କରୋନାର ନୂଆ ଷ୍ଟ୍ରେନ୍ ବଢାଇଲାଣି ଚିନ୍ତା ଆଉ ୨୦ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ,୫ ।୧: ବ୍ରିଟେନରୁ ଫେରିଥିବା ଯାତ୍ରୀଙ୍କ ମଧ୍ୟରେ ସାର୍ସ କୋଭିଡ-୨ ନୂଆ ଷ୍ଟ୍ରେନରେ ଏବେ ପର୍ଯ୍ୟନ୍ତ ଦେଶରେ ୫୮ ଜଣଙ୍କୁ ଚିହ୍ନଟ କରାଗଲାଣି । ମଙ୍ଗଳବାର ବ୍ରିଟେନରୁ ଫେରିଥିବା ୨୦ ଜଣଙ୍କ ନିକଟରେ ନୂଆ ଷ୍ଟ୍ରେନ୍ ମିଳିବା ପରେ ଏବେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୮ରେ ପହଞ୍ଚିଛି । ଗୋଟିଏ ପଟେ ଦୈନିକ କରୋନା ସଂକ୍ରମଣ ସାମାନ୍ୟ କମ୍ ହୋଇଥିବା ବେଳେ ଅନ୍ୟପଟେ ନୂଆ ଷ୍ଟ୍ରେନ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ଚିନ୍ତାର କାରଣ ପାଲଟି ଗଲାଣି । ମଙ୍ଗଳବାର ଚିହ୍ନଟ ହୋଇଥିବା ସମସ୍ତ ୨୦ ଜଣଙ୍କ ନମୁନା ପୁଣେ ଲ୍ୟାବରେ ପରୀକ୍ଷା ହୋଇଥିବା ଜଣାପଡିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ବ୍ରିଟେନରେ ନୂଆ ପ୍ରକାର ଜେନୋମ ସହ ଏବେ ପର୍ଯ୍ୟନ୍ତ ଦେଶରେ ୫୮ ନମୁନା ପଜିଟିଭ ଚିହ୍ନଟ ହୋଇଛି । ତେବେ ବ୍ରିଟେନୁ ଫେରିଥିବା ଲୋକଙ୍କ ସହ ଯାତ୍ରା କରିଥିବା ଲୋକେ ଓ ସେମାନଙ୍କ ପରିବାର ଓ ସେମାନଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କୁ ଚିହ୍ନଟ କରିବା ଲାଗି ଅଭିଯାନ ଯୋର କରାଯାଇଛି । ନଚେତ୍ ନୂଆ ଷ୍ଟ୍ରେନ୍ ସଂକ୍ରମଣକୁ ରୋକିବା କାଠିକର ପାଠ ହୋଇଯିବ । ସୂଚନାଯୋଗ୍ୟ, ଏହି ନୂଆ ଷ୍ଟ୍ରେନ୍ ଏବେ ଡେନମାର୍କ, ନେଦରଲ୍ୟାଣ୍ଡସ୍‌, ଅଷ୍ଟ୍ରେଲିଆ, ଇଟାଲୀ, ସ୍ୱିଡେନ, ଫ୍ରାନ୍ସ, ସ୍ପେନ, ସ୍ୱିଜରଲ୍ୟାଣ୍ଡ, ଜର୍ମାନୀ, କାନାଡା, ଜାପାନ, ଲେବାନନ ଓ ସିଙ୍ଗାପୁରରେ ମଧ୍ୟ ଦେଖାଦେଲାଣି । ବ୍ରିଟେନ ସରକାର ମଙ୍ଗଳବାର ରାତିରୁ ସାରା ଦେଶରେ ଲକ୍‌ଡାଉନ୍ ଜାରି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

୧୬ ଯାଏ କଲେଜ ବନ୍ଦ

ଉଡ଼ୁପି,୧୨।୨: କର୍ନାଟକରେ ହିଜାବକୁ ନେଇ ଉତ୍ତେଜନା ଲାଗି ରହିଥିବାବେଳେ କଲେଜ ଛୁଟିକୁ ୧୬ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ୧୪ ତାରିଖରେ ସ୍କୁଲ୍‌ ଖୋଲିବାକୁ ଥିବାରୁ...

