ଫେବୃୟାରୀ ୯ରେ ଓଏସ୍‌ଏସ୍‌ଟିଇଟି ପରୀକ୍ଷା

କଟକ ଅଫିସ,୨୫।୧: ଆସନ୍ତା ଫେବୃଆରୀ ୯ ତାରିଖରେ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଏସ୍‌ଏସ୍‌ଟିଇଟି)ର ଦ୍ୱିତୀୟ ପରୀକ୍ଷା ଅନୁଷ୍ଠିତ ହେବ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଚଳିତଥର ୭୨,୨୮୨ ଜଣ ପରୀକ୍ଷାର୍ଥୀ ଫର୍ମପୁରଣ କରିଛନ୍ତି। ରାଜ୍ୟର ୩୩୮ଟି ସେଣ୍ଟରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ଦୁଇଟି ସିଟିଂ ତଥା ସକାଳ ୯ରୁ ପୂର୍ବାହ୍ନ ୧୧.୩୦ରେ ପ୍ରଥମ ପେପର ଓ ଅପରାହ୍ନ ୧ରୁ ୩.୩୦ ମଧ୍ୟରେ ଦ୍ୱିତୀୟ ପେପର ପରୀକ୍ଷା ହେବ । ତେବେ ପରୀକ୍ଷାର୍ଥୀମାନେ ନିଜର ଆଡ୍‌ମିଟ୍‌ କାର୍ଡ ବୋର୍ଡ ୱେବସାଇଟରୁ ଡାଉନ୍‌ଲୋଡ କରିପାରିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ପରୀକ୍ଷାରେ ଦିବ୍ୟାଙ୍ଗ ଛାତ୍ରୀଛାତ୍ରମାନେ ଯଦି ଲେଖିବା କିମ୍ବା ପଢିବା ପାଇଁ ଅକ୍ଷମ ଥିବେ ତାହେଲେ ସେମାନେ ଆସନ୍ତା ୪ ତାରିଖ ପୂର୍ବରୁ ପରୀକ୍ଷା କେନ୍ଦ୍ରର ସୁପରିଟେଣ୍ଡେଣ୍ଟଙ୍କ ସହ ଯୋଗଯୋଗ କରିପାରିବେ। ଯାହାଦ୍ୱାରା ସେମାନଙ୍କ ପରୀକ୍ଷା ନିମନ୍ତେ କେନ୍ଦ୍ର ତରଫରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇପାରିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନରେ ରଙ୍ଗକାମ, ରାତିରେ ଚୋରି

ଭୁବନେଶ୍ୱର,୧୪।୪(ବ୍ୟୁରୋ): ନିଜର ୨ ସ୍ତ୍ରୀଙ୍କୁ ଗିଫ୍ଟ ଦେଇ ଖୁସି କରିବାକୁ ଜଣେ ବ୍ୟକ୍ତି ଆପଣାଇଥିଲେ ଅଭିନବ ତରିକା। ଦିନରେ ରଙ୍ଗମିସ୍ତ୍ରି ଭାବେ କାମ କରୁଥିବାବେଳେ ରାତିରେ...

ମୋ ସରକାର କାର୍ଯ୍ୟକ୍ରମରେ ଅବହେଳା ଅଭିଯୋଗ: ସୁନ୍ଦରଗଡ଼ ସିଡିଏମ୍‌ଓ ନିଲମ୍ବିତ

ସୁନ୍ଦରଗଡ଼/ଭୁବନେଶ୍ୱର,୧୩।୧୦(ଡି.ଏନ୍‌.ଏ./ବ୍ୟୁରୋ): ମୋ ସରକାର କାର୍ଯ୍ୟକ୍ରମରେ ଅବହେଳା ଅଭିଯୋଗରେ ସୁନ୍ଦରଗଡ଼ ଭାରପ୍ରାପ୍ତ ସିଡିଏମ୍‌ଓ ପଙ୍କଜ ପଟେଲଙ୍କୁ ରବିବାର ନିଲମ୍ବନ କରାଯାଇଛି। ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣ ତାଙ୍କୁ...

