, ୨୫।୧- ପୁରୀ ଟାଉନଥାନା ଅଞ୍ଚଳରେ ଗତ ରବିବାର ଜଣେ ୫ ବର୍ଷର ଶିଶୁ କନ୍ୟାକୁ ବଳାତ୍କାର କରାଯିବା ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବାବେଳେ ମଙ୍ଗଳବାର ଆଉ ଏକ ଅଭିଯୋଗ ସାମ୍ନାକୁ ଆସିଛି। ବଳିଆପଣ୍ଡା ଥାନା ଅଞ୍ଚଳରେ ଆଉ ଜଣେ ୫ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର ଉଦ୍ୟମ ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ପୀଡ଼ିତା ଶିଶୁକନ୍ୟାଙ୍କୁ ଜଣେ ପଡ଼ୋଶୀ ଯୁବକ ବଳାତ୍କାର ଉଦ୍ୟମ କରିଥିଲେ ବୋଲି ପରିବାର ପକ୍ଷରୁ ମଙ୍ଗଳବାର ବଳିଆପଣ୍ଡା ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏନେଇ ଏକ ମାମଲା(ନଂ. ୯/୨୦୨୨) ରୁଜୁ କରି ଉକ୍ତ ଯୁବକଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି। ସୋମବାର ସମୁଦ୍ରକୂଳ ଥାନା ଅଞ୍ଚଳରେ ଜଣେ ବ୍ୟକ୍ତି ସ୍ତ୍ରୀଙ୍କୁ ମାଡ଼ମାରିବା ସହ ଶିଶୁକନ୍ୟାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିବାବେଳେ ଏବେ ଆଉ ଏକ ବଳାତ୍କାର ଅଭିଯୋଗ ଆସିବା ସହରର ଆଇନଶୃଙ୍ଖଳା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗତ ତିନିଦିନ ମଧ୍ୟରେ ପୁରୀରେ ୩ଟି ଘଟଣା ଘଟିଥିବାରୁ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଏସ୍‌ପି ମିହିର କୁମାର ପଣ୍ଡା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ପି ଅଫିସ ଆଗରେ ଗର୍ଜିଲା କଂଗ୍ରେସ

ବରଗଡ଼ ଅଫିସ,୧୪।୧୨: ବରଗଡ଼ ଜିଲା କଂଗ୍ରେସ ମଙ୍ଗଳବାର ଆନ୍ଦୋଳନକୁ ଓହ୍ଲାଇଛି। କଳାହାଣ୍ଡି ଜିଲା ମହାଲିଙ୍ଗସ୍ଥିତ ମମିତା ମେହେର ଏବଂ ଜିଲା ତୋରା ଗ୍ରାମର ଗୋବିନ୍ଦ କୁମ୍ଭାରଙ୍କ...

ବ୍ୟକ୍ତିଗତ ଜମିରେ ରାସ୍ତା ନିର୍ମାଣକୁ ବିରୋଧ

ଆଳି,୧୫ା୪(ଡି.ଏନ.ଏ.): ଆଳି ବ୍ଲକ ଅନ୍ତର୍ଗତ ଅରଗଳ ଗଁଶରେ କେତେଜଣ ବ୍ୟକ୍ତିଙ୍କ ବ୍ୟକ୍ତିଗତ ଜମିରେ ପଞ୍ଚାୟତ କର୍ତ୍ତୃପକ୍ଷ ଜୋରଜବରଦସ୍ତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ...

ଇଟାଭାଟି ଭିତରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ପାଟଣା,୨୦।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଉପାନ୍ତ ଅଞ୍ଚଳ ମାଛଗଡ଼ ପଞ୍ଚାୟତ ବାଉଁଶନାଳି ଗ୍ରାମରେ ଜେନା ମୁଣ୍ଡାଙ୍କର ଥିବା ଏକ ପୁରଣା ଇଟାଭାଟି ଚୁଲା ଭିତରୁ...

କରୋନା ଚିକିତ୍ସା ପାଇଁ ୭ ଆୟୁଷ ଡାକ୍ତର ଚୟନ

ଅନୁଗୋଳ ଅଫିସ, ୧୪।୫- ଅନୁଗୋଳ ଜିଲାରେ କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଏକ ସାକ୍ଷାତକାର ମାଧ୍ୟମରେ ୭ ଜଣ...

ବୈତରଣୀକୁ ଧସିଲା ୧୦୦ ଫୁଟ ମାଟି ଅତଡ଼ା

ଆରଡ଼ି, ୧୯।୬ (ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ବୋଡ଼କ ଖେଳପଡ଼ିଆ ନିକଟରେ ବୁଧବାର ସକାଳେ ପ୍ରାୟ ୧୦୦ ଫୁଟ ଲମ୍ବର ମାଟି ଅତଡ଼ା ବୈତରଣୀ...

କବିସୂର୍ଯ୍ୟନଗର, କୋଦଳାରେ ଇଣ୍ଡୋର ଷ୍ଟାଡିୟମ ପ୍ରସ୍ତାବ: ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ବିଧାୟିକା

ଛତ୍ରପୁର,୨୩।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି।...

ସରକାରୀ ଜାଗାରେ ବେଆଇନ ଘର ଭାଙ୍ଗିଲା ପ୍ରଶାସନ

ବାଲିଆପାଳ, ୧୨।୫(ସ୍ବ.ପ୍ର.):  ବାଲିଆପାଳ କଚୁଆପଡ଼ା ଗ୍ରାମର ଇଡ୍‌କୋ ଛକ ନିକଟ ସରକାରୀ ଜମିରେ ଶାବୁଦ୍ଦିନ ଶାହାଙ୍କ ବେଆଇନ ପକ୍କା ଘରକୁ ବୁଧବାର ଉଚ୍ଛେଦ କରି ପ୍ରଶାସନ ଜବରଦଖଲମୁକ୍ତ...

କେଭିପିୱାଇ ପରୀକ୍ଷାରେ ଅତୀସ ଓଡ଼ିଶା ଟପ୍ପର

ଭୁବନେଶ୍ୱର,୧୮।୩(ବ୍ୟୁରୋ):ବେଙ୍ଗାଲୁରୁର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ ଦ୍ୱାରା ପରିଚାଳିତ କିଶୋର ବୈଜ୍ଞାନିକ ପ୍ରୋତ୍ସାହନ ଯୋଜନା(କେଭିପିଓ୍ବାଇ) ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ସାଇ ଇଣ୍ଟରନ୍ୟାଶନାଲ ସ୍କୁଲ୍‌ର ଛାତ୍ର...

Advertisement
Archives

Model This Week