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘର ଆଗରେ ବିଷ ପିଇଲେ କୃଷକ

ମୁକ୍ତସର,୧୮।୯: ନରେନ୍ଦ୍ର ମୋଦି ସରକାର ପକ୍ଷରୁ ଆଗତ କରାଯାଇଥିବା କୃଷି ବିଲ ବିରୋଧରେ ଚାଷୀଙ୍କ ରାଗ ବଢିବାରେ ଲାଗିଛି। ହରିୟାଣା ଏବଂ ପଞ୍ଜାବର କୃଷକମାନେ ରାଜରାସ୍ତାକୁ...

ହିତାଧିକାରୀଙ୍କୁ ମିଳିଲା ୩ ମାସର ସାଧାରଣ ବଣ୍ଟନ ସାମଗ୍ରୀ

ଦାରିଙ୍ଗବାଡ଼ି,୨୯।୩(ଡି.ଏନ୍‌.ଏ.): କରୋନା ମୁକାବିଲା ପାଇଁ ଚାରିଆଡ଼େ ଲକ୍‌ଡାଉନ୍‌ କରାଯାଇଥିବାବେଳେ ଗରିବ ଶ୍ରେଣୀର ଲୋକଙ୍କ ସୁବିଧା ପାଇଁ ସରକାର ସମସ୍ତ ହିତାଧିକାରୀଙ୍କୁ ସାଧାରଣ ବଣ୍ଟନ ସାମଗ୍ରୀକୁ ଆଗୁଆ...

ମୋଦିଙ୍କୁ ଭେଟିଲେ କେଜରିଓ୍ବାଲ

ନୂଆଦିଲ୍ଲୀ, ୨୧।୬: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସଂସଦ ଭବନରେ ଭେଟିଛନ୍ତି। ଏହି ଅବସରରେ ସେ ଗତ ଲୋକ ସଭା...

ନୂଆ ଆଇପିଏସ୍‌ଙ୍କୁ ମୋଦିଙ୍କ ମନ୍ତ୍ର

ନୂଆଦିଲ୍ଲୀ,୩୧।୭ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ସର୍ଦ୍ଦାର ବଲଭଭାଇ ପଟେଲ ନ୍ୟାସନାଲ ପୋଲିସ ଏକାଡେମୀରେ ତାଲିମପ୍ରାପ୍ତ ଆଇପିଏସ୍‌ ଅଧିକାରୀଙ୍କୁ ସମ୍ବୋଧିତ କରିଛନ୍ତି।...

ଶ୍ମଶାନ ଛାତ ଭୁଷୁଡ଼ିବା ଘଟଣା: ମୃତ୍ୟୁ ସଂଖ୍ୟା ୧୯କୁ ବୃଦ୍ଧି

ଗାଜିଆବାଦ୍‌,୩।୧: ଦିଲ୍ଲୀ ନିକଟସ୍ଥ ଗାଜିଆବାଦରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଏକ ଶ୍ମଶାନ ଛାତ ଭୁଷୁଡ଼ି ପଡିଛି। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୯ ଜଣଙ୍କର...

ଆଜି ରାଜ୍ୟରେ ସୁସ୍ଥ ହେଲେ ୪୦୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୦।୪(ବ୍ୟୁରୋ): ଶନିବାର ରାଜ୍ୟରୁ ୪୦୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ୍‌ରୁ ଜଣାପଡ଼ିଛି। ଆଜି ଖୋର୍ଦ୍ଧାରୁ...

ଝାନ୍ସୀକୁ ବୀରାଙ୍ଗନା ଲକ୍ଷ୍ମୀବାଇଙ୍କ ନାମରେ ଜାଣିିବା ଉଚିତ୍‌: କୋର୍ଟ

ଝାନ୍ସୀ ୭।୩: ଝାନ୍ସି ରେଳ ଷ୍ଟେସନର ନାମ ବଦଳାଇବା ପାଇଁ ଉତ୍ତରପ୍ରଦେଶ ସରକାରଙ୍କ ନିଷ୍ପତ୍ତି ବିରୋଧରେ ଦାଖଲ ହୋଇଥିବା ଆବେଦନ ଉପରେ ଆହ୍ଲାବାଦ ହାଇକୋର୍ଟ ସୋମବାର...

Advertisement
Archives

Model This Week