ନାହାସୋଲ ଜଙ୍ଗଲରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ବାରିପଦା ଅଫିସ,୧୫।୬: ମୟୂରଭଞ୍ଜ ଜିଲା ବେତନଟୀ ଥାନା ଅଧୀନ ସୁରେଇଡିହି ପଞ୍ଚାୟତ ନାହାସୋଲ ଜଙ୍ଗଲରୁ ଶନିବାର ସକାଳେ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଛି। ଶିଶୁର...

କାମରେ ଲାଗୁନି ସ୍ଲଟର ହାଉସ

କେନ୍ଦୁଝର, ୧୯ା୫ (ସ୍ବ.ପ୍ର.)-କେନ୍ଦୁଝର ସହରରେ ଏଣେତେଣେ ମାଂସ ଓ ମାଛ ଦୋକାନ ଖୋଲିଥିବାରୁ ସହରର ପରିବେଶ ପ୍ରଦୂଷିତ ହେବାକୁ ଲାଗିଛି ା ଏହାର ପ୍ରତିକାର କରିବା...

ପରଲୋକରେ ବରିଷ୍ଠ ସାମାଜିକ କର୍ମୀ ରଘୁନାଥ ମିଶ୍ର

ପାଟଣା,୯।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟାଳୟସ୍ଥିତ ସାମନ୍ତରାୟପୁର ଶାସନର ବରିଷ୍ଠ ସାମାଜିକ କର୍ମୀ ଓ ଜିଲାର ଜଣାଶୁଣା ବୁଦ୍ଧିଜୀବୀ ରଘୁନାଥ ମିଶ୍ରଙ୍କର ଶୁକ୍ରବାର ସକାଳେ ଦେହାନ୍ତ ଘଟିଛି।...

ସମାଧି ଉପରେ ଖେଳପଡ଼ିଆ

ଧାମନଗର,୩୧ା୫ (ସ୍ବ.ପ୍ର.) ଭଦ୍ରକ ଜିଲା ଧାମନଗର ବ୍ଲକ ରାଧାବଲ୍ଲଭପୁର ପଞ୍ଚାୟତ ଛତ୍ରପଦା ଶ୍ମଶାନରେ ଖେଳପଡ଼ିଆ ତିଆରି ହେଉଛି। ସମାଧି ଉପରେ ଖେଳପଡ଼ିଆର ଉନ୍ନତୀକରଣ ସହ ସୌନ୍ଦର୍ଯ୍ୟକରଣ...

୩ ଝିଅଙ୍କୁ ହତ୍ୟା କରି ବାପାଙ୍କ ଆତ୍ମହତ୍ୟା

କେନ୍ଦୁଝର/ ଆନନ୍ଦପୁର,୧୫ା୬( ସ୍ବ.ପ୍ର.) :କେନ୍ଦୁଝର ଜିଲା ଆନନ୍ଦପୁର ଥାନାଠାରୁ ୪୦ କି.ମି. ଦୂର ଉଲିିବସା ଗ୍ରାମର ଏକ ଘରୁ ଶୁକ୍ରବାର ୩ରୁ ୯ ବର୍ଷ ବୟସର...

ପୁରୀ ବେଳାଭୂମିରୁ ବିଷଧର ସାପ ଉଦ୍ଧାର

ପୁରୀ ଅଫିସ,୬ା୬: ପୁରୀ ବେଳାଭୂମିରୁ ବୁଧବାର ସକାଳେ ଏକ ବିଷଧର ସାପ ଉଦ୍ଧାର ହୋଇଛି। ଅଗ୍ନିଶମ କର୍ମଚାରୀ ଯୁଧିଷ୍ଠିର ଜେନା ବେଳାଭୂମିରେ ପାଟ୍ରୋଲିଂ କରୁଥିବା ସମୟରେ...

Advertisement
Archives

Model This Week